Tag: odisha christians

  • jaagorono jaago jaali jaago jaati jubaa baali

    ଜାଗରଣ ଜାଗ ଜାଳି ଜାଗ ଜାତି ଯୁବା ବାଳୀ,

    ଯୀଶୁ ନାମେ ଆଜି ବୋଲ ଜୟ,

    ଅଳସ ବିଳାସ ଛାଡ଼ି  କରମ କଠାଉ ମାଡ଼ି

    ଧରମ ପଥରେ ଚଳି ଗାଅ ଜୟ । ଘୋଷା । 

     

    ଦେଶର ଦଶର ଦୁଃଖେ ଝରୁ ଲୋତକ,

    ମଡ଼ା ଲାଗି ଛିଡ଼ା ହୁଅ କରରେ ଶୋକ,

    ମରଣ ମାଙ୍ଗଳିକ ତିଆଗ ତଟେ

    ମାଗିଣ ବୋଲ ତୁମେ ଜୟ । ୧ । 

     

    ଜଳିତର ଲାଗି ତୁମେ ହୁଅ ଦଳିତ,

    ମଣିଷ ସେବାରେ ହେଉ ଚମ ପଳିତ,

    ସଭିଏଁ ମିଶି ସାଦରେ ସୋଦର-ଭାଷେ ଗାଅ ହେ ଯୀଶୁ ନାମ ଜୟ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • aahe sundoro aaso aaji tume bhasho tumo baani ey milone

    ଆହେ ସୁନ୍ଦର ଆସ ଆଜି ତୁମେ, ଭାଷ ତୁମ ବାଣୀ ଏ ମିଳନରେ,

    ତ୍ୟାଗର ସରସ ପରଶ ଦିଅହେ, ଉଦ୍ଦୀପନା ଆସୁ ଅନନ୍ତରେ    । ଘୋଷା । 

     

    ଜାଗରେ ଉତ୍କଳ ସନ୍ତାନ ଆଜି କହୁଛ ଗୋପନ ମନ୍ତ୍ରରେ,

    ମୋହରି ଉଦାର ବାଣୀର ପ୍ରଚାର-କରମେ ନିୟତେ ଲାଗରେ           । ୧ । 

     

    ମୋହରି ଶରଣ ବରଣ କର, କ୍ରୁଶର ପତାକା ଧରରେ,

    ତ୍ୟାଗର ସରସ ସାଜରେ ସାଜିଲେ ସୁଖର ସନ୍ଧାନ ମିଳେରେ        । ୨ ।

     

     ହିଂସାର କୃପାଣ ଫିଙ୍ଗରେ ଦୂରେ, ପ୍ରେମର ଭୂଷଣେ ସାଜରେ,

    ତେବେ ଯେ ମୋହରି ପ୍ରେମର ମନ୍ତର ବ୍ୟାପିବ ସିନା ଏ ଧରାରେ । ୩ ।

     

     କ୍ଷମାର ମନ୍ତ୍ରରେ ହୁଅ ହେ ପୂତ, ଶାନ୍ତିର ପତାକା ଧରରେ,

    ତେବେ ତ ମୋହରି ସନ୍ତାନସନ୍ତତି ଜାଣିବେ ଜଗତ ଜନରେ  । 

     

    ଜାଗରେ ମୋହର ଉତ୍କଳ ସନ୍ତାନ, ମୋ ପ୍ରେମ ମନ୍ତ୍ରରେ ଜାଗରେ,

    ମୁଁ ଅଛି ସାଥିରେ ନିୟତ ତୁମର, ମୋ ରାଜ୍ୟ ବିସ୍ତାରେ ଲାଗରେ          । ୫

    ସୂଚୀମାଳାକୁ ଫେରନ୍ତୁ

  • khristiyano sobhaa dekhi hue hrusto mono

    ଖ୍ରୀଷ୍ଟିୟାନ ସଭା ଦେଖି ହୃଷ୍ଟ ହୁଏ ମନ, ହୃଷ୍ଟ ହୁଏ ମନ,

    ଏକକୁ ଆରେକ ଭାଇ ଭାଇ ସମ୍ବୋଧନ । ଘୋଷା । 

     

    ମିଶନେରୀଗଣ ଆସି ସୁସମାଚାର ପ୍ରକାଶି,

    ତାଙ୍କ ଶ୍ରମଫଳ ପ୍ରଭୁ କରାନ୍ତି ଦର୍ଶନ । ୧ ।

    ଖ୍ରୀଷ୍ଟାଶ୍ରିତ ସଭା ଦେଖି          ମନ ହୁଏ ଅତି ସୁଖୀ,

    ଏଣୁ ପିତା ପ୍ରଭୁଙ୍କର କର ହେ ଭଜନ । ୨ ।

    ନାନା ଜାତି ନାନା ଭାଷୀ         ମିଳନ୍ତି ଏକତ୍ର ଆସି,

    ଏକାବେଳେ ପାସୋରନ୍ତି         ଜାତିର ବନ୍ଧନ । ୩ ।

    ଶୟତାନର ବନ୍ଧନ    କଲେ ପ୍ରଭୁ ବିମୋଚନ,

    ତାଙ୍କ ସ୍ତୁତି କର ମନ ଯାବତ ଜୀବନ । ୪ ।

    ଯେହ୍ନେ ମେଳ ପୃଥିବୀରେ       ତେହ୍ନେ ହେଉ ସ୍ୱର୍ଗପୁରେ,

    ନ ହଜୁ ଗୋଟିଏ ପ୍ରାଣ           ମାଗି ଏ କଲ୍ୟାଣ । ୫ ।

    ପ୍ରଭୁ ଯୀଶୁ ଖ୍ରୀଷ୍ଟାଶ୍ରିତ            ସର୍ବେ ହୁଅ ଆନନ୍ଦିତ,

    ଓଡ଼ିଶା ଦେଶେ ଉଦିତ            ଧର୍ମର ତପନ । ୬ ।

    ପୃଥିବୀରେ ଆଦ୍ୟ ପ୍ରାନ୍ତ          ସର୍ବେ ହୋନ୍ତୁ ଖ୍ରୀଷ୍ଟ ଭକ୍ତ,

    ଥରହରେ ଶୟତାନ  କରୁ ପଳାୟନ । ୭ ।

    ସୂଚୀମାଳାକୁ ଫେରନ୍ତୁ

  • dekho kemonto jibito ki bohumulya pothoro

    ( ସ୍ୱର : କର ଆହେ ନରଗଣ )

    ଦେଖ କେମନ୍ତ ଜୀବିତ କି ବହୁମୂଲ୍ୟ ପଥର ! 

    ସୁପରୀକ୍ଷିତ କୋଣସ୍ଥ ଅତି ଦୃଢ଼ ମନୋହର । ଘୋଷା ।

    ଗାନ୍ଥକଗଣ ସମସ୍ତ   କଲେ ତାଙ୍କୁ ତୁଚ୍ଛୀକୃତ,

    ଈଶ୍ୱର ଗୁନ୍ଥିଲେ ନିଜ ମଣ୍ଡଳୀ ତହିଁ ଉପର । ୧ ।

    ଫାରୁଶୀ ଓ ଅଧ୍ୟାପକ ଆଉ ପ୍ରଧାନ ଯାଜକ,

    କଲେ ତାଙ୍କୁ ହେୟଜ୍ଞାନ କରି ନିନ୍ଦା ଅନାଦର । ୨ । 

     

    ତଥାପି ଏହି ପଥର ହୋଇବାରୁ ବହୁମୂଲ୍ୟ,

    ଦେଖ ହୋଇଅଛି ଏବେ କୋଣ ପ୍ରଧାନ ପଥର । ୩ । 

     

    ଆହେ ପ୍ରଭୁ, ତବ କାର୍ଯ୍ୟ ଅଟେ କେମନ୍ତ ଆଶ୍ଚର୍ଯ୍ୟ !

    ଅଟେ ଅତି ଚମତ୍କାର ଆମ୍ଭମାନଙ୍କ ଦୃଷ୍ଟିର । ୪ । 

     

    ଏ ଦିନ ଗୌରବଯୁକ୍ତ, ଈଶ୍ୱରଙ୍କ ନିରୂପିତ;

    ଆହେ ଖ୍ରୀଷ୍ଟାଶ୍ରିତଗଣ, ସକଳ ଉଲ୍ଲାସ କର । ୫ । 

     

    ତ୍ରାଣକର୍ତ୍ତାଙ୍କର ଦିନ ପରାଜିତ ବନ୍ଦିଗଣ,

    ଯୀଶୁ ଅନନ୍ତ ରାଜନ, ତାଙ୍କୁ ନିତ୍ୟ ସେବା କର । ୬ ।

    ସୂଚୀମାଳାକୁ ଫେରନ୍ତୁ

  • aaha ki subho probhaato aaha ki mongolo praato

    ଆଃ କି ଶୁଭ ପ୍ରଭାତ ! ଆଃ କି ମଙ୍ଗଳ ପ୍ରାତଃ !

    କେଡ଼େ ଉଲ୍ଲସିତ ହେଲି କରି ମୁଁ ନେତ୍ରପାତ ! । ଘୋଷା । 

     

    ଯେଉଁ ଦିନ ତ୍ରାତା ଖ୍ରୀଷ୍ଟ ହୋଇ ଗୌରବାନ୍ୱିତ

    ସମାଧିକୁ କରି ଜୟ ହୋଇଥିଲେ ଉତ୍ଥିତ । ୧ ।

     

    ପାପାତ୍ମା ଅପଲ୍ୟନ ମହିପତି ଯେଉଁଦିନ 

    ହୋଇ ସମ୍ପୂର୍ଣ୍ଣ ଲଜ୍ଜିତ ହୋଇଲା ପରାଜିତ । ୨ । 

     

    ଭାଙ୍ଗିଲେ ମୃତ୍ୟୁ-ନାହୁଡ଼ ପାପ ନରକ ବଳ,

    ଶତ୍ରୁଙ୍କୁ କରି ପରାସ୍ତ ହେଲେ ନିତ୍ୟ ଜୀବିତ । ୩ ।

    ଆଜି ଦିନ ନିରୂପିତ ମୋ ବିଶ୍ରାମ ନିମିତ୍ତ,

    ବିଶ୍ୱାସେ ଅକଥନୀୟ ଆନନ୍ଦେ ଆନନ୍ଦିତ । ୪ ।

    ଆହା, କି ଶୁଭ ଦିବସ ! କି ମଙ୍ଗଳ ପ୍ରତ୍ୟୁଷ !

    ହେବି ମୁହିଁ ଆହ୍ଲାଦିତ ଗାଇ ପ୍ରଶଂସା ଗୀତ । ୫ ।

     

    ଆରେ ଅନିତ୍ୟ ସଂସାର, ଯାଅ ତୁ ଆଜି ଦୂର,

    ହେଉ ଆଦ୍ୟ ଆକର୍ଷିତ ଖ୍ରୀଷ୍ଟ ପ୍ରେମେ ମୋ ଚିତ୍ତ । ୬ ।

  • chha ha dino hoila goto helaa darshana bisraamo probhaato

    ଛଅ ଦିନ ହୋଇଲା ଗତ, ହେଲା ଦର୍ଶନ ବିଶ୍ରାମ ପ୍ରଭାତ;

    କି ଆମୋଦ ଦିନ କଲା ଆଗମନ,

    ଆଜି ଦେହ ଆତ୍ମା ବିଶ୍ରାମପ୍ରାପ୍ତ । ଘୋଷା ।

    ସୃଷ୍ଟିକାଳେ ପରମେଶ୍ୱର କରିଥିଲେ ବିଶ୍ରାମ ଆର,

    କରି ଆଶୀର୍ବାଦ କରିଲେ ବିଶ୍ରାମ କରି ସର୍ବ ସୃଷ୍ଟି ପ୍ରଭୁ ସମାପ୍ତ । ୧ ।

    ସର୍ବ ଅସାର ଚିନ୍ତାମାନ କରି ପରିତ୍ୟାଗ ହେ ମନ,

    ଖ୍ରୀଷ୍ଟ ପ୍ରେମ ଚିନ୍ତା ପ୍ରଭୁଙ୍କର କଥା ଏ ଆଦିରେ ହେଉ ଏ ଦିନ ଅନ୍ତ । ୨ । 

     

    ସାଂସାରିକ କାର୍ଯ୍ୟରୁ ମନ         ଆଜି ଦିନ କର ବିଶ୍ରାମ,

    ପ୍ରାର୍ଥନା ପ୍ରଶଂସା ପ୍ରଭୁଙ୍କ ଭଜନା, ଏ ଆଦିରେ ହୁଅ ନିବିଷ୍ଟଚିତ୍ତ । ୩ ।

    ଆଜି ମୋର ପ୍ରଭୁଙ୍କ ଦିନ, ଛଅ ଦିନଠାରୁ ଏ ଭିନ୍ନ,

    କର ହେ ପାଳନ ଏ ବିଶ୍ରାମ ଦିନ, ସ୍ୱର୍ଗ ବିଶ୍ରାମର ଅଟେ ଦୃଷ୍ଟାନ୍ତ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • prabhu suno dhanyobaado nibedono pokaayee krupaa nayana hai

    ପ୍ରଭୁ, ଶୁଣ ଧନ୍ୟବାଦ ନିବେଦନ ପକାଇ କୃପା ନୟନ ହେ । ଘୋଷା । 

     

    ସନ୍ଧ୍ୟାବେଳ ସ୍ତୁତି ପ୍ରାର୍ଥନା ମୋହର ପ୍ରବେଶୁ ତୁମ୍ଭ ଛାମୁରେ ହେ,

    ସନ୍ଧ୍ୟାବେଳ ସୁଗନ୍ଧି ଧୂପ ସଦୃଶ କର ତୁମ୍ଭେ ସୁଗ୍ରହଣ ହେ । ୧ । 

     

    ବଞ୍ଚାଇଲ ଦେହ ପ୍ରାଣ ଆଜି ଦିନ ମୋର ରକ୍ଷକ ହୋଇଣ ହେ,

    ଆପଦ ସଙ୍କଟ ପରୀକ୍ଷା ସମସ୍ତ କଲ ତୁମ୍ଭେ ନିବାରଣ ହେ । ୨ ।

    କଲ ପ୍ରୟୋଜନ ସୁମଙ୍ଗଳ ଦାନ ଦେଇ ଆଶୀର୍ବାଦ ଦାନ ହେ,

    ତୁମ୍ଭ ମହାକୃପା ଚତୁର୍ଦ୍ଦିଗେ ମୋର ହେଲା ପର୍ବତ ପ୍ରମାଣ ହେ । ୩ ।

    ପ୍ରଭୁ, ଆଜି ରାତ୍ର ହୁଅ ମୋ ସହିତ ଦୂର କରିଣ ସଙ୍କଟ ହେ,

    ତୁମ୍ଭ ମହା ବାହୁରୂପ ପକ୍ଷ ତଳେ କର ମୋତେ ଆଚ୍ଛାଦନ ହେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • mono probhaato kaale kara prabhu dhanyabado

    ମନ, ପ୍ରଭାତ କାଳେ

    କର ପ୍ରଭୁ ଧନ୍ୟବାଦ ହୃଷ୍ଟ ଚିତ୍ତରେ । ଘୋଷା ।

    ଗତ ଦିନ ରଜନୀରେ କଲେ କୃପା ଦାନ ମୋରେ,

    ଆପଦ ଶଙ୍କଟ ମୋର ସେ ଦୂର କଲେ । ୧ ।

    ନିଦ୍ରାକାଳେ ମୋ ନିକଟେ ଜଗିଥିଲେ ତାଙ୍କ ଦୂତେ,

    ହୋଇଲେ ରକ୍ଷକ ମୋର ଘାର ନିଦ୍ରାରେ । ୨ ।

    ଥିଲା ନାନାଦି ଆପଦ ଘେରି ମୋର ଚତୁର୍ଦ୍ଦିଗ,

    ସମସ୍ତ ହେଲା ଖଣ୍ଡନ ତାଙ୍କ କୃପାରେ । ୩ ।

    ମୁହିଁ ଅତି ସୁନିଦ୍ରାରେ କାଟିଲି ରାତ୍ରି ଶଯ୍ୟାରେ,

    ଦେଖିଲି ଆଜି ପ୍ରଭାତ ଏବେ କୁଶଳେ । ୪ ।

    ଏବେ କରି ଧନ୍ୟବାଦ            ମାଗ ତାଙ୍କୁ ଆଶୀର୍ବାଦ 

    ଯେମନ୍ତ ଆଜି ଦିବସ ଯିବ କୁଶଳେ । ୫

  • jaago jaago mono hai probhaato nishi

    ଜାଗ ଜାଗ ମନ ହେ ପ୍ରଭାତ ନିଶି,

    ଉଦେ ହେଲା ଦିନମଣି ପୂର୍ବରେ ତେଜ ଦିଶି । ଘୋଷା । 

     

    ଗତ ଦିବାରାତ୍ରେ ଯେତେ ଆପଦ ଥିଲା ଗ୍ରାସି,

    ସେ ଭୟରୁ ରକ୍ଷା କଲେ ତୋ ପିତା ସ୍ୱର୍ଗବାସୀ । ୧ ।

    ପାପ-ସମୁଦ୍ରରେ ମନ ନିତ୍ୟ ଯାଉଛି ଭାସି,

    ତରିବାକୁ ଉପାୟ ଭରସା ଆଉ ନ ଦିଶି । ୨ ।

    ତରିବାକୁ ଭବ-ସିନ୍ଧୁ ଭରସା ନାହିଁ କିଛି,

    ଜନ୍ମାନ୍ଧର ପ୍ରାୟେ ଘୋର ଅରଣ୍ୟେ ଭ୍ରମୁଅଛି । ୩ ।

     

    ପ୍ରଭୁ, କୃପାରେ ମୋଠାରେ ଧର୍ମଦୀପ୍ତି ପ୍ରକାଶି,

    ପାପ-ଅନ୍ଧକାର ମୋର ମନରୁ ଦିଅ ନାଶି । ୪

  • probhaato o sondhyaa stuti mono moro

    ପ୍ରଭାତ ଓ ସନ୍ଧ୍ୟାର ସ୍ତୁତି ମନ ମୋର,

    ଜାଗ ଜାଗ, ପ୍ରାର୍ଥନାରେ ଜାଗରେ । ଘୋଷା । 

     

    ରାତ୍ରି ହେଲା ଅବସାନ, ଭାନୁ ଦୀପ୍ତି ଆଗମନ,

    ନିଦ୍ରା ଭାଙ୍ଗି ପକ୍ଷୀଗଣ କରୁଛନ୍ତି ଗାନରେ । ୧ । 

     

    ଗତ ରାତ୍ର ଆଶଙ୍କାରୁ ପାପ ମନ୍ଦ ପରୀକ୍ଷାରୁ

     ରଖିଲେ ଯେ ପ୍ରଭୁ ତୋତେ ତାଙ୍କ ସ୍ତବ ଗାଅରେ । ୨ । 

     

    କୁଶଳେ ହେବାକୁ ଶେଷ ଆଜି ଦିବସ ପ୍ରବାସ,

    ମାଗ ତୋ ସ୍ୱର୍ଗସ୍ଥ ପିତା ପାଶ ଏହି ବରରେ । ୩ ।

    ଧର୍ମ ପଥେ ସଦା ଥାଅ, ପାପ ପାଶକୁ ନ ଯାଅ,

    ଦିବସ ସନ୍ତାନ ପରି ନିତ୍ୟ କର୍ମ ସାଧରେ । ୪ ।

    ଖ୍ରୀଷ୍ଟ ତୋର ତ୍ରାଣକର୍ତ୍ତା ପୁଣି ଆତ୍ମାର ବେବର୍ତ୍ତା,

    ତାଙ୍କ ପାଦେ ସବୁ ଚିନ୍ତା ଭାର ନେଇ ଥୁଅରେ । ୫ । 

     

    ସଂସାର-ସିନ୍ଧୁ କଲ୍ଲୋଳ ତରିବାକୁ ନାହିଁ ବଳ,

    ଖ୍ରୀଷ୍ଟ ପ୍ରାୟଶ୍ଚିତ୍ତ-ନାବେ ଚଢ଼ି ହୁଅ ପାରିରେ । ୬ ।

    ସୂଚୀମାଳାକୁ ଫେରନ୍ତୁ