Tag: odisha christians

  • jisu patha jisu satya

    ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନ
    ଯୀଶୁ ନାମ ଗାଇ ଗାଇ ବିତିଯାଉ ଦିନ |ଘୋଷା |


    ମୋ ଗୀତିରେ ଭରି ଉଠୁ ମଧୁର ମୂଚ୍ଚନା
    କଣ୍ଡ ମୋ ଝରିଯାଉ ତାଙ୍କରି ବନ୍ଦନା
    ଯୀଶୁ ହାତ ପରଶରେ
    ହସୁ ମୋ ପରାଣ | ୧ |

    ଜୀବନର ଶେଷ ସଞ୍ଜ ସୃରି ତାଙ୍କ ନାମ
    ଲଭିବି ମୁଁ ହୃଦୟରେ ଶକତି ଅସୀମ
    ମଥା ରଖି ଯୀଶୁ ପାଦେ
    ବଜିବି ନୟନ |9|

    ସୂଚୀମାଳାକୁ ଫେରନ୍ତୁ

  • mane dhayi kede santi milai

    ମନେ ଧାୟୀ କେଡ଼େ ଶାନ୍ତି ମୋତେ ମିଳଇ
    ମୋ ଦିନ ବିହନ ଯାଉଛି ବହି । ଘୋଷା।


    ପରମ ପିତା ଗୃହରୁ ଅନ୍ତର ମୁଁ ହୋଇ
    ଶୋକ ପରିପୂର୍ଣ୍ଣ ସଂସାରେ ଅଛି ରହି,
    ସମୟ ତା ଶୀଘ୍ରଗାମୀ ପକ୍ଷେ ମୋର ବହି
    ଦିନୁ ଦିହ୍ନି ପାଖେ ନିଅଇ|1| କ୍ରମେ ଯାତ୍ରୀ ଯହୁଁ ବାସ ସମୀପ ହୁଅଇ,
    ଦିନ୍ମ ଦିହେଁ ତାହା ଆନନ୍ଦ କି ନ ବଢ଼ଇ ?
    ସେପରି ଆନନ୍ଦ ମୋ ଅନୁଭବ ହୁଅଇ,
    ଦିନକୁ ସ୍ବପ୍ନ ମୁଁ ମଣଇ|2|


    କି ପରମ ସେହି ସ୍ଵର୍ଗୀୟ ଧାମ ଅଟଇ ।
    ତାହାକୁ ଉପମା ଦେବା ପାଇଁ ଆଉ ନାହିଁ,
    ମାନବର ଜନମ ଯେ ସଫଳ ହୁଅଇ
    ବାରେ ଦୃଷ୍ଟି ପଡ଼ିଲେ ତହିଁ|3|


    ଯେ ମୋତେ କରିଲେ ପ୍ରେମ ନିଜ ପ୍ରାଣ ଦେଇ,
    ଦେଖୁବି ତହିଁ ତାହାଙ୍କୁ ସମୀପରେ ଥାଇ,
    ମଣିବି ସବୁ କାମନା ସିଦ୍ଧ ବୋଲି ମୁହିଁ
    ଦର୍ଶନେ ପରିତୃପ୍ତ ହୋଇ I4I


    ପାଇବି ଯେଉଁ କାଳରେ ତାଙ୍କ ଭେଟ ମୁହଁ
    ଅକଥ୍ୟ ଆନନ୍ଦ ମନେ ଜନ୍ମିବ କି ନାହିଁ ?
    ପଡ଼ିବି ଚରଣେ ପ୍ରେମ ଅଶୁ ବରଷାଇ,
    ବଚନ ତ ସ୍ମରିବ ନାହିଁ I5I


    ନିତ୍ୟ ଆନନ୍ଦ ହରଷ ମନ ମ ପାଇ
    ଗତ ଦୁଃଖକୁ ମଣିବି ସ୍ବପ୍ନ ପରି ମୁହିଁ,
    ପରମାନନ୍ଦ ପ୍ରଭୁଙ୍କ ସମୀପରେ ରହି
    କାଟିବି ଚିରକାଳେ ମୁହ |6|

    ସୂଚୀମାଳାକୁ ଫେରନ୍ତୁ

  • sadaprabhu sadaprabhu tume mora pratipalaka

    ସଦାପ୍ରଭୂ ସଦାପ୍ରଭୁ ତୁମେ ମୋର ପ୍ରତିପାଳକ
    ଜୀବନ ପଥେ ମୋ ଅଭାବ ରଖିଣ ହୋଇଅଛି ମୋର ଚାଳକ |o |


    ତୃଣମୟ ସ୍ଥାନେ ମୋତେ ଶୟନ ଦେଇଛି
    ସ୍ଥିର ଜଳ ପାଶେ ପୁଣି କଢ଼ାଇ ଆଣିଛି
    ସୁସ୍ଥତା ଦେଇ ଧର୍ମ ପଥରେ ଆଣିଛି
    ଶତୁ ସମୁଖରେ ମୋର ମେଜ ସଜାଇଛି
    ଭୟ ନାହିଁ (୨ ଥର)
    ସହବଢୀ ତୁମେ ଆଲୋକ
    ତୁମ୍ଭରି ପାଞ୍ଚଣ, ତୁମରି ଶାସନ ସ୍ବାନ୍ତନା କରେ ମହକ ।୧।


    ଆଶିର୍ବାଦ କରି ମତେ ଉନ୍ନତ କରିଛି
    ପ୍ରୟୋଜନ ସବୁ ଦେଇ ଭଣ୍ଡାର ଭରିଛି
    ବଞ୍ଚିଥିବା ଯାଏ ତୁମ ଦୟା ସାଥେ ଥିବା
    ମଙ୍ଗଳ ଦାନେ ମୋର ଜୀବନ ଭରିବା
    ହାଲେ ଲୁୟା-ହାଲେ ୟା (୪ଥର)
    ସ୍ଵର୍ଗ ଅଛି ବାସ ଅନେକ
    ସଦା ପ୍ରଭୁଙ୍କର ବାସରେ ରହିବି
    ହେ ମୋର ପାପ ତାରକ |2|

    ସୂଚୀମାଳାକୁ ଫେରନ୍ତୁ

  • aarati tumari karibi

    ଆରତି ତୁମରି କରିବି ଦୁଃଖ ହାରି
    ପ୍ରେମ ଦୀପ ଜାଳି ନୟନେ
    ଅନୁରାଗ ପ୍ରେମେ ଝରାଇ ଦେବିଗୋ
    ନୟନର ବାରି ଦୁଇ ଚରଣେ ।ଘୋଷା|


    ଗାଇବି ସପ୍ତସୂରେ ପ୍ରେମ ଅନଳେ
    ଉଛୁଳାଇ ଦିଅ ତୁମେ ପୂର୍ଣ୍ଣ ପ୍ରକମ୍ପି
    ପ୍ରେମ ଭକତି … କୁସୁମରେ ରୀତି
    ସଜାଇ ଦେବି ଗୋ ସୁହାଗ ମନେ I୧I


    ତୁମେ ମୋ ପ୍ରିୟତମ ପ୍ରଭୁପେ ମୋର … ୨ ଥର
    ଧରମେ କରମେ ମୁଁ ହେବି ଯେ ତୁମର
    ଜଗିରହି ସଦା
    … ଦିବା ରଜନୀରେ
    ଭଜିବି ସେ ନାମ ମନ ଗହନେ |୨|

    ସୂଚୀମାଳାକୁ ଫେରନ୍ତୁ

  • priya prabhu jusu mo rajana

    ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁ
    ସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେ
    ପରମ ସୁନ୍ଦର ଆହେ ପ୍ରିୟ ମୋର
    ଦଶ ସହସ୍ର ମଧ୍ୟରେ ଦଶ ସହସ୍ର ମଧ୍ୟରେ (ଘୋଷା)


    ତୁମ ବିନା ପ୍ରଭୁ ନାହିଁ କାହାଠାରେ
    ନାହିଁ କେବେ ପରିତ୍ରାଣ,
    ନରଗଣ ମଧେ ଆକାଶର ତଳେ
    ନାହିଁ କେହି ଧରାଧାମେ
    ପରମ ସୁନ୍ଦର ଆହେ ପ୍ରିୟ ମୋର … |୧|


    ପରମ ଆନନ୍ଦ ଆହେ ପ୍ରିୟତମ
    ବସେ ତୁମ ଛାୟାତଳେ,
    ତୁମରି ଫଳଯେ କି ସ୍ବାଦ ତୁଣ୍ଡକୁ
    ବଣ୍ଡିକି ମୁଁ ତାହା ପାରେ
    ପରମ ସୁନ୍ଦର ଆହେ ପ୍ରିୟ ମୋର|2|

    ସୂଚୀମାଳାକୁ ଫେରନ୍ତୁ

  • santidata pabitra atma

    ଶାନ୍ତିଦାତା ପବିତ୍ର ଆତ୍ମା, ଶୁଣ ବିନତି ବାରେ
    ଶୁଦ୍ଧକାରୀ ଅଗ୍ନିସମ, ଆସ ମୋ ହୃଦୟରେ (ଘୋଷା)


    କଳୁଷ ଭରା ଅନ୍ତର ମୋର ତବ ଆଗମେ ପବିତ୍ର କର
    ପକାଇ ତବ ସିଂହାସନ ରୁହ ସଦା ଅନ୍ତରେ
    ଶାନ୍ତିଦାତା ରୁହ ସଦା ଅନ୍ତରେ … ରୁହ ସଦା ଅନ୍ତରେ |୧||


    ପାପ ସାଗରୁ ଉଦ୍ଧରି ମୋତେ କିଏ ନେବ ସେ ସିୟୋନ ପଥେ
    କେ ଦେବ ଜ୍ୟୋତି କେ ଦେବ ଶାନ୍ତି ତୁମ ବିହୁନରେ
    ଜ୍ୟୋତିର୍ମୟ ଜ୍ୟୋତି ଦିଅ ଅନ୍ତରେ … ଶାନ୍ତି ଦିଅ ଅନ୍ତରେ ।୨ ||


    ପରାଣ ଭରୁ ମୋ ତୁମରି ପ୍ରେମେ, କଣ୍ଠ ଭରୁ ହେ ତୁମରି ଗାନେ
    ବିଜୟୀ କର ଶକତି ଦାନେ ଜୀବନ ସଂଗ୍ରାମରେ
    ଶାନ୍ତିଦାତା ରହି ସଦା ସାଥିରେ … ରହି ସଦା ସାଥିରେ I୩I


    ଚଲାଅ ମୋ ଜୀବନ ତରୀ, ହେ ପବିତ୍ରାପା ହୋଇ ନାଉରୀ
    ମିଳାଅ ଶେଷେ ସ୍ଵର୍ଗ ସିୟୋନେ, ପ୍ରାଣପତି ସାଥିରେ
    ପ୍ରେମମୟ ପ୍ରାଣପତି ସାଥିରେ … ଦୂତଗଣ ମେଳରେ I୪I

    ସୂଚୀମାଳାକୁ ଫେରନ୍ତୁ

  • juga sesa dina asi jauchhi re

    ଯୁଗ ଶେଷ ଦିନ ଆସି ଯାଉଛି ରେ
    ବେଳ ନାହିଁ … ବେଳ ନାହିଁ ଆସିବା ଆଗରୁ ଯୀଶୁଙ୍କ ବାରତା
    ଚାଲିଯିବା ଆମେ କହି
    ଆ … ସାଥି ଆ … ସାଥି ଆ … (ଘୋଷା)


    ବାରିଜଣ ଶିଷ୍ୟ ଆରମ୍ଭ କରିଲେ ଯାହା
    ଆଜିବି ରହିଛି ଅପହଞ୍ଚ କ୍ଷେତ ଯୀଶୁଙ୍କ ଆଦେଶ ତାହା
    ସେ ସୁସମାଚାର କହିଯିବା ଆମେ
    ଆସେ ଡ଼ାକରାରେ ଆସେ ଡାକରା
    ଆ … ସାଥି ଆ …ଫେରିଆ |୧|

    ଯୀଶୁଙ୍କ ବାରତା କୋଣେ କୋଣେ ତୁମେ ଯାଇ
    ସେ କୁଶର କଥା ସେ ପ୍ରେମର ବାର୍ଭା ଅବିଳମ୍ବେ ଯାଅ ନେଇ
    ସେ ସୁସମାଚାର କହିଯିବା ଆମେ
    ଆସେ ଡାକରାରେ ଆସେ ଡାକରା
    ହାଲିଲୁୟା … ହାଲିଲୁୟା I୨I

    ସୂଚୀମାଳାକୁ ଫେରନ୍ତୁ


  • jisu dakanti tote

    ଯୀଶୁ ଡାକନ୍ତି ତୋତେ … ଯୀଶୁ ଡାକନ୍ତି ତୋତେ
    ଆବୋରି ନେବାକୁ ପ୍ରେମିକ ବାହୁରେ (ଘୋଷା)


    ଦୁଃଖ ନିରାଶାରେ ସିଏ ତେବେ ଶାନ୍ତି
    ସମର୍ପି ଦେଲେ ତୁ ଜୀବନ ତୋହର
    ଅସୀମ ଆନନ୍ଦ ଦେବେ ତୋତେ | ୧ ||


    ଲୁହ ପୋଛି ଦେଇ ରକ୍ଷା କରିବେ ତୋର
    ନୟନ ପିତୁଳା ତୁ ହେବୁ ତାଙ୍କର
    ରାକ୍ଷାସେ କରିବେ ନିଶ୍ଚି ତୋତେ || ୨ ||


    ତୁ ଦେଲେ ତୋ ଜୀବନ ସିଏ ଦେବେ ଶକ୍ତି
    ଯୀଶୁ ତୋର ମୁକ୍ତି ଯୀଶୁ ତୋ ସହାୟ
    ଅନ୍ତେ ଜୀବନ ଦେବେ ତୋତେ ୩ ||

    ସୂଚୀମାଳାକୁ ଫେରନ୍ତୁ

  • ki dukha sahila mo marana

    କି ଦୁଃଖ ସହିଲ ପ୍ରଭୁ ମୋ ମରଣ ନିଜେ ବରି
    ଧନ୍ୟ ଯୀଶୁ ତାଣକାରୀ (ଘୋଷା)


    ମସ୍ତକେ କଣ୍ଟା ମୁକୁଟ ପିନ୍ଧିଲ ମୋ ପାଇଁ ହୋ . ହୋ
    ଗାଲେ ଚାପୁଡ଼ା ମାରିଲେ କେତେ ପରିହାସ କରି
    ଏ ଯାତନା ମୋରି ପାଇଁ || ୧ ||

    ଯାଏ କେତେ ରକ୍ତ ବହି, ମସ୍ତକରୁ ଝରି… ହୋ …ହୋ…ହୋ…
    ବସାଇଲେ ଯେ ଶିଆର, ପୃଷେ କୋରଡ଼ା ପ୍ରହାର
    ଅସହ୍ୟ ଦୁଃଖ ତୁମରି ।।୨।।


    ଚଢ଼ାଇଲେ କୁଶ କାଠେ ଅଭିଶପ୍ତ ପରି .. ହୋ.. ହୋ.. ହୋ..
    ହାତ ପାଦରେ ନିଷ୍ଣୁର କଣ୍ଟା ବିନ୍ଧିଲେ ଏପରି
    ସତେ ଯେ ଶତୁ ତାଙ୍କରି ।।୩।।


    ବିଦାରେ ହୃଦ ମୋହରି ତୁମ ଦୁଃଖ ସ୍ମରି .. ହୋ..ହୋ.. ହୋ..
    ମୋ ଦଣ୍ଡ ନିଜେ ଭୋଗିଲ ମୋତେ ମୃତ୍ୟୁରୁ ଉଦ୍ଧରି
    ଧନ୍ୟ ଯୀଶୁ ପ୍ରାଣକାରୀ I୪|

    ସୂଚୀମାଳାକୁ ଫେରନ୍ତୁ

  • dhrudha kona pasana upare

    ଦୃଢ଼ କୋଣ-ପାଷାଣ ଉପରେ
    ବିଶ୍ବାସ-ଭରସା ମନ୍ଦିର ତୋଳିଛି ମୂଳଦୁଆ ଚିହ୍ନ ଯରେ । ଘୋଷା ।


    ସେ ତ ଅନାଦି କାଳର ପଥର, ଯାକୁ ଭାଙ୍ଗି ନ ପାରେ ଜଳାକାର,
    ଦୁର୍ବଳ ପତିତ ଗୃହ ମୁଁ ତୋଳିଛି, କାଳେ କାଳେ ଭାଙ୍ଗି ନ ପାରେ |୧|


    ଯେଉଁ ପାଷାଣ ସର୍ବଶକ୍ତିମାନ ଆପେ ସିୟୋନରେ କଲେ ସ୍ଥାପନ,
    ପାପ-ତାପ-ବଢ଼ି-ନରକ-ଲହ ପରାଜୟ କରି ନ ପାରେ ।୨।


    ଚିହ୍ନି ନ ପାରିଣ ଗାଛକଗଣ ଅତି ତୁଚ୍ଛରେ କଲେ ନିବାରଣ,
    ପାଷାଣୁ ବାଲିକି କରି ମନୋନୀତ ମଲେ ସର୍ବନାଶ ବଢ଼ିରେ |୩|

    ଯଦ୍ୟପି ନରକର ପରାକ୍ରମ ଅବା ଦୂରନ୍ତ ଶତୁ ଶୟତାନ
    ଘୋର ଅଗ୍ନିବାଣ କରେ ନିକ୍ଷେପଣ ମୂଳଦୂଆ ହଲି ନ ପାରେ |୪|


    ଯୀଶୁ ମୋର ଦୃଢ଼ କୋଣ ପାଷାଣ, ତହିପରେ ମୋ ମନ୍ଦିର ନିର୍ମାଣ,
    ପ୍ରଚଣ୍ଡ ପବନ ବହି ଘନ ଘନ ମୋ ଗୃହକୁ ଭାଙ୍ଗି ନ ପାରେ |୫|

    ସୂଚୀମାଳାକୁ ଫେରନ୍ତୁ