taba prema dekhi he jishu

ତବ ପ୍ରେମ ଦେଖି ହେ ଯୀଶୁ ହେଲି ମୁଁ ହତ ଜ୍ଞାନ
ତୁମେ ପ୍ରାଣ ଦେଇ ନାଥ
ପ୍ରାଣ କିଣିଛ ମୋ ପ୍ରାଣର ପ୍ରାଣ… (ଘୋଷା)

ଆହା, କି ଯାତନାରେ ପ୍ରେକଶେଳ ବିନ୍ଧାରେ,
ପ୍ରାଣ କଂପୁଅଛି ଥର ଥର କରିଲେ କୁଶ ଧ୍ୟାନ… |୧|

କ୍ଷୁଦ୍ରରୁ ମୁଁ ଅତି କ୍ଷୁଦ୍ର ଜ୍ଞାନେ ହୋଇଛି ଆଦ୍ର,
ମୋର ଯୁଦ୍ର ମନେ ରହେ ଯେହ୍ନେ ସେ ଯୀଶୁଙ୍କ ନାମ… |୨|

ଏ କି ଶୁଭ ଖବର ପ୍ରିୟ ଯୀଶୁ ମୋହର,
ସେ ଯୀଶୁଙ୍କ ମତେ ପିତା ହସ୍ତେ ନାମ ଲେଖା ମୋର… |୩|

ମୁଁ ତ ପାପୀ ନଗଣ୍ୟ ହେଲି ଯୀଶୁରେ ଗଣ୍ୟ
ତହୁଁ ଯୀଶୁ ଧନ୍ୟ ଯୀଶୁ ଧନ୍ୟ ଗାଏ ମୋ ପ୍ରାଣ… |୪|

ସୂଚୀମାଳାକୁ ଫେରନ୍ତୁ

Comments

  1. D. Subasita Kumar pani Avatar
    D. Subasita Kumar pani

    Thanks God this opportunity for me. Always praise God

Leave a Reply to Get Christian Lyrics Cancel reply

Your email address will not be published. Required fields are marked *