Tag: Odia Christian Song Lyrics

  • probhu jishu doyaa saagoro taanko mohaadoyaa ki chamatkaro

    ପ୍ରଭୁ ଯୀଶୁ ଦୟାସାଗର, ତାଙ୍କ ମହାଦୟା କି ଚମତ୍କାର !

    ଦୟା-ଡେଣା ମେଲି ଅଇଲେ ସେ ଉଡ଼ି

    ତ୍ୟାଗ କରି ନିଜ ଅମରପୁର । ଘୋଷା ।

    ଦୟା-ଦଣ୍ଡ ହସ୍ତେ ଧରିଣ ବୁଲିଲେ ସେ ନଗର ଗ୍ରାମ,

    ଦୁର୍ବଳ ପତିତ ରୋଗଗ୍ରସ୍ତ ପ୍ରତି ନ କଲେ ନିରୁଦ୍ଧ ଦୟା ନିର୍ଝର । ୧ । 

     

    ବାଟେ ଘାଟେ ଯେତେ ମିଳିଲେ ତାଙ୍କୁ ଚତୁର୍ଦ୍ଦିଗେ ଘେରିଲେ,

    ଅନ୍ଧ, ଛୋଟା, ଘଙ୍ଗୂା, ପକ୍ଷାଘାତୀ, କଷ୍ଠୁୀ, ଭତୂଗସ୍ତ୍ର ନାନା ରୋଗୀ ବଧୀର । ୨ । 

     

    ଯେତେ ଅଇଲେ ତାଙ୍କ ପାଶେ ସୁସ୍ଥ ହୋଇଲେ ଅନାୟାସେ,

    କୌଣସି ପୀଡ଼ିତ ହୋଇ ତୁଚ୍ଛୀକୃତ ନ ଗଲା ପୀଡ଼ାରେ ହୋଇ କାତର । ୩ । 

     

    ଛୋଟା ନାଚେ, ବଧୀର ଶୁଣେ, ଅନ୍ଧ ତାକୁ ଦେଖେ ନୟନେ,

    ଘୂଙ୍ଗା ବୋଲେ ବାଣୀ କରି ଜୟଧ୍ୱନି, କୁଷ୍ଠୀ ହୋଇଲେ ନିର୍ମଳ ଶରୀର । ୪ ।

    ପରିତୃପ୍ତ ହେଲେ କ୍ଷୁଧିତ ମୃତ ହେଲେ ପୁନର୍ଜୀବିତ,

    ପ୍ରଚଣ୍ଡ ତରଙ୍ଗ, ଗଭୀର ସାଗର ତାଙ୍କ ଆଜ୍ଞାମାତ୍ରେ ହୋଇଲା ସ୍ଥିର । 

     

    ଆହେ ଯୀଶୁ ଦୟାସାଗର, ରୋଗେ ପୂର୍ଣ୍ଣ ସର୍ବାଙ୍ଗ ମୋର,

    ସ୍ପଶ ର୍କର ମୋତେ, ଦେଇ ନିଜ ହସ୍ତ, ମୋର ସର୍ବରୋଗ ହୋଇବ ଦୂର । ୬ ।

  • ki bichitra jishunka premo helaa prokasho

    କି ବିଚିତ୍ର ଯୀଶୁଙ୍କ ପ୍ରେମ ହେଲା ପ୍ରକାଶ

    ତୁଳନା ଦେବାକୁ ନ ଦିଶେ ଲେଶ । ଘୋଷା ।

    ଦୀନହୀନେ ଦେବାକୁ ଧନ ଯୀଶୁ ତେଜି ସ୍ୱର୍ଗଭୁବନ ହୋଇଲେ ନିଧନ

    ସହିଲେ ସେ ନିଜ ଅଙ୍ଗେ କେତେ କ୍ଳେଶ

    ମୁଣ୍ଡ ପାତିବାକୁ ନଥିଲା ବାସ । ୧ ।

    ଯା ମରଣ ଖଣ୍ଡେ ଦୂରିତ ପରହିତେ ହୋଇଲେ ହତ

    ସେ ହେଲେ ନିନ୍ଦିତ,

    କେତେକ ନିନ୍ଦକ ହୋଇ ଅବିବେକ ବୋଇଲେ, ଏ ନିଶ୍ଚେ ପାପୀ ମନୁଷ୍ୟ । ୨ ।

    କେତେ ସହି ନିନ୍ଦା ଦୂଷଣ

    ସମର୍ପିଲେ ଆପଣା ପ୍ରାଣ ସେ ଶତ୍ରୁ କାରଣ,

    ହୋଇଲେ ନୀରବ ନ ଫିଟାଇ ଆସ୍ୟ ଯେଉଁ ପରିରେ ହତଯୋଗ୍ୟ ମେଷ । ୩ । 

     

    ନିନ୍ଦା ପାଇ ନ କଲେ ନିନ୍ଦା କେତେ ସହି ଯାତନା ବିନ୍ଧା

    କ୍ରୁଶେ ହେଲେ ବନ୍ଧା,

    ତାଙ୍କ ପ୍ରେମର ତୁଳନା ହେବ କିସ, ମୃତ ହୋଇ ନୋହିଲେ ମୃତ୍ୟୁ ବଶ । ୪ ।

    କେଡ଼େ ଉଚ୍ଚ କେଡ଼େ ଗଭୀର    କେ ପାଇବ ସେ ପ୍ରେମ ସ୍ଥଳ

    ଅଟଇ ଅକୂପାର,

    ସେହ ିପ୍ରେମଧନ ମୋ ବୋଧ-ଅଗମ୍ୟ, ବର୍ଣ୍ଣ ିପାରବିି କି ଅଯୋଗ୍ୟ ଦାସ । ୫ ।

     
     

    click the link below to listen full song and know the tune

  • kaha mono ey ki mohaascharjya nuhoyee

    କହ ମନ, ଏ କି ମହାଶ୍ଚର୍ଯ୍ୟ ନୁହଇ !

    ମୋତେ ଅନାଇଲେ ଯୀଶୁ ସୁଦୟା ବହି । ଘୋଷା ।

    ପାପ ଅଧର୍ମରେ ମରିଥିଲି ଯେ ମୁହିଁ,

    ଉଠାଇଲେ ମତେ ସେହି ଜୀବନ ଦେଇ । ୧ ।

    ପାପ କଙ୍କଳରେ ଥିଲି କଳଙ୍କୀ ହୋଇ,

    ନିଜ ରୁଧିର ଦେଇ ସେହି ଦେଲେ ଧୋଇ । ୨ । 

     

    ଖତରାଶିରେ ମୁଁ ଥିଲି ହିନସ୍ତା ହୋଇ,

    ରାଜପଦେ ସଂସ୍ଥାପନ କଲେ ଯେ ସେହି । ୩ । 

     

    କେମନ୍ତେ ପଡ଼ିଲି ତାଙ୍କ ମନରେ ମୁହିଁ,

    ମୋତେ ଅନାଇଲେ ସେହି ସ୍ୱର୍ଗରେ ଥାଇ । ୪ ।

     

     ପ୍ରେମପାତ୍ର ନ ଥିଲେ କି ସ୍ୱର୍ଗରେ କେହି ?

    ଏ ସଂସାରକୁ ମୋ ପାଇଁ ଆସିଲେ ସେହି । ୫ ।

    କୀଟମାତ୍ର ମୁହିଁ, ଲୋକେ ଗଣା ନୁହଇ,

    ମୋ ବିନା କି ତାଙ୍କ କ୍ଷତି ପାରନ୍ତା ହୋଇ ? । 

     

    ଦେଖ ମନ କି ଅଗମ୍ୟ ପ୍ରେମଟି ଏହି !

    ପାଇବାକୁ ନ ପାରନ୍ତି ତା ଅନ୍ତ କେହି । ୭ । 

     

    କାଟିବି ଜୀବନ ମୁଁ ତାଙ୍କ ଗୁଣ ଗାଇ,

    ଅନ୍ୟ ପ୍ରତିଦାନ ମୋର ଦେବାକୁ ନାହିଁ । ୮ ।

  • khristo premo tulyo hoibo ki se

    ଖ୍ରୀଷ୍ଟ ପ୍ରେମ ତୁଲ୍ୟ ହୋଇବ କି ସେ ?

    ଖୋଜି ଖୋଜି ନ ମିଳଇ ଲେଶେ ହେ । ଘୋଷା ।

    ପାପୀ ଦୀନହୀନ ଉଦ୍ଧାର କାରଣ ଆସିଥିଲେ ନର ବେଶେ,

    ସେହି ପ୍ରାୟଶ୍ଚିତ୍ତ କରଣ କାରଣ ପ୍ରାଣ ଦାନ କଲେ କ୍ରୁଶେ ହେ । ୧ । 

     

    ଦ୍ୱେଷ କରିଣ ଯିହୂଦୀ ଲୋକଗଣ ବଧ କଲେ ବିନା ଦୋଷେ,

    ହୋଇଲେ ଜୀବିତ ସେ ତିନି ଦିବସେ, ନ ରହିଲେ ମୃତ୍ୟୁ ବଶେ ହେ । ୨ ।

    ଇତ୍‌ଥିତ ହୋଇଣ ବସିଲେ ସେ ଯାଇ ପିତାଙ୍କ ଦକ୍ଷିଣ ପାଶେ,

    କରିବାକୁ ପ୍ରତି ଜଣର ବିଚାର ଆସିବେ ଜଗତ ଶେଷେ ହେ । ୩ । 

     

    ସେ ପ୍ରେମସାଗର ପ୍ରଭୁଙ୍କ ପୟର ଧର ହେ ଦୃଢ଼ ବିଶ୍ୱାସେ,

    ଛାଡ଼ିଲେ ଚରଣ ହୋଇବ ପତନ ଚିରକାଳ ସର୍ବନାଶେ ହେ । ୪ ।

  • rasanaa tu aa re rasanaa re

    ରସନା, ତୁ ଆନେ ରସନା ରେ,

    କେବଳ ଖ୍ରୀଷ୍ଟଙ୍କ ପ୍ରେମାମୃତ ପାନ ବିନୁ କରୁଛି ମନାରେ । ଘୋଷା ।

    ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ତନୟ    ସେ ତ ଅନାଦି ଅନନ୍ତ ଅବ୍ୟୟ,

    ଅଜର ଅମର ଭୋଗିଲେ ମରଣ ତୋର ପାପ ପାଇଁ ସିନାରେ । ୧ ।

    ନାହିଁ କେହି ତ୍ରିଭୁବନ ମଧ୍ୟରେ   ଯୀଶୁ ଖ୍ରୀଷ୍ଟ ପରି ଆଉ ଜଣେରେ 

    ଆପଣେ ମରିବ ପରକୁ ତାରିବ ଭୋଗିବ ତା ଯାତନାରେ । ୨ ।

    କରି ଶତ୍ରୁକୁ ମିତ୍ର ପରି ସ୍ନେହ     କିଏ ଦେବ ଆପଣା ପ୍ରାଣ ଦେହ ?

    ଖ୍ରୀଷ୍ଟ ପ୍ରେମ କଲେ, ଶତ୍ରୁ ହସ୍ତେ ମଲେ, ଶତ୍ରୁ ପାଇଁ ପ୍ରାର୍ଥନାରେ । ୩ ।

    ଧନ୍ୟ ବୋଲ ତାଙ୍କୁ ତୁ ନିରନ୍ତର ସ୍ତୁତି ପ୍ରଶଂସା କର ତୁ ତାଙ୍କର,

    ତାଙ୍କୁ କର ଭକ୍ତି, ସେ କରିବେ ମୁକ୍ତି ପୂର୍ଣ୍ଣ କରି କାମନାରେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • mu ki deyee ki dhana sujhibi

    ମୁହିଁ କି ଦେଇ କି ଧନ ନେଇ ଶୁଝିବି ଯୀଶୁ ପ୍ରେମ ?

    ରତ୍ନ ସୁବର୍ଣ୍ଣ ନୁହେଁ ସମାନ ଦେବାକୁ ପ୍ରତିଦାନ            । ଘୋଷା ।

    ଆହା ଏକି ପ୍ରେମ ମୋ ପ୍ରାଣ କାରଣ ଯୀଶୁ କଲେ ନିଜ ପ୍ରାଣଦାନ,

    ସହିଲେ କଷଣ ନିନ୍ଦା ଦୂଷଣ କେତେ ଅପମାନ        ା ୧ ।

    ହେବାକୁ ନିର୍ମଳ ପାପ ଦାଗ ମୋର ସେହି ଢାଳିଲେ ଆପଣା ରୁଧିର,

    ପାପଭାର ବହି ଶୁଝିଛନ୍ତି ସେହି ମୋର ପାପ ଋଣ    ା ୨ । 

     

    ମୋର ଶାନ୍ତି ପାଇଁ କେତେ ଶାସ୍ତି ସହି ସମର୍ପିଲେ ଯୀଶୁ ଦେହ ଜୀବନ 

    ହୋଇଲେ ନିଧନ କରିବାକୁ ଦାନ ମହା ପରିତ୍ରାଣ  ା ୩ ।

    ହେ ପ୍ରେମସାଗର ଈଶ୍ୱର କୁମର, ତୁମ୍ଭଙ୍କୁ ଦେବାକୁ କି ଅଛି ମୋର ?

    ମୁହିଁ ଅଭାଜନ କରଇ ଅର୍ପଣ ଶ୍ରୀଚରଣେ ଦେହ ପ୍ରାଣ            ା ୪ ।

  • jishu hai tumbhoro ki aascharjya premo otte

    ଯୀଶୁ ହେ ତୁମ୍ଭର କି ଆଶ୍ଚର୍ଯ୍ୟ ପ୍ରେମ ଅଟେ ଅନନ୍ତ ଅସୀମ ହେ  ା ଘୋଷା । 

     

    ମୋ ଗମ୍ୟ ରହିତ, ବର୍ଣ୍ଣନା ବର୍ଜିତ, ଅଟେ ଉପମାରହିତ ହେ,

    ଆଉ ମୋର ଜିହ୍ୱା ନ ପାରଇ ତାହା କରିବାକୁ ପ୍ରକାଶନ ହେ   ା ୧ । 

     

    ସେହି ଶୁଦ୍ଧ ପ୍ରେମ କର ହେ ସ୍ଥାପନ ମୋ ମନେ କରି ସମ୍ପୂର୍ଣ୍ଣ ହେ,

    ସେହି ସତ୍ୟ ପ୍ରେମ କରୁ ରାଜପଣ ମୋ ମନେ କରି ନୂତନ ହେ । ୨ ।

     

    ଅନ୍ୟେ ନାହିଁ ତୃପ୍ତି, ନାହିଁ ମନେ ତୁଷ୍ଟି ହେ ପ୍ରଭୁ ତୁମ୍ଭ ବିହୁନେ ହେ,

    ତୁମ୍ଭେ ମୋର ବଳ, ତୁମ୍ଭେ ମୋର ଢାଲ, ତୁମ୍ଭେ ମୋର ପରିତ୍ରାଣ ହେ । ୩ । 

     

    ହେ ପ୍ରେମ କିରଣ, ଆସ ହେ ବହନ, ଉଦେ ହୁଅ ମୋର ମନେ ହେ,

    ଦୂର କରି ଶୋକ ମୋର ଭୟ ଦୁଃଖ ପ୍ରେମେ ତୃପ୍ତ କର ମନ ହେ        ା ୪ ।

  • purno sosi udde hoiacha jishu mozze aasi

    ପୂର୍ଣ୍ଣ ଶଶୀ,

    ଉଦେ ହୋଇଅଛ ଯୀଶୁ ମଞ୍ଚେ ଆସି ହେ । ଘୋଷା । 

     

    ନିଷ୍କଳଙ୍କ ବ୍ରହ୍ମ, ମହୀପରେ ବିରାଜିଛ ମହା ତେଜସ୍କରେ,

    ନିତ୍ୟ ନବତନ ସର୍ବଦା ସମାନ, ହ୍ରାସ ନୁହଁ ସଦା ଅବିନାଶୀ ହେ  ା ୧ ।

    ପାପାନ୍ଧାର ଯହୁଁ ଜଗତରେ, ଘୋଟିଲା ସକଳ ହୃଦୟରେ,

    ଯୀଶୁ ଦୀନନାଥ, ଦେଖାଇଲେ ପଥ ନିଜେ ଆସି ଦୟା ସୁପ୍ରକାଶି ହେ । ୨ । 

     

    ଏ କିରଣେ ଚାଲେ ଯେଉଁ ଜନ, ପ୍ରବେଶ କରେ ଅମର ସ୍ଥାନ,

    ଅନନ୍ତ ଦିବସ ଦୁଃଖ ନାହିଁ ଲେଶ ଭୁଞ୍ଜେ ମହାସୁଖ ଦିବାନିଶି ହେ ା ୩ । 

     

    କହେ ଦୀନହୀନ ମୂଢ଼ ନର, ଆରତ ଧ୍ୱନି ଶୁଣ ହେ ମୋର,

    ମୁହିଁ ଗତିହୀନ, କରୁଛି ଜଣାଣ, ମନୁ ମୋର ନାଶ କାଳନିଶି ହେ   ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • jishu aascharjya montri kete ghunchaayeele

    ଯୀଶୁ ଆଶ୍ଚର୍ଯ୍ୟ ମନ୍ତ୍ରୀ,

    କେତେ ଘୁଞ୍ଚାଇଲେ ବ୍ୟାଧି ଭ୍ରାନ୍ତି ହେ । ଘୋଷା ।

    ପ୍ରଥମ ବିଚିତ୍ର କର୍ମ ଚମତ୍କୃତ, ଜଳ ହେଲା ଦ୍ରାକ୍ଷାରସ,

    ଦେଖି ଆଚମ୍ବିତ ହୋଇଲେ ସମସ୍ତ, କଲେ ତାଙ୍କୁ ଦୃଢ଼ ଭକ୍ତି ହେ  ା ୧ । 

     

    ନାନା ବ୍ୟାଧିଗ୍ରସ୍ତ ହେଲେ ଆସି ସୁସ୍ଥ, କେତେ ଛଡ଼ାଇଲେ ଭୂତ,

    ଅନ୍ଧମାନଙ୍କର ଫିଟିଗଲା ଦୃଷ୍ଟି, ଛୋଟା କଲେ ସୁଖେ ଗତି ହେ    ା ୨ ।

    ନାନା ଗ୍ରାମ ରୋଗୀ ହେବାରୁ ଆରୋଗୀ ସର୍ବତ୍ର ବ୍ୟାପିଲା କୀର୍ତ୍ତି,

    କେତେ କେତେ ମୃତ ହୋଇଲେ ଜୀବିତ, ଦେଖ ଖ୍ରୀଷ୍ଟଙ୍କର ଶକ୍ତି ହେ । ୩ । 

     

    ଏପରି ଅତ୍ୟନ୍ତ ନାନାଦି ବିଚିତ୍ର କର୍ମ ଉପଦେଶ କଲେ,

    ସେ ଦୟାସାଗର ପ୍ରଭୁ ଯୀଶୁଙ୍କର ଦୟା ଉପୁଜିଲା ଅତି 

    ହେ ପାପେ ଭାରଗ୍ରସ୍ତ ମନୁଷ୍ୟ ସମସ୍ତ ଥିଲେ ଈଶ୍ୱର ଘୃଣିତ,    ା ୪

    ହୋଇଣ ମଧ୍ୟସ୍ଥ କରି ରକ୍ତପାତ ପ୍ରକାଶିଲେ ସନ୍ଧି ଶାନ୍ତି ହେ 

    ସହିଲେ ଯନ୍ତ୍ରଣା କ୍ରୁଶର ବେଦନା ପାପ-ରୋଗ ସ୍ୱାସ୍ଥ୍ୟ ପାଇଁ,       ା ୫ ।

    ହୋଇ ମୃତ୍ୟୁଞ୍ଜୟ କଲେ ପାପ କ୍ଷୟ, ଦିଅନ୍ତି ଅକ୍ଷୟ ଶାନ୍ତି ହେ 

    ଆହେ ପ୍ରଭୁ ଯୀଶୁ ଅମର ଔଷଧି, ସୁସ୍ଥ କର ପାପ ବ୍ୟାଧି,     ା ୬ ।

    ମୋ ଅବିଶ୍ୱାସର କର ପ୍ରତିକାର, ରଖ ମୋରେ କୃପାଦୃଷ୍ଟି ହେ

    ସୂଚୀମାଳାକୁ ଫେରନ୍ତୁ

  • jaya jaya jaya jishu he iswa nandana

    ଜୟ, ଜୟ, ଜୟ, ଯୀଶୁ ହେ ଈଶ୍ୱ ନନ୍ଦନ,

    ଜୟ ହେ ଜଗତ ପତି ଜୟ ଧର୍ମାତ୍ମନ       ା ଘୋଷା ।

    ଜୟ, ଜୟ ଯୁବାମେଷ ପାପ ଭାର ବାହନ,

    ମଶୀହ ଶାନ୍ତି ରାଜା ଦାଉଦ ସନ୍ତାନ

    ଜୟ ଜ୍ୟୋତିଃ, ଦ୍ରାକ୍ଷାଲତା, ଜୟ ଇମ୍ମାନୁୟେଲ,          ା ୧ ।

    ଉତ୍ତମ ମେଷପାଳକ, ପଥ ସନାତନ ଜୟ ଖ୍ରୀଷ୍ଟ,

    ଜୟ ଇଷ୍ଟ, ଜୟ ଜଗଜ୍ଜୀବନ,            ା ୨ ।

    ଦୁର୍ଗମେ ତ୍ରାହିମେ ତ୍ରାତା ମନୁଷ୍ୟ ସନ୍ତାନ   ା ୩ ।

    ସୂଚୀମାଳାକୁ ଫେରନ୍ତୁ