Tag: Old rugged cross

  • kene jau papire bare pheri ana

    କେଣେ ଯାଉ ପାପୀରେ ବାରେ ଫେରି ଅନା
    କାଲବରୀ ଚୂଳେ ଝରେ ରୁଧୁର ଝରଣା (ଘୋଷା)


    ପାଷାଣର ବ୍ଲକୁ ପରେ ରୁଧୁର ଝରଣା ଝରେ
    ଧୋଇବାକୁ ପାପ ତୋର ଡାକେ ମୃଦୁ ମଧୁ ସ୍ବରେ
    ଯାଅନା ଦୂରକୁ ଆଉ ବାରେ ଫେରି ଅନା … I୧I


    ଶୁଭେ ନାହିଁ କିରେ ତୋତେ ସେହି ସୁମଧୁର ବାଣୀ
    ଶୁଣି ନାହିଁ କିରେ କେବେ ସେ କୁଶର କାହାଣୀ
    କିମ୍ପା ତେବେ ଯାଉ ଚାଲି ହୋଇ ବାଟ ବଣା… |9 |


    ଫେରିଆ ଫେରିଆ ଆଜି ସେହି ଝରଣାର ପାଶେ
    ପାଇବୁରେ ପରିତ୍ରାଣ ପାଇବୁରେ ହରଷେ
    ନ ଫେରିଲେ ମରିବୁ ତୁ ପରିତ୍ରାଣ ବିନା
    କାଲବରୀ ଚୂଳେ ଝରେ … | ୩|

    ସୂଚୀମାଳାକୁ ଫେରନ୍ତୁ

  • krusa bina mun hebi patha hara

    କୁଶ ବିନା ମୁଁ ହେବି ପଥହରା
    ଏକା ସେହି କାଲବରୀ ଯୀଶୁ ପ୍ରେମେ ଭରା (୨ଥର) (ଘୋଷା)


    ଯଦି କୁଶ ତ୍ୟାଗେ ମୁହିଁ ପାପ ଅନ୍ଧାରେ ରାସ୍ତା ନାହିଁ
    ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ … |୧|


    ଆସ, ଆସ, ଯିବା ମିଳି କୁଶ ପାଶେ ପାପ ଢ଼ାଳି
    ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ |୨|

    ସୂଚୀମାଳାକୁ ଫେରନ୍ତୁ

  • megha rathare maha bikrame

    ମେଘ ରଥରେ ମହା ବିକ୍ରମେ
    ଆସୁଛନ୍ତି ଯେ ଯୀଶୁ ରାଜା ଆମ
    ସୁଲଳିତ କଣେ କର ଜୟଗାନ (ଘୋଷା)


    ହେବ ତୁରୀ ବାଦ୍ୟ ସର୍ବ ହେବେ ଠୁଳ
    ନାମ ସେ ଡାକିବେ ବିଚାର କରିବେ
    ଭଲ ଠାରୁ ମନ୍ଦ ଅଲଗା କରିବେ
    ଜୀବନ ପୁସ୍ତକେ ଥିବ କି ମୋର ନାମ
    ମୋର ନାମ ? | ୧|


    ବିଚାର ଶେଷରେ ମହା ଗୌରବରେ
    ଯୁବା ମେଷ ସାଥେ ମନୋନୀତ ଯେତେ
    ଯିବେ ସ୍ଵର୍ଗଧାମେ, ହରଷ ପରାଣେ
    ଆନନ୍ଦ ତାଙ୍କର ହେବ ଅମଳିନ ଚିର ଦିନ | ୨ |

    ସୂଚୀମାଳାକୁ ଫେରନ୍ତୁ