Tag: odisha christians

  • mangala mangala dhari anande bhari

    ମଙ୍ଗଳ ମଙ୍ଗଧାରୀ

    ଆନନ୍ଦେ ଭରି, ମୋ ଜୀବନ ତରୀ;

    (ଏବେ) ଭାସିଯାଉ ଅନନ୍ତ ସ୍ରୋତେ, ହେ ଭବକାଣ୍ଡାରୀ ।

    ନାହିଁ ଅନ୍ୟେ ଗତି ଜାଣେ ମନ୍ଦ ମତି ତୋଫାନରେ ଭୀତି ଜାଗେ ନିତି ନିତି,

    କର ରିଷ୍ଟ ପାରି, ଆହେ ବିପଦହାରୀ । ୧ ।

    ହେଲା ଲକ୍ଷ୍ୟଚ୍ୟୁତି    ଭଗନ ପ୍ରତୀତି,

    ପାଏନା ଶକତି ମୁହିଁ ମନ୍ଦମତି,

    ନିଅ ମୋର ତରୀ, ଆହେ ମଙ୍ଗଧାରୀ । ୨ ।

    ଉତ୍ତାଳ ତରଙ୍ଗ        କରାଳର ବ୍ୟଙ୍ଗ ମୋହ ରସ ରଙ୍ଗ ତୁଟୁ ସବୁ ସଙ୍ଗ,

    ପ୍ରୀତି ଶାନ୍ତି ଭରି କର ସାଗର ପାରି । ୩ ।

    ସୂଚୀମାଳାକୁ ଫେରନ୍ତୁ

  • aso hai parisudha atma

    ଆସ ହେ ପରିଶୁଦ୍ଧ ଆତ୍ମା

    ଅନ୍ତରେ ଜାଗୁ ତୁମ ଅଗ୍ନିଶିଖା, ମନରୁ ଜଡ଼ ବିଷାଦ ଅପସରି,

    ଚକ୍ଷୁ ମଳିନତା ନାଶ ତମୋହାରୀ । ଘୋଷା ।

     

    ଦେଖାଅ ସରବ ପାତକୀ ନରେ  

    ତୁମ ପ୍ରେମ ଅତୁଳ ପାପ ହରେ,

    ପରବତ ପରି ପାପ ନିଏ ବୋହି

    ଈଶବକ୍ଷରୁ ଝରା ରକତେ ଧୋଇ   । ୧ ।

     

    କ୍ଷମାର ବାଣୀ ଦିଅ ମୋକ୍ଷଦାତା ହୋଇ ପ୍ରସନ୍ନ ଆହେ ଶାନ୍ତିଦାତା,

    ନିରନ୍ତର ଆସୁ ଶକତି ତୁମରି   

    ନିତ୍ୟ ସତ୍ୟ ପଥେ ସୁପ୍ରତ୍ୟୟ ଭରି   । ୨ ।

     

    ମୋ ଜୀବନ ଆଣୁ ତୁମ ଗୌରବ

    କର ନୂଆ ସୃଷ୍ଟି ମୋର ସରବ,

    ଅସିଦ୍ଧି ଜୀବନ ପରିଶୁଦ୍ଧ କରି   

    ଅନ୍ତରାତ୍ମା ତୁମ ଅନୁରାଗେ ଭରି            । ୩ ।

    ସୂଚୀମାଳାକୁ ଫେରନ୍ତୁ

  • chahan chahan bare ahe patoki nare

    ଚାହଁ ଚାହଁ ବାରେ    ଆହେ ପାତକୀ ନରେ

    ତୁମରି ମୁକତି ପାଇଁ  ଯୀଶୁ କ୍ରୁଶୋପରେ । ଘୋଷା ।

    ଜଗତ ପାପର ଭାର ମସ୍ତକେ କଣ୍ଟକ ହାର,

    ଅଭିଶାପାନଳ ତୋର            ନିଅନ୍ତି ବକ୍ଷରେ । ୧ ।

    ରକ୍ତିମ ଶୋଣିତ ସ୍ରୋତ          ବହିଯାଏ ଅବିରତ,

    ହସ୍ତପଦ କଣ୍ଟାବିଦ୍ଧ   ଭଗ୍ନ କଳେବରେ । ୨

    କଲେ ଦୁର୍ବୃତ୍ତ ଉପେକ୍ଷା           “ନିଜେ ନ କଲ ସୁରକ୍ଷା”

    ଆହା କଲେ ପାପୀ ରକ୍ଷା        କ୍ଷମା ନିୟତିରେ । ୩ ।

    ସବୁ କାଳର ବିଦ୍ରୋହ            କରେ ତାଙ୍କ ଚିତ୍ତଦାହ

    ଆହା ସୁଧାମୟ ସ୍ନେହ           ଝରଇ ରୁଧିରେ । ୪ ।

    ଅତୀତ କାଳ କଳୁଷ ସବୁ କରନ୍ତି ବିନାଶ,

    ବିଶ୍ୱାସେ ପ୍ରେମ ପୀୟୁଷ ଯେ ନିଏ ଅଚିରେ । ୫ । 

     

    କ୍ରୁଶ ପାଶେ ରହି ନିତ୍ୟ ଯାଉ ସଶଙ୍କିତ ଚିତ୍ତ 

    ମୁହିଁ ପାପୀ ଆଶାନ୍ୱିତ ସାରା ଜୀବନରେ । ୬

    ସୂଚୀମାଳାକୁ ଫେରନ୍ତୁ

  • ahe dukha hari diya anande bhari

    ଆହେ ଦୁଃଖହାରୀ ଦିଅ ଆନନ୍ଦେ ଭରି 

    ଗାୟନେ ନାମ ତୁମରି ଅନ୍ତର ମୋର ହେଉ ମଧୁର । ୦ ।  

     

    ମୋର ହୃଦ ତୁମ ସିଂହାସନ, ତୁମେ ମୋର ଚିତ୍ତ ବିନୋଦନ,

    କରେ ନିତ୍ୟ ତୁମ ସ୍ତୁତିଗାନ, ଯାତ୍ରା ପଥ ଯେ ଅଟେ ବନ୍ଧୁର । ୧ । 

     

    ତ୍ରାଣନାଥ ତୁମେ ମୋ ଜୀବନ, କର ହୃଦ ପ୍ରେମ ନିକେତନ,

    ବାଧ୍ୟତା ହେଉ ମୋର ଭୂଷଣ, ଥାଏ ତୁମଠାରେ ନିରନ୍ତର । ୨ ।

    ନିରାଶେ ନୋହୁ ଚିତ୍ତ ମଗନ, ବିଶ୍ୱାସ ବଳେ ହେଉ ବଳୀୟାନ,

    ଦୁଃଖ, ସୁଖ, ଜୀବନ, ମରଣ, (ମୋତେ) ନ କରୁ ତୁମଠୁ କେବେ ଦୂର । ୩ ।

  • bhanga hruda tucha kari na paranti

    ଭଙ୍ଗା ହୃଦ ତୁଚ୍ଛ କରି ନ ପାରନ୍ତି

    ଅଟେ ତାଙ୍କ ଗ୍ରାହ୍ୟ ବଳି ନେତ୍ର ଜଳେ ଭାସି ଡାକରେ ପାତକି

    (ତାଙ୍କ) ସିଂହାସନ ଯିବ ଟଳି  । ୦ ।

     

    ଯଦି ଅନ୍ଧକାର ହୁଏ ଗାଢ଼ତର

    ପଥ ଯାଉ ତୁହି ଭୁଲି 

    ଆକୁଳ ଅନ୍ତରେ ଡାକଟାଏ ଦେଲେ

    ଦୁଇ ହାତେ ନେବେ ତୋଳି  । ୧ ।


    ସର୍ବଗ୍ରାସୀ ଢେଉ ଗ୍ରାସ କରିବାକୁ

    ଆସେ ଯେବେ ତୋର ତରୀ ଆକୁଳ ଅନ୍ତରେ ଡାକଟାଏ ଦେଲେ 

    ଢେଉ ଯିବ ଅପସରି   । ୨ ।

     

    କଳା ମେଘ ଯେବେ ଘୋଟେରେ ଆକାଶେ

    ଘଡ଼ଘଡ଼ି ଦିଏ ମାରି ଆକୁଳ ଅନ୍ତରେ ଡାକଟାଏ ଦେଲେ          

    ଧରିବେ ହସ୍ତ ବିସ୍ତାରି  

     

    ମାଡ଼ି ଆସେ ଯେବେ ଝଡ଼ ତୋଫାନରେ

    ଆଶ୍ରା ଯାଏ ତୋର ଭାଜି

    ଆକୁଳ ଅନ୍ତରେ ଡାକଟାଏ ଦେଲେ 

    ଯୀଶୁ ତୋ ଆଶ୍ରୟ ଗିରି          । ୪ ।

    ସୂଚୀମାଳାକୁ ଫେରନ୍ତୁ

  • tuma bakya ate pradipa mo khina

    ତୁମ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚରଣର

    ଚଲାପଥେ ସେ ଆଲୋକ

    ମୋ ସାରା ଜୀବନର । ୦ ।

    କର ମୋ ଚକ୍ଷୁ ପ୍ରସନ୍ନ, କରିବି ବ୍ୟବସ୍ଥା ଧ୍ୟାନ

    ତବ ଶାସନ, ଦୟାବାନ ହେଉ ମୋ ଜୀବନେ ବର     । ୧ ।

    ତବ ବାକ୍ୟ ଅଟେ ସିଦ୍ଧ, ପରୀକ୍ଷିତ ପୁଣି ନିତ୍ୟ ସମ୍ପଦେ ଅବା ବିପଦେ

    ହେଉ ସେ ମୋର ଆବର       । ୨ ।

    ଚିରସ୍ଥାୟୀ ସେ ବିଧାନ, ନୋହିବ କେବେ ଖଣ୍ଡନ 

    ସେ ଜୀବନ ଜଳାକାର ହେଉ ଆତ୍ମାର ଆହାର  । ୩ ।

    ସୂଚୀମାଳାକୁ ଫେରନ୍ତୁ

  • jhulila ma pain krusha re

    ଝୁଲିଲ ମୋ ପାଇଁ କ୍ରୁଶରେ

    ଆହେ ମୋର ଯୀଶୁ ସୁନ୍ଦର

    ଝରିଗଲା ଝର ଝର

    କେତେ ତପତ ରୁଧିର   । ୦ ।


    ରକତେ ରଞ୍ଜିତ ଶରୀର

    ଛୁଟେ ତହୁଁ ପ୍ରେମର ଧାର

    ମୋର ପାପ ଧୋଇବା ପାଇଁ    

    ବହିଥିଲା ସେ ଧାର ଧାର       । ୧ ।

    ପ୍ରଭୁ ଯୀଶୁ କ୍ରୁଶ ବିନାରେ 

    ନୋହୁ ମୋର ଦର୍ପ କାହିଁରେ 

    ଯେତେ ପ୍ରିୟ ଅସାର ପେଡ଼ି

    ଥୁଏ ପଦେ ମୁଁ ବାର ବାର   । ୨


    ସହିଲ ହେ କେତେ କଷଣ

    ନାହିଁ କାହିଁ ପ୍ରେମ ଏସନ କରେ ଦାବୀ ତୁମରି ପ୍ରେମ  

    ଦେହ ଆତ୍ମା ମନ ମୋର

  • biswa tapita porana tarane

    ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି,

    ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା ।

    ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ,

    ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ,

    ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ । 

     

    ଉପହାରକର ପଣ୍ଡିତ ନିକର,

    ଶିଶୁ ଯୀଶୁ ପଦେ କରି ନମସ୍କାର,

    ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ

    ମୋକ୍ଷ କରତାକୁ ପାଇଲେଣି । ୨ । 

     

    ଭବଭୟହାରୀ ତେଜି ସ୍ୱର୍ଗପୁରୀ,

    ନର ଦେହେ ଆଜି ବିଜେ ବସୁନ୍ଧରୀ,

    ନାହିଁ ପାପ ଭୟ ଗାଅ ସର୍ବେ ଜୟ

    ପାପ ଅମାନିଶି ପାହିଲାଣି । ୩ ।

    ସୂଚୀମାଳାକୁ ଫେରନ୍ତୁ

  • ghena ghena aji moro ehi upasana he

    (ସ୍ୱର : ଆସ ପ୍ରଭୋ ଆସ) 

    ଘେନ ଘେନ ଆଜି ମୋର ଏହି ଉପାସନା ହେ…

    ଟାକି ବସିଅଛି ନୀରସ ପରାଣେ

    ଦିଅ ପ୍ରେମ କଣା ହେ । ୦ । 

     

    ସଜଳ ନୟନେ ସରଳ ପରାଣେ

    କରଇ ବନ୍ଦନା ହେ

    ଦରଶନ ଲାଗି ଦ୍ୱାରେ ଅଛି ଜଗି

    ପୁରାଅ କାମନା ହେ । ୧ । 

     

    ଦେଖାଅ ବଦନ ଦୟାର ସଦନ

    ନାଶି ମୋ ବେଦନା ହେ ଦୋଷ କର କ୍ଷୟ 

    ଦୂର କର ଭୟ ଚେତାଇ ଚେତନା ହେ      । ୨ ।

    ନାହିଁ ଭକ୍ତି ଜ୍ଞାନ ନୀତିଶୂନ୍ୟ ପ୍ରାଣ

    ଅପୂର୍ଣ୍ଣ ସାଧନା ହେ

    ପୁଲକିତ କର ପ୍ରାଣ ଭିକ୍ଷୁକର

    ଘେନି ବନ୍ଦାପନା ହେ । ୩ ।

  • prabhu mohincha hai premalape

    ( ସ୍ୱର : ପ୍ରଭୋ ବସିଛି ହେ ପଦ ତଳେ )

    ପ୍ରଭୁ ମୋହିଛ ହେ ପ୍ରେମାଳାପେ ରହିଥିବ ଅବିରତେ ଅଭୟ ପଦ ପାଦପେ

    ଯେବେ ନିଜ ଇଚ୍ଛା ବଶେ

    ଉଡ଼ି ବୁଲି ଚିନ୍ତାକାଶେ

    ଯାଏ ହୁଡ଼ି ପଥ ତୋଳି

    ଧର ନ ଠେଲି ସନ୍ତାପେ  । ୧ ।

     

    ପୂର୍ଣ୍ଣ କରି ନିଜ ବାଞ୍ଛା

    ପଣ୍ଡ କଲେ ତବ ଇଚ୍ଛା ଦୋଷ ଦେବା ତେଣେ ଥାଉ    

    କ୍ଷମ ବାରେ ଅନୁକମ୍ପେ ଜାଣେ ଅନୁଭବେ ମୁହିଁ   । ୨ । 

    ବାଞ୍ଛା କଳ୍ପତରୁ ତୁହି ଡାକ ଶୁଣି ରକ୍ଷା କରୁ         

    ପଡ଼ିଗଲେ ଭବକୂପେ । ୩ ।

     

    ଆଶା କରି ମଧୁ ଫଳେ ବସା କରିଅଛି ଡାଳେ 

    ଧରି ରଖ ଯେହ୍ନେ ଖସି ନ ପଡ଼େଟି ଭବ ତାପେ  

    ସୂଚୀମାଳାକୁ ଫେରନ୍ତୁ