Tag: Odia Christian Song Lyrics

  • prabhu mu suni tuma daka

    ପ୍ରଭୁ ମୁଁ ପ୍ରଭୁମୁଁ …. ଶୁଣି ତୁମ ଡ଼ାକ ସ୍ଵର
    ଫେରି ମୁଁ ଆସିଛି ତୁମ ପାଦ ତଳେ
    ବାରେ ପ୍ରଭୁ କ୍ଷମା କର… (ଘୋଷା)

    ବୁଡ଼ିଯାଏ ପ୍ରଭୁ ଏ ଭବ ସାଗରେ
    ଦଦରା ନାବଟି ମୋର
    ଅଶାନ୍ତ ପ୍ରଳୟ ମାଡି ଆସେ ତହିଁ
    ସ୍ଥିରତା ନୁହଁଇ ତାର
    ତୁମେ ଏକା ବନ୍ଧୁ ଏହି ଜଗତର
    ତୁମେ ହିଁ ନାବିକ ମୋର … |୧|

    ପାପର ସାଗରେ ଏହି ପ୍ରାଣ ମୋର
    ଚାଲିଯାଏ ବହୁ ଦୂର
    ପଥହରା ହୋଇ ପଥିକ ସାଜିଲି
    ଛାଡ଼ି ସୁପଥ ତୁମର
    ତୁମେ ଏକା ପଥ ତୁମେ ମୋର ସତ୍ୟ
    ତୁମେ ମୋ ଜୀବନ ଝର …. |୨|

    ସୂଚୀମାଳାକୁ ଫେରନ୍ତୁ

  • uddhara kara hai prabhu

    ଉଦ୍ଧାର କରିହେ ପ୍ରଭୁ, କରମେତେ ଉଦ୍ଧାର ( ୨ ଥର)
    ଶୁଣିହେ ଶୁଣହେ, ଶୁଣହେ ଡାକ ମୋହର
    ସଦା ପ୍ରଭୁହେ…..
    ନେଉଛି ଶରଣ ତୁମର ଚରଣେ ….. (ଘୋଷା)

    ଅଟଳ ଅନନ୍ତ ତୁମେ
    ଦୃଢ଼ ଶଇଳ ମୋର
    ପରିତ୍ରାଣ ପାଇଁ ମୋର
    ବଳି ହେଲ ପ୍ରଭୁ ତୁମେ
    ସଦା ପ୍ରଭୁ ହେ…….
    ଶତୁ ଜାଲରୁ ମୋତେ ଉଦ୍ଧାର … |୧|

    ଜୀବନ ବଢୁଛି ମୋର
    ଏହି ପାପ ସଂସାରେ
    ଶରୀର ହେଉଛି କ୍ଷୀଣ
    ନିଜ ଅପରାଧରେ
    ସଦାପ୍ରଭୁହେ
    ପରିତ୍ରାଣ କର କରୁଣାରେ ଉଦ୍ଧାର… |୨|

    ସୂଚୀମାଳାକୁ ଫେରନ୍ତୁ

  • prasansa gouraba karu narigana

    ପ୍ରଶଂସା ଗୌରବ କରୁ ନାରୀଗଣ
    ଆହେ ସର୍ବ ଶକ୍ତିମାନ
    ଏ ମହା ସଭାକୁ ଦେଲ ଦେଖୁବାକୁ
    କଲ ଅନୁଗ୍ରହ ଦାନ
    ବକ୍ତା, ଶ୍ରୋତାଙ୍କୁ କରି ଅଧୁକାର
    ଜୟନୀ ରବେ କମ୍ପୁ ଏ ସ୍ଥାନ… (ଘୋଷା)

    ଶକତି ଦିଅ ହେ ସଭିଙ୍କର
    ମନ, ଆତ୍ମା, ଦେହ, ପ୍ରାଣ ଆମର (୨ ଥର)
    ଗାଉଥିବ ପ୍ରଭୁ ତବ ଜୟ ଗାନ
    ଢ଼ାଳି ଦିଅ ଆତ୍ମା ଏହି ସ୍ଥାନ… |୧|

    ହୃଦୟେ ନାହିଁ ହେ କିଛି ଭୟ
    ନାମ ମାତ୍ର ଅଟେ ଖ୍ରୀଷ୍ଟିଆନ ( ୨ ଥର)
    ବାକ୍ୟ, ଶିକ୍ଷ୍ୟ ଦେଇ କର ସଚେତନ
    ଦିଅ ଦିବ୍ୟ ଜ୍ଞାନ ଦୟାବାନ … |୨|

    ବରଙ୍କର ଆଗମନ ଦିନ
    କରି ତାହାଙ୍କୁ ଦରଶନ ( ୨ ଥର)
    ଆନନ୍ଦରେ ପ୍ରବେଶିବୁ ସ୍ଵର୍ଗ ଧାମ
    ଏହି ଆଶା ଆମ କର ପୂର୍ଣ୍ଣ … |୩|

    ସୂଚୀମାଳାକୁ ଫେରନ୍ତୁ

  • ageyi aso hai swarga pathe

    ଆଗେଇ ଆସହେ ସ୍ଵର୍ଗପଥେ
    ଚାଲିବା ଯୀଶୁଙ୍କୁ ନେଇ ସାଥେ
    ଜଗତର ଯେତେ ଅସାର ବନ୍ଧନୁ
    ଏଡ଼ାଇ ପ୍ରଭୁଙ୍କୁ ଦେଇ ଦେବା
    ଏ ଆମ ଯଉବନ… (ଘୋଷା)

    ଯୀଶୁ ପାଶେ ଅଛି ଶାନ୍ତି
    ସତ୍ୟ ପୁଣି ଚୀର ମୁକ୍ତି
    ଅନନ୍ତ ଜୀବନ ଦେଇ
    ସ୍ଵର୍ଗ ରାଜ୍ୟେ ସେ ନିଅନ୍ତି
    ଲଭିବା ସ୍ବର୍ଗ ଧାମ … |୧|

    ଯେତେ ଶତ ଦୁର୍ବଳତା
    ଯୀଶୁ ନାମେ ପରି ହରି
    ପ୍ରକାଶିବା ସତ୍ୟ ଧାମ
    ଧାର୍ମିକତା ହୃଦେ ଧରି
    ଗାଇବା (ଯୀଶୁଙ୍କ) ଗୁଣ ଗାନ … |୨|

    ଉଦ୍ଭିଯୋଗରେ ରହିନିତ୍ୟ
    ପ୍ରଭୁ କାର୍ଯ୍ୟ ହେବା ବ୍ରତ
    ବିଜୟ କେତନ ଧରି
    ସାଜ ସର୍ବେ ରାଜ ଦୂତ
    ହୋଇବା (ଯୀଶୁରେ) ଆଗୁଆନ … |୩|

    ସୂଚୀମାଳାକୁ ଫେରନ୍ତୁ

  • saja phula mu saja phula

    ସଜ ଫୁଲ ମୁଁ ସଜ ଫୁଲ
    ଏଦନ ଉଦ୍ୟାନରେ (ମଣ୍ଡଳୀ ଉପବନେ)
    ଆମେ ଫୁଟା ସଜ ଫୁଲ
    ସାତ ରଙ୍ଗରେ ରଙ୍ଗା ଯେ ଆମେ
    ପ୍ରଭୁ ଦେଇଛନ୍ତି ଶୋଭା ଆମ … (ଘୋଷା)

    ଏ ରୂପ ଦେଇଛନ୍ତି ଯେଉଁ ରଚକ
    ସାରା ଦୁନିଆଁର ସେ ସଂସ୍ଥାପକ
    ମନ ଲାଗେ ଆମେ ହୋଇ ଗଳାହାର
    ତାଙ୍କରି ବକ୍ଷରେ ଝୁଲୁ ଥିବ ଚୀର
    ଝଲସିବୁ ଦିନମଣୀ ସମ … |୧|

    ସୁବାସ ଦେଇଛନ୍ତି ମୋ ପାଖୁଡ଼ାରେ
    ମୋହିତ ହୋଇଯାନ୍ତି ମୋ ସୁଗନ୍ଧରେ
    ତାଙ୍କ ଆଶିଷରେ ଏହି ମୋ ସୁବାସ
    ସାରା ଜଗତରେ କରିବି ବିକାଶ
    ପ୍ରଶଂସିବି ଜୀବନ ତମାମା … |୨|

    ଯେଣେ ମଉଳିଲେ ସେ ଆଉଁସି ଦିଅନ୍ତି
    ବାକ୍ୟ ପ୍ରାର୍ଥନାରେ ମୋତେ ପୁଣି ଜଗାନ୍ତି
    ତାଙ୍କ ଅଧୀନରେ ମୋ ଆଗାମୀ ଦିନ
    ହୋଇବ ମଙ୍ଗଳ ଭରି ଶୁଭ ଦିନ
    ଲକ୍ଷ୍ୟ ଅଛି ମୋର ସ୍ଵର୍ଗ ଧାମ

    ସୂଚୀମାଳାକୁ ଫେରନ୍ତୁ

  • tejamayankara prasansa kara

    ତେଜ ମୟଙ୍କର ପ୍ରଶଂସା କର
    ଆନ୍ତରିକ ପ୍ରଣିପାତ
    ଅଭୁଲା ଅରପ ତୁଇ ଅରପିତା
    ବୋଲ ଜୟ ଯୀଶୁ ଜୟ… (ଘୋଷା)

    ଶିରୋନାମା ତାଙ୍କ ଅନାଦି ଅନନ୍ତ
    ତନୁ ତପନ କୁ କଲେ ରୂପାୟୀତ
    ମରତ ପୁରକୁ ସୃଜନ କଲେ ସେ
    ମଙ୍ଗଳ ଦାନେ ଭରିଣ
    ବୋଲ ଜୟ ଯୀଶୁ ଜୟ …. |୧|

    ହାତ ମେଲି କୃଶେ ଭୋଗିଲେ ଦାରୁଣ
    ସହି ମହା ଦୁଃଖ କଲେ ପ୍ରାଣଦାନ
    ଭାରା କ୍ରାନ୍ତ ପାପୀ ପାଇ ପରିତ୍ରାଣ
    ଧନ୍ୟ ଲଭିଛି ଜୀବନ
    ବୋଲ ଜୟ ଯୀଶୁ ଜୟ … |୨|

    ଛେଦନ କଲେ ସେ ଅରୀର ବନ୍ଧନ
    ଲିପି କଲେ ନାମ ପୁସ୍ତକେ ଜୀବନ
    ଗଉରବ ଦେଉ ପବିତ୍ର ହୃଦୟ
    ଡର ଭୟ ନାହିଁ ତାଙ୍କରି ଆଶ୍ରୟ
    ମଣ୍ଡଳୀକୁ କରନ୍ତି ପାଳନ
    ବୋଲ ଜୟ ଯୀଶୁ ଜୟ …. |୩|

    ସୂଚୀମାଳାକୁ ଫେରନ୍ତୁ

  • prabhu papista dina prati karuna kara

    ପ୍ରଭୁ ପାପିଷ୍ଟ ଦୀନ ପ୍ରତି କରୁଣା କର
    ଦୁର ନ କରି ପ୍ରଭୁ ମୋତେ ପାଶୁ ତୁମର (ଘୋଷା)

    ପାପରେ ମୋର ଜାତ ପାପେ ହେଲି ବଦ୍ଧିତ
    ପାପରେ ଅନୁରକ୍ତ ମୁହଁ ପାମର…I୧I

    ଶତୃ ଯେ ଶୟତାନ ସ୍ଥାପି ସୃ ସିଂହାସନ
    ଅନ୍ତ କରଣ ନାଶେ ସୁଖ ମୋହର…. |9 |

    ଦେଖୁ ଶତୃ ପ୍ରବଳ ପାପ ପରୀକ୍ଷା ଘୋର
    ବିଶ୍ଵାସ ଟଳ, ଟଳମୋର ଦୁର୍ବଳ… |୩|

    ରକ୍ଷା କରିବ ମୋତେ ନାହିଁ କେହି ଜଗତେ
    କହିବି କା ନିକଟେ ଦୁଃଖ ମୋହର … |୪|

    ତୁମେ ସିନା ଭରସା ସୁଖ ଶାନ୍ତିର ଆଶା
    କେବଳ ରକ୍ଷା ଆଶ୍ରା ପଦେ ତୁମର … |୫|

    ଦିଅ ତବ ଚରଣେ ଶରଣ ଦୀନ ଜନେ
    ନାଶ ଧର୍ମାମ୍ବା ଦାନେ କଳଙ୍କ ମୋର … |୬|

    ସୂଚୀମାଳାକୁ ଫେରନ୍ତୁ

  • he patha satya jibana

    ହେ ପଥ, ସତ୍ୟ, ଜୀବନ
    ହେ ଯୀଶୁ ତୁମେ ଦୟାବାନ… (ଘୋଷା)

    ମୋର ପାପ ପାଇଁ କେତେ ଦୁଃଖ ସହି
    କେଡ଼େ ଦୟା ବହି ରକତ ଝରାଇ
    ମୋର ମୁକ୍ତି ପାଇଁ ନିଜ ପ୍ରାଣ ଦେଇ
    ଏ ଯାତନା ମୋରି ପାଇଁ
    ହେ ଯୀଶୁ ତୁମେ ଦୟା ବହି… |୧|

    ଥିଲି ମୃତ ହୋଇ ପାପେ ହଜି ଯାଇ
    ଚିନ୍ତା କଲ ମୋତେ ଖୋଜିବାର ପାଇଁ
    କଣ୍ଟା ବିନ୍ଧା ହୋଇ କୁଶେ ପ୍ରାଣ ଦେଇ
    ହେ ଯୀଶୁ ତୁମେ ଦୟା ବହି… I୨I

    ସୂଚୀମାଳାକୁ ଫେରନ୍ତୁ

  • dekho hai bhai agomana

    ଦେଖ ହେ ଭାଇ-ଆଗମନ ଆସୁଛି ପାଖେଇ
    ଦିଅ ତୁମ ନାମ ଲେଖାଇ,
    ଜୀବନ ପୁସ୍ତକେ ଯାଇ … (ଘୋଷା)

    ଜଗତ ରଙ୍ଗ ରସେ ତୁ ପାଗଳ ହୋଇ
    ଯୀଶୁଙ୍କୁ ଭୁଲିଗଲୁ ନିଜକୁ ଭୁଲାଇ
    ଯୀଶୁଙ୍କ ପଥ ଯୀଶୁଙ୍କ ବାକ୍ୟ ସଦା ତୁ ଶୁଣି
    ଉପରି ମନେ ଦେଉଛୁ ଭାଇ ମୁଣ୍ଡ ହଲାଇ … |୧|

    ଫେରିଆ ଫେରିଆ ତୁ ଅବିଳମ୍ବେ ଧାଇଁ
    ଜଗତର ରଙ୍ଗ ରସ ପଛରେ ପକାଇ
    ତୋ ବୃକ୍ଷ ମୂଳେ ଦା’ ଲଗାଇ ରହିଛୁ ଚାହିଁ
    ଭୂଇଁରେ ତୋତେ ଦେବ ହଜାଇ ଜାଣୁ କି ତୁହି … |୨|

    ସୂଚୀମାଳାକୁ ଫେରନ୍ତୁ

  • nachibare nachiba gayeebare

    ନାଚିବାରେ ନାଚିବା ଗାଇବାରେ ଗାଇବା
    ଆମେ ପ୍ରାର୍ଥନାର ସ୍ରୋତେ ଆଜି ଭାସିବା
    ଆମ ମନ ଆମ୍ବା ନୂଆକରି ଗଢ଼ିବା… (ଘୋଷା)

    ପ୍ରାର୍ଥନା କଲେ ମିଳଇ ଶାନ୍ତି
    ସେଥିରେ ଅଛି ମହାମୁକତି
    ପ୍ରାର୍ଥନା କଲେ ସରଗ ସୁଖ ଆମେ ଭୋଗ କରିବା … |୧|

    ପ୍ରାର୍ଥନା କେବେ ନକର ସାନ
    ପ୍ରାର୍ଥନା କଲେ ହେବ ମହାନ
    ଏହି ଭାବନା ଆମରି ମନେ, ଆମେ ସୃଷ୍ଟି କରିବା… |୨|

    ଯୀଶୁଙ୍କୁ ଆମେ କଲେ ନିଜର
    ଏ ଆପା ହେବ କେଡେ ସୁନ୍ଦର
    ଆସରେ ଆସ ଭାଇ ଭଉଣୀ ତାଙ୍କ ପାଖକୁ ଯିବା… |୩|

    ପ୍ରାର୍ଥନା ଯେବେ ହେବ ଆମର
    ମନରୁ ଅମ ଘୁଚିବ ଡର
    ହୃଦୟ ଖୋଲି ଯୀଶୁ ବାପାଙ୍କୁ ସବୁ କଥା କହିବା … I୪I

    ସୂଚୀମାଳାକୁ ଫେରନ୍ତୁ