Tag: stand firm

  • aso ananda hoi prabhu prasansa gai

    ଆସ ଆନନ୍ଦ ହୋଇ ପ୍ରଭୁ ପ୍ରଶଂସା ଗାଇ,

    ଯେହେତୁ ଚିରସ୍ଥାୟୀ

    ତାଙ୍କ କୃପା ଅଟଇ । ୧ ।

    ଜଗତ ସେ ଆଦ୍ୟରେ

    ପୂର୍ଣ୍ଣ କଲେ ଦୀପ୍ତିରେ, ଯେହେତୁ ଚିରସ୍ଥାୟୀ

    ତାଙ୍କ କୃପା ଅଟଇ । ୨ । 

     

    ସମସ୍ତଙ୍କୁ ପାଳନ

    କରନ୍ତି ଦିନୁ ଦିନ, ଯେହେତୁ ଚିରସ୍ଥାୟୀ

    ତାଙ୍କ କୃପା ଅଟଇ । ୩ ।

    ଅରଣ୍ୟେ ସେ ଆଶିଷ କଲେ ଯାକୁବ ବଂଶ,

    ଯେହେତୁ ଚିରସ୍ଥାୟୀ

    ତାଙ୍କ କୃପା ଅଟଇ । ୪ ।

    ଦେଖି ଆମ୍ଭ ଦୁଃଖକୁ

    କୋଳୁଁ ଦେଲେ ପୁତ୍ରଙ୍କୁ,

    ଯେହେତୁ ଚିରସ୍ଥାୟୀ

    ତାଙ୍କ କୃପା ଅଟଇ । ୫ ।

    ଏଣୁ ଗାଇବା ନିତି ତାଙ୍କ ପ୍ରଶଂସା ସ୍ତୁତି,

    ଯେହେତୁ ଚିରସ୍ଥାୟୀ

    ତାଙ୍କ କୃପା ଅଟଇ । ୬ ।

    ସୂଚୀମାଳାକୁ ଫେରନ୍ତୁ