Tag: upasana song

  • Kara tanka dhanyabada

    କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ
    ହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋର
    କର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନ
    ହେ ମୋହର ମନ, ନ ପାଶୋର ତାଙ୍କ ଦାନ (ଘୋଷା)

    କ୍ଷମା କରନ୍ତି ସେ ତୋ’ର ପାପ ସବୁ

    ସୁସ୍ଥ କରନ୍ତି ତୋହରରୋଗ ସବୁ ବିନାଶରୁ ତୋତେ କରନ୍ତି ଉଦ୍ଧାର
    ଶିରେ ତୋ ଦିଅନ୍ତି ଦୟାର ମୁକୁଟ |1|


    ସଦାପ୍ରଭୁ ସ୍ନେହଶୀଳ କୃପାମୟ କ୍ରୋଧରେ ଧୀର ସେ ଚିର ଦୟାମୟ
    କରିଛନ୍ତି ଦୂର ଅଧର୍ମ ଆମର
    ପୂର୍ବରୁ ପଶ୍ଚିମ ଯେତିକି ଦୂର |୨|


    ଅନିତ୍ୟ ଏହି ଜୀବନ ତୃଣ ପରି ଦେଖୁ ଦେଖୁ ଝଡିପଡେ ଫୁଲପରି
    ତଥାପି ଲଭନ୍ତି ତାଙ୍କ ଭକ୍ତଜନ
    ଅସୀମ କଣା ମଙ୍ଗଳଦାନ ।୩।

    ସୂଚୀମାଳାକୁ ଫେରନ୍ତୁ

  • He aakasha mandala suna

    ହେ ଆକାଶ ମଣ୍ଡଳ ଶୁଣ ଶୁଣ
    ଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣ
    ହେ ପୃଥିବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା)
    କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନା
    ଅଗ୍ନି ତେଜରେ ରାଜା ଆସିବେ
    ମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋ
    ହେ ପୃଥିବୀ .
    ଆସୁଛି ଅତି ଭୟଙ୍କର ଦିନ ||୧||


    ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନା
    ପସନ୍ଦ ସେ ଅଟେ ଶୟତାନର ଫାନ୍ଦ
    ତା’ନୁହେଁ ସେ ଚିର ଆନନ୍ଦ … ହୋ … ହୋ
    ହେ ପୃଥିବୀ … ତୁମେ ହୁଅ ଚଞ୍ଚଳ ସାବଧାନ || ୨ ||

    ଯୀଶୁଙ୍କ ରକତେ କିଣା ଯେତେ ଜନ ରହିଛି ତାଙ୍କ ପାଇଁ ମହା ଗୁପ୍ତ ସ୍ଥାନ
    ସଂଗ୍ରହ କରିବେ ଦୂତ ଗଣ
    କରିବାକୁ ସରଗେ ଗ୍ରହଣ .. ହୋ … ହୋ
    ହେ ପୃଥ୍ବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ ।୩।

    ସୂଚୀମାଳାକୁ ଫେରନ୍ତୁ