Tag: Odia Christian Song Lyrics

  • ସର୍ବଶକ୍ତିମାନ ଆଶ୍ରୟ ଢାଲ ଯାହାର sarbasaktimaano aashrya dhaalo jaahaaro

    ସର୍ବଶକ୍ତିମାନ ଆଶ୍ରୟ ଢାଲ ଯାହାର

    କି କରିବ ତାର ସଙ୍କଟ ଦୁର୍ଗତି, କି କରିବ ବଳୀୟାର । ଘୋଷା । 

     

    ମହାପ୍ରଭୁଙ୍କର ଆବୋରା ସ୍ଥାନରେ ନିବାସ ଯେଉଁ ଜନର

    ତାଙ୍କ ମହାବାହୁ ଛାୟାତଳେ ସଦା ନିବାସ ହୋଇବ ଯାର

     ଅଟନ୍ତି ସେ ତାର ଆଶ୍ରୟ ନଗର ଆଉ ଉଚ୍ଚ ଗଡ଼ ତାର       ା ୧ ।

    ବ୍ୟାଧର ଫାନ୍ଦରୁ ମହାମାରୀଠାରୁ ରକ୍ଷା ହୋଇବ ତାହାର 

    ତାଙ୍କ ଡେଣା ତଳେ ହୋଇବ ରକ୍ଷଣ ସଦାକାଳ ହିଁ ତାହାର  ା ୨ ।

    ତାଙ୍କର ସତ୍ୟତା ହୋଇବ ତାହାର ସୁଦୃଢ଼ ଆଶ୍ରୟ ଢାଲ 

    ଦିବସ ବେଳର ଯେ ଉଡ଼ନ୍ତା ବାଣ ଅବା ଆଶଙ୍କା ରାତ୍ରର       ା ୩ ।

    ମଧ୍ୟାହ୍ନ ନାଶକ ଡିଆଁ ରୋଗାଦିରୁ ଭୟ ନୋହିବ ତାହାର 

    ବାମରେ ହଜାର ଦକ୍ଷିଣେ ଅୟୁତ ଲୋକ ହେଲେ ସୁସଜ୍ଜିତ    ା ୪ ।

    କି କରିବେ ଅରି ଚାରିଆଡ଼େ ଘେରି ମହାପ୍ରଭୁ ବଳ ତାର         ା ୫

  • mo sworgostho pitaa bochono

    ମୋ ସ୍ୱର୍ଗସ୍ଥ ପିତା ବଚନ

    ଜନ୍ମାଇଲା କି ଆନନ୍ଦ କରନ୍ତେ କର୍ଣ୍ଣେ ଶ୍ରବଣ ! । ଘୋଷା ।

    ପ୍ରଭୁ ଯେତେବେଳେ କହିଲେ ଆମ୍ଭର ମୁଖ ଲୋଡ଼ ସତ୍ୱରେ,

    ଶୁଣି ମନ ଏ ବଚନ ଉତ୍ତର ଦେଲା ବହନ,

    ଲୋଡ଼ିବି ମୁଁ ତୁମ୍ଭ ମୁଖ, ହୁଅ ମୋଠାରେ ପ୍ରସନ୍ନ । ୧ ।

    ପ୍ରିୟ ବନ୍ଧୁଗଣ କଲେ ମୋତେ ଦୁଃଖେ ତ୍ୟାଗ ବା ହେୟଜ୍ଞାନ,

    ଅବା ପିତାମାତା ଜ୍ଞାତି ଯଦିବା ତ୍ୟାଗ କରନ୍ତି,

    ତଥାପି ଈଶ୍ୱର ମୋତେ ଗୋଟାଇ ନେବେ ବହନ । ୨ ।

     

     ମୁହିଁ ଯାହାଠାରେ ଭରସା କରିଛି ମନେ ଅତି ନିଶ୍ଚଳେ,

    ଅବା ଯେଉଁ ଭୁଜୋପରେ ଆଉଜିଛି ମୁଁ ଯତ୍ନରେ,

    ଜାଣେ ତାଙ୍କ ପରାକ୍ରମ, ସେ କରିବେ ମୋ ରକ୍ଷଣ । ୩ ।

    ଆହେ ପ୍ରିୟ ତାତ, ନ ହେଉ ତୁମ୍ଭ ମୁଖ ମୋଠୁଁ ଆଚ୍ଛାଦିତ,

    ଶ୍ରୀମୁଖ ତେଜ ତୁମ୍ଭର ମୋ ପ୍ରତି ପ୍ରକାଶ କର,

    ସର୍ବଦା କର ହେ ରକ୍ଷା ତୁମ୍ଭର ଆଶ୍ରିତ ଜନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ dekho ki obhuto premo upomaare onupomo

    ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ

    ପକାଇ କୃପା-ନୟନ ପିତା କଲେ ପ୍ରକାଶନ ା ଘୋଷା ।

    ପାପୀ ଶତ୍ରୁଗଣ ପ୍ରତି ଦେଖାଇ କି ପ୍ରେମମତି 

    ଈଶ୍ୱରଙ୍କ ପୁତ୍ରଗଣ ବୋଲି ଦେଲେ କେଡ଼େ ନାମ    ା ୧ ।

    ôଲୁ ପୂର୍ବରେ ଦୁରସ୍ଥ, ଏବେ ଅଟୁ ନିକଟସ୍ଥ,

    ଦୟାସନର ଛାମୁରେ କରୁ ପିତା ସମ୍ବୋଧନ           ା ୨ ।

     

     ପିତା ଅଟନ୍ତି ଈଶ୍ୱର, ଏ ନାମ କେଡ଼େ ମଧୁର !

    ନାହିଁ ଏହି ନାମ ପରି ପାପୀ କର୍ଣ୍ଣେ ମନୋରମ        ା ୩ ।

    ପୁତ୍ର ହେଲେ କେଡ଼େ ଭାଗ୍ୟ ! ହୋଇବ ସକଳ ଭୋଗ୍ୟ

    ପିତାଙ୍କ ରାଜ୍ୟ ସମ୍ପତ୍ତି ଗୌରବ ସୁଖ ସମ୍ଭ୍ରମ           ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଆହା କି ଅସୀମ ପ୍ରେମ ତାହାଙ୍କର ପ୍ରେମମୟ ଅଟେ ନାମ ଯାହାଙ୍କର  aahaa ki osimo premo taahaankara premomoyo ote

    ଆହା କି ଅସୀମ ପ୍ରେମ ତାହାଙ୍କର ପ୍ରେମମୟ ଅଟେ ନାମ ଯାହାଙ୍କର      ା ଘୋଷା ।

    ଯେହ୍ନେ ଜଳନିଧି ଅଛି ଜଳେ ପୂର୍ଣ୍ଣ ତେହ୍ନେ ଛନ୍ତି ସେହି-ପ୍ରେମେ 

    ପରିପୂର୍ଣ୍ଣ ପ୍ରେମର ଦୀର୍ଘ ପ୍ରସାର ନୁହଇ ଗମ୍ୟ କାହାର,

    ସ୍ୱର୍ଗଦୂତେ ଅଟେ ତାହା ଅଗୋଚର   ା ୧ ।

     

    ତାରାଗଣଙ୍କର ମଧ୍ୟରେ ଯେସନ

    ଚନ୍ଦ୍ରମା କିରଣ ଦିଶେ ତେଜୋବାନ,

    ସୃଷ୍ଟିର ମଧ୍ୟେ ତେସନ ତାଙ୍କର ପ୍ରେମ-କିରଣ ଦୃଷ୍ଟିକି ଦିଶଇ କେତେ ସୁସୁନ୍ଦର । ୨ ।

    ଛାର ପାପୀ ଦୀନହୀନ ଉଦ୍ଧାରଣେ

    ନିଜ ପୁତ୍ର ଦେଲେ ସେହି ମହାପ୍ରେମେ,

    କଲେ ତାଙ୍କୁ ପ୍ରାୟଶ୍ଚିତ୍ତ, ତହିଁ ହୁଏ ପାପ ହତ,

    ଆଉ ନରକ ଯାତନା ଯାଏ ଦୂର         ା ୩ ।

     

    ଆହେ ମନ, ସେହି ପ୍ରଭୁଙ୍କ ଚରଣ

    ଯତନେ ସେବ ସମର୍ପି ଦେହ ପ୍ରାଣ, କରି ସେହି କୃପାଦାନ,

    କରିବେ ଦୁଃଖ ନାଶନ, ଶେଷେ ସ୍ୱର୍ଗେ ଦେବେ ମହା ପୁରସ୍କାର    ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେ, ଧନ୍ୟବାଦ ଗୀତ ସୁସ୍ୱରେ utthaao uche probhu udeshyo

    ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେ, ଧନ୍ୟବାଦ ଗୀତ ସୁସ୍ୱରେ । ଘୋଷା । 

     

    ସର୍ବଶକ୍ତିମାନ କୃପାରେ ମହାନ, ନିସ୍ପୃହ ପାପୀ-ବିନାଶରେ

    ଭୟକାରୀ ପ୍ରତି ବିଶ୍ୱସ୍ତ ସେ ଅତି, ଅଟନ୍ତି ସକଳ ସମୟରେ । ୧ ।

     

    ପ୍ରଭୁଙ୍କର ପ୍ରଭୁ, ବିଶ୍ୱର ସେ ବିଭୁ, ତାଙ୍କ ସମ ନାହିଁ ଆନରେ,

    ସେ ରାଜାଧିରାଜ ନିତ୍ୟ ତାଙ୍କୁ ଭଜ, ଦେଇ ମନ ସୁଶ୍ରଦ୍ଧା ଚିତ୍ତରେ    ା ୨ ।

     

    ନୀଳ ମେଘମାଳ ଗଗନମଣ୍ଡଳ, ସୃଜିଲେ ସେ ଆଜ୍ଞା ମାତ୍ରରେ,

    ଚନ୍ଦ୍ରମା ଆଦିତ୍ୟ ଅସଂଖ୍ୟ ନକ୍ଷତ୍ର, ସ୍ଥାପିଲେ ଦୀପ୍ତି ଦେବା ଅର୍ଥରେ । ୩ ।

     

    ଅସୀମ ଜ୍ଞାନରେ ଜଗତ ସୃଜିଲେ, ଆବର ଯେତେ ତନ୍ମଧ୍ୟରେ,

    ଫଳ ପୁଷ୍ପ ନାନା ଯା’ ନୁହେଁ ଗଣନା, ଦେଇଛନ୍ତି ଭୋଗ ନିମିତ୍ତରେ । ୪ ।

     

    ଆହା ! ତାଙ୍କ କାର୍ଯ୍ୟ କେମନ୍ତ ଆଶ୍ଚର୍ଯ୍ୟ ! 

    କି ଶୋଭା ଅଟଇ ସୃଷ୍ଟିରେ ବଳ ବୁଦ୍ଧି ଜ୍ଞାନ ଆଉ ମହା ପ୍ରେମ,

    ସୁପ୍ରକାଶ ହୁଅଇ ତହିଁରେ  ା ୫ । 

     

    ସେ ପ୍ରିୟ ସୂତକୁ ପେଷିଲେ ମର୍ତ୍ତ୍ୟକୁ ପାପୀମାନଙ୍କ ନିମିତ୍ତରେ,

    ଏମନ୍ତ ଅଦ୍ଭୁତ ଜଗତେ ଅଶ୍ରୁତ, ପ୍ରେମ ଦେଖା ନାହିଁ କେଉଁଠାରେ  ା ୬ । 

     

    ସେ ପ୍ରଭୁ ଉଦ୍ଦେଶ୍ୟେ ଏଣୁ ସର୍ବେ  ହର୍ଷେ, ଉଠାଅ ସୁନାଦ ସୁସ୍ୱରେ,

    ମହିମା ସମ୍ଭ୍ରମ ରାଜ୍ୟ କର୍ତ୍ତାପଣ, ହେଉ ତାହାଙ୍କର ନିରନ୍ତରେ      ା ୭ ।

    ସୂଚୀମାଳାକୁ ଫେରନ୍ତୁ

  • ହେ ସର୍ବଦେଶୀୟ ମାନବଗଣ, he sarvadesiyo maanobo gono

    ହେ ସର୍ବଦେଶୀୟ ମାନବଗଣ,

    କର ଯିହୋବାଙ୍କ ପ୍ରଶଂସା ଗାନ,

    ତାହାଙ୍କ ଗୌରବଯୁକ୍ତ ସିଂହାସନ ଛାମୁରେ କର ସମ୍ଭ୍ରମ ପ୍ରଣାମ ା ଧ୍ରୁବ । 

    ସେହି ପ୍ରଭୁ ଅଟନ୍ତି ହୁଅ ଜ୍ଞାତ,

    ଅସୀମ ଜ୍ଞାନଯୁକ୍ତ ପରାକ୍ରାନ୍ତ,

    ସେହି ପାରନ୍ତି କରିବାକୁ ନିର୍ମାଣ,

    ସେହି ପାରନ୍ତି କରି ବିନାଶନ     ା ୧ ।

     

    ଆମ୍ଭେମାନେ ନୋହୁଁ ଯେ ଆତ୍ମସୃଷ୍ଟ,

    ସେହି କରିଅଛନ୍ତି ରୂପବନ୍ତ

    ପ୍ରକାଶି ଅସୀମ ଜ୍ଞାନ ପରାକ୍ରମ,

    ଧୂଳିରୁ ଶରୀର କଲେ ନିର୍ମାଣ । ୨ ।

     

    ଆମ୍ଭେମାନେ ତାହାଙ୍କ ଲୋକଗଣ ଅଥବା ତାଙ୍କ ମେଷପଲ ଜାଣ,

    ମେଷ ତୁଲ୍ୟ କଲେ ବିପଥେ ଗମନ,

    ଖୁଆଡ଼େ ଫେରାଇ ଆଣନ୍ତି ପୁଣ । ୩ ।

     

    ଆସ ଆନନ୍ଦେ ଆସ ସର୍ବ ପ୍ରାଣୀ,

    କର ତାଙ୍କ ମନ୍ଦିରେ ଜୟଧ୍ୱନି,

    ଧନ୍ୟବାଦ-ପ୍ରଶଂସା-ସୁଗନ୍ଧି ଧୂପେ କର ତାଙ୍କ ମନ୍ଦିର ପରିପୂର୍ଣ୍ଣ   ା ୪ ।

     

    ସେହି ମଙ୍ଗଳଦାୟକ ଈଶ୍ୱର,

    ଚିରକାଳସ୍ଥାୟୀ କୃପା ତାଙ୍କର,

    ସତ୍ୟତା ତାଙ୍କର ଅଟଇ ଅଟଳ,

    ଅତ୍ୟନ୍ତ ଦୃଢ଼ ପର୍ବତ ପ୍ରମାଣ   ା ୫ ।

  • କୁଶ ବିନା ମୁଁ ହେବି ପଥହରା krusho binaa mu hebo pothohoraa

    କୁଶ ବିନା ମୁଁ ହେବି ପଥହରା

    ଏକା ସେହି କାଲବରୀ ଯୀଶୁ ପ୍ରେମେ ଭରା (୨ ଥର) b||

    ଯଦି କୁଶ ତ୍ୟାଗେ ମୁହଁ ପାପ ଅନ୍ଧାରେ ରାସ୍ତା ନାହିଁ

    ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ … ||

    ଆସ, ଆସ, ଯିବା ମିଳି କୁଶ ପାଶେ ପାପ ଢ଼ାଳି

    ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ    19 ||

    ସୂଚୀମାଳାକୁ ଫେରନ୍ତୁ

  • ପ୍ରଭୁ ଯୀଶୁ ତୁମ କୁଶ ତଳେ probhu jishu tumo kruso tole

    ପ୍ରଭୁ ଯୀଶୁ ତୁମ କୁଶ ତଳେ

    ମୁ ଯେ ଦୀନ ପାପୀ ଶରଣ ନେଉଛି

    କେତେ ଭ୍ରାନ୍ତି ପଥେ ବୁଲି ବୁଲି ଶେଷ

    ଶୁଣିଲି ଡାକୁଛ ତୁମେ ଶାନ୍ତ ମୂଦ୍ର ଭାଷେ

    ଦେଖିଲି କୁଶେ ତୁମେ କି ଅତୁଳୀ ପ୍ରେମ

    ରୁର ଝରଣା ସମ ମୋ ଲାଗି ଝରୁଛି

    ଇହ ପର ଲୋକେ ତୁମେ ମୋର ପ୍ରଭୁ

    ସତ୍ୟ ଜୀବନ ପଥେ ତୁମେ ସବୁରେ ସବୁ

    ରଖିଲି ଭରସା ମୋର ତୁମେ ଶ୍ରୀପୟର

    ଏ ଛାର ଜଗତ ଠାରୁ ବିଦାୟ ନେଉଛି

    ସୂଚୀମାଳାକୁ ଫେରନ୍ତୁ

  • ମହାପ୍ରଭୁ ହେ ତୁମରି ପୂଜା ମନ୍ଦିର ବେଦୀ ତଳେ mohaa probhu hai tumori pujaa mondiro bedi tole

    ମହାପ୍ରଭୁ ହେ ତୁମରି ପୂଜା ମନ୍ଦିର ବେଦୀ ତଳେ …

    ଭକତି ସମ କୁସୁମ ରାଶି, ଅରପି ଚରଣ ତଳେ

    ତୁମରି ପ୍ରଭୁ ହେ |||

    ଚାହିଁନା ହୋମ ବଳୀ ଧନ ଓ ସାର

    ଅନୁତପିତ ହୃଦ ଲୋଡ଼ା ତୁମ

    ନୟନ ଜଳ ମୋ ପୂଜା ଫୁଲ

    ନିରବେ ନିଅହେ ତୋଳି

    ତୁମରି ପ୍ରଭୁ ହେ |||

    ହେ ଯୀଶୁ ସାରଥ୍ ମମ ଜୀବନ ପଥେ

    ଶତ ଦୂରୁ ଦିନେ ବିପଦେ …

    ଡାକୁଛି ମୁହଁ ଅତି ବିକଳେ

    ଉଦ୍ଧରି ନିଅ ହେ କୋଳେ କରୁଣାକର ହେ

    ସୂଚୀମାଳାକୁ ଫେରନ୍ତୁ

  • ଆମେ ବିଜୟୀ ହେବା aame bijoyee hebaa se dino

    ଆମେ ବିଜୟୀ ହେବା (୩ ଥର) ସେ ଦିନ

    ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

    ଆମେ ବିଜୟୀ ହେବା ସେ ଦିନ

    ଆମେ ଶାନ୍ତି ଆଣିବା (୩ ଥର) ସେ ଦିନ

    ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

    ଆମେ ଶାନ୍ତି ଆଣିବା ସେ ଦିନ

    ଆମେ ମିଳି ଚାଲିବା, ଆମେ ମିଳି ଚାଲିବା

    ପ୍ରେମେ ମିଳି ଚାଲିବା ସେ ଦିନ

    ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

    ପ୍ରେମେ ମିଳି ଚାଲିବା ସେ ଦିନ

    ଯୀଶୁ ରାଜା ଆସିବେ ନ୍ୟାୟ ଶାନ୍ତି ଆଣିବେ (୨ ଥର) ସେ ଦିନ

    ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

    ଯୀଶୁ ରାଜା ଆସିବେ ସେ ଦିନ

     

    ସୂଚୀମାଳାକୁ ଫେରନ୍ତୁ