Tag: Odia Christian Song Lyrics

  • tuma pari prabhu thau thau

    ତୁମ ପରି ପ୍ରଭୂ ଥାଉ ଥାଉ
    କାହିଁକି ଯିବି ମୁଁ ଅନ୍ୟ ପଥେ ଆଉ
    କେଉଁ ପୂଜା ପାଇଁ ଆଉ
    ତୁମ କୁଶରେ ମୋ ଲୟ ରହୁ (ଇଛା ହେଉ….)(ଘୋଷା)

    ଘୋର ବିପଦରୁ ରୋଗ ସଂକଟରୁ,
    ଉଦ୍ଧାରିଛି ପ୍ରଭୂ ମୋତେ
    ହଜା ମେଷ ପରି ହଜିଥିଲୁ ଆମେ
    ଦେଖା ଦେଲ ପ୍ରଭୁ ସତେ
    ସେତୁମ ଗୃହରେ ତୁମଗୀତ ଗାଇ
    ପ୍ରାଣ ପଛେ ଚାଲିଯାଉ … |୧|

    ପାଗଳଙ୍କ ପରି ବୁଲିଲି ଜଗତେ
    ଦିନଟା ନଥ୍ୟଲା ସୁଖ
    ଦିନପରେ ଦିନ ଯେତେ ବହିଗଲା
    ସେତେ ବଢ଼ିଲା ମୋ ପାପ
    ସେ ପାପ ଆଜି ମୁଁ ଦେଉଛି ଚରଣେ
    କ୍ଷମାକର ଦୀନ ନାଥ… |୨|

    ସୂଚୀମାଳାକୁ ଫେରନ୍ତୁ

  • samaya ehi na kara deri

    ସମୟ ଏହି ନ କର ଡ଼େରି
    ଆଉ ବିଳମ୍ବ ନାହିଁ ଏହି ଆମ ଶେଷକାଳରେ
    ଆସୁଛି ମାଡ଼ି ବିପଦ ଘେରି
    ପ୍ରସ୍ତୁତ ହୁଅ ଖ୍ରୀଷ୍ଟରେ
    ଏହି ଆମ ଶେଷ କାଳରେ … |୦|

    ଜଗତରେ କିଆଁ ଅଭିମାନ କରୁ
    ମୁକତି କିଛି ତ ନାହିଁ (୨ ଥର)
    ରଖିବି ଧନ କୋଠା ବାଡ଼ିରେ
    ସପନ ତୋରି ବୃଥା ହୋଇବ
    ସଫଳ ହେବ ନାହିଁରେ …|୧|

    ଜୀବନ କରତା ଯୀଶୁଙ୍କର ସେବା
    ଦିନେ ତ କରିଲୁ ନାହିଁ
    ପାଗଳ ପରି ଘୁରି ବୁଲୁଥିଲୁ
    ଧନ ସଞ୍ଚବାର ପାଇଁ ( ୨ ଥର)
    ଯୀଶୁଙ୍କ ବିନା ଏହି ଜଗତେ
    ଆନ ଧନ ଆଉ ନାହିଁରେ … |୨|

    ଦିନ ଆସିବ ବଳ ବୟସ
    ସବୁ ହୋଇବ ଶେଷ
    ମୃତ୍ୟୁ ମୁଖରେ ପଡ଼ିବୁ ଦିନେ
    କରିବୁ ତହିଁରେ କିସ
    ଘର ଛାଡ଼ିବୁ ବନ୍ଧୁ ଛାଡ଼ିବୁ (୨ଥର)
    ଏକଲା ହୋଇ ଯିବୁରେ
    ଏହି ଆମ ଶେଷ କାଳରେ … |୩|

    ସୂଚୀମାଳାକୁ ଫେରନ୍ତୁ

  • ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି antara dekhanti antarjami

    ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି
    ବୁଝନ୍ତି ମନର ବେଦନା
    ଅଶାନ୍ତି ହୃଦୟ ତାଙ୍କ ବିନା
    କିଏ ଦେଇପାରେ ଶାନ୍ତି ସାନ୍ତନା … |୦|

    ଲୋତକର ଭାଷା ବୁଝି ସେ ପାରନ୍ତି।
    ଲୋତକର ଧାରା ସେ ପୋଛି ଦିଅନ୍ତି
    କ୍ଷତି ଦେଇ ପୁଣି ସେ କ୍ଷତ ବାନ୍ଧନ୍ତି
    ଦିଅନ୍ତି ଅନ୍ତରରେ ସାନ୍ବନା |୧|

    ମନର ଭାବନା ସେ ଜାଣି ପାରନ୍ତି।
    କଳପନା ଯେତେ ସେ ବୁଝିପାରନ୍ତି
    କିଛି ହିଁ ନୁହେଁ ତାଙ୍କ ଅଗୋଚର
    ମଣିଷ ତା ବୁଝି ପାରେନା
    ତଥାପି ସେ ଫେରି ଆସେନା |୧|

    ସୂଚୀମାଳାକୁ ଫେରନ୍ତୁ

  • dasa sahashra madhyare mo jishunka nama

    ଦଶ ସହସ୍ର ମଧ୍ୟରେ ମୋ ଯୀଶୁଙ୍କ ନାମ
    କୋଟି କୋଟି ନାମ ପରେ ମୋ ଯୀଶୁଙ୍କ ନାମ
    ଆକାଶ ତଳେ ମନୁଷ୍ୟ ମଧେ
    ନାହିଁ ସେହି ନାମ….(ଘୋଷା)

    ଭରସା ରଖିଛି ସେହି ନାମେ ମୋର
    କଳୁଷ ହେବ ମାର୍ଜନା
    ନାହିଁ ଆଉ କାହିଁ ମୋର ପରିତ୍ରାଣ
    ସେହି ଯୀଶୁ ନାମ ବିନା…
    ବାନ୍ଧି ରଖିଥୁବି ମୋ ହୃଦ ଗଣ୍ଡିରେ ( ୨ ଥର)
    ସେହି ପ୍ରିୟ ନାମ |୧|

    କ୍ଲାନ୍ତ ଯେବେ ମୁଁ ଜୀବନ ଯାତ୍ରାରେ
    ମନେ ଭାଳେ ସେହିନାମା
    ମଳିନତା ମୋର ଲିଭିଯାଉ ଧୀରେ
    ଜପିଲେ ସେ ଯୀଶୁ ନାମ (୨ଥର)
    ସେହି ନାମ ମୋର ଅମୂଲ୍ୟ ରତନ
    ଅନନ୍ତ ଜୀବନ |୨|

    ସୂଚୀମାଳାକୁ ଫେରନ୍ତୁ

  • sagaru gabhira akasha ru ucha

    ସାଗରୁ ଗଭୀର ଆକାଶରୁ ଉଚ୍ଚ (୨ଥର)
    ଯୀଶୁ ତୁମ ପ୍ରେମ ଅସୀମ
    ଗାଇ ଗାଇ ସେହି ନାମ ଭଜି ଭଜି ତୁମ ପ୍ରେମ
    ବିତି ଯାଉ ଏହି ଜୀବନ … |୦|

    ଅପବ୍ୟୟ ପୁତ୍ର ପରି ବୁଲୁଥିଲି
    ହୋଇ ବାଟ ବଣା ଦିନେ ମେଷ ମୁଁ ତୁମରି
    ପାଦରେ ପାଦୁକା ହାତେ ମୁଦି ନେଇଁ
    ନୂଆ ଏକ ଗୀତ ମୋର ଓଠେ ଦେଇ ଭରି
    ଗାଇ ରାତି ଦିନ ତୁମ ସୁତି ଗାନ (୨ଥର)
    ବିତିଯାଉ ଏହି ଜୀବନ
    କରୁଥିବି ଜୟ ଜୟ ମନ ଉପବନେ
    ଢ଼ାଳି ଦେଇ ଆତ୍ପାଙ୍କ ଦାନ …|୧|

    କହିଗଲ ତୁମେ ଆସି ନେଇଯିବ
    ଚିର କାଳ ସାଥେ ତୁମ ସରଗେ ରଖିବା
    ସେ ବାଟକୁ ଚାହିଁ ଜାଗି ଅଛି ମୁଁହିଁ
    ହୃଦ ମନ୍ଦିର ତୁମରି ପ୍ରଦୀପ ସଜାଇ
    ଲୋଡ଼ା ନାହିଁ ମୋର ଧନ ଜନ ମାନ (୨ଥର)
    ବିତି ଯାଉ ଏହି ଜୀବନ
    ପ୍ରଭୁ ତୁମ ପାପୁଲିର କୋମଳ ପରଶେ ମୋର
    ଧନ୍ୟ ହେଉ ଏହି ଜୀବନ … |୨|

    ସୂଚୀମାଳାକୁ ଫେରନ୍ତୁ

  • bitara karuna bari

    (ସ୍ଵର-ବରସ ଆଶିଷ ବାରି)


    ବିତର କରୁଣା ବାରି
    (ନାଥ) ଝରୁ ନିତି ପ୍ରାଣେ ମୋର ମଧୁରେ ସଞ୍ଚାରି (ଘୋଷା)

    ଆସିଛି ଦୁଆରେ କେତେ ଆଶାକରି,
    (ମୁହି) ଶୀର୍ଣ୍ଣହସ୍ତେ ଜୀର୍ଣ୍ଣ ପ୍ରାଣ – କମଣ୍ଡକୁ ଧରି |୧|

    ମାଗେ ନାହିଁ ଧନ ଭିକାରୀର ପରି
    (ଆହା) ବୁଲେ ସିନା ଭବ-ଦାଣ୍ଡେ ପ୍ରେମ ଭିକ୍ଷା କରି |୨|

    ଦଦରା ପରାଣେ ଦୁଖ ଅଛି ପୁରି
    (ତୁହି) ଖୋଜି ଭବେ ନ ପାଇବୁ ଜଣେ ମୋର ସରି |୩|

    ଚିନ୍ତା ନକ ହୃଦେ ଖରତର ଜଳି,
    (ସଦା) ଦେଲାଣିତ ସନ୍ତାପିତ ଜୀବନକୁ ସାରି |୪|

    ଦିୟ ପ୍ରାଣେ ଭରି ତବ କୃପା ବାରି
    (ମୁହିଁ) ତୃଷିତ ଅନ୍ତର ଠାରେ ପିଇ ଯିବି ତରି |୫|

    ସୂଚୀମାଳାକୁ ଫେରନ୍ତୁ

  • papo sabu mara akhira potare

    ପାପ ସବୁ ମୋର ଆଖୀର ପତାରେ ଲୁହହୋଇଯାଏ ବହି
    ଅନୁତାପନଇଁ ଯାଏ ଝରି ଝରି କୃଶିୟ ପ୍ରେମ କୁ ସ୍ମରି
    ଆଶା ଭରସାର ……… ଦୋଛକି ବାଟରେ (୨ଥର)
    ରହିଛି ଯୀଶୁ ହେ ମୁହିଁ….. ପ୍ରତୀକ୍ଷାରେ ଅଛି ଚାହିଁ … |୧|

    ଅବଢ଼ା ବାଟରେ ଚାଲୁଥିଲି ଯେବେ ସତକୁ କବର ଦେଇ
    ଶୁନ୍ୟ ହାତେ ମୋର ପାପର ଅନ୍ଧାରେ ଲୁହ ମରିଚିକା ପିଇ (୨ଥର)
    ଲୁହର ତୋଳିରେ ଅଙ୍କାହୋଇଛି ମୋ ପାପଭରା ଟିକି ନଇଁ
    ସୀମାହିନ ମୋର……….ପାପ ସବୁ ଧୋଇ (୨ଥର)
    ହୃଦ ମୋଦିଅ ସଜାଇ ପ୍ରତିକ୍ଷାରେ ଅଛି ଚାହିଁ … | ୧ |

    ନିସ୍ୱାର୍ଥ ପ୍ରେମର ପ୍ରଥମ ସାରଥ କ୍ଷମାକୁ ନେବି କୋଳେଇ
    ଦରମର ଏହିଅଲଣା ଜୀନେ ଯୀଶୁ ସଦ ମୋହରିପାଇଁ ୨ଥର)
    ଖୁମୁରି କାଣେ ମୁଁ କରୁଣାର ଧାରେ ପାଇବାକୁ ଟିକେ ଛାଇ
    ଯୀଶୁଙ୍କ ଆଶିଷେ…….ଝରିପଡୁ ସେଇ (୨ଥର)
    କୋଟି ବାସ ଫୁଲ ହୋଇ. .ପ୍ରତିକ୍ଷାରେ ଅଛି ଚାହିଁ |୨ |

    ସୂଚୀମାଳାକୁ ଫେରନ୍ତୁ

  • Miliba keunthi amruta jala

    ମିଳିବ କେଉଁଠି ଅମୃତ ଜଳ
    ପାଇବି କେଉଁଠି ଆଶ୍ରୟ ସ୍ଥଳ
    କ୍ଲାନ୍ତ ମୋର ତନୁ ମନ
    ଭାରଗ୍ରସ୍ତ ଜୀବନ (ଘୋଷା)

    କୂଅ ମୂଳେ ବସି ମାଗୁଥିଲେ ଯିଏ ପାପିନିକୁ ଜଳ
    କାହିଁ ଗଲେ ସିଏ
    କ୍ରୁଶ କାଠେ ଝୁଲି ପାପି ପାଇଁ ଯିଏ ଢାଳିଥିଲେ ପ୍ରାଣ
    କାହିଁ ଗଲେ ସିଏ
    ସେହି ଯୀଶୁ ମୋର ଦୃଢ ଆଶ୍ରୟ
    ପଥିକ ମୁହିଁ ଯେ ସିଏ ଜଳାଶୟ (୧)

    ଛୁଇଁ ଦେଲେ ଯିଏ ପଲକେ ବଦଳେ ପାପିର ଜୀବନ
    ମୁହିଁ ତାଙ୍କୁ ଖୋଜେ
    ହୃଦୟକୁ ମୋର ଚରଣେ ତାଙ୍କରି ଥୋଇଲେ ପାଇବି
    ପାପ କ୍ଷମା ମୁହିଁ
    ତାଙ୍କରି ଜୁଆଳି ବହି ମୁହିଁ କାନ୍ଧେ
    ଚାଲିବି ସେ ପଥ ମହା ଆନନ୍ଦେ (୨)

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the

  • prabhu tume ma sahaya mo prati

    ପ୍ରଭୁ ତୁମେ ମୋ ସହାୟ ମୋ ପ୍ରତିପାଳକ
    ଦିନ ପରେ ଦିନ ରାତି ପରେ ରାତି ବିତି ଯାଉ ମାସ ବରଷ
    ଆରାଧନା କରେ ତୁମରି ଆଶାରେ
    ପାଇବାକୁ ତୁମ ଆଶିଷ …. (ଘୋଷା)

    ପ୍ରତିଦିନ ପ୍ରତି ପ୍ରହରରେ.. ପ୍ରଭୁ ତୁମେ ଅଛ ମୋ ପାଖରେ (୨ଥର)
    ନିଦ୍ରା ଯାଇ ଅତି ସଅଳରେ … ପ୍ରଭୁ ନୀତି ତୁମ ନାମ ଧରେ
    ସନ୍ୟାଧିପତି ସଦାପ୍ରଭୁ ହେ |୧|

    ତୁମ ରଚନାର ଏ ଜୀବନ … ତୁମରି ଦୟାର ମୋ ଏ ପ୍ରାଣ
    ପାପ ଦୋଷ ମୋର କ୍ଷମା କର … ଦିୟ ମୋତେ ତୁମେ ପରିତ୍ରାଣ
    ଅନାଦି ରାଜା ସଦାପ୍ରଭୁ ହେ |୨|

    ସୂଚୀମାଳାକୁ ଫେରନ୍ତୁ

    Click below listen to the tune

    https://www.youtube.com/watch?v=wts97PhLRlg
  • Bethalihimara sitala pabana

    ବେଥଲିହିମର ଶୀତଳ ପବନ ବହି ଆସେ ଧିରେ ଧିରେ
    କାନ୍ଦ ନାହିଁ ଆଉ ପ୍ରାଣ ଧନ ମୋର
    ଶୋଇପଡ ମୋର କୋଳେ (ଘୋଷା)

    ମିଟି ମିଟିକାରେ ଅଗଣିତ ତାରା
    ହସୁଛନ୍ତି ଆକାଶରେ
    ଜଗି ରହିଛନ୍ତି ସରଗର ଦୂତ
    ଅପଲକ ନୟନରେ
    ଘୁମେଇ ପଡ଼ିଛି ମେଷ ଛୁଆ ଟିଏ
    ଆମ ପାଖେ ନୀରବରେ
    ଆଦରି ନେଉଛି ସଙ୍ଖାଳି ମୋର
    ଶୋଇପଡ ଆନନ୍ଦରେ (୧)

    ଯଦିବା ଆସିବ ସଙ୍କଟ ଦୁଃଖ
    ସେଥିପାଇଁ ନାହିଁ ଭୟ
    ଶତୃ ହାରିବ ପାପ ମନ ପାଇଁ
    ସତ୍ୟର ହେବ ଜୟ
    ତୋହରି ଜନମେ ଗଗନ ପବନ
    ମାତି ଉଠେ ସରାଗରେ
    ଶୋଇପଡ ମୋର ନୟନର ମଣି
    ମା କୋଳେ ଆନନ୍ଦରେ (୨)

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune