Tag: odisha christians

  • kaha paase mu saahose hai

    କାହା ପାଶେ ମୁଁ ସାହସେ ହେ

    ଯାଇପାରେ ଏ ଦୁର୍ଭାଗ୍ୟ କୁବେଶେ । ଘୋଷା ।

    ତାଳୁ ତଳିପା ଯାଏ ସର୍ବାଙ୍ଗେ    ଘା ବ୍ରଣ ପୂରିଛି ମୋ ଅଙ୍ଗେ,

    ମୁହିଁ ଘୃଣିତ ଅଟେ ତା ବାସେ । ୧ ।

    ଆଚ୍ଛାଦନ ନାହିଁ, ମୁଁ ଉଲଙ୍ଗ,       ରୂପ ମନ ମୋର ବିଭଙ୍ଗ,

    ଚଉଦିଗ ଘେରୁଛି ନିରାଶେ । ୨ ।

    ଧର୍ମ କର୍ମ ନାହିଁ, ମୁଁ ଅଜ୍ଞାନ,       ପାପେ ବହିଗଲା ମୋ ଦିନ,

    ଦହି ହେଉଅଛି ପାପ ତ୍ରାସେ । ୩ ।

    ପାପଶାପ ହର୍ତ୍ତା, ତ୍ରାଣକର୍ତ୍ତା      ହେ ଯୀଶୁ ଖ୍ରୀଷ୍ଟ, ତୁମ୍ଭ ବାର୍ତ୍ତା

    ଶୁଣି ଆସିଅଛି ତୁମ୍ଭ ପାଶେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • bhaya bhraanti kaahinki

    ଭୟ ଭ୍ରାନ୍ତି କାହିଁକି ?

    ଯୀଶୁଙ୍କ ବଳେ ତୋ ବିଶ୍ୱାସ ନାହିଁକି ?

    ଯୀଶୁ ଦୟାର ସାଗର,

    ନରେଶ୍ୱର ଅବତାର, ବହି ତୋର ପାପ ଭାର

    ବଳୀକୃତ ନୋହିଲେ କି ?   ା ଘୋଷା ।

    ତୋର ସର୍ବ ଦୂରିତ   ତାହାଙ୍କ ରକ୍ତେ ହୋଇଯିବ ମାର୍ଜିତ

    ମୃତକୁ ସେ ପ୍ରାଣ ଦେଲେ,         ଈଶ୍ୱରୀୟ କର୍ମ କଲେ,

    ମୃତ୍ୟୁର ବଳ ଭାଙ୍ଗିଲେ,             ଡରୁଛୁ ଆଉ କାହିଁକି ?

    ବନ୍ଧୁ ଜ୍ଞାତି ଛାଡ଼ିଲେଆତ୍ମୀୟ ଲୋକେ ରିପୁ ହୋଇ ଉଠିଲେ,

    ରାଜା ପ୍ରଜା ଏକ ମେଳେ        ତୋର ବିନାଶ ପାଞ୍ôଚଲେ,

    କ୍ଷତି ତୋର ଲେଶ ହେଲେ      କରିବାକୁ ପାରିବେ କି ?

    ଗିରିଗଣ ଘୁଞ୍ôଚଲେ,              ମହାସମୁଦ୍ର ନିଜ ସୀମା ଲଙ୍ଘିଲେ,

    ପୃଥିବୀ ତରଳି ଗଲେ ଜ୍ୟୋତିର୍ଗଣ କଳା ହେଲେ

    ଯୀଶୁରେ ବିଶ୍ୱାସ ଥିଲେ          ଭୟ ତ୍ରାଶ ଲାଗିବ କି ?

    ମୃତ୍ୟୁ ନଦୀ ତଟରେ  ଯୀଶୁଙ୍କ ତ୍ରାଣ-ତରୀ ଅଛି ଘାଟରେ,

    ବିଶ୍ୱାସେ ଆରୋହୀ ଯିବୁ,          ସ୍ୱର୍ଗକୂଳେ ପ୍ରବେଶିବୁ,

    ଆହା କି ଭାଗ୍ୟ ଭୋଗିବୁ,         ବର୍ଣ୍ଣି ତାହା ପାରିବୁ କି ?

  • bhito ki paayeen nitya biartha he

    ଭୀତ କିପାଇଁ ନିତ୍ୟ ବିଅର୍ଥ ହେ

    ହୋଇଛି ଚିତ୍ତ ଯେବେ ମୋର ଖ୍ରୀଷ୍ଟେ ଅର୍ପିତ ହେ । ଘୋଷା ।

    ବିଶ୍ୱସ୍ତ ସେହି ଦୟାରେ ଭୂଷିତ,

    ଭାଷିତ ବଚନ ଅଟଳ ଅନନ୍ତ;

    ହେଲେ ପର୍ବତ ପୃଥିବୀ ଅନ୍ତ, ତାଙ୍କ କୃପାକୁ ଅଜ୍ଞାତ       ା ୧ ।

    ସମ୍ପୂର୍ଣ୍ଣ ବଳେ ସେହି ବଳବାନ,

    ସମାନ ହେବେ କି ଏ ଭୂବନ ଜନ;

    କେହୁ ସମର୍ଥ କରି କିଞ୍ôଚତ କ୍ଷତି ଯେ ଜନ ତାଙ୍କ ଆଶ୍ରିତ      ା ୨ ।

    ମୋହର ଯାହା ନୁହଇ ମୋହର,

    ମୁଁ ଆବର ମୋର ସକଳ ତାଙ୍କର;

    ନିଜ ପଦାର୍ଥ ସେ କି ଜାଗ୍ରତ ନ କରିବେ ବୋଲି ମୁଁ ଭାବିତ !ା ୩ । 

     

    ଘୃଣିତ ଯଦି ମୁଁ ପାପୀ ପତିତ,

    ଜଗତରେ ନୁହେଁ ଲୋକରେ ଗଣିତ;

    ତେବେ ହେଁ ମୁଁ ତା ମନୁଁ ବିସ୍ମୃତ ନୋହିବି କଦାଚିତ   ା ୪ ।

     

    ମୁଁ ଜାଣେ ମନରେ,

    ମୋତେ ଶେଷରେ ଗ୍ରହଣ କରିବେ ସେ ସ୍ୱର୍ଗପୁରରେ ସର୍ବ ଜଗତ ହୋଇବେ ଜ୍ଞାତ,

    ମୁଁ ନିତାନ୍ତ ତାଙ୍କ ରକ୍ତ-କ୍ରୀତ । ୫ ।

  • ke debo dondaagya probhu mononito lokonku

    କେ ଦେବ ଦଣ୍ଡାଜ୍ଞା ପ୍ରଭୁ-ମନୋନୀତ ଲୋକଙ୍କୁ ?

    କେ କରିବ ଅପବାଦ ଖ୍ରୀଷ୍ଟ-କ୍ରୀତ ସାଧୁଙ୍କୁ ? ଘୋଷା । 

     

    ତାଙ୍କ ପାପ ଈଶ୍ୱର କରନ୍ତି ବହୁ ଦୂର,

    ର୍ମିକ କରି ଗଣନ୍ତି ଖ୍ରୀଷ୍ଟ ହେତୁ ତାହାଙ୍କୁ । ୧ ।

    ଖ୍ରୀଷ୍ଟ ଦେଲେ ଜୀବନ ପୁଣି ହେଲେ ଉତ୍ଥାନ,

    ସ୍ୱର୍ଗେ ପ୍ରାର୍ଥନା କରନ୍ତି ବିପଦୁଁ ତାରିବାକୁ । ୨ । 

     

    ଖ୍ରୀଷ୍ଟ ଯେଉଁ ପ୍ରେମରେ ମରିଛନ୍ତି କ୍ରୁଶରେ,

    କେ ପାରିବ ତା’ ସଙ୍ଗରୁ ବିଚ୍ଛେଦ କରିବାକୁ ?

    ଉଲଙ୍ଗତା, ଦୁର୍ଭିକ୍ଷ, ଖଡ଼୍‌ଗ କି କ୍ଳେଶ ଶୋକ,

    ତାଡ଼ନାଦି ମିଳି କି ଭିନ୍ନ କରିବେ ତାହାଙ୍କୁ ? । 

     

    ମୃତ୍ୟୁ ଅବା ଜୀବନ, ଦୂତ, ପ୍ରଧାନ ଜନ,

    କେହି ନ ପାରନ୍ତି ଭିନ୍ନ କରି ପ୍ରଭୁ ଲୋକଙ୍କୁ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • khriste mo biswaaso jebe huontaa susthiro

    ଖ୍ରୀଷ୍ଟେ ମୋ ବିଶ୍ୱାସ ଯେବେ ହୁଅନ୍ତା ସୁସ୍ଥିର

    ଆହା କି ଆନନ୍ଦ ମନେ ଜନ୍ମନ୍ତା ମୋହରଘୋଷା ।

    ପାପର ସ୍ମରଣ କଲେ ଭୟ ଜନ୍ମ

    କ୍ରୁଶ ପ୍ରତି କରି ଦୃଷ୍ଟି କରନ୍ତି ତା ଦୂର । ୧ । 

     

    ସଂସାରର ପ୍ରେମ କଲେ ଆକର୍ଷଣ

    ଖ୍ରୀଷ୍ଟ ମୁଖ ଦେଖି ତାକୁ ମଣନ୍ତି ଅସାର । ୨ ।

    ଦୁଃଖର ଲହଡ଼ି ପକାଇଲେ ମାଡ଼ି

    ନିଶ୍ଚେ ତାକୁ ଏଡ଼ି ପୁଣି ଉଠାନ୍ତି ମୁଁ ଶିର । ୩ । 

     

    କ୍ଷତି ମୋର ଲେଶ, ନ କରନ୍ତା କ୍ଳେଶ

    ମୃତ୍ୟୁ କାଳେ ହିଁ ଗାୟନ ହୁଅନ୍ତା ମୋହର । ୪ ।

    ପ୍ରଭୁ ହେ, ମୋ ପ୍ରତି କରି କୃପା ଦୃଷ୍ଟି ବଢ଼ାଅ ହେ,

    ନିତି ନିତି ବିଶ୍ୱାସ ମୋହର । ୫ ।

  • dukho kaalo re kiye deyee paare purnaananda

    ଦୁଃଖ କାଳରେ

    କିଏ ଦେଇପାରେ ପୂର୍ଣ୍ଣାନନ୍ଦ ମୋ ମନରେ ? ଘୋଷା ।

    ଯେଉଁକାଳେ ଘୋର ଦୁଃଖ ବଢ଼ି ଦେଖି ମନୁଁ ଯାଏ ସୁଖ ଉଡ଼ି

    ପାରେ ଯାଇ ମୁହିଁ ସେ କାଳରେ ସୁଖ ପାଇବାର ପାଇଁ କାହାର କତିରେ ା ୧ । 

     

    ଏହି ଅନିତ୍ୟ ଛାର ଜଗତ         ସୁତ ଦାରାଦି ଆବର ବିତ୍ତ

    ପାରିବେ କି ଦେଇ କିଞ୍ôଚତରେ ସୁଖ ଆହ୍ଲାଦ ମୋହରି ଦୁଃଖିତ ମନରେ !            ା ୨ ।

    ନାହିଁ ନାହିଁ, ଏ ଅଟନ୍ତି ତୁଚ୍ଛ, ସ୍ୱପନ ସମାନ ସବୁ ମିଛ,

    ତୃଷା ହରଇ କି କୁହୁଡ଼ିରେ,

    ଦରିଦ୍ର କି ହୁଏ ଧନୀ ସ୍ୱପନ-ଧନରେ ?     ା ୩ ।

    ଅଛନ୍ତି ମୋହରି ଏକ ମିତ୍ର, ଭାଇଠାରୁ ହିଁ ସେ ସ୍ନେହବନ୍ତ,

    ସଦା ରଖି ସେ ମୋତେ ହୃଦରେ

    ମୋର ନିକଟେ ଅଛନ୍ତି ବିପତ୍ତି ବେଳରେ   ା ୪ । 

     

    ସେ ଅଟନ୍ତି ମୋ ପରମ ବନ୍ଧୁ      ସୁଖ ଆନନ୍ଦ ଶାନ୍ତିର ସିନ୍ଧୁ

    ମୋର ଦୁଃଖ ପରୀକ୍ଷା କାଳରେ

    ସୁଖେ ଆଉଜିବି ଯାଇ ତାଙ୍କର କୋଳରେ  ା ୫ । 

     

    ଯେବେ ତାଙ୍କ ସୁଖଦାୟୀ କୋଳେ ଥ ôବି ଆଉଜି ମୁଁ ସଦାବେଳେ

    ତେଣୁ ପଛେ ପୃଥ୍ୱୀ ନାଶ ହେଲେ

    ମୋର ନୋହିବ କିଞ୍ôଚତ ଭାବନା ମନରେ           ା ୬ ।

    ସୂଚୀମାଳାକୁ ଫେରନ୍ତୁ

  • moro sorbo durdoshaa re jibi kaahaa thaku

    ମୋର ସର୍ବ ଦୁର୍ଦ୍ଦଶାରେ ଯିବି ମୁଁ କାହାଠାକୁ ?

    କିଏ ହେବ ସୁପ୍ରସନ୍ନ ଦେଖି ମୋ ଦୁର୍ଦ୍ଦଶାକୁ ? ଘୋଷା ।

    ନାହିଁଟି ଅନ୍ୟାଶ୍ରୟ ହେବ ମୋର ସହାୟ,

    ସର୍ବ ଦୁଃଖେ ଅଗ୍ରସର ହେବି ଯୀଶୁ ଛାମୁକୁ । ୧ ।

    ପାପୀ ପରମ ବନ୍ଧୁ ସେହି କରୁଣା ସିନ୍ଧୁ 

    ଯେ ଆସେ ତାଙ୍କ ଛାମୁକୁ ନ ତେଜନ୍ତି ସେ ତାକୁ । ୨ ।

    ତାଙ୍କର ଶ୍ରୀ ବଦନ ସୁପ୍ରସନ୍ନ କିରଣ,

    ଉଦୟ ହୋଇଲେ ସର୍ବ ଦୁଃଖ ଯିବ ଦୂରକୁ । ୩ । 

     

    ସେ ସର୍ବ ଶକ୍ତିମନ୍ତ ମୋର ଦୃଢ଼ ପର୍ବତ,

    ôଲେ ତାଙ୍କ ଉହାଡ଼ରେ କେ ଆସିବ ପାଖକୁ । ୪ । 

     

    ମୋର ସୂର୍ଯ୍ୟ, ମୋ ଢାଲ ସେହି ଇମ୍ମାନୁୟେଲ,

    ôଲେ ତାଙ୍କ ସନ୍ନିକଟେ ଆଉ ଭୟ କାହାକୁ । ୫ ।

  • moro ashraa jishu charane

    ମୋର ଆଶ୍ରା ଯୀଶୁ ଚରଣେ,

    ମୋ ପାପମୋଚନ ଶ୍ରୀମରଣେ । ଘୋଷା ।

    ଯୀଶୁ ମୋର ତ୍ରାଣକର୍ତ୍ତା ପାପ ତାପ ଶାପହର୍ତ୍ତା,

    ଜନ୍ମିଥିଲେ ସେ ମଞ୍ଚ ଭୁବନେ । ୧ ।

    ବଞ୍ଚାଇବାକୁ ପାପରୁ ଆଉ ବ୍ୟବସ୍ଥା ଶାପରୁ

    ଶାପଗ୍ରସ୍ତ ହେଲେ ମୋ କାରଣେ । ୨ ।

    ମୋହର ପ୍ରତ୍ୟେକ ପାପ ହୋଇ କଣ୍ଟକ ସ୍ୱରୂପ

    ବିନ୍ଧିଥିଲା ତାଙ୍କୁ ଦେହ ପ୍ରାଣେ । ୩ ।

    ପୁଣି ମୋର ଅବିଶ୍ୱାସ ହୋଇଣ ବର୍ଚ୍ଛା ସଦୃଶ

    ବିନ୍ଧିଥିଲା ତାଙ୍କୁ କି ଦାରୁଣେ । ୪ ।

    ମହାପାପୀରେ ମୁଁ ଗଣା, ମୋର ପାପ ଅଗଣନା,

    ହେବି ଶୁକ୍ଳ ତାଙ୍କ ରକ୍ତ ସ୍ନାନେ । ୫ ।

     

    ସୂଚୀମାଳାକୁ ଫେରନ୍ତୁ

  • jishu sarana mu dharibi kebe hai mu no chadibi

    ଯୀଶୁ ଶରଣ ମୁଁ ଧରିବି, କେବେ ହେଁ ମୁଁ ନ ଛାଡ଼ିବି,

    ଯେବେ ଶ୍ରୀକରୁଣା କରିବେ ସେ ଊଣା ମରିଲେ ପଛକେ ମରିବି । ଘୋଷା ।

    ଯେତେ ରୂପେ ନିଜେ ଉପାୟ କରିଲି, ମନକୁ ସାଧି ନ ପାରିଲି,

    ମନ୍ଦମତି ଦୁଃଖ ଦେଲା ନିତି ନିତି, ଆଉ ସହି ମୁଁ ନ ପାରିଲି । ୧ । 

     

    ତୃଷାକୁ ଲବଣ ଅମ୍ବୁ ଯେଉଁମତେ, ପୂଣ୍ୟକର୍ମ ହେଲା ସେମତେ,

    ଅଶାନ୍ତ ମନ ତ ଶାନ୍ତି ନ ପାଇଲା, କେତେ ନିତ୍ୟ ଦହି ହୋଇବି । ୨ ।

    କୃତ ପାପ ଭାବି ଭୟ ନ କରିବି, ସ୍ୱ-ପୁଣ୍ୟ ଆଶା ନ ରଖିବି,

    ତାଙ୍କୁ ମୋର ତ୍ରାଣ ମୋ ପୂଣ୍ୟନିଧାନ, ତାଙ୍କୁ ମୋର ସବୁ ମଣିବି । ୩ ।

    ପାପୀ ଦୀନହୀନ ଆରତକୁ କର୍ଣ୍ଣ ଡେରିଛନ୍ତି ସେ ଅନୁକ୍ଷଣ,

    ନମ୍ର ହୋଇ ତାଙ୍କ ପାଦେ ପଡ଼ି ମୁହିଁ ଦୁଃଖ ମୋର ସବୁ କହିବି    ା ୪ । 

     

    ଜାଣେ ମୁହିଁ ମହାପାପୀ, ପରିତ୍ରାଣ ତାଙ୍କ ମୁକୁଟର ଭୂଷଣ,

    ନିଶ୍ଚେ ମୁଁ ତାଙ୍କରି ପାଦ ଅନୁସରି କେବେ ହେଁ ନିରାଶ ନୋହିବି । ୫ ।

  • jishu baare su nayanare mo proti

    ଯୀଶୁ ବାରେ ସୁନୟନରେ ମୋ ପ୍ରତି ଚାହିଁ ପ୍ରସନ୍ନରେ,

    ଆସୁଅଛି ମୁଁ ଶ୍ରୀ ଛାମୁରେ ଖେଦିତ ମନରେ;

    ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

    ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୧ ।

    ପାପ ମୋହର ଅଗଣିତ         ଅଟଇ ମୁଁ କ୍ରୋଧର ପାତ୍ର,

    ନରକେ ହେଲେ ମୁଁ ଦଣ୍ଡିତ ହେବ ତା’ ଉଚିତ;

    ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

    ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୨ ।

    ପ୍ରତିଜ୍ଞା ବଚନ ତୁମ୍ଭର ଭରସା କାରଣ ମୋହର,

    ଅଟେ ଅଟଳ ସେ ବଚନ ପର୍ବତ ସମାନ;

    ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

    ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୩ ।

    ତବ ଶ୍ରୀପାଦ ଅନୁସରି           ବିନାଶ ନୋହିଛି କାହାରି,

    ନିଶ୍ଚେ ସେ ପାଦ ଦୃଢ଼େ ଧରି ଯିବି କି ମୁଁ ମରି ?

    ନୋହୁ ଏହା କେଉଁ କାଳରେ, ଦୟା କର ଯୀଶୁ ମୋଠାରେ

    ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୪ ।

    ସୂଚୀମାଳାକୁ ଫେରନ୍ତୁ