Tag: odisha christians

  • kohile probhu sworgo raajono

    କହିଲେ ପ୍ରଭୁ ସ୍ୱର୍ଗ ରାଜନ

    ପ୍ରିୟ ପୁତ୍ର ଖ୍ରୀଷ୍ଟଙ୍କୁ ଏ ବଚନ । ଘୋଷା ।

    ଯେ ଯାଏ ତୁମ୍ଭର ଶତ୍ରୁ ସମସ୍ତ   

    ନୁହଁନ୍ତି ତବ ପାଦ ତଳେ ନତ । ୧ ।

    ସେ ପର୍ଯ୍ୟନ୍ତ ବସ ଆମ୍ଭ ଦକ୍ଷିଣେ 

    ହେବେ ଶତ୍ରୁଗଣ ତୁମ୍ଭ ଅଧୀନେ । ୨ ।

    ସିୟୋନଠାରୁ ତୁମ୍ଭ ବଳବନ୍ତ     

    ରାଜଦଣ୍ଡ ନିଶ୍ଚେ ହେବ ନିର୍ଗତ

    ଶତ୍ରୁଗଣ ମଧ୍ୟେ କରିବ ରାଜ୍ୟ,

    ତୁମ୍ଭ ମହାନାମ ହୋଇବ ପୂଜ୍ୟ । ୪ ।

    ଦେଖ ତୁମ୍ଭର ବିକ୍ରମ ଦିନରେ    

    ଆବର ଧର୍ମର ସୁଶୋଭନରେ । ୫ ।

    ତୁମ୍ଭ ଲୋକମାନେ ସ୍ୱଚ୍ଛନ୍ଦ ହେବେ,

    ଆନନ୍ଦେ ତବ ପ୍ରଶଂସା ଗାଇବେ । ୬ ।

    ପ୍ରଭାତର ଗର୍ଭଜାତ କାକର 

    ତହୁଁ ବୃଦ୍ଧି ହେବ ତୁମ୍ଭ ବଂଶର । ୭ ।

  • dhanya dhanya sodaa dhanya heontu

    ଧନ୍ୟ ଧନ୍ୟ ସଦା ଧନ୍ୟ ହେଉନ୍ତୁ ଯୀଶୁ ରାଜା 

    ସର୍ବ ଜଗତ କରନ୍ତୁ ତାଙ୍କ ଶ୍ରୀ ପାଦ ପୂଜା । ଘୋଷା ।

    ତାଙ୍କ ରାଜ୍ୟ ପ୍ରବଳେ ବ୍ୟାପୁ ସର୍ବ ଅଞ୍ଚଳେ 

    ବିନାଶ ହେଉ ବହନ ପାପାନ୍ଧକାର-ରାଜା । ୧ ।

    ତାଙ୍କ ଶତ୍ରୁ ସମସ୍ତ    ହେଉନ୍ତୁ ପରାଜିତ,

    ସ୍ଥାନ ତେଜି ପଳାଉନ୍ତୁ ସର୍ବେ ପାଇଣ ଲଜ୍ଜା । ୨ ।

    ଯେତେକ ମିଥ୍ୟା ମତ            ସମୂଳେ ହେଉ ଲୁପ୍ତ,

    ବାଜୁ ସର୍ବ କର୍ଣ୍ଣେ ତାଙ୍କ ସୁସମାଚାର ବାଜା । ୩ ।

    ତାଙ୍କ ପରମ ନାମ ହେଉ ଜଗତେ ଗାନ 

    ଦେଉନ୍ତୁ ପ୍ରଶଂସାବଳି ସକଳ ରାଜା ପ୍ରଜା । ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଅନନ୍ତ ଈଶ୍ୱର ଯୀଶୁ ତାଙ୍କ ମହାନାମ ହେ, ananta ishwara jishu

    ଅନନ୍ତ ଈଶ୍ୱର ଯୀଶୁ ତାଙ୍କ ମହାନାମ ହେ,
    ସର୍ବ ଦେଶେ ସର୍ବ ପ୍ରାଣୀ ହୃଷ୍ଟେ କରୁ ଗାନ ହେ । ଘୋଷା ।

    ପ୍ରଭୁଙ୍କର ପ୍ରଭୁ ଯୀଶୁ ରାଜାଙ୍କ ରାଜନ ହେ,
    ତ୍ରିଭୁବନ କର୍ତ୍ତା ଯୀଶୁ ଅଟନ୍ତି ମହାନ ହେ । ୧ ।

    ସର୍ବ ସୃଷ୍ଟିକର୍ତ୍ତା ଯୀଶୁ ତ୍ରିଲୋକ ରାଜନ ହେ,
    ତାଙ୍କ ବିନା କେଉଁ ବସ୍ତୁ ନୋହିଛି ସୃଜନ ହେ । ୨ ।

    ଜଗଦ୍ଦୀପ୍ତି ଦୀନବନ୍ଧୁ ଜଗତ ଜୀବନ ହେ,
    ଅନ୍ଧାର ଗୃହେ ଦିଶନ୍ତି ମାଣିକ୍ୟ ଯେସନ ହେ । ୩ ।

    ଯୀଶୁରେ ଆଶ୍ରୟ ନେଲେ ପାଇବ ଜୀବନ ହେ,
    ନୋହିଲେ ଅନନ୍ତ ମୃତ୍ୟୁ କେ କରେ ଖଣ୍ଡନ ହେ । ୪ ।

    ମହିମା ସାଗର ଯୀଶୁ କେ କରେ ବର୍ଣ୍ଣନ ହେ,
    ଛାର ମୂଢ଼ ନର ମୋର ବୁଦ୍ଧିର ଅଗମ୍ୟ ହେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • drudha kono pasanara upare biswasa bharasa

    ଦୃଢ଼ କୋଣ-ପାଷାଣର ଉପରେ ବିଶ୍ୱାସଭରସା-
    ମନ୍ଦିର ତୋଳିଛି ମୂଳଦୁଆ ଚିହ୍ନି ଯତ୍ନରେ…. । ଘୋଷା ।

    ସେ ତ ଅନାଦି କାଳର ପଥର, ଯାକୁ ଭାଙ୍ଗି ନ ପାରେ ଜଳାକର,
    ଦୁର୍ବଳ ପତିତ ଗୃହ ମୁଁ ତୋଳୁଛି, କାଳେ କାଳେ ଭାଙ୍ଗି ନ ପାରେ …. । ୧ ।

    ଯେଉଁ ପାଷାଣ ସର୍ବଶକ୍ତିମାନ ଆପେ ସିୟୋନରେ କଲେ ସ୍ଥାପନ,
    ପାପ-ତାପ-ବଢ଼ି-ନରକ-ଲହଡ଼ୀ ପରାଜୟ କରି ନ ପାରେ …. । ୨ ।

    ଚିହ୍ନି ନ ପାରିଣ ଗାନ୍ଥକଗଣ ଅତି ତୁଚ୍ଛରେ କଲେ ନିବାରଣ,
    ପାଷାଣୁଁ ବାଲିକି କରି ମନୋନୀତ ମଲେ ସର୍ବନାଶ ବଢ଼ିରେ…. ା ୩ ।

    ଯଦ୍ୟପି ନରକର ପରାକ୍ରମ ଅବା ଦୁରନ୍ତ ଶତ୍ରୁ ଶୟତାନ
    ଘୋର ଅଗ୍ନିବାଣ କରେ ନିକ୍ଷେପଣ ମୂଳଦୁଆ ହଲି ନ ପାରେ…. ା ୪ ।

    ଯୀଶୁ ମୋର ଦୃଢ଼ କୋଣ-ପାଷାଣ, ତହିଁପରେ ମୋ ମନ୍ଦିର ନିର୍ମାଣ,
    ପ୍ରଚଣ୍ଡ ପବନ ବହି ଘନ ଘନ ମୋ ଗୃହକୁ ଭାଙ୍ଗି ନ ପାରେ…. ା ୫ ।

    ସୂଚୀମାଳାକୁ ଫେରନ୍ତୁ

  • jishu tume more prano moro mohaa poritrano

    ଯୀଶୁ ତୁମ୍ଭେ ମୋର ପ୍ରାଣ, ମୋର ମହା ପରିତ୍ରାଣ,
    ତୁମ୍ଭେ ମୋର ଅନନ୍ତ ଜୀବନ, ମୋର ଶୁକ୍ଳ ପରିଧାନଘୋଷା ।

    ତୁମେ ଦୀନ-ଦୟାସିନ୍ଧୁ, ଉପକାରୀ ପ୍ରିୟ ବନ୍ଧୁ;
    ପ୍ରେମେ ତୁମ୍ଭେ ମୋ ଲଗା ହୋଇଣ, କ୍ରୁଶେ ଦେଲ ନିଜ ପ୍ରାଣ । ୧ ।

    ତୁମ୍ଭେ ମୋ ପରମ ଗୁରୁ, ମୋ ରକ୍ଷା ଆଶ୍ରୟ ମେରୁ;
    ତୁମ୍ଭେ ପଥ ସତ୍ୟତା ଜୀବନ, ମହାମହିମ ରାଜନ । ୨ ।

    ତୁମ୍ଭେ ଧର୍ମ ମୁକ୍ତି ଜ୍ଞାନ, ଜଗଜ୍ୟୋତିଃ ଜ୍ଞାନାଞ୍ଜନ;
    ତୁମ୍ଭ ବିନା ଅନ୍ଧ ମୋ ନୟନ, ବୃଥା ହେବ ଆତ୍ମା ପ୍ରାଣ । ୩ ।

    ତୁମ୍ଭେ ସମସ୍ତରେ ସବୁ, ଇହ ପରେ ମୋର ବିଭୁ;
    ହୁଅ ପ୍ରଭୁ ମୋଠାରେ ପ୍ରସନ୍ନ, ନେଲି ଶ୍ରୀପାଦେ ଶରଣ । ୪ ।

  • jishu prati kara drusti mono hruste

    ଯୀଶୁ ପ୍ରତି କର ଦୃଷ୍ଟି ମନ ହୃଷ୍ଟେ ଅତି ହେ । ଘୋଷା । 

     

    ଦେଖ ହେ ମନ କି ଆଶ୍ଚର୍ଯ୍ୟ ଦର୍ଶନ ! କରୁଛନ୍ତି ଯୀଶୁ ପୁନରାଗମନ;

    ଦିଶୁ ସେ ଅଛନ୍ତି ସୁନ୍ଦର କେମନ୍ତି ଜଗତରେ ଥିବା ପ୍ରତି ହେ । ୧ । 

     

    ଯେଉଁ ଯୀଶୁ ଥରେ ଗୋରୁ ଗୁହାଳରେ ଶୋଇଥିଲେ ହୋଇ ଜଡ଼ିତ ବସ୍ତ୍ରରେ 

    ଏବେ ସେ କେମନ୍ତ ଗୌରବରେ ଅତି ମର୍ତ୍ତ୍ୟ ପୁରେ ଆସୁଛନ୍ତି ହେ । ୨ ।

    ଜଗତ-ପ୍ରବାସ କାଳେ ଯାହାଙ୍କର ଥିଲେ ସଙ୍ଗରେ ଇତର ମତ୍ସ୍ୟଧାରୀ

    ଅୟୁତ ଅୟୁତ ପରାକ୍ରାନ୍ତ ଦୂତ ଏବେ ତାଙ୍କୁ ଘେରିଛନ୍ତି ହେ । ୩ । 

     

    ପନ୍ତିୟ ପିଲାତ ହୋଇ ଜ୍ଞାନ ହତ କରିଥିଲା ଯା’ଙ୍କୁ ଦଣ୍ଡ ଆଜ୍ଞା ବ୍ୟକ୍ତ,

    ଛାମୁରେ ତାଙ୍କର ବିଚାର ନିମିତ୍ତ ଉଭା ସର୍ବଦେଶୀ ଜାତି ହେ । ୪ । 

     

    ହୋଇ ଦୀନହୀନ ଦାସର ସମାନ ଭୋଗିଥିଲେ ଯେ ଅପମାନ ମରଣ,

    ସର୍ବଦେଶୀଙ୍କର କର୍ମ-ପୁରସ୍କାର ହସ୍ତେ ସେ ଧରିଅଛନ୍ତି ହେ । ୫ ।

     

    ଦେଖ ହେ ମନ, ସେ ତୋ ତ୍ରାଣରାଜନ ଦେବେ ଯେ ତୋତେ ଅନନ୍ତ ପରିତ୍ରାଣ 

    କରି ନିତ୍ୟ ଧ୍ୟାନ ତାଙ୍କ ଆଗମନ ରଖ ତାଙ୍କ ପ୍ରତି ଭକ୍ତି ହେ । ୬ ।

  • ki karma kalu re paamoro

    କି କର୍ମ କଲୁ ରେ ପାମର !

    ଯଗୁ ଶେଷେଦିନେ ପ୍ରଭୁ ସନଧ୍ନି ।ନେକ ିବୋଲି ଦେବ ୁତୁ ଉତ୍ତର? ଘୋଷା ।

    ଯୀଶୁ ସେହି ଦିନେ ରାଜ ସିଂହାସନେ ବସିଣ କରିବେ ବିଚାର;

    ଅବିଶ୍ୱାସୀ ପାପୀ ଭୟେ କମ୍ପି କମ୍ପି ମୁଖ କି ଟେକିବେ ଉପର ? । 

     

    ଡାହାଣେ ଧାର୍ମିକ ବାମେ ପାପୀ ଲୋକ ଉଭା ହେବେ ବେନି ପାଶ୍ୱର୍ର;

    ଧାର୍ମିକଙ୍କ ପ୍ରତି ହୋଇ ତୁଷ୍ଟ ଅତି ଅଧିକାର ଦେବେ ସ୍ୱର୍ଗର । ୨ ।

    ଅଧାର୍ମିକ ପ୍ରତି ହୋଇ କ୍ରୁଦ୍ଧ ଅତି ନିଶ୍ଚୟେ ହୋଇବେ ନିଷ୍ଠୁର;

    ଯାଅ ଶାପଗ୍ରସ୍ତ ନରକେ ସମସ୍ତ ମୁଖ ନ ଚାହିଁବା ତୁମ୍ଭର । ୩ ।

    ଆହେ ମନ ଶୁଣ ନରକର ଗୁଣ,

    କଦାପି ନୋହିବ ଶୀତଳ ସଦା ସର୍ବକ୍ଷଣ ଦହିବ ଏ ପ୍ରାଣ,

    ସାମାନ୍ୟ ନୁହେଁ ସେ ଅନଳ । ୪ । 

     

    ସ୍ୱର୍ଗ-ସୁଖ ପାଇଁ ଉପମା ବା କାହିଁ, ଆହା ସେ କେଡ଼େ ମନୋହର

    ଧାର୍ମିକ ସ୍ୱର୍ଗରେ ପାପୀ ନରକରେ ଭୋଗାଭୋଗ ଅନନ୍ତକାଳ । ୫ । 

     

    ଆରେ ମୋର ମନ, ହୋଇ ସାବଧାନ, ଧର ଖ୍ରୀଷ୍ଟଙ୍କର ପୟର;

    ବିଚାର ଦିନରେ ମହା ଉଲ୍ଲାସରେ ସଙ୍ଗେ ଘେନିଯିବେ ସ୍ୱର୍ଗର । ୬ ।

    ସୂଚୀମାଳାକୁ ଫେରନ୍ତୁ

  • bada sankata dino aasu achi ghorotore kori gorjana

    ବଡ଼ ସଙ୍କଟ ଦିନ,

    ଆସୁଅଛି ଖରତରେ କରି ଗର୍ଜ୍ଜନ । ଘୋଷା । 

     

    ଦେଖ ଆକାଶେ, ପ୍ରଭୁ ଯୀଶୁ ଆସୁଛନ୍ତି ଏହି ଭୁବନେ;

    ଚନ୍ଦ୍ର ସୂର୍ଯ୍ୟ କଳା ହେବ, ନକ୍ଷତ୍ର ସବୁ ଝଡ଼ିବ,

    ସକଳ ମୃତ ଦେହର ହେବ ଉତ୍ଥାନ । ୧ ।

    ଏହି ପୃଥିବୀ ତରଳି ମିଳାଇଯିବ ଦେଖି ତତ୍‌କ୍ଷଣ;

    ପ୍ରଭୁ ଯୀଶୁ ମେଘାରୁଢ଼, ତୂରୀ ଶବ୍ଦ କି ପ୍ରଚଣ୍ଡ,

    ଆକାଶ ଭାଙ୍ଗିବ ମହା ଶବ୍ଦ କରିଣ । ୨ ।

    ଏକ ନିମିଷେ ଖ୍ରୀଷ୍ଟଙ୍କ ଛାମୁରେ ଉଭା ସକଳ ଜନ;

    ଆହା ସେ କି ଭୟ-ଦିନ, ଡାକିବେ ଦୁର୍ଜ୍ଜନଗଣ,

    ଲୁଚାଇ ରଖ ଆମକୁ ଗୁହା କାନନ । ୩ ।

    କେତେ କହିବେ, କଲୁଁ ତୁମ୍ଭ ନାମେ ନାନା ଆଶ୍ଚର୍ଯ୍ୟ କର୍ମ;

    କ୍ରୋଧେ କହିବେ ଈଶ୍ୱର, ଶାପଗ୍ରସ୍ତେ ହୁଅ ଦୂର,

    ଅନନ୍ତ ନରକ-ହ୍ରଦେ ଯାଅ ଏକ୍ଷଣ । ୪ ।

    ଥିବେ ସଙ୍ଗତେ ଖର୍ବ ଖର୍ବ ଧର୍ମ ଦୂତ ଜାଜ୍ଜ୍ୱଲ୍ୟମାନ;

    କହେ ଦୀନ ଅକିଞ୍ଚନ,

    ହୁଅ ମୋଠାରେ ପ୍ରସନ୍ନ,

    ଯେମନ୍ତେ ମୁଁ ଠିଆ ହେବି ତବ ଡାହାଣ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • kara drusti sarba srusti jishu moha rajanku

    କର ଦୃଷ୍ଟି ସର୍ବ ସୃଷ୍ଟି ଯୀଶୁ ମହାରାଜାଙ୍କୁ,

    ମେଘ ରଥେ ଆସୁଛନ୍ତି ବିଚାର କରିବାକୁ । ଘୋଷା ।

    ପ୍ରତ୍ୟେକର ନୟନ    କରିବ ହେ ଦର୍ଶନ

    ଆହୁରି ଦେଖିବେ ଯେତେ ବିନ୍ଧିଥିଲେ ତାହାଙ୍କୁ । ୧ ।

    ପିତାଙ୍କ ଐଶ୍ୱର୍ଯ୍ୟରେ  ଆସିବେ ସେ ତେଜରେ 

    ସଙ୍ଗେ ଘେନି କୋଟି କୋଟି ପରାକ୍ରାନ୍ତ ଦୂତଙ୍କୁ । ୨ ।

    ହେବ ତୂରୀ ବାଦନ   ଯେହ୍ନେ ଘୋର ଗର୍ଜ୍ଜନ,

    କୋଟିଏ ମେଘ ଗର୍ଜ୍ଜନ ସରି ନୋହିବ ତାକୁ । ୩ ।

    ଶୁଣି ତାହାଙ୍କ ରବ ମତ ହେବେ ସଜୀବ,

    ପୃଥିବୀ ସମୁଦ୍ର ସମର୍ପିବେ ସର୍ବ ମୃତଙ୍କୁ । ୪ ।

    ଗୌରବ ସିଂହାସନେ ବସିବେ ସେ ସେଦିନେ,

    ସକଳ ହୋଇବେ ରୁଣ୍ଡ ଆସି ତାଙ୍କ ଛାମୁକୁ । ୫ ।

    ଧନ୍ୟ ଧାର୍ମିକ ଜନ, କି ଉଲ୍ଲାସ ସେ ଦିନ !

    ଯିବେ ତାଙ୍କ ସଙ୍ଗେ ସ୍ୱର୍ଗେ ଜୀବନ ଭୋଗିବାକୁ । ୬ ।

    ଶୁଣିଣ ପାପୀଗଣ    ସେହି ଘୋର ଗର୍ଜ୍ଜନ,

    ଘୋଡ଼ାଅ ଘୋଡ଼ାଅ ବୋଲି ଡାକିବେ ପର୍ବତଙ୍କୁ । ୭

    ପାପୀଗଣ ବାମରେ କମ୍ପିବେ କି ଭୟରେ !

    ଅନନ୍ତ ଦଣ୍ଡାଜ୍ଞା ଶୁଣି ଯିବେ ଅଗ୍ନିହ୍ରଦକୁ । ୮

     

    ଆସ ଯୀଶୁ ବହନ,    ବୋଲି ହୃଷ୍ଟେ ଆମେନ୍‌,

    ସେ ମହାଦିନେ କରୁଣା କର ତୁମ୍ଭ ଦାସକୁ । ୯ ।

  • kebe sehi subho dino netre karibi mu darshana

    କେବେ ସେହି ଶୁଭ ଦିନ ନେତ୍ରେ କରିବି ମୁଁ ଦର୍ଶନ ହେ,

    ଯେ ଦିନେ ମୋ ଯୀଶୁ ସ୍ୱଗୁଁ ତେଜେ କରିବେ ଆଗମନ ହେ ? ଘୋଷା ।

    ତୂରୀ ନେଇ ଦିବ୍ୟ ଦୂତ ବଜାଇବେ କି ଅଦ୍ଭୁତ,

    ତା ଶୁଣି ମୋ ମୃତ ଦେହ ହେବ କବରୁ ଉତ୍ଥାପିତ ହେ । ୧ ।

    କରିବି ମୁହିଁ ଦର୍ଶନ ମୋ ପ୍ରଭୁଙ୍କ ଶ୍ରୀ ବଦନ,

    ବହୁଦିନ ଅଭିଳାଷ ହେବ ମୋହର ସୁସମ୍ପୂର୍ଣ୍ଣ ହେ । ୨ । 

     

    ଏହି ମୋ ଛାର ଶରୀର କରିବେ ସେ ରୂପାନ୍ତର,

    ସୂର୍ଯ୍ୟ ତାରାର ସମାନ ମୁହିଁ ହୋଇବି ତେଜୋବାନ ହେ । ୩ ।

    ପିନ୍ଧି ଅକ୍ଷୟ ମୁକୁଟ ଗୌରବେ ହେବି ଗୃହୀତ,

    ତାଳ ବାହୁଙ୍ଗା ଧରିଣ ସଦା କରିବି ଜୟଗାନ ହେ । ୪ । 

     

    ବୋଲିବି, ମୃତ୍ୟୁ ତୋହର ନାହୁଡ଼ କି ହେଲା ବୋଲ,

    ହେ ପରଲୋକ, ତୋହର ଜୟ ହୋଇଲା ଅକାରଣ ହେ

    ଅସଂଖ୍ୟ ସାଧୁ ସହିତ କାଢ଼ି ମୁଣ୍ଡରୁ ମୁକୁଟ

    କରିବି ଅନନ୍ତ ଦିନ ମୁଁ ପରିତ୍ରାଣର ଗାୟନ ହେ । ୬ ।