ଅନ୍ଧ ମୁଁ ଯେ ପଥ ଯାଏ ଭୁଲି andha mu je patha jae bhuli

ଅନ୍ଧ ମୁଁ ଯେ ପଥ ଯାଏ ଭୁଲି
ଭ୍ରାନ୍ତି ସ୍ରୋତେ ଭାସିଯାଏ ଚାଲି
ହୁଅ ପ୍ରଭୁ ସାଥ୍ ମୋର
ଆଜି ଆଉ କାଲି…. (ଘୋଷା)

ସାଥିହରା ହୋଇ ଏ ସଂସାରେ
ଜ୍ୟୋତି ହରା ଏଇ ଜୀବନରେ
ହୁଅ ପ୍ରଭୁ ସାଥି ମୋର
ଆଜି ଆଉ କାଲି… |୧|

ଦୃଶ୍ୟଭରା ଏହି ଜଗତରେ,
ଅସୀମ ତା’ ରୂପ ସୁଷମାରେ,
(ଯେବେ) ଜ୍ଞାନ ହରା ହୋଇ ସେ ସୁରାରେ
ଡୁବିଯାଏ ଚିତ୍ତ ସେ ମାୟାରେ
ହୁଅ ପ୍ରଭୁ ସାଥ୍ ମୋର
ଆଜି ଆଉ କାଲି…. |୨|

ଅଶ୍ରୁ ଯେବେ ଝରେ ନୟନରେ
ପୋଛି ତବ ଦିବ୍ୟ ବସନରେ
ଶେଷେ ନିଅ ପାର ଦୀଶେ
ନ ଯାଅ ଗୋ ଭୁଲି…. |୩|

ସୂଚୀମାଳାକୁ ଫେରନ୍ତୁ

Comments

  1. […] ଅନ୍ଧ ମୁଁ ଯେ ପଥ ଯାଏ ଭୁଲି […]

  2. Krushna kilaka Avatar

    Very nice song
    song

Leave a Reply to Krushna kilaka Cancel reply

Your email address will not be published. Required fields are marked *