Tag: odia christians songs

  • tumari ujwala pradipa jala

    ତୁମରି ଉତ୍କଳ ପ୍ରଦୀପ ଜ୍ଵଳ ଆମରି ଅନ୍ଧାର ଘରେ
    ସବୁ ପାପ ନିଶା ଅପସରି ଯାଉ
    ତୁମ ଆଲୋକର ଜ୍ୟୋର୍ତିରେ (ଘୋଷା)


    କୋଣେ କୋଣେ ଯେତେ ଅନ୍ଧାର ଅଛି
    ତୁମରି ସ୍ପର୍ଶ ଦିଅ ଗୋ ନାଶି
    ପରଶ ମଣିର ପ୍ରଦୀପ ତୁମର ସୁନା କରିଦେଉ ଆମରେ ।୧//


    ଦୁରେଇ ଯାଉ ହେ ଅପ୍ରୀତି ନିଶା
    ଅପ୍ରେମ, ଅନ୍ଧାର, ଅସତ୍ୟ, ହିଂସା
    ଘରେ ଘରେ ଆମ ପ୍ରିୟ ଯୀଶୁ ନାମ ଶୁଭ ବୀଣା ବାଜୁ
    ମଧୁରେ ।୨।


    କ୍ଷୀଣ ଦୀପ ଆମ ନାହିଁ ଶକତି
    ଧୁକୁ ଧୁକୁ ଜ୍ୱଳି ଲିଭଇ ବତୀ
    ପରମ ଜ୍ୟୋତିରେ ଆମ ପରିବାର ଆଲୋକିତ କର
    ସର ।୩।

    ସୂଚୀମାଳାକୁ ଫେରନ୍ତୁ