ପ୍ରଭୁଙ୍କ ନାମେ ମୁଁ କରେ ପ୍ରାର୍ଥନା
ନୁହେଁ ମେରି ନୁହେଁ ହାନ୍ନା ପ୍ରଭୁ
ମୁଁ ପାପୀ କର କରୁଣା (ଘୋଷା)
ଜୀବନରେ ଆସେ ଯେତେ ଦୁଃଖ ପାରୁ ନାହିଁ ପ୍ରଭୁ ସହି
କଳଙ୍କ ମୋ ପୋଛିଦେଇ ସବୁ ସେ ନାମ ପ୍ରଭୁ ତୁମରି
ସେହି ଆଶା ନେଇ କରେ ପ୍ରାର୍ଥନା-ନୁହେଁ ମେରି ନୁହେଁ ହାନ୍ନା ||୧||
ପାପିନୀଟି ଅନୁତାପ ହୃଦେ ଆସି ତୁମ ପାଦତଳେ
ଅଶ୍ର ଢାଳି ପାଦେ ତୈଳ ଦେଇ ପାପ କ୍ଷମା ପାଇଥିଲେ
ସେହି ଆଶା ନେଇ କରେ ପ୍ରାର୍ଥନା–ନୁହେଁ ମେରି ନୁହେଁ ହାନ୍ନା ||୨||
Leave a Reply to PRADHAN GOIPAI Cancel reply