Tag: odisha christians

  • sobu sukho bhoraa sontaapo paasora

    ସବୁ ସୁଖ ଭରା       ସନ୍ତାପ ପାସୋରା ସୁଧାମୟ ଯୀଶୁ ନାମ

    ଡାକ ଡାକ ଥରେ     ଆକୁଳ ଅନ୍ତରେ

    ପୂରିଯିବ ମନସ୍କାମ   । ଘୋଷା ।

    ଚିତ୍ତ-ବିନୋଦନ       ଭକତ ରଞ୍ଜନ

    ପାପୀ ହୃଦୟର       ତାପ ନିବାରଣ

    ଡାକ ଡାକ ସେହି     ଜଗତ ଜୀବନ

    ପତିତ ପାବନ ନାମ  । ୧ ।

    ସନ୍ଧ୍ୟା ପ୍ରାତେ ଯେବେ            ବିହଙ୍ଗ କାକଳି 

    ବିଶ୍ୱ ଜଡ଼ତାରୁ    ଉଠେରେ ଆକୁଳି,

    ସେ ମୂର୍ଚ୍ଛନା ସିନା       ସେ ନାମ ଅର୍ଚ୍ଚନା

    ଯା ସ୍ୱରଗ ସୁଖ ଧାମ । ୨ ।

    ତିକ୍ତ ପ୍ରାଣେ ଯେବେ  ପାତକ ଶୟନେ

    ଚାହିଁ ଚାରିଦିଗେ      ନୀରବ ନୟନେ,

    ଡାକ ରୋଗ ଘୋରେ            ସେହି ନାମ ବାରେ

    ପାଇବୁ ପ୍ରାଣେ ଆରାମ । ୩ ।

    ଚିନ୍ତା ଘେରେ ଯଦି ସଂସାର ବନ୍ଧନେ କ୍ଳାନ୍ତ ଯଦି ହୁଅ କରମ ସାଧନେ,

    ଅବସାଦ ହର        ସେହି ନାମ ସ୍ମର

    ପୂରିଯିବ ମନସ୍କାମ । ୪ ।

    ରୁଦ୍ଧ କରି ତବ ହୃଦୟ ଦୁଆର ସ୍ଥିର ଚିତ୍ତେ ଶୁଣ ସେ ନାମ ଝଙ୍କାର,

    ଅଶବ୍ଦ ଶବଦ         ବାଣୀ କରି ଭେଦ

    ଉଠିବରେ ଅବିରାମ । ୫ ।

  • hebo ki mo traata namo mo monoru

    ହେବ କି ମୋ ତ୍ରାତା ନାମ ମୋ ମନରୁ ବିସ୍ମରଣ ?

    ନାହିଁ ନାହିଁ, ନ ପାରଇ ପାସୋରି ଯାବଜ୍ଜୀବନ । ଘୋଷା । 

     

    ଦେଖି ମୋତେ ପାପ-କୂପେ ଅଇଲେ ମାନବ ରୂପେ,

    ଅଛି କି ପ୍ରେମ ଏ ରୂପ ତ୍ରିଭୁବନରେ ଦର୍ଶନ ?

    ହୋଇ କେଡ଼େ ଧନବାନ         ମୋ ପାଇଁ ହେଲେ ନିର୍ଦ୍ଧନ

    ନ ଥିଲା ତାଙ୍କ କାରଣ ମୁଣ୍ଡ ପାତିବାର ସ୍ଥାନ । ୨ ।

    ବାସ କଲେ କେଡ଼େ କଷ୍ଟେ,       ବହିଲେ ମୋ ପାପ ପୃଷ୍ଠେ,

    ଗାଇବି ମୁଁ ନିତ୍ୟ ହୃଷ୍ଟେ ତାହାଙ୍କ ପ୍ରଶଂସା ଗାନ । ୩ । 

     

    ଭୋଗିଲେ କେତେ ଯାତନା     ମୋହର ପାପ ବେଦନା 

    ସେ ପ୍ରେମକୁ କି ଉପମା, ଭାବି ତାହା ଅନୁକ୍ଷଣ । ୪ ।

    ତେଜିଣ ମହିମା ଦୂରେ           ଶୋଇଲେ ସେ କବରରେ

    ଦୀନହୀନ ସଦୃଶରେ, ମୋ ପ୍ରତି ଏସନ ପ୍ରେମ । ୫ ।

    ଯାଉ ସବୁ ଦୂରେ ଯାଉ, ସେ ନାମ ମୋ ମନେ ଥାଉ;

    ତାଙ୍କୁ କି ପାସୋରେ ଆଉ ! ସେହି ପ୍ରଶଂସା ଭାଜନ । ୬ ।

  • aahe bhojomono khristo naamore hoibo poritraano

    ଆହେ ଭଜମନ

    ଖ୍ରୀଷ୍ଟ ନାମରେ ହୋଇବ ପରିତ୍ରାଣ

    ଚିତ୍ତେ ଭାବିଲେ ପାଇବ ଦରଶନ । ଘୋଷା । 

     

    ଶୂନ୍ୟର ଉପରେ ମହାଶୂନ୍ୟ

    ସେ ସର୍ବ ଉପରେ ତାଙ୍କ ସ୍ଥାନ,

    ଜ୍ୟୋତିର୍ମୟ ସିଂହାସନର ଉପରେ ବିଜୟେ ବିରାଜ ଭଗବାନ । ୧ । 

     

    ସିଂହାସନ ଆଗେ ବିଦ୍ୟମାନ ଖର୍ବ ଖର୍ବ ଧର୍ମ ଦୂତଗଣ,

    ଚବିଶ ପ୍ରାଚୀନ ମୁକୁଟ କାଢ଼ିଣ ବୋଲୁଥାନ୍ତି ଧର୍ମ ଧର୍ମ ଧର୍ମ । ୨ ।

    ଅଗଣ୍ୟ ଜନତା ସାଧୁମାନ ସେବା ଭଜନାରେ କରି ଧ୍ୟାନ,

    ପ୍ରେମେ ପରିପୂର୍ଣ୍ଣ ଆନନ୍ଦ କରନ୍ତି

    ବିଜୁଳିର ପରି ତେଜୋବାନ । ୩ ।

    ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ବ୍ରହ୍ମ

    ଈଶ୍ୱର ଦକ୍ଷିଣେ ବିଦ୍ୟମାନ, ବିଶ୍ୱାସୀଙ୍କ ପାଇଁ କରନ୍ତି ପ୍ରାର୍ଥନା

    ଦିଅ ଧର୍ମ ଆତ୍ମା ଶାନ୍ତି ଦାନ । ୪ ।

    ଆହେ ସର୍ବ ଭକ୍ତଜନ ଶୁଣ

    ଈଶ୍ୱର ଦକ୍ଷିଣେ କର ଧ୍ୟାନ,

    ମରଣ ପର୍ଯ୍ୟନ୍ତ ବିଶ୍ୱାସୀ ହୋଇଣ

    ଅନ୍ତେ ଭୋଗ ସ୍ୱର୍ଗ ସୁଖମାନ । ୫ ।

  • gao sorbe atti modhure traatanka namo suswore

    ଗାଅ ସର୍ବେ ଅତି ମଧୁରେତ୍ରାତାଙ୍କ ନାମ ସୁସ୍ୱରେ,

    ପରିତ୍ରାଣ ନେଇ ଆସିଛନ୍ତି ସେହି, ଯାଚୁଛନ୍ତି ନିଅ ସତ୍ୱରେ । ଘୋଷା ।

    ପାପଭାରରେ ଯଦି ଭାରାକ୍ରାନ୍ତ, ଯୀଶୁ ଡାକୁଛନ୍ତି, ଆସ ସମସ୍ତ,

    ଭାର କାଢ଼ିନେବା, ଶାନ୍ତି-ଚିତ୍ତ ଦେବା, ସୁଖୀ ହେବ ତୁମ୍ଭେ ଅନ୍ତରେ । ୧ । 

     

    କ୍ଷୁଧିତ ତୃଷିତ କି ପରିଶ୍ରାନ୍ତ, ଅବା ନାନା ଦୁଃଖେ ଯଦ୍ୟପି କ୍ଳାନ୍ତ,

    ନୋହିଣ ନିରାଶ ଆସ ଯୀଶୁ ପାଶ, ଡାକୁଛନ୍ତି ସେହି ପ୍ରେମରେ । ୨ । 

     

    ଦେବା ପାଇଁ ସେହି ସୁସ୍ଥିର ଚିତ୍ତ ସ୍ୱର୍ଗପୁରୁଁ ହୋଇଛନ୍ତି ଆଗତ,

    ପାପୀ ପ୍ରାୟଶ୍ଚିତ୍ତ ତାଙ୍କରେ ସାଧିତ, ଆଉ କିପାଁ ଡର ମନରେ । ୩ । 

     

    ଆସ ଶୀଘ୍ର ଯିବା ଯୀଶୁଙ୍କ ପାଶ, ବେଗେ ହେବା ତାଙ୍କ ସଙ୍ଗେ ମିଳିତ,

    ହେବା ଆନନ୍ଦିତ, ଚିତ୍ତ ହେବ ତୃପ୍ତ, ଗାଇବା ନାମ ପ୍ରଶଂସାରେ

  • aaso jishu khristo naamo bhojibaa

    ଆସ ଯୀଶୁଖ୍ରୀଷ୍ଟ ନାମ ଭଜିବା,

    ଅନନ୍ତ ଜୀବନ ବହୁମୂଲ୍ୟ ଧନ ପରିତ୍ରାଣ ଜ୍ଞାନ ଲଭିବା । ଘୋଷା । 

     

    ସ୍ୱଦେଶୀ ବିଦେଶୀ ଭାଇ ବନ୍ଧୁ ଜ୍ଞାତି, ଆସ ରୁଣ୍ଡ ହୋଇ ଭଜିବା,

    ଶୁଭ ସମାଚାରେ ଯାହା ଲେଖାଅଛି ପଢ଼ି ମୁକ୍ତିମାର୍ଗ ପାଇବା         ା ୧ ।

    ଧର୍ମ ଆତ୍ମା ମାଗି ମନ ମଧ୍ୟେ ରଖି ପାପ-ତିମିରକୁ ନାଶିବା,

    ମୃତ୍ୟୁ ଆଦି ଭୟ ସବୁ କରି ଜୟ ମୃତ୍ୟୁଞ୍ଜୟ ହୋଇ ଉଠିବା 

    ନାନା ଯନ୍ତ୍ର ତନ୍ତ୍ର ବୀଣା ବଜାଇଣ ଗାନ କରି ହୃଷ୍ଟେ ନାଚିବା,               ା ୨ ।

    ଦେହ ଆତ୍ମା ଦେଇ ସତ୍ୟେ ଭଜୁଥାଇ ତାଙ୍କ ପ୍ରିୟପାତ୍ର ହୋଇବା 

    ନାନା ରୋଗବ୍ୟାଧି ଦୁଃଖ ଚିନ୍ତା ଆଦି ଯୀଶୁ ପାଦପଦ୍ମେ ଅର୍ପିବା,   ା ୩ ।

    ଯୀଶୁ ଖ୍ରୀଷ୍ଟ ନାମେ ସୁଧାରସ ଅଛି ପାନ କରି ସୁଖେ ଭାସିବା ଭଣେ ମୂଢ଼ମତି,

    ମୋର ଏ ମିନତି, ଆସ, ଯୀଶୁ ସେବା କରିବା,     ା ୪ ।

    ଦିନୁଁ ଦିନୁଁ ତାଙ୍କ ପ୍ରେମ ଜ୍ଞାନେ ବଢ଼ି ତାଙ୍କ ସଙ୍ଗେ ବାସ କରିବା    ା ୫ ।

  • bhojo hai jishunka naamo nirobodhi

    ଭଜ ହେ ଯୀଶୁଙ୍କ ନାମ ନିରବଧି

    ଦେଇ ସର୍ବ ବଳ ଚିତ୍ତ ଦେହ ପ୍ରାଣାଦି । ଘୋଷା ।

    ଭକ୍ତି ଚିତ୍ତେ ଦୃଢ଼ ମତେ ସେବା କର ନିରତେ;

    ଯତନେ ସାଧନ କର ସେ ତ୍ରାଣନିଧି

    ଧ ର ତାଙ୍କ ଶ୍ରୀ ଚରଣ, ପାଇବ ହେ ଜୀବନ;             ା ୧ ।

    ସେ ଦେବେ ଘୁଞ୍ଚାଇ ପାପ ସନ୍ତାପ ବ୍ୟାଧି

    ନ ପାସୋର ତାଙ୍କୁ ମନ, ନ ଛାଡ଼ କଦାଚନ;               ା ୨ ।

    ଶେଷେ ସେହି ସ୍ୱର୍ଗେ ଦେବେ ଅନନ୍ତ ନିଧି

    ଦୂର କର ଏ ସଂସାର, ସବୁ ମିଥ୍ୟା ଅସାର;               ା ୩ ।

    ଖ୍ରୀଷ୍ଟ ନାମ ଭଜ ମନ, ସେ ଗୁଣନିଧି       ା ୪ ।

  • jishu naamo binu naahi anya re traano

    ଯୀଶୁ ନାମ ବିନୁ ନାହିଁ ଅନ୍ୟରେ ତ୍ରାଣ । ଘୋଷା ।

    ସେହି ଯୀଶୁ ଦାସାକାରେ        ଅଇଲେ ଅବନୀ ପରେ

    ପାପୀ ତାପୀ ତାରିବାରେ ହୋଇଲେ ଜନ୍ମ । ୧ ।

    କଲେ ମହା ମହା କର୍ମ           ମୃତକୁ ଦେଲେ ଜୀବନ 

    ବଧିରେ ଦେଲେ ଶ୍ରବଣ, ଅନ୍ଧେ ନୟନ । ୨ ।

    ଭ୍ରମି ନାନା ଦେଶ ଦେଶ          ଦେଲେ ନାନା ସୁପଦେଶ 

    ଯେହ୍ନେ ଏ ମାନବ ବଂଶ ପାଇବେ ତ୍ରାଣ । ୩ ।

    ଅବଶେଷେ ହୋଇ ହତ         ପୁଣ୍ୟ ରକ୍ତ କଲେ ପାତ 

    ଶତ୍ରୁଙ୍କ ପାଇଁ ଏମନ୍ତ କେ ଦେବ ପ୍ରାଣ ?

    ଯୀଶୁ ନାମ ନ ଭଜିଲେ           ପଡ଼ିବ ନରକାନଳେ

    ତ୍ରାଣ ନାହିଁ କେଉଁ କାଳେ, ଦୁଃଖ ଦାରୁଣ । ୫ ।

    ଯୀଶୁରେ ନେଲେ ଶରଣ ନିଶ୍ଚେ ହେବ ପରିତ୍ରାଣ 

    ଭୁଞ୍ଜିବ ସ୍ୱର୍ଗର ସୁଖ ଅନନ୍ତ ଦିନ । ୬ ।

  • monoru hebo ki antoro jishu naamo

    ମନରୁ ହେବ କି ଅନ୍ତର ଯୀଶୁ ନାମ

    ଯେ ନାମ ଅଟଇ ସର୍ବ ନାମରୁ ପରମ । ଘୋଷା ।

    ଯେ ନାମ ସ୍ୱର୍ଗ ଭୁବନେ ଗା’ନ୍ତି ଦିବ୍ୟ ଦୂତଗଣେ,

    ମୁକୁଟ କାଢ଼ି ଅନୁକ୍ଷଣେ ବୋଲନ୍ତି ଧର୍ମ ଧର୍ମ ଧର୍ମ ହେ ଯୀଶୁ ନାମ,

    ଧ ନ୍ୟବାଦ ପ୍ରଶଂସାକୁ ତୁମ୍ଭେ ସୁଭାଜନ । ୧ ।

    ଶୁଣି ସେ ନାମ ମୋ ଚିତ୍ତ ହେଲା ପୁଲକିତ, ହେଲା ଶୋକ ସନ୍ତାପ ହତ

    ଦୂର କଲା ମୋ ଭୟ, କରିଲା ତ୍ରାଣୋଦୟ,

    ଜନ୍ମାଇଲା ମନେ ମୋର ପରମ ସାନ୍ତ୍ୱନା । ୨ । 

     

    ଯେ ଯାଏ ଥିବି ଜଗତେ ଗାଇବି ମୁଁ ହୃଷ୍ଟ ଚିତ୍ତେ,

    ଯୀଶୁଙ୍କ ନାମ ଅବିରତେ ହେଲେ ମୋ ଯାତ୍ରା ଶେଷ ହୋଇ ସ୍ୱର୍ଗେ ପ୍ରବେଶ

    ଅଧିକ ସୁମିଷ୍ଟ ସ୍ୱରେ ଗାଇବି ସେ ନାମ । ୩ ।

     

    ଯୀଶୁଙ୍କ ନାମ ସମାନ ନାହିଁ ମନୋରମ ନାମ,

    ପାଇଛନ୍ତି ପ୍ରଧାନ ନାମ ସେ ନାମ ମୋର ଗଡ଼,

    ମୋର ଦୃଢ଼ ପାହାଡ଼, ନୋହିବ କଦାଚ ମୋର ମନୁଁ ବିସ୍ମରଣ । ୪ ।

  • jishu naame je bhaabo achi

    ଯୀଶୁ ନାମେ ଯେ ଭାବ ଅଛି, କେବଳ ବିଶ୍ୱାସୀ ସିନା ଜାଣୁଛି,

    ଅମୃତ ନିର୍ଝର ବହେ ଝର ଝର, ତଟକା ମଧୁରୁ ମିଷ୍ଟ ଲାଗୁଛି । ଘୋଷା ।

    ଯୀଶୁ ଖ୍ରୀଷ୍ଟ ସ୍ୱର୍ଗୀୟ ନାମ, ସ୍ୱର୍ଗଦୂତ ଦ୍ୱାରା ପ୍ରଦାନ,

    ଅଟଇ ସେ ନାମ କେଡେ ଼ମିଷ୍ଟତମ, ଯେ ଚାଖେ ତା ଗୁଣ ସେହି ଜାଣୁଛି । ୧ । 

     

    ଯୀଶୁ ନାମ ପାଇବା ପାଇଁ, ସ୍ୱର୍ଗ ପୃଥ୍ୱୀରେ କେହି ନାହିଁ,

    ପାପୀର ଜୀବନ ଅଟେ ଖ୍ରୀଷ୍ଟ ନାମ, ମୋ ମନକୁ କେଡ଼େ ମିଷ୍ଟ ଲାଗୁଛି । ୨ ।

    ଯୀଶୁ ତ୍ରାଣକର୍ତ୍ତା ଅଟନ୍ତି, ପାପୀ ପାଇଁ ସେ ମରିଛନ୍ତି,

    ପାପୀଙ୍କର ପାପ ଆପେ କଲେ ଭୋଗ, ଏମନ୍ତ କେହି କି ଜଗତେ ଅଛି । ୩ ।

    ଯୀଶୁ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି, ମୃତ୍ୟୁ ନାହୁଡ଼ ଭାଙ୍ଗିଛନ୍ତି,

    ତାଙ୍କ ସନ୍ନିଧାନ ଆସେ ଯେଉଁ ଜନ, ପାପ ରୋଗୁଁ ସେହି ସୁସ୍ଥ ହେଉଛି । ୪ ।

     

    ଯୀଶୁ ଖ୍ରୀଷ୍ଟ ଚରଣେ ଚିତ୍ତ, ରହୁ ମୋହର ଅବିରତ,

    ମୋର ସେହ ିନାମ ହେଉ ନିତ୍ୟ ଧ୍ୟାନ, ଏହା ମୁଁ ଛାମୁରେ ନିବେଦୁ ଅଛି । ୫ ।

     

    Click the link below to listen full song and know the tune

  • jishu naamo ki sumisto

    ଯୀଶୁ ନାମ କି ସୁମିଷ୍ଟ,

    କରେ ମନ ହୃଷ୍ଟ ହେ । ଘୋଷା ।

    ସାଂସାରିକ ଯେତେ ସୁଖ         ତହିଁରେ ନ ଗଲା ଦୁଃଖ 

    କେବଳ ନାମ ଯୀଶୁଙ୍କ ହରେ ସର୍ବ ଦୁଃଖ । ୧ ।

    ତାଙ୍କ ନାମ ମନେ ଗାଇ ଆବରି ମୁଁ ନିତି ଧ୍ୟାୟି 

    ହରଷ ହୋଇ ଉଠଇ ଭରସା ମୁଁ ପାଇ । ୨ ।

    ସେ ମୋ ନିତ୍ୟସ୍ଥାୟୀ ତ୍ରାତା,      ମୋର ପାପ ଶାପ-ହର୍ତ୍ତା

    ନାହିଁ ତାଙ୍କ ବିନା ନାହିଁ ପାପ କ୍ଷମା କାହିଁ । ୩ ।

    ଆକାଶମଣ୍ଡଳ ତଳେ ମନୁଷ୍ୟଗଣ ମଧ୍ୟରେ

    ତ୍ରାଣକର୍ତ୍ତା ଯୀଶୁ ନାମ ଅନ୍ୟେ ଦାନ ନାହିଁ । ୪ ।

    ସେ ନାମର ମିଷ୍ଟ ଗୁଣ ପୁଣି ତା’ର ଶ୍ରେଷ୍ଠପଣ 

    ବର୍ଣ୍ଣନେ ମୁଁ ଅଭାଜନ, ଜ୍ଞାନ ନାହିଁ ମୋର । ୫ ।

    କୃପା କରି କ୍ଷମା କଲେ,             ମୋଠାରେ ପ୍ରସନ୍ନ ହେଲେ,

    ପ୍ରାଣ ଦେଇ ବଞ୍ଚାଇଲେ, କି ପ୍ରେମ ସେ କଲେ । ୬ ।

     

    ନ ଭୁଲ ଭୁଲଣ ମନ, ସତତ ଗୁଣ ସେ ନାମ,

    ଦେବେ ଅକ୍ଷୟ ଜୀବନ, ହେବ ମନ ପୂର୍ଣ୍ଣ । ୭ ।