Tag: odisha christians

  • କି ଦେଖି ସଂସାର ସୁଖକୁ କରୁ ମନ ମନୋନୀତ ki dekhi sonsaaro sukho ku karu mono mononito

    କି ଦେଖି ସଂସାର ସୁଖକୁ କରୁ ମନ ମନୋନୀତ 

    ମହା ପୁରସ୍କାର ପ୍ରତି ନ କରି ଦୃଷ୍ଟିପାତ ? ଘୋଷା । 

     

    ଦେଖି ରୂପ ଶୋଭିତ ହେଉଛୁ କି ଲୋଭିତ ?

    ନ ହୁଅ ପତଙ୍ଗବତ, ଅନଳ ସିନା ସେତ । ୧ ।

    ଯାହାକୁ ମଣୁ ସୁଖ ସେ ତ ଦୁଃଖଦାୟକ,

    କିଏ ତାହା ଭୋଗି ସତ୍ୟ ସୁଖ ହୋଇଛି ପ୍ରାପ୍ତ ? । 

     

    ଯେତେ ସଂସାର ସୁଖ ସବୁ ଅନିତ୍ୟ ଦେଖ,

    କ୍ଷଣକେ ହେବ ବିସ୍ମୃତ ଦେଖିଲା ସ୍ୱପ୍ନବତ । ୩ । 

     

    ଯେଉଁ କାଳେ ପ୍ରବେଶ ହେବ ମୃତ୍ୟୁ ଦିବସ,

    କହ ତହିଁରୁ କି ଜାତ ହେବ ଶାନ୍ତି କିଞ୍ôଚତ ?

    ଆରେ ମନ ଅଜ୍ଞାନ, ହୁଅ ତୁ ଜ୍ଞାନବାନ,

    ମୋଶା ନ୍ୟାୟ ସାର ବାଣ୍ଟ କର ତୁ ମନୋନୀତ । ୫ । 

     

    କାହିଁ ମିଶ୍ର ନୃପତି କାହିଁ ବା ତା ସମ୍ପତ୍ତି ?

    ଦେଖ ମୋଶାର ଐଶ୍ୱର୍ଯ୍ୟ ମୁକୁଟ ବିରାଜିତ । ୬ ।

  • କି ଏହି ଛାର ଜଗତର ହେତୁରେ ki ehi chaaro jagatara heture

    କି ଏହି ଛାର ଜଗତର ହେତୁରେ 

    ମୋର ଆତ୍ମା ହଜାଇବି ପାପରେ ? ଘୋଷା ।

    ଏତ ଅନିତ୍ୟ ଜଗତ, ଜାଣ ପ୍ରତିବିମ୍ବ ମତ,

    ତାର ସୁଖ ସର୍ବ ସ୍ୱପ୍ନ ପରିରେ । ୧ । 

     

    ବହୁମୂଲ୍ୟ ଆତ୍ମା ମୋର, ହେବ ଏ କି ତୁଲ୍ୟ ତାର,

    କୋଟି କ୍ଷିତି ହୁଏ ତୁଚ୍ଛ ମୂଲ୍ୟରେ । ୨ ।

    ସାଦୃଶ୍ୟେ ସୃଷ୍ଟିକର୍ତ୍ତାର ସୃଷ୍ଟି ହୋଇଛି ତାହାର,

    କେତେ ବୁଦ୍ଧି ଜ୍ଞାନ ପୂର୍ଣ୍ଣ ତହିଁରେ । ୩ ।

    ମୁକ୍ତି ମୂଲ୍ୟାର୍ଥେ ତାହାର କି ଦୁଃଖେ 

    ଯୀଶୁ ମୋହର କଲେ ନିଜ ରକ୍ତପାତ କ୍ରୁଶରେ । ୪ ।

    ନାହିଁ ନାହିଁ କଦାଚନ ହେବି ମୁଁ ଏଡ଼େ ଅଜ୍ଞାନ,

    କି ଲାଭ ହେବ ଜଗତ ପ୍ରାପ୍ତିରେ ?

     

    ଯାଉ ଜଗତ ସମ୍ପତ୍ତି, ତହିଁରେ ମୋର କି କ୍ଷତି,

    ଖ୍ରୀଷ୍ଟ ହିଁ ଅଟନ୍ତି ସବୁ ସବୁରେ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • ତ୍ରାଣଧନ ମନରେ, traanodhono monore kahin pain no koru

    ତ୍ରାଣଧନ ମନରେ,

    କାହିଁ ପାଇଁ ନ କରୁ ଯତନ । ଘୋଷା । 

     

    ବହୁମୂଲ୍ୟ ତ୍ରାଣଧନ ଯାଚନ୍ତି ତ୍ରାଣ-ନିଧାନ,

    ନ ହୁଅଇ ଲୋଡ଼ା ଧନ ତହିଁ ପାଇଁ,

    ମନରେ ତହିଁ ପାଇଁ, ବିନା ମୂଲ୍ୟେ ଦାନ । ୧ ।

    ସବୁଠାରୁ ସାର ଜାଣ ଅଟେ ଆତ୍ମା ପରିତ୍ରାଣ,

    ପାଇଲେ ହେଁ ସର୍ବଧନ ତ୍ରାଣବିନା ମନରେ 

    ତ୍ରାଣବିନା ହେବୁ ଦୀନହୀନ । ୨ ।

    କରୁ ତୁହି ବିବେଚନା, ସମୟ ଅତ୍ୟଳ୍ପ ସିନା,

    ମନେ ନାହିଁ କି ଆସୁଛି କି ବହନ ! 

    ମନରେ କି ବହନ ! ସେ ମରଣ ଦିନ । ୩ ।

    ଥାଉଁ ଥାଉଁ ଶୁଭ ଦିନ ଯତ୍ନ କର ତ୍ରାଣଧନ,

    ବହିଗଲେ ଶୁଭ ଦିନ ନିଶ୍ଚେ ଜାଣ,

    ମନରେ ନିଶ୍ଚେ ଜାଣ,ଅନନ୍ତ କ୍ରନ୍ଦନ । ୪ ।

  • ଉଠ ଉଠ ବେଗେ ଆହେ ପଥିକ, utho utho bege aahe pothiko

    ଉଠ ଉଠ ବେଗେ ଆହେ ପଥିକ,

    ଯାଉଛି ବହି ଦିନ । ଘୋଷା ।

    ଆସୁଛି ଝାସି ଅନ୍ଧାର ନିଶି,

    ଶୀଘ୍ର କର ଗମନ ହେ ପଥିକ । ୧ ।

    ବାଟରେ ଘୋର ଶତ୍ରୁ ଅପାର,

    କର କଟି ବନ୍ଧନ ହେ ପଥିକ । ୨ । 

     

    ପ୍ରଭୁଙ୍କ ଶାସ୍ତ୍ର ଦ୍ୱିଧାର ଅସ୍ତ୍ର, କରେ,

    କର ଧାରଣ ହେ ପଥିକ । ୩ । 

     

    ବାମେ ଡାହାଣେ ନ ଯାଅ କ୍ଷଣେ,

    ସିଧା କର ଧାବନ ହେ ପଥିକ । ୪ । 

     

    ସଂକୀର୍ଣ୍ଣ ପଥ, ପାଖେ ବିପଥ,

    ହୁଅ ତୁ ସାବଧାନ ହେ ପଥିକ । ୫ । 

     

    ସ୍ୱର୍ଗ ସିୟୋନ ପ୍ରତି ନୟନ ପକାଅ ଅନୁକ୍ଷଣ ହେ ପଥିକ । ୬ ।

    ଯୁଦ୍ଧର ବେଳେ ଯୀଶୁଙ୍କ ବଳେ କରି ରିପୁ ଛେଦନ ହେ ପଥିକ । ୭ ।

  • ଉଠ ବହନ, ହେଉଛି ବେଳ ଅବସାନ utho bahana heuchi belo obosaano

    ଉଠ ବହନ, ହେଉଛି ବେଳ ଅବସାନ । ଘୋଷା । 

     

    କି ପାଇଁ ବିଳମ୍ବ କର, ଗନ୍ତବ୍ୟ ପଥ ଅପାର ?

    ଧ ରି ଖ୍ରୀଷ୍ଟ ପଦ ଚିହ୍ନ କର ଗମନ । ୧ । 

     

    ବେଗେ ହୁଅ ଅଗ୍ରସର, ପଛେ ଗୋଡ଼ାଉଛି କାଳ,

    ବହି ଯାଉଅଛି ମାସ ବରଷ ଦିନ । ୨ । 

     

    ଜଳସ୍ରୋତ ଛାୟା ମତ ହେଉଅଛି ଦିନ ଅନ୍ତ,

    ଧ ର ବେଗେ ତ୍ରାଣପଥ ଖ୍ରୀଷ୍ଟ ଶରଣ । ୩ । 

     

    ଯେଉଁ କାଳେ କେହି କର୍ମ କରି ନ ପାରିବେ ଜାଣ,

    ଏମନ୍ତ ଅନ୍ଧାର ନିଶି ଆସେ ବହନ । ୪ । 

     

    ଥ ।ଉଁ ଥାଉଁ ଶୁଭ କାଳ ଦୀପ୍ତିମୟ ପଥେ ଚାଲ,

    ବେଗେ ଲାଭ କର ଖ୍ରୀଷ୍ଟ ଅମୂଲ୍ୟ ଧନ । ୫

  • ଆହାରେ ପତିତ ମନ, aahaa re potito mono

    ଆହାରେ ପତିତ ମନ,

    ନ କଲୁ ଦିନେ ଭାବନ, ଅକାରଣେ ଗଲା ଦିନ । ଘୋଷା । 

     

    ତୋ ଜୀବନର ପ୍ରଭାତ ଆସି ହେଲାଣି ସମାପ୍ତ,

    ତ୍ରାଣକର୍ତ୍ତା ଅନୁଗ୍ରହ ନ କଲୁ ତୁ ଆସ୍ୱାଦନ । ୧ । 

     

    ତୋ ଜୀବନ ଯାତ୍ରା ମଧ୍ୟେ ସରିଲାଣି ଆସି ଅଧେ,

    ଏ ଯାଏଁ ନାହିଁ ଆରମ୍ଭ ପରିତ୍ରାଣର ସାଧନ । ୨ ।

     

     ତୋର ମଧ୍ୟାହ୍ନ ସମୟ ବୃଥାରେ ହୋଇଲା ବ୍ୟୟ,

    ମୃତ୍ୟୁର ରଜନୀ ଧାଇଁ ଆସଇ ଏବେ ବହନ । ୩ । 

     

    ତୋ ଜୀବନ-ବୃକ୍ଷ ମୂଳେ ଦିନକୁ ଦିନ ପାହାରେ,

    ଦିବା ରାତ୍ରିର କୁହ୍ରାଡ଼ି ହାଣୁଥାଏ ନିଶି ଦିନ । ୪ ।

    ଏମନ୍ତ କ୍ରମେ କ୍ରମଶେ ହାଣି ତାକୁ ଅବଶେଷେ,

    ପୋତିବେ ନେଇ କବରେ, ରହିବୁ ନାରବ ସ୍ଥାନ । ୫ ।

    ଆହେ ପ୍ରଭୁ, ମୁହିଁ ଯେହ୍ନେ ଲଗାଇବି ମନଧର୍ମେ 

    ଏଣୁ ମୋତେ ଶିକ୍ଷା ଦିଅ ଗଣିବାକୁ ମାସ ଦିନ । ୬ ।

  • ଦିନ ଗଲାଟିରେ ବହି, dino golaatire bohi

    ଦିନ ଗଲାଟିରେ ବହି,

    ମୋର ଘରେ ଆସିଅଛି ବିଦେଶୀ ବାଟୋଇ । ଘୋଷା । 

     

    ଦେହର ଭିତରେ ମୋର ଆତ୍ମାଟି ବିଦେଶୀ

    ଦେହଟି ପଞ୍ଜୁରୀ, ଆତ୍ମା ଶୁକ ଶାରୀ ଭାଷି । ୧ । 

     

    ଛାଡ଼ି ଉଡ଼ିଯିବ ଦିନେ ଆଉ ସେ ନ ଆସି,

    ନିର୍ଦ୍ଦୋଷେ ବା ଦୋଷେ ମରି ଭୁଞ୍ଜେ ଫଳରାଶି । ୨ । 

     

    ଏହି କଥା ଆଜି ମନ ବିଚାର ତୁ କର,

    ଆତ୍ମା ସଙ୍ଗେ ଯାହା ଯିବ ତାହା ସାର କର । ୩ ।

    ଧ ର୍ମଶାସ୍ତ୍ରମାନ ମନ, ସତ୍ୟ ବାକ୍ୟ ଧର,

    ଯୀଶୁ ଖ୍ରୀଷ୍ଟ ପ୍ରେମ-ନାବେ ଚଳ ସ୍ୱର୍ଗପୁର । ୪ ।

  • ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ  garbhadombho avhimaano kaahinki ete

    ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ 

    ବାଟ-ବସା ଧୂଳିଘର ରହିବ ସତେ । ଘୋଷା ।

    ଏ ତୋର ପୂନେଇଁ ଜହ୍ନ 

    ଉଁଆସେ ହୋଇବ ଲୀନ 

    ବୃଥା ରୂପ ଯଉବନ ସ୍ୱପନ ଯେତେ     ା ୧ ।

    ହଜାଇ ଦେଇ ବିବେକ

     ଜାଣି ନ ଜାଣୁ ମୁରୁଖ

    ଅଜାଣତେ ଦିନେ ଡାକ ପଡ଼ିବ ତୋତେ     ା ୨ । 

     

    ଏକଲା ଆସିଛୁ ତୁହି 

    ସଙ୍ଗେ କେହି ଯିବେ ନାହିଁ 

    ସଙ୍ଗତେ ନେଲାଣି ବୋହି କହ କେ କେତେ ?      ା ୩ ।

    କାଳ ସାଗର ଉତ୍ତାଳ ନାହିଁ ତାର ଥଳକୂଳ

    ପାରିବୁ କି ପାର ହୋଇ ଭଙ୍ଗା ବୋଇତେ ?      ା ୪ ।

    ବୁକୁର ରକତ ଦେଇ  ତରୀ ଯେ ଅଛି ବନାଇ

    ଚିହ୍ନିଲେ ତରିବୁ ଯାଇ ତା’ ପ୍ରେମ-ପୋତେ  ା ୫ ।

  • ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ ey nobo joubono bayasa

    ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ,

    ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,

    ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । 

     

    ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର,

    ଦନ୍ତ ହେବ କ୍ଷୀଣ, ଶକ୍ତି ହେବ ହୀନ,

    ଗୋଟି ଗୋଟି ହୋଇ ପାଚିବ କେଶ    ା ୧ ।

    ଥ ର ହର ହେବ ଶରୀର, ଭୟ ହେବ ଉଚ୍ଚ ସ୍ଥାନର,

    ଆଉ ବାଟେ  ଘାଟେ କରତେ ଯାଆସ,

    ନିୟତ ଜନ୍ମିବ ମନରେ ତ୍ରାସ     ା ୨ ।

    ଏହି କି ସୁନ୍ଦର ବଦନ, ଧୂଳି ଦେହ ପୂର୍ବ ସମାନ,

    ଆତ୍ମାଦାତାଠାରେ ଆତ୍ମା ଫେରିଯିବ

    ଯେଣୁ ଏ ତାହାର ଅଟେ ପ୍ରବାସ । ୩ । 

     

    ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,

    ଅବା ବୃଦ୍ଧକାଳେ ପଡ଼ିଣ ଜଞ୍ଜାଳେ 

    ବୋଲିବ ଏଥିରେ ନାହିଁ ହରଷ । ୪ ।

  • ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? jaauchi dino bohi mono jaanu nahi ki

    ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? ଘୋଷା । 

     

    ହୁଏ ଉଛୁର ପଥ ଅଛି ଅପାର,

    ଅଳସରେ ବସି ରହିଅଛୁ କାହିଁକି ? । 

     

    ମହୀ ଶ୍ରୀ ପାଇଁ ଲୋକେ ଅଛନ୍ତି ଧାଇଁ,

    ନ ଧାଇଁବୁ ସ୍ୱର୍ଗୀୟ ମୁକୁଟ ପାଇଁ କି ? । 

     

    କରିଣ ପଣ ନ କଲେ ପ୍ରାଣପଣ,

    ମୁକୁଟକୁ ଅନ୍ୟ ହରି ନେବ ନାହିଁ କି ? । 

     

    କରୁ ବିଚାର, କାଳ ଅଛି ଅପାର,

    ଦେଖ ଧାଇଁ ଆସୁଅଛି କାଳ କତିକି । ୪ । 

     

    ଧାଅଁ ବହନ ଧରି ଦଳ ନୂତନ,

    ନୁହଁ ସ୍ଥଗିତ ମୁକୁଟ ପ୍ରାପ୍ତି ସରିକି । ୫ ।