Tag: Odia Christian Song Lyrics

  • ପ୍ରସନ୍ନ ବଦନେ ଯୀଶୁ ମୋଠାରେ କରୁଣା କର prassanna bodone jishu mo thare

    ପ୍ରସନ୍ନ ବଦନେ ଯୀଶୁ ମୋଠାରେ କରୁଣା କର,

    ତବ କୃପା-ପ୍ରିୟ ମନୁଁ ମୋତେ କେବେ ନ ପାସୋର । ଘୋଷା ।

    ଆହେ ଯୀଶୁ ଦୟାବାନ           ସର୍ବଗୁଣେ ବିଭୂଷଣ,

    ତବ କୃପା ଚିରସ୍ଥାୟୀ ତବାନୁଗ୍ରହ ଅପାର   ା ୧ ।

    ତୁମ୍ଭେ ହେ କରୁଣା ସିନ୍ଧୁ          ଦାନ କର କୃପାବିନ୍ଦୁ,

    ତୁମ୍ଭ ବିନା ଅନ୍ୟ ବନ୍ଧୁ ଯୀଶୁ କେ ଅଛି ପାପୀର         ା ୨ ।

    ଯୀଶୁ-କୃପା-ବୃକ୍ଷ ମୂଳେ          ବସିଛି ଆପଦ ଡରେ,

    ତବ କୃପା ମୋର ପାଇଁ          ହୋଇବ ଅତି ପ୍ରଚୁର ା ୩ ।

    ଆହେ ଯୀଶୁ ପ୍ରେମ ସିନ୍ଧୁ,          ହୁଅ ତୁମେ ମୋର ବନ୍ଧୁ,

    ଉପକାରୀ ଦୁର୍ଗ ହୁଅ ବିପଦ ସମୟେ ମୋର          ା ୪ ।

    କହେ ଦୀନହୀନ ନର,               ଯୀଶୁ ଦୟାର ସାଗର,

    ନ କରିବେ ମୋତେ ଦୂର ହେଲେ ବିପଦ ବିସ୍ତର । ୫ ।

  • ତ୍ରାଣଜନକ ଜ୍ଞାନରେ କର ପୂର୍ଣ୍ଣ ମୋ ମନ traano janaka gyaanore kara purno mo mono

    ପ୍ରଭୋ !

    ତ୍ରାଣଜନକ ଜ୍ଞାନରେ କର ପୂର୍ଣ୍ଣ ମୋ ମନ ଘୋଷା । 

    ତେଜି ତୁମ୍ଭର ପ୍ରିୟ ପୟର ହୋଇଲି ଭିନ୍ନ,

    ପାପ-ପଥରେ ଧାଇଁ ଅଧୀରେ ଭ୍ରମିଲା ମନ,

    ଘନ ବିପିନେ ଶାନ୍ତି ବିହୁନେ କାଟିଲି ଦିନ, ହେଜି ତୁମ୍ଭ ଦୟାସନ

    ଶ୍ରୀପାଦେ ଏବେ ନେଲି ଶରଣ । ୧ ।

    ମୁଁ ଦୀନହୀନ ଭ୍ରାନ୍ତ ବିପନ୍ନ, ନାହିଁ ମୋ ଜ୍ଞାନ,

    ଅନ୍ତର ମୋର ପାପଗହ୍ୱର ତିମିରାଚ୍ଛନ୍ନ,

    ଦେହ ଜୀବନ କ୍ଳାନ୍ତି ଆକୀର୍ଣ୍ଣ ମୃତ ସମାନ, ସରି ଯାଉଅଛି ପ୍ରାଣ

    ଢାଳ ମୋ ଉପରେ କୃପାଜୀବନ । ୨ ।

    ମୋର ଅଶେଷ ଘୋର କଳୁଷ କର କ୍ଷାଳନ,

    ଧର୍ମ ଆତ୍ମାରେ ତୁମ୍ଭ ଦୀପ୍ତିରେ ଦିଅ ଡୁବନ,

    ଯେହ୍ନେ ସତତ ଧର୍ମେ ଉତ୍ତପ୍ତ ହୋଇବ ମନ,

    ତୁମ୍ଭ ପ୍ରିୟ ପାଦପଦ୍ମ ସେବୁଥିବି ମୁଁ ଯାବଜ୍ଜୀବନ । ୩ ।

    ଆତ୍ମା ମୋହର ଦେହ ଆବର ତୁମ୍ଭ ସ୍ୱଜନ,

    ନିଜ ପଦାର୍ଥ କର କୃତାର୍ଥ ହୋଇ ପ୍ରସନ୍ନ,

    ଶେଷ ଦିନରେ ସ୍ୱର୍ଗପୁରରେ ଦିଅ ହେ ସ୍ଥାନ,

    ପ୍ରଭୋ, ଦୟା ଚିତ୍ତେ ଶୁଣ ଯୀଶୁଙ୍କ ନାମେ ମୋ ନିବେଦନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • ବିନା ନୂଆ ଜନ୍ମ ନାହିଁ ପରିତ୍ରାଣ, binaa nuaa janma naahi poritraano

    ବିନା ନୂଆ ଜନ୍ମ ନାହିଁ ପରିତ୍ରାଣ,

    ଏହି ସିଦ୍ଧାନ୍ତ ବଚନ,

    କୁଅନ୍ତଃକରଣେ ସ୍ୱର୍ଗର ଭୁବନେ ନ ପ୍ରବେଶେ କେହି ଜନ    ା ୧ ।

    ପୁନଶ୍ଚ ଜନମ, ପୁନଶ୍ଚ ମରଣ, ପୁନଶ୍ଚ ଗର୍ଭେ ନିବାସ,

    ଏହି ଯେ ବଚନ ଅସତ୍ୟ ପ୍ରମାଣ, ଘଟାଏ ତା’ ସର୍ବନାଶ      ା ୨ ।

    ଦୁଷ୍ଟ କ୍ରିୟା ଛାଡ଼ି ନୀତି କର୍ମ କରି କେହି କହେ ନୂଆ ଜନ୍ମ,

    ଏହି କର୍ମମାନ ବାହାର ଲକ୍ଷଣ, ନୁହେଁ ମନର ଫେରଣ     ା ୩ ।

    ଜାଣିବ ପ୍ରମାଣ କର୍ମ ମୂଳ ମନ, ଏଣୁ ବିନା ହୃଦ ଶୁଦ୍ଧ,

    ଯେତେ କର୍ମ କରି ପାପ ତହିଁ ଭରି, ସବୁ ହୋଇବ ବିରୁଦ୍ଧ    ା ୪ ।

    ଆସ  ଧର୍ମ ଆତ୍ମା, ଫେରାଅ ପାପାତ୍ମା, ଦୂର କର ମୋ ଦୁର୍ଗତି,

    ମୋତେ ନୂଆ ଜନ୍ମ କର ହେ ପ୍ରଦାନ ଯେହ୍ନେ ହୋଇବ ସୁଗତି । ୫ ।

  • ବିବେକଟି ଅନ୍ତରେ ଥାଇ bibekoti ontore thayee

    (ସ୍ୱର : ଯୀଶୁ ନାମେ ଯେ ଭାବ ଅଛି)

    ବିବେକଟି ଅନ୍ତରେ ଥାଇ

    ନ ମାନୁ ତା’ ମନା କିପାଁ ହେ ଭାଇ ? ଘୋଷା ।

    ଜାଣ ମନ ଏହି ବିବେକ          ପ୍ରଭୁ ଆତ୍ମାର ଅଂଶ ଏକ,

    ବିବେକ ଆଦେଶ ନ ମାନିଲେ ଦୋଷ, ପ୍ରଭୁଙ୍କୁ ଅବଜ୍ଞା ହୁଅଇ ତହିଁ । ୧ ।

     

     ବିବେକର ରହିବା ସ୍ଥାନ ଅଟେ ନର ଅନ୍ତଃକରଣ,

    ଅନ୍ତରୁ ସଦ୍‌ଜ୍ଞାନ ଲିଭିଗଲେ ଜାଣ ଆଉ ଦୀପ୍ତି ମନେ ରହିବ ନାହିଁ । ୨ ।

    ଯା’ ମନେ ବିବେକ ସତର୍କ       ଭଲ ମନ୍ଦ ସେ ବିଚାରକ,

    ଜିହ୍ୱାକୁ ସମ୍ଭାଳେ, ଧର୍ମପଥେ ଚାଲେ, ତା’ ମୁଖରୁ ମନ୍ଦ ନ ବାହାରଇ । ୩ । 

     

    ଘେନ ବିବେକର ଆଦେଶ, ନ ଭାଙ୍ଗ ତା’ କରି ସାହସ,

    ଭାଙ୍ଗିଲେ ଆଦେଶ ହେବ ସର୍ବନାଶ, ବିବେକରେ ଆଉ ଦୟାଟି ନାହିଁ । ୪ । 

     

    ସୁସଙ୍ଗକୁ ଧରହେ ଭାଇ          କୁସଙ୍ଗ ଦୂରେ ତେଜି ଦେଇ,

    କୁସଙ୍ଗରେ ଯାଇ ମଜ୍ଜିଥିଲେ ତୁହି ଇହ ପରେ ସୁଖ ପାଇବୁ ନାହିଁ

  • ନ ମାନୁ ତ ବିବେକ ମନା କାହିଁ ପାଇଁ ? no maanu to bibeko monaa kaahin paayin

    ନ ମାନୁ ତ ବିବେକ ମନା କାହିଁ ପାଇଁ ?

    ନ ମାନି ତା’ ସୁଖୀ କହ କାହିଁ ? ଘୋଷା ।

    ଅନ୍ତରେ ଅଟେ ବିବେକ ଈଶ୍ୱର ଦତ୍ତ 

    ଆଲୋକ ନିଭିଲେ ତା’ ଦୀପ୍ତି ଆଉ କାହିଁ ?

    ବିବେକ ସଦୁପଦେଶ ନ ମାନି

     କରିଲେ ଦୋଷ ମନେ ଶାନ୍ତି ରହିବଟି ନାହିଁ । ୨ ।

    ଦେବଟି ସଦା ଗଞ୍ଜଣା ଜନ୍ମାଇବ ଭୟ ନାନା,

    ଉପରୋଧ ତାକୁ ଜଣା ନାହିଁ । ୩ ।

    ଅମର କୀଟ ସମାନ ଦୋଷୀ ବିବେକକୁ ଜାଣ,

    ତୀକ୍ଷ୍ମମୁଖ ଦୟା ତାର ନାହିଁ । ୪ ।

    ଘେନ ବିବେକ ଆଦେଶ ନ ଭାଙ୍ଗ କରି ସାହସ,

    ତା’ ବାରଣେ ମନ ବଳା ନାହିଁ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • ମନ୍ଦ ମତି, ନାହିଁ କି ମନେ ଭୀତି ? mondo moti naahin ki mone bhiti

    ମନ୍ଦ ମତି, ନାହିଁ କି ମନେ ଭୀତି ? ଘୋଷା ।

     

    ଯହିଁରେ ଅହିତ  

    ତହିଁରେ ନିରତ ବଳାଉ ଥାଇ ତୁ ମତି । ୧ ।

    ଦେଖି ଜାଣି ଶୁଣି 

    ମନ୍ଦ ବୋଲି ମଣି ବିମୁଖ ନୋହୁ ତା ପ୍ରତି । ୨ ।

    ଅସାରରେ ରୁଚି

    ସାରରେ ଅରୁଚି,

    ଏ କି ବିପରୀତ ରୀତି । ୩ ।

    ଆୟୁ ପରିମାଣ 

    ପରିତ୍ରାଣ ଦିନ ବହିଯାଉଛି ଝଟତି । ୪ ।

    ହୋଇ ତୁ ଚିନ୍ତିତ

    ଅନ୍ତରେ କମ୍ପିତ

    ଯତ୍ନେ ସାଧ ଆତ୍ମା ମୁକ୍ତି । ୫

    ଯେ ତୋତେ ତାରିବେ ସ୍ୱର୍ଗେ ବାସ ଦେବେ,

    ଭଜ ଯୀଶୁ ନାମ ନିତି । ୬ ।

    ସୂଚୀମାଳାକୁ ଫେରନ୍ତୁ

  • କେଡ଼େ ଦୁଃଖ ଦିଅଇ ମୋ ମନ୍ଦ ମନ ନିରତେ, kede dukho diyoyee mo mondo mono

    କେଡ଼େ ଦୁଃଖ ଦିଅଇ ମୋ ମନ୍ଦ ମନ ନିରତେ,

    ଚିତ୍ତେ ରଖି ନ ଦିଏ ସୁଖ ଶାନ୍ତି କିଞ୍ôଚତେ । ଘୋଷା । 

     

    ଯେଉଁ ପାପର ପ୍ରତି ମୋର ଅତି ବିରକ୍ତି

    ତହିଁ ବଳାଏ ମତି ଅନବରତ

    ଧର୍ମ କର୍ମର ପ୍ରତି ଭକ୍ତି ହେଲେ ଉତ୍ପତ୍ତି

    କରି ନ ଦିଏ ତାହା ବିହିତ ମତେ । ୨ ।

    ଅନିତ୍ୟ ସଂସାରକୁ ଦୃଢ଼େ ବାନ୍ଧେ ହୃଦକୁ,

    ବିସ୍ମୃତ ପରଲୋକ ଚିନ୍ତା ନିରତେ । ୩

    ବିଶ୍ୱାସକୁ ମୋହର କରି ସଦା ଅସ୍ଥିର

    ସ୍ୱର୍ଗ-ଭରସା ରଖି ନ ଦିଏ ଚିତ୍ତେ । ୪ ।

    ପ୍ରଭୁ ହେକେତେ କାଳ 

    ହେବ ଏ ଦଶା ମୋର ! 

    କେତେ ସହିବି ନିତ୍ୟ ଦୁଃଖ ଏ ମତେ । ୫ ।

    ତୁମ୍ଭର ମହାଶକ୍ତି ପ୍ରକାଶ ହେ ଝଟତି,

    ଦମନ ହେଉ ମନ୍ଦ ମନ ତ୍ୱରିତେ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • ଆହାରେ ପତିତ ମନ, କି କଲୁ ତୁ ମହୀରେ ? aahaare potito mono ki kolu tu mohinre

    ଆହାରେ ପତିତ ମନ, କି କଲୁ ତୁ ମହୀରେ ?

    ନିରତେ ରତ ତୁ ହେଲୁ ଭବାର୍ଣ୍ଣବେ ରହି ରେ । ଘୋଷା । 

     

    କେ ଗଢ଼ନ୍ତି କେ ଜନ୍ମାନ୍ତି କେ ପାଳନ୍ତି କହରେ,

    କେ ଦେହୁଁ ଆତ୍ମାକୁ ନେଇ କାହିଁ ରଖେ କହରେ,

    ତାହାଙ୍କୁ କ୍ଷଣେ ତୁ ମନେ ନ କଲୁ,

    ତାହାଙ୍କ ଆଜ୍ଞା କିଛି ନ ପାଳିଲୁ, ସଜୀବ ଛାଡ଼ି ଅଜୀବ ଭଜିଲୁ,

    ନିଜ ଇଚ୍ଚାରେ ଈଶ୍ୱର ଛାଡ଼ିଲୁ । ୧ ।

    ହେ ଦୟାସାଗର ପିତା ଆପଣା କୁମରକୁ

    ପଠାଇଲେ ନରମେଧ ପ୍ରାୟଶ୍ଚିତ୍ତ ହେବାକୁ,

    ମାରିଆ ନାମେ କୁମାରୀ ଗର୍ଭ

    ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ ଉଦ୍ଭବ,

    ମହିମାମୟ ଈଶ୍ୱର-ପ୍ରଭାବ

    ପ୍ରକାଶ କରି ଗଲେ ସ୍ୱର୍ଗଠାବ । ୨ । 

     

    ମୃତ୍ୟୁକୁ ନ ଡର ମନ, ପାପ ଦୂର କର ରେ,

    ସେ କହନ୍ତି, ମୋ ନିକଟେ ଆସିବ ଯେ ନର ରେ

    ଆମ୍ଭର ରକ୍ତରେ ଶୁଚି କରିବା,

    ଧ ର୍ମାତ୍ମା-ଅଗ୍ନିରେ ମନ ଶୋଧିବା,

    ପବିତ୍ର କରି ସ୍ୱର୍ଗକୁ ଆଣିବା,

    ଜୀବନରୂପ ମୁକୁଟକୁ ଦେବା । ୩ ।

    କାଳ ଯାଉଅଛି, ମୃତ୍ୟୁ ଆସୁଛି ଘନାଇରେ,

    ଧ ୂଳିରେ ଧୂଳି ହୋଇବୁ ମନେ କରୁ ନାହୁଁରେ,

    ଏତେବେଳେ ମନ ସ୍ୱର୍ଗକୁ ଯାଅ,

    ଲୋଟ ସ୍ତ୍ରୀ ପ୍ରାୟ ପଛକୁ ନ ଚାହଁ,

    ଯାହା ଘଟିବ ତାହା ସବୁ ସହ,

    ଘୋର ନରକେ ଆତ୍ମା ନ ବୁଡ଼ାଅ । ୪ ।

  • ମୁଁ କି କଲି, ପିତା ଗୃହ ତେଜିଲି mu ki koli pitaa gruho tejili

    ମୁଁ କି କଲି, ପିତା ଗୃହ ତେଜିଲି

    ବିଦେଶରେ ଆଶ୍ରାହୀନ ହୋଇଲି ପୈତୃକ ସମ୍ପତ୍ତି ଉଡ଼ାଇ ଦେଲି, ା ଘୋଷା ।

    ଦୁର୍ଭିକ୍ଷ ସମୟେ ଦରିଦ୍ର ହେଲି ପୁତ୍ର ଅଧିକାର ହରାଇ ଦେଲି,     ା ୧ ।

    ଏବେ ଦାସପଣେ କାଳ କାଟିଲି ଅନ୍ନବସ୍ତ୍ର ବାସବିହୀନ ହେଲି,      ା ୨ ।

    ଶୂକର ଚରାଇ ବିଲେ ବୁଲିଲି କ୍ଷୁଧାନଳ ସହି ମୁଁ ନ ପାରିଲି,        ା ୩ ।

    ଶୂକରର ଖାଦ୍ୟ ମୁହିଁ ଲୋଡ଼ିଲି ପିତା ଈଶ୍ୱରଙ୍କ ଦ୍ରୋହୀ ହୋଇଲି,                ା ୪ ।

    ମୋ ଦୁଷ୍ଟ କର୍ମର ଫଳ ଭୁଞ୍ଜିଲି ହେ ପିତା, ଏବେ ମୁଁ ଫେରି ଆସିଲି,            ା ୫ ।

    ରଖ ଦାସ କରି, ନୋହିଲେ ମଲି            ା ୬ ।

  • କି କର୍ମ କଲି ମୁହିଁ ଅଜ୍ଞାନ, ପାପୀଙ୍କ ମଧ୍ୟେ ଅଟଇ ପ୍ରଧାନ, ki karma koli muhin ogyaano

    କି କର୍ମ କଲି ମୁହିଁ ଅଜ୍ଞାନ, ପାପୀଙ୍କ ମଧ୍ୟେ ଅଟଇ ପ୍ରଧାନ,

    ଦେଇ କି କଷଣ ଯାତନା ଦୂଷଣ କ୍ରୁଶେ ବିନ୍ଧିଲି ମୋ ତ୍ରାତାଙ୍କ ପ୍ରାଣ । ଘୋଷା ।

    ଅପବିତ୍ର ପାପ-ଅସ୍ତ୍ର ଧରିଣ ସେ କ୍ରୁଶ ଯନ୍ତ୍ରକୁ କଲି ନିର୍ମାଣ,

    ପାପେ ହିଁ ଆବର ଶ୍ରୀଅଙ୍ଗେ ତାଙ୍କର ମୁହିଁ କଲି କେତେ ପ୍ରେକ ମାରଣ ! । ୧ ।

    ଆହା, ସେ ଦାରୁଣ କ୍ରୁଶ ଉପରେ ଟଙ୍ଗା ହୋଇଛନ୍ତି କି ବିରୂପରେ ! 

    ଯେ ଭାନୁ-ବଦନ ଅତି ସୁଶୋଭନ, ଦିଶୁଅଛି କେଡ଼େ ବିରସ ମ୍ଲାନ ! । ୨ । 

     

    ଗୌରବଯୁକ୍ତ ମସ୍ତକ ତାଙ୍କର ଦିଶୁଅଛି କେଡ଼େ ଅଶୋଭାକାର !

    ପୂର୍ବ ତେଜୋବାନ ମୁକୁଟର ସ୍ଥାନ କଣ୍ଟା-ମୁକୁଟ କରିଛି ଧାରଣ । ୩ ।

    ପୁଣି ତାଙ୍କ ବହୁମୂଲ୍ୟ ଶରୀରେ କ୍ଷତଦାଗ ଦିଶୁଛି ସର୍ବାଙ୍ଗରେ,

    ବହଇ ଆବର ରକ୍ତ ଝର ଝର ପାଶ୍ୱେର୍ ମୋର ବର୍ଚ୍ଛାଘାତ କାରଣ । ୪ । 

     

    ଧିକ ଧିକ ଧିକ ମୋର ଜୀବନ, ପ୍ରଭୁଙ୍କୁ ଯା ଦେଲି ଏଡ଼େ କଷଣ,

    ଧିକ ସେହି ପାପ ଦେଇ କି ସନ୍ତାପ ନେଲା ଅପମାନେ ତାଙ୍କରି ପ୍ରାଣ । ୫ ।

    ଆହା ଏଡ଼େ ଘୋର ନିଷ୍ଠୁରାଚାର ହୋଇବ କି ମୋର ମନୁ ପାସୋର

    ନାହିଁ କଦାଚନ, ଭାବି ଯେତେକ୍ଷଣ ନେତ୍ରୁ ହେବ ମୋର ଅଶ୍ରୁପତନ । ୬ ।

    ସୂଚୀମାଳାକୁ ଫେରନ୍ତୁ