Tag: Telugu Christian song lyrics

  • he patha satya jibana

    ହେ ପଥ, ସତ୍ୟ, ଜୀବନ
    ହେ ଯୀଶୁ ତୁମେ ଦୟାବାନ… (ଘୋଷା)

    ମୋର ପାପ ପାଇଁ କେତେ ଦୁଃଖ ସହି
    କେଡ଼େ ଦୟା ବହି ରକତ ଝରାଇ
    ମୋର ମୁକ୍ତି ପାଇଁ ନିଜ ପ୍ରାଣ ଦେଇ
    ଏ ଯାତନା ମୋରି ପାଇଁ
    ହେ ଯୀଶୁ ତୁମେ ଦୟା ବହି… |୧|

    ଥିଲି ମୃତ ହୋଇ ପାପେ ହଜି ଯାଇ
    ଚିନ୍ତା କଲ ମୋତେ ଖୋଜିବାର ପାଇଁ
    କଣ୍ଟା ବିନ୍ଧା ହୋଇ କୁଶେ ପ୍ରାଣ ଦେଇ
    ହେ ଯୀଶୁ ତୁମେ ଦୟା ବହି… I୨I

    ସୂଚୀମାଳାକୁ ଫେରନ୍ତୁ

  • dekho hai bhai agomana

    ଦେଖ ହେ ଭାଇ-ଆଗମନ ଆସୁଛି ପାଖେଇ
    ଦିଅ ତୁମ ନାମ ଲେଖାଇ,
    ଜୀବନ ପୁସ୍ତକେ ଯାଇ … (ଘୋଷା)

    ଜଗତ ରଙ୍ଗ ରସେ ତୁ ପାଗଳ ହୋଇ
    ଯୀଶୁଙ୍କୁ ଭୁଲିଗଲୁ ନିଜକୁ ଭୁଲାଇ
    ଯୀଶୁଙ୍କ ପଥ ଯୀଶୁଙ୍କ ବାକ୍ୟ ସଦା ତୁ ଶୁଣି
    ଉପରି ମନେ ଦେଉଛୁ ଭାଇ ମୁଣ୍ଡ ହଲାଇ … |୧|

    ଫେରିଆ ଫେରିଆ ତୁ ଅବିଳମ୍ବେ ଧାଇଁ
    ଜଗତର ରଙ୍ଗ ରସ ପଛରେ ପକାଇ
    ତୋ ବୃକ୍ଷ ମୂଳେ ଦା’ ଲଗାଇ ରହିଛୁ ଚାହିଁ
    ଭୂଇଁରେ ତୋତେ ଦେବ ହଜାଇ ଜାଣୁ କି ତୁହି … |୨|

    ସୂଚୀମାଳାକୁ ଫେରନ୍ତୁ

  • nachibare nachiba gayeebare

    ନାଚିବାରେ ନାଚିବା ଗାଇବାରେ ଗାଇବା
    ଆମେ ପ୍ରାର୍ଥନାର ସ୍ରୋତେ ଆଜି ଭାସିବା
    ଆମ ମନ ଆମ୍ବା ନୂଆକରି ଗଢ଼ିବା… (ଘୋଷା)

    ପ୍ରାର୍ଥନା କଲେ ମିଳଇ ଶାନ୍ତି
    ସେଥିରେ ଅଛି ମହାମୁକତି
    ପ୍ରାର୍ଥନା କଲେ ସରଗ ସୁଖ ଆମେ ଭୋଗ କରିବା … |୧|

    ପ୍ରାର୍ଥନା କେବେ ନକର ସାନ
    ପ୍ରାର୍ଥନା କଲେ ହେବ ମହାନ
    ଏହି ଭାବନା ଆମରି ମନେ, ଆମେ ସୃଷ୍ଟି କରିବା… |୨|

    ଯୀଶୁଙ୍କୁ ଆମେ କଲେ ନିଜର
    ଏ ଆପା ହେବ କେଡେ ସୁନ୍ଦର
    ଆସରେ ଆସ ଭାଇ ଭଉଣୀ ତାଙ୍କ ପାଖକୁ ଯିବା… |୩|

    ପ୍ରାର୍ଥନା ଯେବେ ହେବ ଆମର
    ମନରୁ ଅମ ଘୁଚିବ ଡର
    ହୃଦୟ ଖୋଲି ଯୀଶୁ ବାପାଙ୍କୁ ସବୁ କଥା କହିବା … I୪I

    ସୂଚୀମାଳାକୁ ଫେରନ୍ତୁ

  • priyatama jishu namo

    ପ୍ରିୟତମ ଯୀଶୁ ନାମ ଭଜ ଭାଇ
    ଭଜିଲେ ତା ଗୁଣ ସେହିତ ଜାଣଇ
    କି ମଧୁର ସେ ତ ମନୋହର
    କି ସୁନ୍ଦର ଅଟଇ ଅପାର
    ସେ ଶାନ୍ତି ଆକର … (ଘୋଷା)

    ଅନ୍ଧ ଦେଖେ ଛୋଟା ଚାଲେ
    ମୁକ କଥା କହିପାରେ
    ରୋଗଗ୍ରସ୍ତ ହୁଏ ସୁସ୍ଥ ମୃତ ପୁଣି ବଂଚିପାରେ
    ଯୀଶୁ ନାମ ଶକତିରେ ଅସାଧ୍ୟ ନାହିଁ କିଛିରେ
    ବିଶ୍ବାସୀ ପକ୍ଷରେ … |୧|

    ଯୀଶୁ ନାମ ତରୀ ଅଟେ
    ଏ ଭବ ପାପ ସାଗରେ
    ସେହି ନାବେ ଆଶ୍ରା ନେଲେ
    ପହଂଚିବ ସ୍ଵର୍ଗପୁରେ
    ସେହି ତ ଦୃଢ଼ ଭରସା
    ଅନାଥ ଜନର ଆଶା ଶରଣ ନିଅରେ… |୨|

    ସୂଚୀମାଳାକୁ ଫେରନ୍ତୁ

  • turi bajiba akashe

    ତୁରୀ ବାଜିବ ଆକାଶେ
    ଆସିବେ ସେ ମେଘ ରଥେ
    କରିବେ ବିଚାର, ଶେଷେ ମଧ୍ୟ ଆକାଶେ .. (ଘୋଷା)

    ସାଥେରହି ଦୃତଗଣ, କରୁଥିବେ ଜୟଗାନ
    ଏକ ନିମିଷେ ତାଙ୍କରି ଆଗେ, ଠୁଳ ହେବେ ମହାଜନ
    ରାଜା ରାଜ ମହାମହିମ
    ଦେବେ ଫଳ ଦେଖି କର୍ମ
    ମନୋନୀତ ଯେତେ, ଯିବେ ସରଗ ଦେଶେ … |୧|

    ସ୍ମରି ସେହି ଶେଷଦିନ, ପାପରୁ ଫେରାଅ ମନ
    ଅନୁତାପରେ ତାଙ୍କ ଚରଣେ ଅରପି ଦିଅ ଜୀବନ
    ପରମ ପିତା ଶକତିଦାତା
    ଚଲା ପଥ ହେବେ ସାହା
    ମୁକତି ପାଇବ ତୁମେ ତାଙ୍କ ଆଶିଷେ … |୨|

    ସୂଚୀମାଳାକୁ ଫେରନ୍ତୁ

  • he priya jishu moro

    ହେ ପ୍ରିୟ ଯୀଶୁ ମୋର
    ମୋ ହୃଦ ମନ୍ଦିରେ ଆସ
    ତୁମ ପାଇଁ ମୁହଁ ଖୋଲିଛି ହେ ଦ୍ଵାର
    ସଦୟେ ହେ ପ୍ରଭୁ ଆସ.. ଆସ.. ଆସ.. (ଘୋଷା)

    ଖୋଜୁଛି ମୁଁ ତୁମ୍ଭଙ୍କୁ କେତେ
    ଏ ପାପ ମାୟା ସଂସାରେ
    କାନ୍ଦୁଛି ମୋ ଅନ୍ତର ଆତ୍ମା
    ପଡ଼ି ଏ ପାପ ଜାଲରେ
    ତୁମେ ଆଶାର ପ୍ରଦୀପ ଶିଖା
    ପ୍ରଭୁ ଜ୍ବଳାଅ ମୋ ଅନ୍ତରେ .. |୧|

    ବତାସ ଝଡ ବହୁଛି ପ୍ରଭୁ
    ଜୀବନର ପ୍ରତି କୋଣେ
    ଦୁଃଖ ବତାସ ଘେରୁଛି ପ୍ରଭୁ
    ଜୀବନର ପ୍ରତି କ୍ଷଣେ
    ତୁମେ ମୁକ୍ତିର ପ୍ରଦୀପ ଶିଖା
    ପ୍ରଭୁ ଜ୍ବଳାଅ ମୋ ଅନ୍ତରେ … |୨|

    ଅନାୟତ ଏ ସ୍ଵପ୍ନ ଜୀବନ
    ଚାହୁଁଛି ତବ ମିଳନ
    ତବ ପ୍ରେମ ସ୍ରୋତେ ଭସାଇ ଦେଇ
    ଦିଅ ମୋତେ ତ ଶରଣା
    ତୁମେ ଶାନ୍ତିର ପ୍ରଦୀପ ଶିଖା
    ପ୍ରଭୁ ଜ୍ବଳାଅ ମୋ ଅନ୍ତରେ … |୩|

    ସୂଚୀମାଳାକୁ ଫେରନ୍ତୁ

  • prabhu jishu asichi mu

    ପ୍ରଭୁ ଯୀଶୁ ଆସିଛି ମୁଁ ତୁମ ଚରଣେ
    ମୋର ଯେତେ ପାପ ତାପ ଅନୁତାପେ ଭଙ୍ଗା ହୃଦ
    ଆସିଛି ମୁଁ ଥୋଇବାକୁ ତୁମ ଚରଣେ … (ଘୋଷା)

    ଗୋଡ଼ାଏ ବ୍ୟାବଳ ମୋତେ ଆଜି ପ୍ରଲୋଭନ କେତେ
    ଆସିଛି ମୁଁ ଲୁଚିବାକୁ ତୁମ ଚରଣେ … |୧|

    ଦେଖିବାକୁ ତୁମ ରୂପ ଶୁଣିବାକୁ ତୁମ ବାକ୍ୟ
    ଆସିଛି ମୁଁ ପ୍ରଭୁ ଯୀଶୁ ତୁମ ଚରଣେ … |୨|

    ଦିଅ ଦେଖା ବାରେ ପ୍ରଭୁ କ୍ଷମି ମୋର ପାପ ସବୁ
    ମିନତି ମୋ ପ୍ରଭୁ ଯୀଶୁ ତୁମ ଚରଣେ … |୩|

    ସୂଚୀମାଳାକୁ ଫେରନ୍ତୁ

  • asuchanti turi bajayi

    ଆସୁଛନ୍ତି ତୁରୀ ବଜାଇ
    ପ୍ରଭୁ ଯୀଶୁ ହରଷ ହୋଇ
    ବିଶ୍ଵାସୀକୁ ନେବା ପାଇଁ ପୁରସ୍କାର ଦେବା ପାଇଁ
    ଆନନ୍ଦେ ଗାଅ ହେ ଭାଇ… (ଘୋଷା)

    କଟି ବାନ୍ଧି ଦୀପ ଜାଳି ଜାଗ୍ରତରେ ରୁହ ଭାଇ
    ନିଦ୍ରା ଭାଗି ଉଠିବାର ଶୁଭ ସମୟ ତ ଏହି
    ନାହିଁ ଆଉ ବେଳ, ଗଲା ଦିନ କାଳ
    କେତେ କାଳ ଥିବା ହେ ଶୋଇ… |୧|

    ମୃତ୍ୟୁ ନାହିଁ ଦୁଃଖ ନାହିଁ ସ୍ଵର୍ଗରାଜ୍ୟ ଆହେ ଭାଇ
    ସୁଖ ଶାନ୍ତି ଆନନ୍ଦରେ ଥିବା ଗୀତ ଗାଇ ଗାଇ
    ମୁଖା ମୁଖି ହୋଇ ଯୀଶୁ ପାଶେ ରହି
    କେଡ଼େ ଭାଗ୍ୟ ଆମରି ପାଇଁ .. |୨|

    ରୂପାନ୍ତର ହୋଇଯିବ ଏ ମାଟି ଶରୀର ଭାଇ
    ରକ୍ତମାଂସ ଶରୀରରେ ସ୍ୱର୍ଗ ପ୍ରବେଶିବା ନାହିଁ
    ତୁରିର ଶବ୍ଦରେ ଏକ ମୁହୁର୍ଭରେ
    ଭେଟିବା ହେ ଯୀଶୁଙ୍କୁ ଯାଇ … |୩|

    ସୂଚୀମାଳାକୁ ଫେରନ୍ତୁ

  • amo jishu raja

    ଆମ ଯୀଶୁ ରାଜା … ଆ… ଆ…
    ଆମ ଯୀଶୁ ରାଜା ଆସୁଛନ୍ତି ପରା ମେଘ ରଥରେ
    ଆସ ଭେଟିଯିବା ତାଙ୍କୁ ମହାନନ୍ଦରେ … (ଘୋଷା)

    ବିକ୍ରମଶାଳୀ ସେ ରାଜା ସରବେ କରିବେ ପୂଜା
    ହେବ ପ୍ରତି ଆଣ୍ଡ ନତ କହିବେ ପ୍ରଭୁ ସେଇତ
    ଉଚ୍ଚ ନୀଚ ଯେତେ ଉଭା ହେବେ ସେଠି
    ସେ ଶ୍ଵେତ ସିଂହାସନରେ… |୧|

    ଯେତେ ପରିତ୍ରାଣ ପ୍ରାପ୍ତ ହେବେ ସ୍ଵର୍ଗ ପୁରସ୍କୃତ
    ପାପୀର ଦଶା ଭୟାର୍ଷ ନରକେ ହେବେ ନିକ୍ଷିପ୍ତ ।
    ଆପଣା କରମେ, ହୋଇ ବିଚାରିତ
    ଭୋଗିବେ ସରଗପୁରେ… |୨|

    ସୂଚୀମାଳାକୁ ଫେରନ୍ତୁ

  • prabhu go moro priyatama

    ପ୍ରଭୁ ଗୋ ମୋର ପ୍ରିୟତମ ତୁମରି ପ୍ରେମ ଅନୁପମ
    ବଣ୍ଡିବି ପ୍ରଭୁ ତୁମ ପ୍ରେମ ଗାଇବି ସଦା ତୁମ ନାମ … (ଘୋଷା)

    ଅନ୍ଧକୁ ଦେଲ ନୟନ, ବଧୂରେ ଦେଲ ଶ୍ରବଣ
    କୃଷିକୁ ପ୍ରଭୁ ସୁସ୍ଥ କରି, ମୃତ୍ୟୁକୁ ଦେଲ ଜୀବନ … |୧|

    ରୁର ଶେଷେ ଢ଼ାଳିଲ ପାପରୁ ମୋତେ ଉଦ୍ଧାରିଲ
    ଅତୁଳନୀୟ ତୁମ ପ୍ରେମ ଗାଇବି ସଦା ତୁମ ନାମ … |୨|

    ସୂଚୀମାଳାକୁ ଫେରନ୍ତୁ