Tag: Telugu Christian song lyrics

  • bajao mandali tume sangita

    ବଜାଅ ମଣ୍ଡଳୀ ତୁମେ ସଙ୍ଗୀତ ବାଜା
    ଆଜି ଆସିବେ ବାହିନି ସାଥେ ମର୍ଶହ ରାଜା
    ବଜାଇଣ ବାଜା ଆମେ କରିବା ପୂଜା … ସମସ୍ତେ … (ଘୋଷା)

    କୋଟି କୋଟି ଦୃତ ଧରି ଏହି ମେଘ ରଥରେ
    ବିଚାର କରିବାକୁ ଏହି ପୃଥିବୀରେ
    ଥରହର ହୋଇଯିବେ ଦୁନିଆ ସାରା (ଭାଇରେ) … |୧|

    ସୂର୍ଯ୍ୟ ଚନ୍ଦ୍ର କଳା ହେବ ନକ୍ଷତ୍ର ଝଡିପଡ଼ିବ
    ଅବିଶ୍ଵାସୀ ଯିଏ ଥୁବ ନରକକୁ ସିଏ ଯିବ
    ବିକଳରେ କାନ୍ଦୁଥିବ ଜୀବନ ସାରା (ଭାଇରେ) … |୨|

    ଫେର ଫର ଏବେ ଫେର
    ଆହୁରି ଡେରି ନକର
    ଭୟଙ୍କର ଦିନ ଅଟେ ଆଗାମୀର ସେହି ଦିନ
    ଉଦ୍ଧାରିଣ ପାରିବେନି
    କେହିରେ ତୋତେ (ସେଦିନ) … |୩|

    ସୂଚୀମାଳାକୁ ଫେରନ୍ତୁ

  • jibana nadi mo hrudayare

    ଜୀବନ ନଦୀ ମୋ ହୃଦୟରେ
    ପ୍ରବାହିତ କର ପ୍ରଭୁ … (ଘୋଷା)

    ଶରୀର କାର୍ଯ୍ୟ ସବୁ ବିନାଶ କର ହେ ପ୍ରଭୁ
    ଦୁର୍ବଳ ସମୟରେ, ତବ ବଳ ଦିଅ ପ୍ରଭୁ

    ଆମ୍ଭିକ ଦାନ, ସବୁରେ
    ମୋତେ ଅଭିଷେକ କର ପ୍ରଭୁ

    ଶୁଷ୍କ ଅସ୍ଥି ସକଳ ପୁନର୍ଜୀବିତ କରି ପ୍ରଭୁ
    ତୁମରି ଆଗମନକୁ, ମୁଁ ଚାହିଅଛି ପ୍ରଭୁ

    ସୂଚୀମାଳାକୁ ଫେରନ୍ତୁ

  • aha ki asimo premo tankara

    ଆହା କି ଅସୀମ ପ୍ରେମ ତାଙ୍କର
    ରାଜା ଯୀଶୁଙ୍କର ପ୍ରଶଂସା କରି ନିରନ୍ତର
    ହୃଦୟ ଢ଼ାଳି ଭକତି ଦୀପାଳି
    ସରବେ ଗାଅ ନିରନ୍ତର … (ଘୋଷା)

    ଆସିବେ ସେ ମେଘ ରଥରେ
    ଦୂତ ସାଧୁ କିରୂବ ସଙ୍ଗରେ
    ଯେତେ ଭକ୍ତ ଥିବେ ଏ ଧରାରେ
    ସର୍ବେ ଯିବେ ସରଗପୁରେ
    ହାଲେଲୁୟା ଜୟ ପ୍ରଶଂସାର ଗୀତ
    ଶୁଭୁଥୁବ ସବୁରି କଣ୍ଠରେ … |୧|

    ଗଢିବ ସେ ନୂତନ ଦେଶ
    ନାମ ହେବ ସିୟାନ ଦେଶ
    ନ ରହିବ ଦୁଃଖ କି କ୍ଳେଶ
    ଭରିଦେବେ ଶାନ୍ତି ଅଶେଷ
    ଆମେ ହେଲେ ପ୍ରଜା
    ଯୀଶୁ ହେବେ ରାଜା
    ସେ ନୂତନ ଶାନ୍ତି ରାଜନ … |୨|

    ସୂଚୀମାଳାକୁ ଫେରନ୍ତୁ

  • he sadaprabhu sadaprabhu ହେ ସଦାପ୍ରଭୁ ସଦାପ୍ରଭୁ

    ହେ ସଦାପ୍ରଭୁ ସଦାପ୍ରଭୁ
    କିଏ ପ୍ରବାସ କରିବ ତୁମ୍ଭ ଆବାସରେ
    ବାସ କରିବ କିଏ ପୁଣ୍ୟ ପର୍ବତରେ … (ଘୋଷା)

    ଅନ୍ତରରୁ ଯିଏ ସଦା ସତ୍ୟ କହେ
    ଧର୍ମ କର୍ମ କରି ସଦାଚାରୀ ହୁଏ ।
    ପର ନିନ୍ଦା ଯା’ର ମୁଖରେ ନଥାଏ
    ବଂଧୁର ଅନିଷ୍ଟ କେବେହେଁ ନକରେ
    ସେ ଧନ୍ୟ ହେବ … ଧନ୍ୟ ହେବ
    ସିଏ ପ୍ରବାସ କରିବ ତୁମ୍ଭ ଆବାସରେ … |୧|

    ଅଧର୍ମ ଘୃଣିତ ଯାହାର ଦୃଷ୍ଟିରେ
    ଧାର୍ମିକକୁ ଯିଏ ସମାଦର କରେ …
    କ୍ଷତି ହେଲେ ମଧ୍ୟ ଶପଥ ଯେ ରଖେ
    ଆପଣା ପ୍ରତିଜ୍ଞା ଅନ୍ୟଥା ନକରେ
    ସେ ଧନ୍ୟ ହେବ ସେ ଧନ୍ୟ ହେବ
    ବାସ କରିବ ସେ ତୁମ୍ବ ପୁଣ୍ୟ ପର୍ବତରେ .. |୨|

    ସୁଧ ଲୋଭେ ଯିଏ ଋଣ ଦିଏ ନାହିଁ
    ମିଥ୍ୟ ସାକ୍ଷ୍ୟ ପାଇଁ ଲାଞ୍ଚ ନିଏ ନାହିଁ
    ଯେଉଁ ଜନ ଏହି ସତ୍କର୍ମ କରଇ
    ଅଟଳ ରହିବ ଚିରକାଳ ପାଇଁ
    ସେ ଧନ୍ୟ ହେବ…ସେ ଧନ୍ୟ ହେବ
    ବାସ କରିବ ସେ ତୁମ୍ବ ପୁଣ୍ୟ ପର୍ବତରେ … |୩|

    ସୂଚୀମାଳାକୁ ଫେରନ୍ତୁ

  • mana moro jago jago re

    ମନ ମୋର କାଗ ଜାଗରେ
    ପ୍ରାର୍ଥନାରେ ସଦା ଜାଗରେ
    ଧର୍ମ ପଥେ ସଦା ଥାଆ
    ପାପ ପଥୁ ଦୂରେ ରହି
    ଯୀଶୁଙ୍କ ନାମ ଗାଅରେ … (ଘୋଷା)

    ଖ୍ରୀଷ୍ଟ ଆମ ତ୍ରାଣ କର୍ତ୍ତା
    ଆମ ଆତ୍ମାର ବେବର୍ତ୍ତା
    ସାଂସାରିକ ଛାଡ଼ି ସୁଖ
    ତାଙ୍କରେବିଶ୍ଵାସ ରଖି
    ଲୋଡ଼ା ନାହିଁ ଧନ, କର ତାଙ୍କ ଧ୍ୟାନ
    ତାଙ୍କ ପ୍ରଶଂସା ଗାଅରେ … |୧|

    ଶୟତାନ ନିତି ନିତି
    ମାୟା ଜାଲ ଥାଏ ପାତି
    ଭାଗି ସେହି ମାୟା ଜାଲ
    ଯୀଶୁଙ୍କରେ ରଖ ଲୟ
    ସେ ତ ପ୍ରେମମୟ, ସବୁରି ଆଶ୍ରୟ
    ତାଙ୍କ ପାଶେ ସଦା ରହରେ … |୨|

    ସୂଚୀମାଳାକୁ ଫେରନ୍ତୁ

  • prabhu jishu asi achi

    ପ୍ରଭୁ ଯୀଶୁ ଆସିଅଛି ତୁମ ଡାକ ଶୁଣି ହେ । (ଘୋଷା)

    ପାପୀ ମୁହଁ ନିରାଶ୍ରୟ ରକ୍ତରେ ନିଏ ଆଶ୍ରୟ
    ଦୀନ ହୀନ ପ୍ରାଣେ ମୋର ଦିଅ ତୁମ ବଳ ହେ … |୧|

    ନାହିଁ ଶକ୍ତି ଲେଶମାତ୍ର ଖଣ୍ଡିବାକୁ ମୋ ଦୂରିତ
    ଆସିଛି ପାପ ସହିତ କର ରକ୍ରେ ଧୌତ ହେ … |୨|

    ଅନ୍ଧ, ଖଞ୍ଜ, କାଲ ମୁହଁ ବଳ, ବୁଦ୍ଧି, ଜ୍ଞାନ ନାହିଁ
    ଯାହା ଚାହେଁ ଅଛି କିନ୍ତୁ ତୁମଠାରେ ସବୁ ହେ … |୩|

    ପ୍ରତିଜ୍ଞା କରିଛ ନାଥ ନେବାକୁ ମୋ ପାପ ବୋଝ
    ତେଣୁ ବିଶ୍ୱସେ ଆସିଛି ବୁଜୁଳା ସହିତ ହେ … |୪|

    ନିଜ ଗୁଣେ ବୋଝ ନେବ ଶୁଚି ଜଳ ସିଂଚିଦେବ
    ମୋ ପାପ କ୍ଷମା କରିବ ଦୟାମୟ ତୁମେ ହେ … |୫|

    ନ ଜାଣଇ କରି ପ୍ରେମ ମୁହଁ ପାପୀରେ ଅଧମ
    ତୁମ ପ୍ରେମ କିନ୍ତୁ ନାଥ ସୀମା ଯାଏ ଡେଇଁ ହେ … |୬|

    ଅସୀମ ପ୍ରେମ ତୁମର ବଣ୍ଡି ନପାରେ ମୁଁ ଛାର
    ସେହି ପ୍ରେମେ କର ମୋତେ କେବଳ ତୁମରି ହେ … |୭|

    ସୂଚୀମାଳାକୁ ଫେରନ୍ତୁ

  • khusi khusi manao

    ଖୁସି ଖୁସି ମନାଓ ଖୁସି ଖୁସି ମନାଓ (୨ ଥର)
    ବୋଲୋ, ବୋଲୋ ମସୀହା କୀ ଜୟ, ଜୟ, ଜୟ (୨ ଥର)
    ମେରେ ଲିଏ ଆୟା, ମେରେ ଲିଏ ଜୀୟା
    ମେରେ ଲିଏ ଯୀଶୁ ନେ, ଦୁଃଖ ଉଠାୟା,
    ମେରେ ଲିଏ ମାରା ଗୟା, ମେରେ ଲିଏ ଗାଢ଼ା ଗୟା,
    ମେରେ ଲିଏ ଫିର ଜୀ ଉଠା, ମେରା ହୈ ମସୀହା,
    ମେ ମସୀହା କା ହୁଁ, ହମ୍ ମସୀହା କେ ହେ ।

    ସୂଚୀମାଳାକୁ ଫେରନ୍ତୁ

  • nahi prabhu chadibi nahi

    ନାହିଁ ପ୍ରଭୁ ଛାଡ଼ିବି ନାହିଁ
    ନ କଲେ ମୋରେ ଆଶିଷ ତୁହି
    ତୁମେ ମୋ ପିତା, ତୁମେ ମୋ କରତା, ତୁମେ ମୋ ତ୍ରିତା,
    ଜୀବନ ସାଇଁ (ଘୋଷା)

    ନାହିଁ ଶାନ୍ତି, ନାହିଁ ଗୋ ତୃପ୍ତି, ଅସ୍ଥିର ମତି ହେଉଛି ଦହି,
    ଶାପ, ତାପ ନରକ ଛାପ ବ୍ୟାକୁଳ ପ୍ରାଣ ପେଷିତ ମୁହିଁ … |୧|

    କେତେ ଯେ ଦିନ କେତେ ଯେ ରାତି,
    କେତେ ଯେ କାଳ ଗଲାଣି ବିତି
    ଦେଲେ ରେଜି ଯିବି ମୁଁ ହଜି ପତିତପାବନ ନାମ ବେଲାଇ ? … |୨|

    ବରିଲ କୁଶ ମୋହରି ପାଇଁ, ତାରିଲ ପ୍ରାଣ ପରାଣ ଦେଇ,
    ହେବ କିଯଶ ହେବ କି କୀରତି ମରିଲେ ପତିତ ହରାଇ ମୁକ୍ତି ? … |୩|

    ଦୁର ମୋ ପାପ, ହର ମୋ ଗପ, ହର ମୋ ଶାପ, ପ୍ରସନ୍ନ ହେଇ
    ଦିଅ ଧୋଇ, ରୁଧୁର ଦେଇ, ବିକଶୁ ଜୀବନ, ଜୀବନ ପାଇ … |୪|

    ସୂଚୀମାଳାକୁ ଫେରନ୍ତୁ

  • jishu charan tale

    ଯୀଶୁ – ଚରଣ ତଳେ
    ବସିଛି ପୂଜାରୀ ଏ ଅବେଳେ । (ଘୋଷା)

    ଅନନ୍ତ ହେ ତୁମ ପୂଜା ପାଇଁ,
    ସ୍ଵର୍ଗ, ମର୍ତ୍ତ୍ୟ, ଅର୍ଘ୍ୟ ଯୋଗ୍ୟ ନାହିଁ
    ତୁମ୍ଭ ମୋର ସ୍ରଷ୍ଟା, ମୁହିଁ ତୁମ୍ଭ ସୃଷ୍ଟି
    ଅଛି କି ପୂଜାର କିଛି ହେଲେ ? … |୧|

    ପୁଣ୍ୟ ପୂଜା ମୋର କିଛି ନାହିଁ,
    ତୁଷ୍ଟି ହେବ ପ୍ରଭୁ ତୁମ୍ଭେ ଯହିଁ,
    ଭଙ୍ଗାଚୁନା ଛାର ହୃଦୟଟି ମୋର
    ଥୋଇ ଦେଲି ତୁମ ପାଦ ତଳେ … |୨|

    ସୂଚୀମାଳାକୁ ଫେରନ୍ତୁ

  • jago biswasi dala

    ଜାଗ ବିଶ୍ବାସୀ ଦଳ
    ମାଡ଼ି ଆସୁଛି ପରା ନରକ-ବଳ ରେ (ଘୋଷା)

    ଆଳସ୍ୟ ବିଳାସିତା ମୋହ ମାଧୁରୀ
    ସ୍ୱାର୍ଥପରତା ର୍ଦ୍ଦେଶ ଦେଲାଣି ସାରି ରେ… |୧|

    ତୁମରି ଭାଇବଂଧୁ ଏ ତୁମ ଦେଶ
    ପ୍ରତିହିଂସା ଅନଳ କଲାଣି ଧ୍ବଂସ ରେ… |୨|

    ତ୍ୟାଗ ମନ୍ତର ହୃଦେ ସାହସ ଧରି
    ତ୍ୟାଗୀ ଗୁରୁଙ୍କୁ ସେନାପତିରେ ବରି ରେ… |୩|

    ପ୍ରେମ ବିନୟ କର ପାଳିକା ଧରି
    ଭଗାରି ବଜ୍ର-ବକ୍ଷ ପକା ବିଦାରି ରେ… |୪|

    ସତ୍ୟ ଅହିଂସା ଶାନ୍ତିପୂର୍ଣ୍ଣ ନିଃସଙ୍ଗ
    ପ୍ରେମ-କବରେ ସାଜ ସାଜି ତୋ ଅଙ୍ଗ ରେ…. |୫|

    ଆଜି ଦୁଦ୍ଦିନେ ପର-ଆପଣା ଭୁଲି
    ପର ହିତକୁ ଦିଅ ରକତ ଢ଼ାଳି ରେ …. |୬|

    ରକତ ବିଂଦୁ ତୋର ଛୁଇଁଲେ ଭୂଇ
    ଅୟୁତ ଶାନ୍ତିସେନା ଉଠିବେ ଚେଇଁରେ … |୭|

    ଶାନ୍ତିମୟଙ୍କ ପଦେ ମାଗରେ ଭିକ୍ଷା
    ଆମିକ ଅଭିଷେକ ଅନଳ-ଦୀକ୍ଷାରେ … |୮|

    ପ୍ରେମ ଅମୀୟ ଭରି ଯିବ ତୋ ବକ୍ଷା
    ଘୁଚିଯିବ ସାଧନା ପଥ-କଣ୍ଟକ ରେ … |୯|

    ସୂଚୀମାଳାକୁ ଫେରନ୍ତୁ