Tag: odisha christians

  • aahe priyo probhu tumbho chhaamuru

    ଆହେ ପ୍ରିୟ ପ୍ରଭୁ ତୁମ୍ଭ ଛାମୁରୁ,

    କେଉଁଠାକୁ ଯିବି ତୁମ୍ଭ ଦୃଷ୍ଟିରୁ ?

     

    ମୋର ଦୁର୍ବଳ ପାପୀଷ୍ଠ ଚରଣ,

    କେଉଁଠାକୁ ବା କରିବି ଗମନ ?

    ନାହିଁ ଅନ୍ୟ ପଥ,

    ତୁମ୍ଭେ ମୋ ଜୀବନ ମୋ ପ୍ରାଣନାଥ । ୧ । 

     

    ଯେତେବେଳେ ପାପ ହୋଇ ପ୍ରବଳ, ଉଠିବ ପ୍ରଚଣ୍ଡ ଢେଉ ଆକାର,

    ଘୋର ଭୟ କରିବ ଆଚ୍ଛାଦନ, ଆକାଶେ ଯେହ୍ନେ ମେଘ କୃଷ୍ଣବର୍ଣ୍ଣ,

    ସେହିକାଳେ ମୋତେ, କେହୁ ନେବ ଶାନ୍ତି ନଦୀର ତଟେ ? । 

     

    କେଉଁଠାକୁ ମୁଁ କରିବି ଗମନ, ନ ଦିଶେ ଅମୃତ ନିର୍ଝର ଅନ୍ୟ,

    ତୁମ୍ଭଠୁଁ ଦୂରକୁ କଲେ ଭ୍ରମଣ, କେ ଦେବ ମୋତେ ସ୍ୱର୍ଗୀୟ କିରଣ ?

    ମୁହିଁ ଦୀନହୀନ, ଘୋର ବିପିନେ ହେବି ପଥଭ୍ରମ

    କେଉଁଠାକୁ ମୁଁ କରିବି ଗମନ, ଶତ୍ରୁ ମୋର କରେ ଘୋର ଗର୍ଜ୍ଜନ,

    ଗ୍ରାସିବାକୁ ତା’ର ଆକାଂକ୍ଷା ଭାରୀ, ନିଶ୍ଚେ ଦୁର୍ବଳ ପ୍ରାଣ ଦେବ ସାରି,

    ହେ ଦୁର୍ବଳ ବଳ, ତୁମ୍ଭ ବିନା କେହୁ ହେବ ମୋ ଢାଲ । ୪ ।

    କ୍ଷୁଧିତ ମୁଁ ଜୀବନ-ରୁଟି ଚାହେଁ, ତୃଷିତ ମୁଁ ତୁମ୍ଭ ପାଇଁ ଧକାଏ,

    ଉଲଙ୍ଗ, ଦୁର୍ବଳ, ମୁଁ ଦୀନହୀନ, ଖୋଜିବି କେଉଁଠାରେ ପରିତ୍ରାଣ ?

    ହେ ଜୀବନାକାର, ମୁଁ କି ତୁମ୍ଭଠାରୁ ହେବି ଅନ୍ତର ? । 

     

    ତୁମ୍ଭେ ମୋର ଅନନ୍ତ ଜୀବନଧନ, କେଉଁଠାକୁ ମୁଁ କରିବି ଗମନ ?

    ତୁମ୍ଭ ବିନା ପାଇଲେ କ୍ଷୟ-ଧନ, ତୃପ୍ତ ନୋହିବ ମୋ ଅନ୍ତଃକରଣ,

    ତୁମ୍ଭଠାରୁ ଭିନ୍ନ ହେଲେ ମୁଁ ନିତାନ୍ତ ଦୁର୍ଭାଗ୍ୟ ଜନ । ୬ । 

     

    ଯଦ୍ୟପି ମୁଁ ମୁଢ଼ ପାପୀ ଅଧମ, ତୁମ୍ଭଠୁଁ ଦୂରକୁ କରେ ଗମନ,

    ଟାଣ ତୁମ୍ଭର ପ୍ରେମ-ରଜ୍ଜୁ ଧରି, ତୁମ୍ଭ ଚରଣକୁ ଆଣ ଓଟାରି,

    ଆହେ ପ୍ରାଣପତି, କେଉଁ ସ୍ଥାନକୁ ମୁଁ କରିବି ଗତି । ୭ । 

     

    ମୃତ୍ୟୁ ଯେଉଁକାଳେ ଆସିବ ମୋର, ତୁମ୍ଭ ବିନା କେ ହେବ ଆଶ୍ରା ମୋର ?

    କାହାର ବଳେ ମୁଁ ଜୟ କରିବି, ମୃତ୍ୟୁ ନାହୁଡ଼ ଭାଙ୍ଗି ପକାବି ?

    ଅନନ୍ତ ଜୀବନ, କେଉଁଠାକୁ ମୁଁ କରିବି ଗମନ । ୮ ।

     

    ତୁମ୍ଭକୁ ପୁନରାଗମନ ଦିନେ କରିବି ଦର୍ଶନ ବ୍ୟୋମ-ବିମାନେ,

    ସେଦିନ ତୁମ୍ଭର କୃପାରୁ ମୁହିଁ, ମହାନନ୍ଦେ ରଥେ ଯିବି ପଳାଇ,

    ତୁମ୍ଭ ବାକ୍ୟ ଦେଖ ଅଟେ ଅନନ୍ତ ଜୀବନଦାୟକ । ୯ ।

  • aahe jishu jibi tumbho binaa ka thaare

    ଆହେ ଯୀଶୁ, ଯିବି ତୁମ୍ଭ ବିନା କା’ଠାରେ ?

    ଅନନ୍ତ ଜୀବନ ତୁମ୍ଭଠାରେ । ଘୋଷା ।

    ତୁମ୍ଭେ ପାପ-ତାପ ହର୍ତ୍ତା          ଅଦ୍ୱିତୀୟ ତ୍ରାଣକର୍ତ୍ତା,

    ନାହିଁ ଆନ ତୁମ୍ଭ ବିହୁନରେ । ୧ ।

    ତୁମ୍ଭେ ପରମ ବୈଦ୍ୟ,                ପାପ-ରୋଗ ତୁମ୍ଭ ସାଧ୍ୟ,

    ମୁହିଁ ପୀଡ଼ିତ ମହା ବ୍ୟାଧିରେ । ୨ ।

    ତୁମ୍ଭେ ହେ ଅଟ ମୋହର        କୋଣ ପ୍ରଧାନ ପଥର,

    ମୋ ଭରସା ଗୁନ୍ଥା ତହିଁପରେ । ୩ ।

    ତୁମ୍ଭେ ହେ ଅଟ ମୋହର        ଦୃଢ଼ ଆଶ୍ରୟ ନଗର,

    ପଳାଇ ବଞ୍ôଚବି ମୁଁ ତହିଁରେ । ୪ ।

    ତୁମ୍ଭେ ହେ ସ୍ୱର୍ଗର ଦ୍ୱାର         ପଥ ସତ୍ୟତା ଆବର,

    ନାହିଁ ପଥ ଆଉ କେଉଁଠାରେ । ୫ ।

    ତୁମ୍ଭେ ମୋ ପରମ ବନ୍ଧୁ          ତୁମ୍ଭେ ମୋ ସବୁରେ ସବୁ,

    ନାହିଁ ଗତି ତୁମ୍ଭ ବିହୁନରେ । ୬ ।

  • bharasa kehi nahi e sansare

    ଭରସା କେହି ନାହିଁ ଏ ସଂସାରେ
    ଯୀଶୁ, ତୁମ୍ଭ ବିହୁନେ ପାପୁଁ ରକ୍ଷା କରେ;
    ଏତେ ଦୟା କଲ, ନିଜ ପ୍ରାଣ ଦେଲ,
    କ୍ରୁଶ ବହିଲ ଆପେ ପୃଷ୍ଠପରେଘୋଷା ।

    ଥ ୟ ନୁହଇ ମନ କେତେବେଳେ,
    ନିରନ୍ତର ଶୟତାନ ବଶେ ଚଳେ;
    କେମନ୍ତେ ବଞ୍ôଚବି, ତୁମ୍ଭଙ୍କୁ ସେବିବି
    ଦୟା ନ କଲେ ତୁମ୍ଭେ ମୋର ପରେ ?

    ସ୍ୱର୍ଗସୁଖ ମୁଁ ଛାଡ଼ି ବଣା ହେଲି
    ଦିଶାହରାର ପ୍ରାୟ ଅନ୍ଧ କୂପେ ବୁଲି,
    ନାନା ପାପ ମନ୍ଦ କର୍ମରେ ମୁଁ ଦଣ୍ଡ୍ୟ,
    ଶାପଗ୍ରସ୍ତ ହୋଇଲି ତୁମ୍ଭଠାରେ । ୨ ।

    ଧର୍ମ ଆତ୍ମାଙ୍କୁ ଦିଅ ହୃଦୟରେ,
    ଯେହ୍ନେ ତୁମ୍ଭଠାରେ ମନ ନିରନ୍ତରେ,
    ଦୁଃଖ ନାଶଯିବ, ସୁଖ ପ୍ରବେଶିବ,
    ଏହି ବର ମାଗୁଛି ସଦାବେଳେ । ୩ ।

  • krupaa drusti re jishu onaao mo proti

    କୃପା ଦୃଷ୍ଟିରେ
    ଯୀଶୁ ଅନାଅ ମୋ ପ୍ରତି ପ୍ରସନ୍ନ ଚିତ୍ତରେ । ଘୋଷା
    ମୁହିଁ ଅଧର୍ମ ପାପୀ ଦୁର୍ଜ୍ଜନ, ପାଷାଣ ସମାନ ମୋର ମନ
    ପୁଣି ମୋର କୁଆଚରଣରେ
    କଲି ଅସ୍ୱୀକାର ତୁମ୍ଭ ନାମ ବାରମ୍ବାରେ । ୧ ।

    ଯେ ଦିନେ ତୁମ୍ଭ କଟାକ୍ଷ ଦୃଷ୍ଟି ପଡ଼ିଥିଲା ହେ ପିତର ପ୍ରତି,
    ଆହା ସେ କେଡ଼େ କରୁଣା ଦୃଷ୍ଟି !
    ସେହିପରି ଦୃଷ୍ଟି ଯୀଶୁ ପଡୁ ମୋ ଉପରେ । ୨ ।

    ପଡ଼ିବା ମାତ୍ରକେ ଯେଉଁ ଦୃଷ୍ଟି ଗଲା ପିତର ହୃଦୟ ଫାଟି,
    ତେହ୍ନେ ପକାଅ ମୋ ପରେ ଦୃଷ୍ଟି
    ଶିଳା-ଚିତ୍ତ ବିଗଳିତ ହେଉ ସେପରିରେ । ୩ ।

    ଯେଉଁ ଦୃଷ୍ଟି ପଡ଼ିବା ମାତ୍ରକ ଉଛୁଳିଲା ପିତର ଲୋତକ,
    କଲା ଅତିଶୟ ଖେଦ ଶୋକ,
    ମୋର ପାପ ହେତୁ ଖେଦ ହେଉ ସେପରିରେ । ୪

    ଯେଉଁ ଦୃଷ୍ଟିରେ ଦୟାସାଗର କ୍ଷମା କଥା ପିତରେ ବୋଇଲ,
    ସର୍ବଦୋଷ କ୍ଷମା କର ମୋର,
    କର ପରିଷ୍କାର ତୁମ ଅମୂଲ୍ୟ ରୁଧିରେ । ୫ ।

  • aaha kede korunaa helaa moro upore

    ଆହା କେଡ଼େ କରୁଣା ହେଲା ମୋର ଉପରେ,
    ବର୍ଣ୍ଣିବି କି ତାହା ମୋର ଏହି ଛାର ମୁଖରେ । ଘୋଷା ।

    ମରି ପାପ ଅଧର୍ମରେ ଥିଲି କବର ମଧ୍ୟରେ,
    ଉଠିଅଛି ପାଇ ନୂଆ ଜୀବନ ମୁଁ ଧର୍ମରେ । ୧ ।

    ଥିଲି ମୁହିଁ ବନ୍ଦୀପଣେ ଶୟତାନ ଜଞ୍ଜିରେ,
    ସେ ବନ୍ଧନ ହୋଇ ମୁକ୍ତ ପକାଗଲା ଦୂରରେ । ୨ ।

    ଯାଉଥିଲି ଧାଇଁ ମୁହିଁ ସର୍ବନାଶ ପଥରେ,
    ଫେରିଅଛି ଏବେ ମୁହିଁ ଜୀବନର ପଥରେ । ୩ ।

    ଥିଲା କେଡ଼େ ପାପ ବୋଝ ମୋର ମୁଣ୍ଡ ଉପରେ,
    ଦେଖି ସେ କାଲବରୀ କ୍ରୁଶ ପଡ଼ିଗଲା ତଳରେ । ୪ ।

    ଥିଲି ମୁହିଁ ଶାପଗ୍ରସ୍ତ ଈଶ୍ୱରଙ୍କ ଦୃଷ୍ଟିରେ,
    ମିଶିଅଛି ଏବେ ତାଙ୍କ ପରିବାର ମଧ୍ୟରେ । ୫ ।

    କହଇ ମୁହିଁ ପାପୀଷ୍ଠ ମହାନନ୍ଦ ଚିତ୍ତରେ,
    ପାଇଛି ଏସବୁ ମୁହିଁ ଖ୍ରୀଷ୍ଟ-ପ୍ରାୟଶ୍ଚିତ୍ତରେ । ୬ ।

  • kede ananda janmayi swarga pure

    କେଡ଼େ ଆନନ୍ଦ ଜନ୍ମଇ ସ୍ୱର୍ଗପୁରେ
    ମନ ଫେରାଇଲେ ଜଣେ ପାପୀ ମର୍ତ୍ତ୍ୟରେ । ଘୋଷା ।

    ହଜାମେଷ ଯେତେବେଳେ ଆସେ ପାଳକ ପାଶରେ ତେଜି ତାର ବିପଥ ଗତି
    ମନେ ପାଏ କି ଶାନ୍ତି ! ଯାଏ ସକଳ ଭ୍ରାନ୍ତି,
    ଦୂତଗଣ ଆନନ୍ଦିତ ଦେଖି ସ୍ୱର୍ଗରେ । ୧ ।

    ଯେତେବେଳେ ଅପବ୍ୟୟୀ ଆସେ ବିଦେଶରୁ ଧାଇଁ
    କରିଣ ପ୍ରାର୍ଥନା କ୍ରନ୍ଦନ ଦେଖି ପିତା କି ହୃଷ୍ଟ ! କରେ ଉତ୍ସବ ନୃତ୍ୟ,
    ସେ ଦିନ ମହା ଆନନ୍ଦ ହୁଏ ସ୍ୱର୍ଗରେ । ୨ ।

    ଯେ ଦିନେ ଜଣେ ପାପିଷ୍ଠ ତେଜିଣ ନିଜ କୁବାଟ
    ପିତା ସଙ୍ଗେ କରେ ନିୟମ, ସର୍ବାଗ୍ରେ ଯୀଶୁ ନାମ କରଇ ଆଲିଙ୍ଗନ,
    ସେ ଦିନ ମହା ଆନନ୍ଦ ହୁଏ ସ୍ୱର୍ଗରେ । ୩ ।

    ପାପୀର ଫେରଣ ଦିନ ଯେଉଁ ଆନନ୍ଦ ଉତ୍ପନ୍ନ କିଏ ତାହା ପାରଇ ବର୍ଣ୍ଣି !
    ସେ ଦିନ କି ଆନନ୍ଦ, କରନ୍ତି ସାଧୁବୃନ୍ଦ
    ସେ ଦିନ ଆନନ୍ଦ ଗାନ ହୁଏ ସ୍ୱର୍ଗରେ । ୪ ।

  • kimpaa no phero paapu

    କିପାଁ ନ ଫେରୁ ପାପୁଁ ଆହେ ବନ୍ଧୁ ଏହିକ୍ଷଣ ?
    ଯାଉଛି ଶୁଭ ସମୟ ତୁମ୍ଭ ନିକଟୁ ବହନ । ଘୋଷା ।

    ପାପ କର୍ମର ଏ ଫଳ ଅନନ୍ତ ନରକାନଳ
    ସବୁ ପାପୀ ଦୂରାଚାରୀ ଭୋଗିବେ ଘୋର ଯାତନ । ୧ ।

    ଦେଖ ମନ ବିଚାରିଣ ନରକ କେମନ୍ତ ସ୍ଥାନ !
    ସଦା ଦୁଃଖ, ନାହିଁ ସୁଖ ଲେଶମାତ୍ର ଭୋକ୍ତମାନ । ୨ ।

    କିପାଁ ଆହେ ପାପୀ ଭାଇ ଆତ୍ମାକୁ ପାପେ ହଜାଇ
    ଯାଉଛ ଏମନ୍ତ ସ୍ଥାନେ ହୋଇ ଅତି ଧାବମାନ ?

    ଫେର, ଫେର, ଏବେ ଫେର, ଆଉ ପାପେ ହିଁ ନ ଚାଲ,
    କିପାଇଁ ମରିବ ପାପେ ହୋଇ ଏଡ଼େ ବୁଦ୍ଧିହୀନ ?

    ଏବେ ହେଁ ଶୁଭ ସମୟ, ମିଥ୍ୟାରେ ନ କର ବ୍ୟୟ
    ନିଜ ଆତ୍ମା ପରିତ୍ରାଣ କର ଯତ୍ନେ ଅନ୍ୱେଷଣ । ୫ ।

    ଯୀଶୁ ପତିତତାରଣ, ତାଙ୍କ ବିନୁ ନାହିଁ ଆନ,
    ଆହେ ପାପୀ, ତାଙ୍କ ଆଶ୍ରା ଧର ହେ ଅତି ବହନ । ୬ ।

    ନେଲେ ତାଙ୍କର ଶରଣ ନିଶ୍ଚେ ହେବ ପରିତ୍ରାଣ,
    କରିବ ଅନନ୍ତକାଳ ସ୍ୱର୍ଗସୁଖ ଭୋକ୍ତାମାନ । ୭ ।

  • khristonko bhojono binaa golaa dino bohi

    ଖ୍ରୀଷ୍ଟଙ୍କ ଭଜନ ବିନା ଗଲା ଦିନ ବହିରେ । ଘୋଷା ।

    ନାନା ମନ୍ଦ କର୍ମ କରୁ ପାପ ବୋଲି ନ ବିଚାରୁ,
    ଦେଖ ପ୍ରଖର ଅନଳ ନରକ ଜ୍ୱଳଇରେ । ୧ ।

    ଧୂଳିରୁ ଉତ୍ପନ୍ନ ହୋଇ ଧୂଳିରେ ଯିବୁ ମିଳାଇ,
    ଆତ୍ମା ଛାଡ଼ିଗଲେ କେହି ସଙ୍ଗୀ ହେବେ ନାହିଁରେ । ୨ ।

    ଆରେ ମନ ଶୀଘ୍ର ଶୀଘ୍ର ଆତ୍ମାର ପାପର ଦାଗ,
    ଖ୍ରୀଷ୍ଟଙ୍କ ରକ୍ତ ଦାନରେ ପକାଅ ତୁ ଧୋଇରେ । ୩ ।

    ଖ୍ରୀଷ୍ଟ ଯୀଶୁରେ ବିଶ୍ୱାସ କରି ପାପ କର ନାଶ,
    ଅବଶ୍ୟ ଦିନେ ମରିବୁ ନ ରଖିବେ କେହିରେ । ୪ ।

  • kaha thaaku probhu jibi kaa thaku

    କାହାଠାକୁ ପ୍ରଭୁ ଯିବି କା’ଠାକୁ, ତୁମ୍ଭ ବିନା ଯିବି ମୁଁ କେଉଁଠାକୁ ?

    ତୁମ୍ଭ ଶ୍ରୀବଚନ ଅନନ୍ତ ଜୀବନ, କେଡ଼େ ସୁମିଷ୍ଟ ଲାଗେ ମୋ ମନକୁ । ଘୋଷା ।

    ତୁମ୍ଭେ ଅମରେଶ୍ୱରଙ୍କ ତନୟ, ମର୍ତ୍ତ୍ୟପୁରେ ହୋଇଅଛ ଉଦୟ,

    ଏହା ପ୍ରତ୍ୟୟରେ ଜାଣେ ନିଶ୍ଚୟରେ, ତେବେ କିପାଁ ଯିବି ମୁଁ ଅନ୍ୟଠାକୁ ?

    ଆରୋଗ୍ୟକାରୀ କିରଣବିଶିଷ୍ଟ, ଉଦୟ ହୋଇଛ ତୁମ୍ଭେ ହେ ଖ୍ରୀଷ୍ଟ,

    ଛାଡ଼ି ମୁଁ ତୁମ୍ଭଙ୍କୁ ଯିବି କାହାଠାକୁ, ଯିବି କି ଫାରୁଶୀମାନଙ୍କଠାକୁ ?

    ତୁମ୍ଭେ ଶୁଷ୍କଭୂମିରେ ଜଳସ୍ରୋତ, କ୍ଳାନ୍ତ ଜନ ପ୍ରତି ଅଟ ପର୍ବତ,

    ଜଳପାନ ହେତୁ ଯିବି କାହାଠାକୁ, ଛାୟା ହେତୁ ଯିବି କା’ ଉହାଡ଼କୁ ? । 

     

    ବ୍ୟବସ୍ଥା ଭବିଷ୍ୟଦ୍ ବଚନ ସାର, ତୁମ୍ଭେ ଅଟ ହେ ଈଶ୍ୱର କୁମର,

    ଛାଡ଼ି ମୁଁ ତୁମ୍ଭଙ୍କୁ ଯିବି କାହାଠାକୁ, କେହି ନ ଦିଶଇ ମୋର ଚକ୍ଷୁକୁ । ୪ । 

     

    ତୁମ୍ଭେ ପାପବାହକ ଯୁବାମେଷ, ଭୋଗିଅଛ ମୋର ସନ୍ତାପ କ୍ଳେଶ,

    ତେବେ ମୁଁ କିପାଇଁ ପାପ ବୋଝ ବହି, ପାପ-ସ୍ରୋତେ ଭାସିଯିବି ନର୍କକୁ । ୫ ।

     

     ଅଇଲେ କ୍ଳେଶ ପରୀକ୍ଷା ନିକଟେ, ଅଥବା ପଡ଼ିଲେ ଘୋର ସଙ୍କଟେ,

    ତବ ଶ୍ରୀଛାମୁଁକୁ ଟାଣ ମୋ ମନକୁ, ତୁମ୍ଭ ବିନା ନ ଯିବି ଅନ୍ୟଠାକୁ । ୬ ।

  • dekho probhu jishu khristo porire

    ଦେଖ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରିରେ

    ନ ମିଳଇ ତ୍ରାଣକର୍ତ୍ତା ସଂସାରେ,

    କେହି ନାହିଁ କରି ତାଙ୍କ କ୍ରିୟା ପାରି ଜଗତ ଜନଙ୍କ ମଧ୍ୟରେ । ଘୋଷା । 

     

    ସେ ଦୟା ସାଗର ଈଶ୍ୱର କୁମର ସ୍ୱର୍ଗୁ ଅଇଲେ ନରାକାରେ,

    ଭ୍ରମି ନାନା ଦେଶ ଦେଲେ ଉପଦେଶ ହିତ ଚେଷ୍ଟା କଲେ ନିତ୍ୟରେ । ୧ ।

     

     ପାପୀଙ୍କ କାରଣ ହେଲେ ଦୀନହୀନ, ପ୍ରାୟଶ୍ଚିତ୍ତ କଲେ କ୍ରୁଶରେ,

    ପାପୀଙ୍କର ମହାପାପ ଋଣସବୁ ଶୁଝିଲେ ନିଃଶେଷ ରୂପରେ । ୨ । 

     

    ହୋଇଣ ଧାର୍ମିକ ଭୋଗିଲେ କି ଦୁଃଖ, ହୋଇଲେ ବ୍ୟାକୁଳ ପ୍ରାଣରେ,

    ପାପୀଙ୍କ କାରଣ ଦାରୁଣ କଷଣ ଯାତନା ଭୋଗିଲେ ଶରୀରେ । ୩ । 

     

    ହସ୍ତ ପାଦେ କଣ୍ଟା ମାରଣର ବ୍ୟଥା, କଣ୍ଟାର ମୁକୁଟ ମୁଣ୍ଡରେ,

    ପଡ଼ିଲା ତାଙ୍କର ଅମୂଲ୍ୟ ରୁଧିର ଧାର ଧାର ହୋଇ ଭୂମିରେ । ୪ । 

     

    କେଡ଼େ ଦୟାଶୀଳ ସେ ଯୀଶୁ ଈଶ୍ୱର, ମଲେ ପାପୀଙ୍କର ବଦଳେ,

    ପୁଣି ଦୟା ବହି ଡାକୁଛନ୍ତି ସେହି, ଆସ ଆସ ପାପୀ ଶୀଘ୍ରରେ। 

     

    ଏଣୁ ଭାଇ, ମିଥ୍ୟା ଆଶ୍ରା ଛାଡ଼ି ଦେଇ ଭରସା ରଖହେ ତାଙ୍କରେ,

    ଆତ୍ମା ପରିତ୍ରାଣ କେବଳ ପ୍ରାପଣ ଯୀଶୁ ଖ୍ରୀଷ୍ଟଙ୍କ ମରଣରେ । ୬ ।

    ସୂଚୀମାଳାକୁ ଫେରନ୍ତୁ