ମଙ୍ଗଳମୟ ପ୍ରଭୁ ତୁମେ
କରୁଣାମୟ ଯୀଶୁ ତୁମେ
ପାଇଛୁ ଯାହା ଜୀବନେ ଆମ
ସବୁ ତ ତୁମରି କରୁଣା ଦାନ
ଜୀବନଦାତା ପ୍ରଭୁ ତୁମେ
ମୁକତିଦାତା ଯୀଶୁ ତୁମେ
କୁଶେ ଚଢିଲେ ଜୀବନ ଦେଲ
ତୁମ ପ୍ରେମ ଅନୁପମ
ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ
ପାଇଛୁ ଯାହା ମଙ୍ଗଳ ଦାନ
ଦେବାକୁ ପ୍ରଭୁ ଚରଣେ ତୁମ
ନାହିଁ କିଛି ପ୍ରତିଦାନ
ମଙ୍ଗଳମୟ ପ୍ରଭୁ ତୁମେ
କରୁଣାମୟ ଯୀଶୁ ତୁମେ
ପାଇଛୁ ଯାହା ଜୀବନେ ଆମ
ସବୁ ତ ତୁମରି କରୁଣା ଦାନ
ଜୀବନଦାତା ପ୍ରଭୁ ତୁମେ
ମୁକତିଦାତା ଯୀଶୁ ତୁମେ
କୁଶେ ଚଢିଲେ ଜୀବନ ଦେଲ
ତୁମ ପ୍ରେମ ଅନୁପମ
ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ
ପାଇଛୁ ଯାହା ମଙ୍ଗଳ ଦାନ
ଦେବାକୁ ପ୍ରଭୁ ଚରଣେ ତୁମ
ନାହିଁ କିଛି ପ୍ରତିଦାନ
ହୁଏ ଶୋକ ତାପ ଦୂର କର୍ଣ୍ଣେ ତାହା ଶୁଣି । ଘୋଷା ।
ଘୋର ଅନ୍ଧକାରେ ଯେ ନିବାସ କରେ,
କରେ ତା ପ୍ରତି ଉଦୟ ତ୍ରାଣ-ଦିନମଣି । ୧ ।
ମରଣ ଛାୟାରେ ଯେ ନିବାସ କରେ,
କରେ ତା ପ୍ରତି ପ୍ରଚାର ଜୀବନର ବାଣୀ । ୨ ।
ଯେ ଘୋର ବନ୍ଧନେ ରହେ ଅନୁକ୍ଷଣେ,
ହୁଏ ଅତି ହୃଷ୍ଟଚିତ୍ତ ମୁକ୍ତିକଥା ଶୁଣି । ୩ ।
ଯୀଶୁ ନାମେ ତ୍ରାଣ କରେ ପ୍ରଚାରଣ,
ହୁଏ ଅତି ହୃଷ୍ଟଚିତ୍ତ ଶୁଣି ତା ଅବନୀ । ୪ ।
ମୁଁ ପାପୀ ଅଧମ ପାଇ ପରିତ୍ରାଣ,
ଏ ଘୋର ବିପିନ, ନାହିଁ କାହିଁ ତ୍ରାଣ ତୁମ୍ଭ ବିନୁ ଅନ୍ୟଠାରେ । ଘୋଷା ।
କେହି ନାହିଁ ଆଶା, କରିଛି ଭରସା ପ୍ରଭୁ ହେ ତୁମରିଠାରେ,
ପହଞ୍ଚି ସେଠାରେ ଅତି ଆନନ୍ଦରେ ପ୍ରଶଂସିବି ନିରନ୍ତରେ । ୩ ।
ତୁମ୍ଭ ବାହୁବଳ ହେଉ ମୋ ଢାଲ,
ସଦା ସର୍ବକ୍ଷଣେ ହୁଅ ସଙ୍ଗର । ୬ ।
ଗଗନେ ଯେହ୍ନେ ଧୂମ ପବନେ କେବେ ନୁହଇ ସୁସ୍ଥିର ା ୨ ।
ତୁମ୍ଭେ ସଙ୍ଗତେ ନ ଥିଲେ ମୋତେ ଦିଶଇ ସବୁ ଅନ୍ଧାର,
ପାପାତ୍ମା ଆସି ମନରେ ପଶି ଶାନ୍ତି ହରଇ ସତ୍ୱର ା ୩ ।
ସବୁ ଅସାର, ମିଥ୍ୟା ସଂସାର, ନାହିଁ ବିଶ୍ରାମ ଆତ୍ମାର,
ତୁମ୍ଭ କରୁଣା କେବଳ ସିନା ସୁଖ ଶାନ୍ତିର ନିଝର ା ୪ ।
ହେ ପ୍ରଭୁ ଆସ, ମୋ ହୃଦେ ବସ, କର ତହିଁ ଅଧିକାର,
ସଙ୍ଗତେ ଥାଅ, ଶାନ୍ତିରେ ନିଅ ସ୍ୱର୍ଗୀୟ ପଥେ ତୁମ୍ଭର ା ୫ ।
ନିଦାନ କାଳ ହେଲେ ପ୍ରବଳ ମନୁ ଭୟ ଦୂର କର,
ଶ୍ରୀଚରଣେ ସ୍ଥିର ଭାବରେ ରଖହେ ଆତ୍ମା ମୋହର ା ୬ ।
ନାହିଁ ନାହିଁ କେହି ତୁମ୍ଭ ବିନା ଭାବଗ୍ରାହୀ ଶୁଣିବା ପାଇଁ ଏ ଦୀନ ଆରତ । ଘୋଷା ।
ଆସୁଅଛି ଦ୍ୟାବଳ ରଙ୍ଗେ, ସଙ୍ଗେ ସେନାବଳ, ରୋଧିବ ହୃଦୟ-ଗଡ଼,
ଭାଙ୍ଗି ବିବେକ-ବାଡ଼ ଛନ୍ଦି ପାପ-ନିଗଡ଼ ବନ୍ଦି କରି ହରିବ ସକଳ,
କାହିଁ ଯିବି, କି ଲୁଚିବି, କି ଯୁଝିବି, ଛଅରିପୁ, ଏକାକୀ ମୁହିଁତ ? । ୧ ।
ଭୟେ ବିଶ୍ୱାସ-ଧନ ରଖିଛି କରି ଗୋପନ, ଶତ୍ରୁ ବା କରେ ହରଣ,
ହାଣେ ଅନଳ-ବାଣ ଆଣ୍ଟେ ଆକର୍ଷିଣ କରଗତ କରିବାକୁ ମନ,
କେହି ନାହିଁ, କେ ତାରିବ, କେ ପାରିବ କାତର ଜନକୁ କରି ମୁକତ ? । ୨ ।
ଭୟ କମ୍ପିତ ପ୍ରାଣ ଦେଖି ଏ ପ୍ରଚଣ୍ଡ ରଣ, ସରୁଚି ବିବେକ ପଣ,
କାହିଁ’ ଛ ଅରିନ୍ଦମ, ଦମ ଏ ଶତ୍ରୁଗଣ ଶ୍ରୀମୁଖ ଶପଥ ସୁମରିଣ,
କହିଅଛ, ନ ଛାଡ଼ିବି, ନ ଏଡ଼ିବି, ସାଥୀ ହେବି ଶେଷ ପରଯ୍ୟନ୍ତ । ୩ ।
ତୁମ୍ଭ ବାଣୀ ମୁଁ ନ ଶୁଣି ଯିବି ନାହିଁ କାହିଁ ଭଲେ । ଘୋଷା ।
ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,
ବସିଛି ସବୁ ହରାଇ ଜଞ୍ଜାଳର କୋଳାହଳେ । ୧ ।
ତବ ପୁଣ୍ୟ ଇଚ୍ଛା-ପଥ ଦେଖାଅ କରି ଇଙ୍ଗିତ,
ଚଳାଅ ଧରି ମୋ ହାତ, ନ ଟଳିବି ଯେହ୍ନେ ଚୁଳେ । ୨ ।
ନାହିଁ ମୋର ଭକ୍ତି ଲୟ, ହୃଦୟ ସଦା ଅଥୟ,
ବାନ୍ଧି ରଖ ଏ ହୃଦୟ ଚିର ପ୍ରେମ-ବାହୁବଳେ । ୩ ।
ସୁନ୍ଦର ମୁଖ ତୁମ୍ଭର ନିରେଖିବି ନିରନ୍ତର,
Click the link below to listen full song and know the tune