କାଲବରୀର ସେ ପାଷାଣ ବୁକୁରୁ
ରକ୍ତର ଦାଗ ଲିଭିନି
କୋମଳ ଅଙ୍ଗରୁ ଝରୁଛି ରୁଧୁର
ଅଭିଯୋଗ ସେ ତ କରିନି… (ଘୋଷା)
କଣ୍ଟାର ମୁକୁଟ ମୁଣ୍ଡରେ ରହିଛି
ଦୁଇ ହାତ ଦୁଇ କଣ୍ଟାରେ ଝୁଲିଛି
ବକ୍ଷ ଭେଦ କରି ରକତ ଝରିଛି
ଦୋଷ କାହାର ସେ ଧରିନି
ମରଣକୁ ସେ ତ ଡରିନି… |୧|
ପାପ ମୋର ସବୁ କୋରଡା ସାଜିଛି
ମାଂସ ଚିରି ରକ୍ତ ପିଠିରୁ କାଡ଼ିଛି
ସେହି ଲହୁ ମୋର ପାପକୁ ଧୋଇଛି।
ଘୃଣା ମୋତେ ସେ ତ କରିନି
ଦୂରେ କେବେ ଠେଲି ଦେଇନି… I୨|
Click the link below to listen the song tune
Leave a Reply to Unnati Edla Cancel reply