କେଡେ ମନୋରମ ସେ ସ୍ବର୍ଗଭୁବନ
ନାହିଁ ନାହିଁ ତା ସମ ସୁଖଧାମନ୍ତ
କେବେ କରିବ ମୋ ନେତ୍ର ଦର୍ଶନ ?
କେବେ ପଡିବ ତା ଦ୍ଵାରେ ଚରଣ ? । ଘୋଷା।
ଯହି ଅଛନ୍ତି ମୋ ପ୍ରାଣରାଜନ, ହେବି ହୃଷ୍ଟ ଦେଖି ତାଙ୍କ ବଦନ |1|
ଯହି ନିବାସ ଅନନ୍ତ ଜୀବନ, ଶୁଣା ନ ଯାଏ ସେ ପୁରେ ମରଣ |2|
ଯହିଁ ନାହିଁ ରାତ୍ରି କି ପରିଶ୍ରମ, ଭୋଗ ହୁଅଇ ସେ ପୁରେ ବିଶ୍ରାମ |3|
ହେବ ନିତ୍ୟାନନ୍ଦ ମୁଣ୍ଠ ଭୂଷଣ, ଶୋକ ଦୁଃଖ କରିବ ପଳାୟନ |4|
ଚାଲରେ ମନ ଚାଲରେ ବହନ, ଆସିଅଛି ସେଠାରୁ ନିମନ୍ତ୍ରଣ |5|
Tag: odisha christians
-
kede manorama se swarga bhubana
-
sundara madhura namati tankara
ସୁନ୍ଦର ମଧୁର ନାମଟି ତାଙ୍କର
ନ ପାରେ ମୁରୁଛି କ୍ଷଣେ ମାତର
ଯେଣେ ଗଲେ ତେଣେ ନା ହୃଦ ମୋର
କି ଜାଣି କାହିଁକି, ନୁହଇ ପାସୋର
ଦୁଇ ଦୁଇ କରି ଚାରୋଟି ଅକ୍ଷର
ବାନ୍ଧି ରଖୁଅଛି ସରଗ ସମ୍ଭାର
ଆଡ଼ କାO ଛନ୍ଦା ସେହି ନାମ ଚିର
ହେଜୁ ନ ହେଜୁଣୁ ପୁଲକେ ଶରୀର ୧ ||
ନୀତି ଚମତ୍କାର ପ୍ରୀତି ରନାକର
ପାହୁଁ ତରିବାରେ ଅମୋହ ମନ୍ତର
ନୋହିଁ ପଦପ୍ରାନ୍ତୁ ନିମିଷେ ଅନ୍ତର
ନାମ ଭଜନରେ ଯାଉ ଦିନ ମୋର |୨| -
prema bihune bhai sabu asara
ପ୍ରେମ ବିହୁନେ ଭାଇ ସବୁ ଅସାର
ଗାଅ ପ୍ରେମର ଜୟ ପ୍ରେମ ଯେ ସାର (ଘୋଷା)
ବିଶ୍ବାସ ବଳେ ଅଚଳ ଚଳେ
କିନ୍ତୁ ପ୍ରେମର ବଳେ ଚଳେ ସଂସାର ।୧।
ଭରସା ଥିଲେ ଆଶ୍ବାସ ମିଳେ
ପ୍ରେମର ନଥିଲେ କିନ୍ତୁ ସବୁ ଅନ୍ଧାର ୨ ||
ସେ ପ୍ରେମମୟ ପ୍ରେମେ ଉଦୟ
ପ୍ରେମରେ ସୃଷ୍ଟି ସ୍ଥତି ଲୟର ଭାର ।୩।।
ପ୍ରେମରେ ମିଳି ବିଶ୍ବାସେ ଚାଲି
ଯିବା ଭରସା ଧରି ଏ ଭବ ପାର ।୪। -
Kara tanka dhanyabada
କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ
ହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋର
କର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନ
ହେ ମୋହର ମନ, ନ ପାଶୋର ତାଙ୍କ ଦାନ (ଘୋଷା)କ୍ଷମା କରନ୍ତି ସେ ତୋ’ର ପାପ ସବୁ
ସୁସ୍ଥ କରନ୍ତି ତୋହରରୋଗ ସବୁ ବିନାଶରୁ ତୋତେ କରନ୍ତି ଉଦ୍ଧାର
ଶିରେ ତୋ ଦିଅନ୍ତି ଦୟାର ମୁକୁଟ |1|
ସଦାପ୍ରଭୁ ସ୍ନେହଶୀଳ କୃପାମୟ କ୍ରୋଧରେ ଧୀର ସେ ଚିର ଦୟାମୟ
କରିଛନ୍ତି ଦୂର ଅଧର୍ମ ଆମର
ପୂର୍ବରୁ ପଶ୍ଚିମ ଯେତିକି ଦୂର |୨|
ଅନିତ୍ୟ ଏହି ଜୀବନ ତୃଣ ପରି ଦେଖୁ ଦେଖୁ ଝଡିପଡେ ଫୁଲପରି
ତଥାପି ଲଭନ୍ତି ତାଙ୍କ ଭକ୍ତଜନ
ଅସୀମ କଣା ମଙ୍ଗଳଦାନ ।୩। -
He aakasha mandala suna
ହେ ଆକାଶ ମଣ୍ଡଳ ଶୁଣ ଶୁଣ
ଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣ
ହେ ପୃଥିବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା)
କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନା
ଅଗ୍ନି ତେଜରେ ରାଜା ଆସିବେ
ମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋ
ହେ ପୃଥିବୀ .
ଆସୁଛି ଅତି ଭୟଙ୍କର ଦିନ ||୧||
ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନା
ପସନ୍ଦ ସେ ଅଟେ ଶୟତାନର ଫାନ୍ଦ
ତା’ନୁହେଁ ସେ ଚିର ଆନନ୍ଦ … ହୋ … ହୋ
ହେ ପୃଥିବୀ … ତୁମେ ହୁଅ ଚଞ୍ଚଳ ସାବଧାନ || ୨ ||ଯୀଶୁଙ୍କ ରକତେ କିଣା ଯେତେ ଜନ ରହିଛି ତାଙ୍କ ପାଇଁ ମହା ଗୁପ୍ତ ସ୍ଥାନ
ସଂଗ୍ରହ କରିବେ ଦୂତ ଗଣ
କରିବାକୁ ସରଗେ ଗ୍ରହଣ .. ହୋ … ହୋ
ହେ ପୃଥ୍ବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ ।୩। -
prabhu tume ruha sathe sathe
ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରା
ମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)
ଏ ଜୀନ ସାରା … ||o||
ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାର
ତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରା
ଏ ଜୀନେ ସାରା …. ||୧||
ଦୁଃଖ ଯେବେ ଆସେ ମନେ ଯିବି ତୁମ ସନ୍ନିଧାନେ
ତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରା ।
ଏ ଜୀନ ସାରା …. ୨ ||
ପରୀକ୍ଷା ଓ ପ୍ରଲୋଭନ ଅଛି ଆଗାମୀ ଜୀବନେ
ତୁମେ ଯଦି ସାଥ ମୋର ହେବି ନାହିଁ ଧୈର୍ଯ୍ୟହରା
ଏ ଜୀବନ ସାରା…..|୩|click the link below know the tune
-
E duniara andhara pathe
ଏ ଦୁନିଆର ଅନ୍ଧାର ପଥେ
ଆଲୋକ ଜାଳିଦିଅ ପ୍ରଭୁ
ଏ ଦୁନିଆର ନୀଳ ପାରାବାରେ
ଭାବନା ମୋତେ ଦିଅ ପ୍ରଭୁ (ଘୋଷା)
ସ୍ଵର୍ଗ ସୁଖ ଛାଡି ପ୍ରଭୁ ଦୀନହୀନ ବେଶରେ
କୋରଡ଼ା ପ୍ରହାର ଦେହେ ବହିଲ ଶ୍ରୀ ଅଙ୍ଗରେ
ଝରଝର ରକ୍ତ ସୂଅ କୁହାଇଲ କୁଶରେ
ଲଲାଟେ କଣ୍ଟା ମୁକୁଟ ପିନ୍ଧିଲେ ଆନନ୍ଦରେ
ସେ ସୁନ୍ଦର ମନ ଭାବିବାକୁ ମନେ ଭାବନା ମୋତେ ଦିଅ ପ୍ରଭୁ ।୧|
ଏ ମହୀମଣ୍ଡଳେ ପ୍ରଭୁ ହୁଅ ତୁମେ ସାଥୀ
ଜଗତର ଚଲାପଥେ ହୁଅ ତୁମେ ଦୀପ୍ତି
ଏ ଦୁନିଆର ଘନ ଅନ୍ଧାରେ ଆଲୋକ ଜାଳିଦିଅ ପ୍ରଭୁ |9| -
jisu asile swargaru
ଯୀଶୁ ଆସିଲେ ସ୍ଵର୍ଗରୁ,
ଦୟାରେ ମୁକ୍ତ କରିଲେ ସେ ମୋତେ ପାପରୁ (ଘୋଷା)
ସେ ସ୍ବର୍ଗ-ସୁଖ ଛାଡ଼ିଲେ, ସତ୍ୟ ମନୁଷ୍ୟ ହୋଇଲେ,
ସେ ମନୁଷ୍ୟ ଓ ଈଶ୍ଵର ସତ୍ୟ ଅବତାର |୧|
ଈଶ୍ଵରଙ୍କ ବିଷୟରେ ସେ ସତ୍ୟତା ଶିଖାଇଲେ,
ଯେ ତାଙ୍କୁ ଏବେ ମାନଇ ସେ ଜ୍ଞାନୀ ହୁଅଇ |୨|
ମୁଁ ଥିଲି ପାପିଷ୍ଠ ଲୋକ, ସେ କଲେ ମୋତେ ଧାର୍ମିକ,
ସେ ବଡ଼ ଦୁଃଖ ସହିଲେ, ମୋ ଦଣ୍ଡ ପାଇଲେ (ଯୀଶୁ) |୩ ।
ସେ ମୋର ପାଇଁ ମରିଲେ, ମୋ ବଦଳି ସେ ହୋଇଲେ,
ଯେବେ ସେ ମରି ନଥାନ୍ତେ, ଲୋକ ନାଶ ଯାନ୍ତେ (ଯୀଶୁ) ।୪|
ଯେବେ ସେ ଆସି ନଥାନ୍ତେ ଲୋକେ ସ୍ବର୍ଗକୁ ନ ଯାନ୍ତେ,
ଏବେ ମୁଁ ସ୍ଵର୍ଗକୁ ଯିବି, ପ୍ରଭୁଙ୍କୁ ଦେଖୁବି |୫| -
ketebele chalijiba jibana
କେତେବେଳେ ଚାଲିଯିବ ଜୀବନ
କେତେବେଳେ ଉଡ଼ିଯିବ ପରାଣ
ଜୀବନ ଚାଲି ଯିବା ଆଗରୁ
ପରାଣ ଉଡ଼ି ଯିବା ଆଗରୁ
ଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନ
କେତେବେଳେ ଚାଲିଯିବ ଜୀବନ ….=୦=ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବ
ଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବ
ଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବ
ଏ ଜୀବନ ବାଟ ଦିନେ ଠିକଣା ହରାଇବ
ଆଜି ଅଛି କାଲି ନାହିଁ ମଣିଷ ଜୀବନ
ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
ଏହି ହେତୁ କ୍ରୁଶ ପାଶେ ନେବା ଶରଣ
କେତେବେଳେ ଚାଲିଯିବ ଜୀବନ ….=୦=ଏ ଜୀବନ ଗୀତ ଦିନେ ବେସୁରା ହୋଇବ
ଏ ଜୀବନ ଫୁଲ ଦିନେ ବାସନା ହରାଇବ
ଏ ଜୀବନ ଗୃହ ଦିନେ ଭୁଶୁଡ଼ି ପଡ଼ିବ
ଏ ଜୀବନ ନାଟ ଦିନେ ସମାପ୍ତ ହୋଇଯିବ
ଆଜି ଅଛି କାଲି ନାହିଁ ମଣିଷ ଜୀବନ
ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
ଏହି ହେତୁ ଫେରିଯିବା ଯୀଶୁ ଚରଣ
କେତେବେଳେ ଚାଲିଯିବ ଜୀବନ ….=୨=ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
(8895583382)
କଣ୍ଠଦାନ – ହ୍ୟୁମାନ ସାଗରclick the link below to know the tune