Tag: odisha christians

  • କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ kara aahe naragana ishwaranka guno gaano

    କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ   
    ସେହି ସର୍ବ ସୃଷ୍ଟିକର୍ତ୍ତା ତ୍ରୈଲୋକ୍ୟ ମହାରାଜନ         ା ଘୋଷା ।

    ସେହି ଅନାଦି ଅନନ୍ତ ସେହି ମହତ୍ତ୍ୱ ବିଶିଷ୍ଟ,
    ହୁଅ ସର୍ବ ପ୍ରାଣୀ ଭୀତ           କର ତାଙ୍କ ଆରାଧନା            ା ୧ ।

    ସେହି ସର୍ବ ପରିତ୍ରାତା            ସେ ମହା ମଙ୍ଗଳଦାତା,
    ସେହି ପ୍ରତିଫଳଦାତା କର ତାଙ୍କ ଆରାଧନା            ା ୨ ।

    ସେହି ପ୍ରଭୁ ସର୍ବଜ୍ଞାତା            ଜାଣନ୍ତି ମନର କଥା,
    ସେହି ପ୍ରଭୁ ସର୍ବଦର୍ଶୀ କର ତାଙ୍କ ଆରାଧନା            ା ୩ ।

    ସେହି ସର୍ବ ଶକ୍ତିମାନ ଦୟାରେ ସେ ବିଭୂଷଣ,
    ସେ ଅଟନ୍ତି ସର୍ବବ୍ୟାପୀ          କର ତାଙ୍କ ଆରାଧନା            ା ୪ ।

    ସେହି ମହା ପରାକ୍ରମୀ           ଅଟନ୍ତି ଜଗତସ୍ୱାମୀ,
    ଆମ୍ଭେ ସର୍ବେ ତାଙ୍କ ସୃଷ୍ଟ         କର ତାଙ୍କ ଆରାଧନା            ା ୫ ।

    ଆହେ ସର୍ବ ନରଗଣ ଗାଅ ତାଙ୍କ ଗୁଣଗାନ,
    କେବଳ ପ୍ରଭୁ ଯିହୋବା          ଆରାଧନାକୁ ଭାଜନ ା ୬ ।

  • mono kara probhu stobo gaano pujaa

    ମନ, କର ପ୍ରଭୁ ସ୍ତବ ଗାନ ପୂଜା;
    ସେ ମହାମହିମ ସର୍ବଶକ୍ତିମାନ ଗୌରବବିଶିଷ୍ଟ ରାଜା । ଘୋଷା ।
     
    ପ୍ରଭୁ ସ୍ତବ କର, ଆରେ ମନ ମୋର, କରନ୍ତି ସର୍ବ ଶାସନ,
    କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ । ୧ ।
     
    ପ୍ରଭୁ ସ୍ତବ କର ଆରେ ମନ ମୋର, ସେ କଲେ ତବ ସୃଜନ,
    ତାବତ ରୋଗ ସେ କରି ଉପଶମ କରନ୍ତି ତୋର ପାଳନ । ୨ ।
     
    ପ୍ରଭୁ ସ୍ତବ କର, ଆରେ ମନ ମୋର, ସେ କରି କରୁଣା ଦାନ,
    ବୃଷ୍ଟିରୂପ ବର୍ଷାଇଣ ପ୍ରେମ-ଧନ କରନ୍ତି ତୃପ୍ତ ତୋ ମନ । ୩ । 
     
    ପ୍ରଭୁ ସ୍ତବ କର ଆରେ ମନ ମୋର, ନ ପାସୋର ତାଙ୍କ ପ୍ରେମ,
    ଆହେ ସର୍ବପ୍ରାଣୀ, କରି ଜୟଧ୍ୱନି ଗାନ କର ପ୍ରଭୁ ନାମ । ୪ ।
  • ମନ, ହେଜିରେ ପ୍ରଭୁ କୃପା ସଦା ଭାବ mono heji re probhu krupaa soda bhaabo

    ମନ, ହେଜିରେ ପ୍ରଭୁ କୃପା ସଦା ଭାବ,
    କରି ଧନ୍ୟବାଦ ହୋଇ ଆହ୍ଲାଦିତ ନିରବଧି ତାଙ୍କୁ ସେବ । ଘୋଷା । 
     
    ସେ ତୋହର ପାପ କରନ୍ତି ମାର୍ଜ୍ଜନା, ନାଶନ୍ତି ତୋ ରୋଗ ନାନା,
    ଘୋର ବିପଦରୁ ବଞ୍ଚାଇଣ ପ୍ରାଣ ନ କରନ୍ତି ଦୟା ଊଣା । ୧ ।
    ଉତ୍ତମ ବସ୍ତୁରେ ସଦା ତୃପ୍ତ କରି ଦିଅନ୍ତି ମଙ୍ଗଳଦାନ,
    ଉତ୍କ୍ରୋଶ ପକ୍ଷୀର ପରାଏ କରିଣ ଦିଅନ୍ତି ନୂଆ ଯୌବନ । ୨ ।
    ଅତ୍ୟନ୍ତ ଦୟାଳୁ, କ୍ରୋଧରେ ସେ ଧୀର, ନ କରନ୍ତି ସଦା କ୍ରୋଧ,
    ପାପର ପ୍ରମାଣେ ନ ଦିଅନ୍ତି ଦଣ୍ଡ, ଅଟନ୍ତି ପର୍ବତ ଗଡ଼ । ୩ । 
     
    ଭକ୍ତ ଜନ ପ୍ରତି ତାହାଙ୍କ କରୁଣା ସର୍ବଦା ଥାଏ ସମାନ,
    ପିତାଭାବ ବହି କଟାକ୍ଷ ପକାଇ କରୁଥାନ୍ତି ସ୍ନେହ ପ୍ରେମ । ୪ ।
    କହଇ ଅଧମ, ଆରେ ମନ ମୋର, ନ ପାସୋର ତାଙ୍କ କୃପା,
    ନାଶିବେ ସଙ୍କଟ, ହୋଇବେ ନିକଟ, ସଦା ଥିବ ଅନୁକମ୍ପା । ୫ ।