ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର anaadi ishwara doyaa ro saagara

ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର

ଅଭାବ ମୋହର କରିବେ ସେ ଦୂର,
କି ହେତୁ ହେବି ମୁଁ ଚିନ୍ତାରେ କାତର । ଘୋଷା । 

ସକଳ ପଥ ମୋର, ଅବସ୍ଥା ଆବର ଅଟେ ତାଙ୍କୁ ଗୋଚର,
ଦୁର୍ଦ୍ଦଶା କାଳରେ ହୋଇବେ ସଙ୍ଗରେ ନାଶିବେ ମନରୁ ଆପଦର ଡର । ୧ । 

ପିତାମାତା ଭ୍ରାତାଦି ଯେତେକ ସ୍ୱଜାତି ଛାଡ଼ିଲେ ନାହିଁ ଭୀତି,
ରଖିବେ ଆବୋରି ସ୍ୱବାହୁ ବିସ୍ତାରି ନ କରିବେ ମୋତେ ଛାମୁରୁ ଅନ୍ତର । ୨ ।

ପାପରୂପ ଗରଳ ସଂସାର ଜଞ୍ଜାଳ କଲେ ମୋତେ ବିଭୋଳ,
ଦୁଇର ଅନଳ କରିବେ ଶୀତଳ ଢାଳି ମୋ ଉପରେ ସ୍ୱର୍ଗୀୟ ଶିଶିର । ୩ ।

ନ ଛାଡ଼ି କୁବାଟରେ ଅଡ଼ାଇ ସୁସ୍ୱରେ ନେବେ ନିଜ ପଲରେ
ଅମୃତ ନିର୍ଝର ଜୀବନ ଆହାର ଭୋଜନ ପାନାର୍ଥେ ଦେବେ ନିରନ୍ତର । ୪ ।

ନିଜ ନାମ ସକାଶେ ଉଦ୍ଧାର କରିବେ ସ୍ୱପୁରେ ବାସ ଦେବେ

ଆରେ ମନ ମୋର ତୋ ଚିନ୍ତାର ଭାର ଦେଇ ତାଙ୍କ ହସ୍ତେ ହୁଅ ତୁ ସୁସ୍ଥିର । ୫ ।

ସୂଚୀମାଳାକୁ ଫେରନ୍ତୁ

Comments

  1. Prabhanjan kumar pani. (prem Nigar) Avatar
    Prabhanjan kumar pani. (prem Nigar)

    Please add the a new song …jeebana eka lamba rasta prabhure na chaile hebi hinasta… lirics ,singer prem Nigar…..

    1. Get Christian Lyrics Avatar

      thank you sir, we will add as soon as possible

  2. […] ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର […]

Leave a Reply to Anil Mallick Cancel reply

Your email address will not be published. Required fields are marked *