Tag: odisha christians

  • ( mote) khoji khoji jishu oyeele

    ( ମୋତେ) ଖୋଜି ଖୋଜି ଯୀଶୁ ଅଇଲେ,

    ମୋ ଛାର ପାଇଁକି ସରଗ ତିଆଗି ଅଶେଷ ଯାତନା ସହିଲେ । ଘୋଷା ।

     

     ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚେ ଖୋଜି ଖୋଜି ଶେଷେ ପାଇଲେ,

    ଆହା କି ଆଦରେ ପରମାନନ୍ଦରେ ଧୂଳି ଝାଡ଼ି କୋଳେ ଧଇଲେ । ୧ । 

     

    ଜୀବନ ଦେବତା ଅତି ମଳିନତା ଦେଖି ମନେ ବ୍ୟଥା ପାଇଲେ,

    ନିଗାଡ଼ି ନିଜର ହୃଦୟ ରୁଧିର ନିଜ ଅନୁରୂପେ ଧୋଇଲେ । ୨ । 

     

    ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତା ଆପଣେ ଶ୍ରୀଅଙ୍ଗେ ବହିଲେ,

    ମରଣ ଦାରୁଣ ପଣରେ ନବୀନ ଜୀବନର ମାର୍ଗ ନିହିଲେ । ୩ । 

     

    ମରଣର ଭୀତି କ୍ରୁଶ ଯନ୍ତ୍ରେ ଇତି କରି ମହାମୁକ୍ତି ବିହିଲେ,

    ସରଗ କାହାଣୀ ମୋ ପାଶେ ବଖାଣି ପ୍ରେମରେ ପରାଣ ମୋହିଲେ । ୪ ।

     

     ସଫଳ ଜୀବନ ଯୀଶୁ ଶ୍ରୀଚରଣ ପରିଚାରପଣ ପାଇଲେ,

    ବୃଥା ଏ ଜନମ ପୂଜା ଅନୁଷ୍ଠାନ ମହାପ୍ରଭୁ କୃପା ନୋହିଲେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • khristo premaamruto nirjhara

    ଖ୍ରୀଷ୍ଟ ପ୍ରେମାମୃତ ନିଝର,

    ଝରୁଅଛି ପ୍ରେମାମୃତ ନିରନ୍ତର ପାନ କର । ଘୋଷା । 

     

    ସେ ପ୍ରେମନିଧାନ ପ୍ରେମାମୃତ କରିବାକୁ ଜଗତେ ଦାନ 

    ପ୍ରେମେ ନର ଦେହ ଧରି ପ୍ରେମେ ତେଜି ସ୍ୱର୍ଗପୁରୀ,

    ସେହି ପ୍ରେମ-ନିଧି ପ୍ରେମ ଅଟେ ମହା ଚମତ୍କାର ା ୧ ।

     

    ତାଙ୍କ ମହା ପ୍ରେମ ତ୍ରିଭୁବନ ମଧ୍ୟେ ଅଟଇ ନିରୁପମ;

    ପ୍ରେମେ ହେଲେ ଦୀନହୀନ ପ୍ରେମେ କଲେ ପ୍ରାଣଦାନ,

    ଶତ୍ରୁ ପାଇଁ ଏଡ଼େ ପ୍ରେମ ନୋହିଲା ନେତ୍ରଗୋଚର   ା ୨ ।

     

    ଖ୍ରୀଷ୍ଟ ପ୍ରେମରସ ଘୁଞ୍ଚାଇ ମନ-ବିଷାଦ କରେ ଉଲ୍ଲାସ,

    ଦାନ କରେ ସତ୍ୟ ଶାନ୍ତି, ଦୂର କରେ ପାପ ଭ୍ରାନ୍ତି,

    ପ୍ରେମେ କରେ ମନ ପୂଣ ପାପ-ଗରଳ ସଂହାର   ା ୩ ।

     

    ସେହି ପ୍ରେମରତ୍ନ, ତାଙ୍କ ପ୍ରେମ ଗୁଣ ଚିତ୍ତେ କର ସୁଯତ୍ନ,

    ପିଅ ପ୍ରେମାମୃତ ରସ, ଧ୍ୱଂସ ଯିବ ପାପ-ବିଷ,

    ଖ୍ରୀଷ୍ଟ ସଙ୍ଗେ ସ୍ୱର୍ଗପୁରେ ହୋଇବ ସଦା ଅମର        ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • naahin ede kaahaari premo

    ନାହିଁ ଏଡ଼େ କାହାରି ପ୍ରେମ,

    ଶତ୍ରୁ ଲାଗି ମୃତ୍ୟୁ ଭୋଗି ସଜୀବ ହେଲେ ତ୍ରିଦିନ । ଘୋଷା । 

     

    ସେହି ପ୍ରଭୁ ଯୀଶୁ ପାପୀଙ୍କ ନିମନ୍ତେ ତେଜି ସ୍ୱର୍ଗଭୁବନ,

    ପାପେ ଶ୍ରାନ୍ତ ଭାରାକ୍ରାନ୍ତ, ହୋଇ ତାଙ୍କ ପାଇଁ ହତ

    ନିଜ ରକ୍ତ-ପ୍ରାୟଶ୍ଚିତ୍ତେ ତୋଷିଲେ ପିତାଙ୍କ ମନ । ୧ ।

    ସେହି ପ୍ରାୟଶ୍ଚିତ୍ତେ ମହାପାପୀ ଜନେ ପାଇଲେ ପରିତ୍ରାଣ,

    ପାଉଲ, ପାପିନୀ ନାରୀ, ଚୋରାଦିର ମନ ଫେରି,

    ତାଙ୍କ କୃପାରୁ ପାଇଲେ ଅନନ୍ତ ଜୀବନ-ଧନ । ୨ । 

     

    ସେହି ପ୍ରଭୁ ଯୀଶୁ କ୍ରୁଶ କାଷ୍ଠେ ଅତି କଷ୍ଟେ ତେଜିଲେ ପ୍ରାଣ,

    ଦୁର୍ଜନ-ନିନ୍ଦିତ-ବାଣୀ ପ୍ରାର୍ଥନା କଲେ ତା’ ଶୁଣି,

    ଆହେ ପିତା, କ୍ଷମା କର ଯାହା କଲେ ଏ ଅଜ୍ଞାନ । ୩ ।

  • mono dubere khristonko premo saagore

    ମନ ଡୁବରେ ଖ୍ରୀଷ୍ଟଙ୍କ ପ୍ରେମ-ସାଗରେ । ଘୋଷା ।

    ସେ ପ୍ରେମ-ସାଗରେ ମତି       ବୁଡ଼ାଇଲେ ଅତି ତୃପ୍ତି,

    ତହିଁ ମିଳଇ ଆନନ୍ଦ ଶାନ୍ତି ସତ୍ୱରେ । ୧ ।

    ସେ ଯେଉଁ ପ୍ରେମ-ସାଗର ନାହିଁ ତାର ଥଳ କୂଳ,

    ସଦା ଉଠଇ ପ୍ରେମ-ଲହରୀ-କଲ୍ଲୋଳେ । ୨ ।

    ତହିଁରେ ସୁଖ ଅଶେଷ,              ନାହିଁ ପାପ ତାପ ତ୍ରାସ,

    ଅତି ସୁବାସ ଆମୋଦ ଶାନ୍ତି ଦଳରେ । ୩ ।

    ସେ ପ୍ରେମ-ସାଗର ଜଳ         ନିଭାଏ ପାପ-ଅନଳ,

    ତହିଁ ବୁଡ଼ି ବୁଡ଼ି ରହ ମନ ଶାନ୍ତିରେ । ୪ ।

  • monoru hebo ki jishu premo bismarana

    ମନରୁ ହେବ କି ଯୀଶୁ ପ୍ରେମ ବିସ୍ମରଣ,

    ଯେ ପ୍ରେମେ ସେ ଭୋଗିଲେ ମୋ ପାପର କଷଣ ? ଘୋଷା ।

    ସେ ତ ମହାଶ୍ଚର୍ଯ୍ୟ ପ୍ରେମ,         ତ୍ରିପୁରେ ନାହିଁ ତା ସମ,

    ନୋହିଛି କାହିଁ କେବେ ଶ୍ରବଣ;

    ଦୀର୍ଘ ପ୍ରସାର ଯାହାର,              ନୁହଇ ଗମ୍ୟ କାହାର,

    ସ୍ୱର୍ଗଦୂତେ ନ ପାରନ୍ତି କରି ତା କଳନ । ୧ ।

    ଆହା ସେ କରି କି ପ୍ରେମ,

    ତେଜିଲେ ସ୍ୱର୍ଗ ଭୁବନ ମର୍ତ୍ତ୍ୟପୁରେ ହୋଇଲେ ନିଧନ,

    ଭୋଗି କି ନିନ୍ଦା ଦୂଷଣ           ଯାତନା କ୍ଳେଶ କଷଣ

    ନିଜ ପ୍ରାଣ କ୍ରୁଶୋପରେ କଲେ ସମର୍ପଣ । ୨ ।

    ମିତ୍ର ପାଇଁ ପ୍ରାଣଦାନ- ଠାରୁ ନାହିଁ ପ୍ରେମ ଆନ,

    ଶତ୍ରୁ ପାଇଁ କେ ଦିଅଇ ପ୍ରାଣ ?

    ଆହା କି କରିବି ମନ ଯୀଶୁଙ୍କ ପ୍ରେମ ବର୍ଣ୍ଣନ

    ନିଜ ପ୍ରାଣ କଲେ ଦାନ ଶତ୍ରୁଙ୍କ କାରଣ । ୩ ।

    ଧନ୍ୟ ସେ ପ୍ରେମ ମହିମା        କି ଦେବି ତାକୁ ଉପମା

    ମହାଫଳ ତହିଁରୁ ଉତ୍ପନ୍ନ,

    ହୁଅଇ ପାପ ମୋଚନ, ପରମ ଶାନ୍ତି ପ୍ରାପଣ,

    ଶୋକ ସନ୍ତାପ ଦୁର୍ଗତି ସର୍ବ ନିବାରଣ । ୪ ।

    ଯଦି ସମସ୍ତ ଜଗତ ହୁଏ ମୋ ମନୁଁ ବିସ୍ମୃତ 

    ହୋଇବ କି ସେ ପ୍ରେମ ପାସୋର !

    ନାହିଁ ନାହିଁ କଦାଚନ ଭୁଲିବି ପ୍ରେମ ଏସନ,

    କରିବି ମୁଁ ତାହା ନିତ୍ୟ ମୋ ଧ୍ୟାନ ଗାୟନ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • probhu jishu doyaa saagoro taanko mohaadoyaa ki chamatkaro

    ପ୍ରଭୁ ଯୀଶୁ ଦୟାସାଗର, ତାଙ୍କ ମହାଦୟା କି ଚମତ୍କାର !

    ଦୟା-ଡେଣା ମେଲି ଅଇଲେ ସେ ଉଡ଼ି

    ତ୍ୟାଗ କରି ନିଜ ଅମରପୁର । ଘୋଷା ।

    ଦୟା-ଦଣ୍ଡ ହସ୍ତେ ଧରିଣ ବୁଲିଲେ ସେ ନଗର ଗ୍ରାମ,

    ଦୁର୍ବଳ ପତିତ ରୋଗଗ୍ରସ୍ତ ପ୍ରତି ନ କଲେ ନିରୁଦ୍ଧ ଦୟା ନିର୍ଝର । ୧ । 

     

    ବାଟେ ଘାଟେ ଯେତେ ମିଳିଲେ ତାଙ୍କୁ ଚତୁର୍ଦ୍ଦିଗେ ଘେରିଲେ,

    ଅନ୍ଧ, ଛୋଟା, ଘଙ୍ଗୂା, ପକ୍ଷାଘାତୀ, କଷ୍ଠୁୀ, ଭତୂଗସ୍ତ୍ର ନାନା ରୋଗୀ ବଧୀର । ୨ । 

     

    ଯେତେ ଅଇଲେ ତାଙ୍କ ପାଶେ ସୁସ୍ଥ ହୋଇଲେ ଅନାୟାସେ,

    କୌଣସି ପୀଡ଼ିତ ହୋଇ ତୁଚ୍ଛୀକୃତ ନ ଗଲା ପୀଡ଼ାରେ ହୋଇ କାତର । ୩ । 

     

    ଛୋଟା ନାଚେ, ବଧୀର ଶୁଣେ, ଅନ୍ଧ ତାକୁ ଦେଖେ ନୟନେ,

    ଘୂଙ୍ଗା ବୋଲେ ବାଣୀ କରି ଜୟଧ୍ୱନି, କୁଷ୍ଠୀ ହୋଇଲେ ନିର୍ମଳ ଶରୀର । ୪ ।

    ପରିତୃପ୍ତ ହେଲେ କ୍ଷୁଧିତ ମୃତ ହେଲେ ପୁନର୍ଜୀବିତ,

    ପ୍ରଚଣ୍ଡ ତରଙ୍ଗ, ଗଭୀର ସାଗର ତାଙ୍କ ଆଜ୍ଞାମାତ୍ରେ ହୋଇଲା ସ୍ଥିର । 

     

    ଆହେ ଯୀଶୁ ଦୟାସାଗର, ରୋଗେ ପୂର୍ଣ୍ଣ ସର୍ବାଙ୍ଗ ମୋର,

    ସ୍ପଶ ର୍କର ମୋତେ, ଦେଇ ନିଜ ହସ୍ତ, ମୋର ସର୍ବରୋଗ ହୋଇବ ଦୂର । ୬ ।

  • ki bichitra jishunka premo helaa prokasho

    କି ବିଚିତ୍ର ଯୀଶୁଙ୍କ ପ୍ରେମ ହେଲା ପ୍ରକାଶ

    ତୁଳନା ଦେବାକୁ ନ ଦିଶେ ଲେଶ । ଘୋଷା ।

    ଦୀନହୀନେ ଦେବାକୁ ଧନ ଯୀଶୁ ତେଜି ସ୍ୱର୍ଗଭୁବନ ହୋଇଲେ ନିଧନ

    ସହିଲେ ସେ ନିଜ ଅଙ୍ଗେ କେତେ କ୍ଳେଶ

    ମୁଣ୍ଡ ପାତିବାକୁ ନଥିଲା ବାସ । ୧ ।

    ଯା ମରଣ ଖଣ୍ଡେ ଦୂରିତ ପରହିତେ ହୋଇଲେ ହତ

    ସେ ହେଲେ ନିନ୍ଦିତ,

    କେତେକ ନିନ୍ଦକ ହୋଇ ଅବିବେକ ବୋଇଲେ, ଏ ନିଶ୍ଚେ ପାପୀ ମନୁଷ୍ୟ । ୨ ।

    କେତେ ସହି ନିନ୍ଦା ଦୂଷଣ

    ସମର୍ପିଲେ ଆପଣା ପ୍ରାଣ ସେ ଶତ୍ରୁ କାରଣ,

    ହୋଇଲେ ନୀରବ ନ ଫିଟାଇ ଆସ୍ୟ ଯେଉଁ ପରିରେ ହତଯୋଗ୍ୟ ମେଷ । ୩ । 

     

    ନିନ୍ଦା ପାଇ ନ କଲେ ନିନ୍ଦା କେତେ ସହି ଯାତନା ବିନ୍ଧା

    କ୍ରୁଶେ ହେଲେ ବନ୍ଧା,

    ତାଙ୍କ ପ୍ରେମର ତୁଳନା ହେବ କିସ, ମୃତ ହୋଇ ନୋହିଲେ ମୃତ୍ୟୁ ବଶ । ୪ ।

    କେଡ଼େ ଉଚ୍ଚ କେଡ଼େ ଗଭୀର    କେ ପାଇବ ସେ ପ୍ରେମ ସ୍ଥଳ

    ଅଟଇ ଅକୂପାର,

    ସେହ ିପ୍ରେମଧନ ମୋ ବୋଧ-ଅଗମ୍ୟ, ବର୍ଣ୍ଣ ିପାରବିି କି ଅଯୋଗ୍ୟ ଦାସ । ୫ ।

     
     

    click the link below to listen full song and know the tune

  • kaha mono ey ki mohaascharjya nuhoyee

    କହ ମନ, ଏ କି ମହାଶ୍ଚର୍ଯ୍ୟ ନୁହଇ !

    ମୋତେ ଅନାଇଲେ ଯୀଶୁ ସୁଦୟା ବହି । ଘୋଷା ।

    ପାପ ଅଧର୍ମରେ ମରିଥିଲି ଯେ ମୁହିଁ,

    ଉଠାଇଲେ ମତେ ସେହି ଜୀବନ ଦେଇ । ୧ ।

    ପାପ କଙ୍କଳରେ ଥିଲି କଳଙ୍କୀ ହୋଇ,

    ନିଜ ରୁଧିର ଦେଇ ସେହି ଦେଲେ ଧୋଇ । ୨ । 

     

    ଖତରାଶିରେ ମୁଁ ଥିଲି ହିନସ୍ତା ହୋଇ,

    ରାଜପଦେ ସଂସ୍ଥାପନ କଲେ ଯେ ସେହି । ୩ । 

     

    କେମନ୍ତେ ପଡ଼ିଲି ତାଙ୍କ ମନରେ ମୁହିଁ,

    ମୋତେ ଅନାଇଲେ ସେହି ସ୍ୱର୍ଗରେ ଥାଇ । ୪ ।

     

     ପ୍ରେମପାତ୍ର ନ ଥିଲେ କି ସ୍ୱର୍ଗରେ କେହି ?

    ଏ ସଂସାରକୁ ମୋ ପାଇଁ ଆସିଲେ ସେହି । ୫ ।

    କୀଟମାତ୍ର ମୁହିଁ, ଲୋକେ ଗଣା ନୁହଇ,

    ମୋ ବିନା କି ତାଙ୍କ କ୍ଷତି ପାରନ୍ତା ହୋଇ ? । 

     

    ଦେଖ ମନ କି ଅଗମ୍ୟ ପ୍ରେମଟି ଏହି !

    ପାଇବାକୁ ନ ପାରନ୍ତି ତା ଅନ୍ତ କେହି । ୭ । 

     

    କାଟିବି ଜୀବନ ମୁଁ ତାଙ୍କ ଗୁଣ ଗାଇ,

    ଅନ୍ୟ ପ୍ରତିଦାନ ମୋର ଦେବାକୁ ନାହିଁ । ୮ ।

  • khristo premo tulyo hoibo ki se

    ଖ୍ରୀଷ୍ଟ ପ୍ରେମ ତୁଲ୍ୟ ହୋଇବ କି ସେ ?

    ଖୋଜି ଖୋଜି ନ ମିଳଇ ଲେଶେ ହେ । ଘୋଷା ।

    ପାପୀ ଦୀନହୀନ ଉଦ୍ଧାର କାରଣ ଆସିଥିଲେ ନର ବେଶେ,

    ସେହି ପ୍ରାୟଶ୍ଚିତ୍ତ କରଣ କାରଣ ପ୍ରାଣ ଦାନ କଲେ କ୍ରୁଶେ ହେ । ୧ । 

     

    ଦ୍ୱେଷ କରିଣ ଯିହୂଦୀ ଲୋକଗଣ ବଧ କଲେ ବିନା ଦୋଷେ,

    ହୋଇଲେ ଜୀବିତ ସେ ତିନି ଦିବସେ, ନ ରହିଲେ ମୃତ୍ୟୁ ବଶେ ହେ । ୨ ।

    ଇତ୍‌ଥିତ ହୋଇଣ ବସିଲେ ସେ ଯାଇ ପିତାଙ୍କ ଦକ୍ଷିଣ ପାଶେ,

    କରିବାକୁ ପ୍ରତି ଜଣର ବିଚାର ଆସିବେ ଜଗତ ଶେଷେ ହେ । ୩ । 

     

    ସେ ପ୍ରେମସାଗର ପ୍ରଭୁଙ୍କ ପୟର ଧର ହେ ଦୃଢ଼ ବିଶ୍ୱାସେ,

    ଛାଡ଼ିଲେ ଚରଣ ହୋଇବ ପତନ ଚିରକାଳ ସର୍ବନାଶେ ହେ । ୪ ।

  • rasanaa tu aa re rasanaa re

    ରସନା, ତୁ ଆନେ ରସନା ରେ,

    କେବଳ ଖ୍ରୀଷ୍ଟଙ୍କ ପ୍ରେମାମୃତ ପାନ ବିନୁ କରୁଛି ମନାରେ । ଘୋଷା ।

    ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ତନୟ    ସେ ତ ଅନାଦି ଅନନ୍ତ ଅବ୍ୟୟ,

    ଅଜର ଅମର ଭୋଗିଲେ ମରଣ ତୋର ପାପ ପାଇଁ ସିନାରେ । ୧ ।

    ନାହିଁ କେହି ତ୍ରିଭୁବନ ମଧ୍ୟରେ   ଯୀଶୁ ଖ୍ରୀଷ୍ଟ ପରି ଆଉ ଜଣେରେ 

    ଆପଣେ ମରିବ ପରକୁ ତାରିବ ଭୋଗିବ ତା ଯାତନାରେ । ୨ ।

    କରି ଶତ୍ରୁକୁ ମିତ୍ର ପରି ସ୍ନେହ     କିଏ ଦେବ ଆପଣା ପ୍ରାଣ ଦେହ ?

    ଖ୍ରୀଷ୍ଟ ପ୍ରେମ କଲେ, ଶତ୍ରୁ ହସ୍ତେ ମଲେ, ଶତ୍ରୁ ପାଇଁ ପ୍ରାର୍ଥନାରେ । ୩ ।

    ଧନ୍ୟ ବୋଲ ତାଙ୍କୁ ତୁ ନିରନ୍ତର ସ୍ତୁତି ପ୍ରଶଂସା କର ତୁ ତାଙ୍କର,

    ତାଙ୍କୁ କର ଭକ୍ତି, ସେ କରିବେ ମୁକ୍ତି ପୂର୍ଣ୍ଣ କରି କାମନାରେ । ୪ ।

    ସୂଚୀମାଳାକୁ ଫେରନ୍ତୁ