Tag: odisha christians

  • mu ki deyee ki dhana sujhibi

    ମୁହିଁ କି ଦେଇ କି ଧନ ନେଇ ଶୁଝିବି ଯୀଶୁ ପ୍ରେମ ?

    ରତ୍ନ ସୁବର୍ଣ୍ଣ ନୁହେଁ ସମାନ ଦେବାକୁ ପ୍ରତିଦାନ            । ଘୋଷା ।

    ଆହା ଏକି ପ୍ରେମ ମୋ ପ୍ରାଣ କାରଣ ଯୀଶୁ କଲେ ନିଜ ପ୍ରାଣଦାନ,

    ସହିଲେ କଷଣ ନିନ୍ଦା ଦୂଷଣ କେତେ ଅପମାନ        ା ୧ ।

    ହେବାକୁ ନିର୍ମଳ ପାପ ଦାଗ ମୋର ସେହି ଢାଳିଲେ ଆପଣା ରୁଧିର,

    ପାପଭାର ବହି ଶୁଝିଛନ୍ତି ସେହି ମୋର ପାପ ଋଣ    ା ୨ । 

     

    ମୋର ଶାନ୍ତି ପାଇଁ କେତେ ଶାସ୍ତି ସହି ସମର୍ପିଲେ ଯୀଶୁ ଦେହ ଜୀବନ 

    ହୋଇଲେ ନିଧନ କରିବାକୁ ଦାନ ମହା ପରିତ୍ରାଣ  ା ୩ ।

    ହେ ପ୍ରେମସାଗର ଈଶ୍ୱର କୁମର, ତୁମ୍ଭଙ୍କୁ ଦେବାକୁ କି ଅଛି ମୋର ?

    ମୁହିଁ ଅଭାଜନ କରଇ ଅର୍ପଣ ଶ୍ରୀଚରଣେ ଦେହ ପ୍ରାଣ            ା ୪ ।

  • jishu hai tumbhoro ki aascharjya premo otte

    ଯୀଶୁ ହେ ତୁମ୍ଭର କି ଆଶ୍ଚର୍ଯ୍ୟ ପ୍ରେମ ଅଟେ ଅନନ୍ତ ଅସୀମ ହେ  ା ଘୋଷା । 

     

    ମୋ ଗମ୍ୟ ରହିତ, ବର୍ଣ୍ଣନା ବର୍ଜିତ, ଅଟେ ଉପମାରହିତ ହେ,

    ଆଉ ମୋର ଜିହ୍ୱା ନ ପାରଇ ତାହା କରିବାକୁ ପ୍ରକାଶନ ହେ   ା ୧ । 

     

    ସେହି ଶୁଦ୍ଧ ପ୍ରେମ କର ହେ ସ୍ଥାପନ ମୋ ମନେ କରି ସମ୍ପୂର୍ଣ୍ଣ ହେ,

    ସେହି ସତ୍ୟ ପ୍ରେମ କରୁ ରାଜପଣ ମୋ ମନେ କରି ନୂତନ ହେ । ୨ ।

     

    ଅନ୍ୟେ ନାହିଁ ତୃପ୍ତି, ନାହିଁ ମନେ ତୁଷ୍ଟି ହେ ପ୍ରଭୁ ତୁମ୍ଭ ବିହୁନେ ହେ,

    ତୁମ୍ଭେ ମୋର ବଳ, ତୁମ୍ଭେ ମୋର ଢାଲ, ତୁମ୍ଭେ ମୋର ପରିତ୍ରାଣ ହେ । ୩ । 

     

    ହେ ପ୍ରେମ କିରଣ, ଆସ ହେ ବହନ, ଉଦେ ହୁଅ ମୋର ମନେ ହେ,

    ଦୂର କରି ଶୋକ ମୋର ଭୟ ଦୁଃଖ ପ୍ରେମେ ତୃପ୍ତ କର ମନ ହେ        ା ୪ ।

  • purno sosi udde hoiacha jishu mozze aasi

    ପୂର୍ଣ୍ଣ ଶଶୀ,

    ଉଦେ ହୋଇଅଛ ଯୀଶୁ ମଞ୍ଚେ ଆସି ହେ । ଘୋଷା । 

     

    ନିଷ୍କଳଙ୍କ ବ୍ରହ୍ମ, ମହୀପରେ ବିରାଜିଛ ମହା ତେଜସ୍କରେ,

    ନିତ୍ୟ ନବତନ ସର୍ବଦା ସମାନ, ହ୍ରାସ ନୁହଁ ସଦା ଅବିନାଶୀ ହେ  ା ୧ ।

    ପାପାନ୍ଧାର ଯହୁଁ ଜଗତରେ, ଘୋଟିଲା ସକଳ ହୃଦୟରେ,

    ଯୀଶୁ ଦୀନନାଥ, ଦେଖାଇଲେ ପଥ ନିଜେ ଆସି ଦୟା ସୁପ୍ରକାଶି ହେ । ୨ । 

     

    ଏ କିରଣେ ଚାଲେ ଯେଉଁ ଜନ, ପ୍ରବେଶ କରେ ଅମର ସ୍ଥାନ,

    ଅନନ୍ତ ଦିବସ ଦୁଃଖ ନାହିଁ ଲେଶ ଭୁଞ୍ଜେ ମହାସୁଖ ଦିବାନିଶି ହେ ା ୩ । 

     

    କହେ ଦୀନହୀନ ମୂଢ଼ ନର, ଆରତ ଧ୍ୱନି ଶୁଣ ହେ ମୋର,

    ମୁହିଁ ଗତିହୀନ, କରୁଛି ଜଣାଣ, ମନୁ ମୋର ନାଶ କାଳନିଶି ହେ   ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • jishu aascharjya montri kete ghunchaayeele

    ଯୀଶୁ ଆଶ୍ଚର୍ଯ୍ୟ ମନ୍ତ୍ରୀ,

    କେତେ ଘୁଞ୍ଚାଇଲେ ବ୍ୟାଧି ଭ୍ରାନ୍ତି ହେ । ଘୋଷା ।

    ପ୍ରଥମ ବିଚିତ୍ର କର୍ମ ଚମତ୍କୃତ, ଜଳ ହେଲା ଦ୍ରାକ୍ଷାରସ,

    ଦେଖି ଆଚମ୍ବିତ ହୋଇଲେ ସମସ୍ତ, କଲେ ତାଙ୍କୁ ଦୃଢ଼ ଭକ୍ତି ହେ  ା ୧ । 

     

    ନାନା ବ୍ୟାଧିଗ୍ରସ୍ତ ହେଲେ ଆସି ସୁସ୍ଥ, କେତେ ଛଡ଼ାଇଲେ ଭୂତ,

    ଅନ୍ଧମାନଙ୍କର ଫିଟିଗଲା ଦୃଷ୍ଟି, ଛୋଟା କଲେ ସୁଖେ ଗତି ହେ    ା ୨ ।

    ନାନା ଗ୍ରାମ ରୋଗୀ ହେବାରୁ ଆରୋଗୀ ସର୍ବତ୍ର ବ୍ୟାପିଲା କୀର୍ତ୍ତି,

    କେତେ କେତେ ମୃତ ହୋଇଲେ ଜୀବିତ, ଦେଖ ଖ୍ରୀଷ୍ଟଙ୍କର ଶକ୍ତି ହେ । ୩ । 

     

    ଏପରି ଅତ୍ୟନ୍ତ ନାନାଦି ବିଚିତ୍ର କର୍ମ ଉପଦେଶ କଲେ,

    ସେ ଦୟାସାଗର ପ୍ରଭୁ ଯୀଶୁଙ୍କର ଦୟା ଉପୁଜିଲା ଅତି 

    ହେ ପାପେ ଭାରଗ୍ରସ୍ତ ମନୁଷ୍ୟ ସମସ୍ତ ଥିଲେ ଈଶ୍ୱର ଘୃଣିତ,    ା ୪

    ହୋଇଣ ମଧ୍ୟସ୍ଥ କରି ରକ୍ତପାତ ପ୍ରକାଶିଲେ ସନ୍ଧି ଶାନ୍ତି ହେ 

    ସହିଲେ ଯନ୍ତ୍ରଣା କ୍ରୁଶର ବେଦନା ପାପ-ରୋଗ ସ୍ୱାସ୍ଥ୍ୟ ପାଇଁ,       ା ୫ ।

    ହୋଇ ମୃତ୍ୟୁଞ୍ଜୟ କଲେ ପାପ କ୍ଷୟ, ଦିଅନ୍ତି ଅକ୍ଷୟ ଶାନ୍ତି ହେ 

    ଆହେ ପ୍ରଭୁ ଯୀଶୁ ଅମର ଔଷଧି, ସୁସ୍ଥ କର ପାପ ବ୍ୟାଧି,     ା ୬ ।

    ମୋ ଅବିଶ୍ୱାସର କର ପ୍ରତିକାର, ରଖ ମୋରେ କୃପାଦୃଷ୍ଟି ହେ

    ସୂଚୀମାଳାକୁ ଫେରନ୍ତୁ

  • jaya jaya jaya jishu he iswa nandana

    ଜୟ, ଜୟ, ଜୟ, ଯୀଶୁ ହେ ଈଶ୍ୱ ନନ୍ଦନ,

    ଜୟ ହେ ଜଗତ ପତି ଜୟ ଧର୍ମାତ୍ମନ       ା ଘୋଷା ।

    ଜୟ, ଜୟ ଯୁବାମେଷ ପାପ ଭାର ବାହନ,

    ମଶୀହ ଶାନ୍ତି ରାଜା ଦାଉଦ ସନ୍ତାନ

    ଜୟ ଜ୍ୟୋତିଃ, ଦ୍ରାକ୍ଷାଲତା, ଜୟ ଇମ୍ମାନୁୟେଲ,          ା ୧ ।

    ଉତ୍ତମ ମେଷପାଳକ, ପଥ ସନାତନ ଜୟ ଖ୍ରୀଷ୍ଟ,

    ଜୟ ଇଷ୍ଟ, ଜୟ ଜଗଜ୍ଜୀବନ,            ା ୨ ।

    ଦୁର୍ଗମେ ତ୍ରାହିମେ ତ୍ରାତା ମନୁଷ୍ୟ ସନ୍ତାନ   ା ୩ ।

    ସୂଚୀମାଳାକୁ ଫେରନ୍ତୁ

  • aasi thao jodi aasaro aabege

    ଆସିଥାଅ ଯଦି ଆଶାର ଆବେଗେ ଗାଅ ଯୀଶୁ ନାମ ଜୟ

    ପ୍ରତିକୂଳ ସିନା କେବଳ ଅଳସ, କର ତାକୁ ପରାଜୟ  ା ଘୋଷା ।

    ଗମ୍ଭୀରେ ଗୁରୁ ଶବଦ ଉଠେ,

    କମ୍ପିତ ଧରା ପଲକେ ପଲକେ, ହୃଦୟେ ହୃଦୟ ସରାଗେ ମିଶେ

    ଗାଇ ଯୀଶୁ ନାମ ଜୟ           ା ୧ ।

    ଧ ର୍ମର ସେହି ଜୟର ତାନେ ଉଲ୍ଲାସେ ଧରା ପରାଣେ ପରାଣେ,

    ଉଠିବୁ ନାହିଁକି ଅବଶ ମନ,

    ହେବୁ କିରେ ପାପେ କ୍ଷୟ ?       ା ୨ ।

    ସୂଚୀମାଳାକୁ ଫେରନ୍ତୁ

  • he jishu ishwarara nandana

    ହେ ଯୀଶୁ ଈଶ୍ୱର ନନ୍ଦନ,

    ତୁମ୍ଭ ଶ୍ରୀପାଦେ ମୋହର ବନ୍ଦନ । ଘୋଷା ।

    ଅନାଦି ଅନନ୍ତ ସ୍ୱୟମ୍ଭୁ, ଅଦ୍ୱିତୀୟ ନିଖିଳ ବିଶ୍ୱବିଭୁ, ସର୍ବଶକ୍ତିମାନ,

    କୃପାରେ ମହାନ, ପ୍ରେମେ ପରିପୂର୍ଣ୍ଣ ଅଟ ନିରୂପମ । ୧ । 

     

    ସର୍ବଜ୍ଞ ସକଳାନ୍ତର୍ଯ୍ୟାମୀ, ଚର ଅଚର ସର୍ବଭୂତ ସ୍ୱାମୀ,

    ନିଷ୍କଳଙ୍କ ମୂର୍ତ୍ତି, ଜଗତର ଜ୍ୟୋତିଃ, ପ୍ରକାଶ କରିଛ ଧର୍ମମୟ ଦୀପ୍ତି । ୨ । 

     

    ତୁମ୍ଭେ ମୋର ନିତ୍ୟ ଜୀବନ, ତୁମ୍ଭ ମରଣେ ମୋର ପରିତ୍ରାଣ,

    ହୁଅ ହେ ପ୍ରସନ୍ନ, କର ଅଧିଷ୍ଠାନ, କରିଲି ମୋ ଦେହ ଆତ୍ମା ସମର୍ପଣ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • prabhu jishu naamo horshe kara gaano

    ପ୍ରଭୁ ଯୀଶୁ ନାମ ହର୍ଷେ କର ଗାନ,

    ତ୍ରିଭୁବନେ ନାହିଁ ଆଉ ସେ ନାମ ସମାନ । ଘୋଷା ।

    ଯୀଶୁ ଅବତୀର୍ଣ୍ଣ ହେଲେ ପାପୀଙ୍କ କାରଣ,

    ପାପୀ ପାପ ଅଙ୍ଗେ ବହି ହେଲେ ବଳିଦାନ । ୧ । 

     

    ସେହି ସିନା ଜଗତର ପତିତପାବନ,

    ଜଗଜ୍ୟୋତିଃ ଦୀନବନ୍ଧୁ କୃପାରେ ମହାନ । ୨ । 

     

    ପ୍ରେମମୟ ସ୍ୱୟମ୍ଭୁ ସେ ଯୀଶୁ ସନାତନ,

    ପାପୀ ପାଇଁ ଦେଇ ପ୍ରାଣ କଲେ ମୁକ୍ତିଦାନ । ୩ । 

     

    କି କୋମଳ କି ମଧୁର ତାଙ୍କର ବଚନ !

    ନିରାଶ ପାପୀକୁ ଲାଗେ ଅମୃତ ସମାନ । ୪ । 

     

    କେଡ଼େ ପବିତ୍ର ନିର୍ମଳ ତାଙ୍କ ଆଚରଣ !

    କି ଐଶ୍ୱର୍ଯ୍ୟ ତେଜଶକ୍ତି କଲେ ପ୍ରକାଶନ । ୫ । 

     

    ବୋଲ ଧନ୍ୟ, ଧନ୍ୟ, ଧନ୍ୟ, ସେ ଯୀଶୁଙ୍କ ନାମ,

    ଧ ର୍ମ, ଧର୍ମ, ଧର୍ମ ବୋଲି କର ସମ୍ବୋଧନ । ୬ ।

     

    ସୂଚୀମାଳାକୁ ଫେରନ୍ତୁ

  • gaano bhojono koro hai maanobo gana jishunka premo guno hai

    ଗାନ ଭଜନ କର ହେ ମାନବଗଣ ଯୀଶୁଙ୍କ ପ୍ରେମ ଗୁଣ ହେ । ଘୋଷା । 

     

    ସେ ଯୀଶୁ ଦୟାବାନ, ପ୍ରେମରେ ପରିପୂର୍ଣ୍ଣ, କ୍ଷମାଶୀଳ ସମ୍ପନ୍ନ, ପତିତର ପାବନ,

    ପାପୀ ପରିତ୍ରାଣ ସାଧିବା କାରଣ ପ୍ରେମେ ଆସି ହେଲେ ମଞ୍ଚେ ଅବତୀର୍ଣ୍ଣ,

    ଦେବାକୁ ଜୀବନ ଭୋଗିଲେ ମରଣ,

    ସତତ ସେ ପ୍ରେମ-ସୁଧା କର ପାନ । ୧ ।

    ବୀଣା ବଂଶୀ ବେହେଲା ଭେରୀ ତୂରୀ ତବଲା

    ତମ୍ବୁରା କରତାଳ ଝାଞ୍ଜ ଗିନି ମର୍ଦ୍ଦଳ

    ଖଞ୍ଜଣୀ ମୃଦଙ୍ଗ ସିତାର ସାରଙ୍ଗ ନାନା ଯନ୍ତ୍ର ଧରି,

    ସ୍ୱର ମେଳ କରି ବଜାଅ ତାନରେ, ଗାଅ ଆନନ୍ଦରେ,

    ଧ ନ୍ୟବାଦ କର ପ୍ରଭୁ ଯୀଶୁଙ୍କର । ୨ ।

    ସୂଚୀମାଳାକୁ ଫେରନ୍ତୁ

  • kara jishunka naame jaya gaano

    କର ଯୀଶୁଙ୍କ ନାମେ ଜୟଗାନ,

    ପ୍ରାର୍ଥନା ପ୍ରଶଂସା ଘେନିବାକୁ ସେହି କେବଳ ସିନା ସୁଭାଜନ । ଘୋଷା ।

    ସ୍ୱର୍ଗରେ ଦୂତଗଣ ସିଂହାସନ    ଚତୁର୍ଦ୍ଦିଗରେ ଥାଇ ଅନୁକ୍ଷଣ 

    ବୋଲୁଥାନ୍ତି ସଦା ଧର୍ମ ଧର୍ମ ଧର୍ମ ଯୀଶୁ ପ୍ରଶଂସାକୁ ଭାଜନ । ୧ ।

    ଆସ ଯୋଗ କରିବା ଆମ୍ଭ ଗୀତ ସ୍ୱର୍ଗ ଦୂତମାନଙ୍କର ସହିତ,

    ଏକ ସ୍ୱରେ ଯୁବାମେଷ ଧନ୍ୟବାଦ ପ୍ରଶଂସା କରିବା ଗାୟନ । ୨ ।

    କାରଣ ଆପଣା ରୁଧିର ଦେଇ ଆମ୍ଭମାନଙ୍କୁ ସେ ପାପରୁ ଧୋଇ

    କରିଛନ୍ତି ଈଶ୍ୱରଙ୍କ ନିକଟରେ ରାଜା ଯାଜକ ସଂସ୍ଥାପନ । ୩ ।

    ତାଙ୍କ ମହିମା ଆଉ କର୍ତ୍ତାପଣ ସର୍ବଦା ଥାଉ ଗୌରବ ସମ୍ଭ୍ରମ,

    ଧନ୍ୟବାଦ ସ୍ତୁତି ଗ୍ରହଣ କାରଣ ସେହି କେବଳ ସୁଭାଜନ । ୪ ।

    ସୂଚୀମାଳାକୁ ଫେରନ୍ତୁ