Tag: Odia Christian Song Lyrics

  • bhojo hai jishunka naamo nirobodhi

    ଭଜ ହେ ଯୀଶୁଙ୍କ ନାମ ନିରବଧି

    ଦେଇ ସର୍ବ ବଳ ଚିତ୍ତ ଦେହ ପ୍ରାଣାଦି । ଘୋଷା ।

    ଭକ୍ତି ଚିତ୍ତେ ଦୃଢ଼ ମତେ ସେବା କର ନିରତେ;

    ଯତନେ ସାଧନ କର ସେ ତ୍ରାଣନିଧି

    ଧ ର ତାଙ୍କ ଶ୍ରୀ ଚରଣ, ପାଇବ ହେ ଜୀବନ;             ା ୧ ।

    ସେ ଦେବେ ଘୁଞ୍ଚାଇ ପାପ ସନ୍ତାପ ବ୍ୟାଧି

    ନ ପାସୋର ତାଙ୍କୁ ମନ, ନ ଛାଡ଼ କଦାଚନ;               ା ୨ ।

    ଶେଷେ ସେହି ସ୍ୱର୍ଗେ ଦେବେ ଅନନ୍ତ ନିଧି

    ଦୂର କର ଏ ସଂସାର, ସବୁ ମିଥ୍ୟା ଅସାର;               ା ୩ ।

    ଖ୍ରୀଷ୍ଟ ନାମ ଭଜ ମନ, ସେ ଗୁଣନିଧି       ା ୪ ।

  • jishu naamo binu naahi anya re traano

    ଯୀଶୁ ନାମ ବିନୁ ନାହିଁ ଅନ୍ୟରେ ତ୍ରାଣ । ଘୋଷା ।

    ସେହି ଯୀଶୁ ଦାସାକାରେ        ଅଇଲେ ଅବନୀ ପରେ

    ପାପୀ ତାପୀ ତାରିବାରେ ହୋଇଲେ ଜନ୍ମ । ୧ ।

    କଲେ ମହା ମହା କର୍ମ           ମୃତକୁ ଦେଲେ ଜୀବନ 

    ବଧିରେ ଦେଲେ ଶ୍ରବଣ, ଅନ୍ଧେ ନୟନ । ୨ ।

    ଭ୍ରମି ନାନା ଦେଶ ଦେଶ          ଦେଲେ ନାନା ସୁପଦେଶ 

    ଯେହ୍ନେ ଏ ମାନବ ବଂଶ ପାଇବେ ତ୍ରାଣ । ୩ ।

    ଅବଶେଷେ ହୋଇ ହତ         ପୁଣ୍ୟ ରକ୍ତ କଲେ ପାତ 

    ଶତ୍ରୁଙ୍କ ପାଇଁ ଏମନ୍ତ କେ ଦେବ ପ୍ରାଣ ?

    ଯୀଶୁ ନାମ ନ ଭଜିଲେ           ପଡ଼ିବ ନରକାନଳେ

    ତ୍ରାଣ ନାହିଁ କେଉଁ କାଳେ, ଦୁଃଖ ଦାରୁଣ । ୫ ।

    ଯୀଶୁରେ ନେଲେ ଶରଣ ନିଶ୍ଚେ ହେବ ପରିତ୍ରାଣ 

    ଭୁଞ୍ଜିବ ସ୍ୱର୍ଗର ସୁଖ ଅନନ୍ତ ଦିନ । ୬ ।

  • monoru hebo ki antoro jishu naamo

    ମନରୁ ହେବ କି ଅନ୍ତର ଯୀଶୁ ନାମ

    ଯେ ନାମ ଅଟଇ ସର୍ବ ନାମରୁ ପରମ । ଘୋଷା ।

    ଯେ ନାମ ସ୍ୱର୍ଗ ଭୁବନେ ଗା’ନ୍ତି ଦିବ୍ୟ ଦୂତଗଣେ,

    ମୁକୁଟ କାଢ଼ି ଅନୁକ୍ଷଣେ ବୋଲନ୍ତି ଧର୍ମ ଧର୍ମ ଧର୍ମ ହେ ଯୀଶୁ ନାମ,

    ଧ ନ୍ୟବାଦ ପ୍ରଶଂସାକୁ ତୁମ୍ଭେ ସୁଭାଜନ । ୧ ।

    ଶୁଣି ସେ ନାମ ମୋ ଚିତ୍ତ ହେଲା ପୁଲକିତ, ହେଲା ଶୋକ ସନ୍ତାପ ହତ

    ଦୂର କଲା ମୋ ଭୟ, କରିଲା ତ୍ରାଣୋଦୟ,

    ଜନ୍ମାଇଲା ମନେ ମୋର ପରମ ସାନ୍ତ୍ୱନା । ୨ । 

     

    ଯେ ଯାଏ ଥିବି ଜଗତେ ଗାଇବି ମୁଁ ହୃଷ୍ଟ ଚିତ୍ତେ,

    ଯୀଶୁଙ୍କ ନାମ ଅବିରତେ ହେଲେ ମୋ ଯାତ୍ରା ଶେଷ ହୋଇ ସ୍ୱର୍ଗେ ପ୍ରବେଶ

    ଅଧିକ ସୁମିଷ୍ଟ ସ୍ୱରେ ଗାଇବି ସେ ନାମ । ୩ ।

     

    ଯୀଶୁଙ୍କ ନାମ ସମାନ ନାହିଁ ମନୋରମ ନାମ,

    ପାଇଛନ୍ତି ପ୍ରଧାନ ନାମ ସେ ନାମ ମୋର ଗଡ଼,

    ମୋର ଦୃଢ଼ ପାହାଡ଼, ନୋହିବ କଦାଚ ମୋର ମନୁଁ ବିସ୍ମରଣ । ୪ ।

  • jishu naame je bhaabo achi

    ଯୀଶୁ ନାମେ ଯେ ଭାବ ଅଛି, କେବଳ ବିଶ୍ୱାସୀ ସିନା ଜାଣୁଛି,

    ଅମୃତ ନିର୍ଝର ବହେ ଝର ଝର, ତଟକା ମଧୁରୁ ମିଷ୍ଟ ଲାଗୁଛି । ଘୋଷା ।

    ଯୀଶୁ ଖ୍ରୀଷ୍ଟ ସ୍ୱର୍ଗୀୟ ନାମ, ସ୍ୱର୍ଗଦୂତ ଦ୍ୱାରା ପ୍ରଦାନ,

    ଅଟଇ ସେ ନାମ କେଡେ ଼ମିଷ୍ଟତମ, ଯେ ଚାଖେ ତା ଗୁଣ ସେହି ଜାଣୁଛି । ୧ । 

     

    ଯୀଶୁ ନାମ ପାଇବା ପାଇଁ, ସ୍ୱର୍ଗ ପୃଥ୍ୱୀରେ କେହି ନାହିଁ,

    ପାପୀର ଜୀବନ ଅଟେ ଖ୍ରୀଷ୍ଟ ନାମ, ମୋ ମନକୁ କେଡ଼େ ମିଷ୍ଟ ଲାଗୁଛି । ୨ ।

    ଯୀଶୁ ତ୍ରାଣକର୍ତ୍ତା ଅଟନ୍ତି, ପାପୀ ପାଇଁ ସେ ମରିଛନ୍ତି,

    ପାପୀଙ୍କର ପାପ ଆପେ କଲେ ଭୋଗ, ଏମନ୍ତ କେହି କି ଜଗତେ ଅଛି । ୩ ।

    ଯୀଶୁ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି, ମୃତ୍ୟୁ ନାହୁଡ଼ ଭାଙ୍ଗିଛନ୍ତି,

    ତାଙ୍କ ସନ୍ନିଧାନ ଆସେ ଯେଉଁ ଜନ, ପାପ ରୋଗୁଁ ସେହି ସୁସ୍ଥ ହେଉଛି । ୪ ।

     

    ଯୀଶୁ ଖ୍ରୀଷ୍ଟ ଚରଣେ ଚିତ୍ତ, ରହୁ ମୋହର ଅବିରତ,

    ମୋର ସେହ ିନାମ ହେଉ ନିତ୍ୟ ଧ୍ୟାନ, ଏହା ମୁଁ ଛାମୁରେ ନିବେଦୁ ଅଛି । ୫ ।

     

    Click the link below to listen full song and know the tune

  • jishu naamo ki sumisto

    ଯୀଶୁ ନାମ କି ସୁମିଷ୍ଟ,

    କରେ ମନ ହୃଷ୍ଟ ହେ । ଘୋଷା ।

    ସାଂସାରିକ ଯେତେ ସୁଖ         ତହିଁରେ ନ ଗଲା ଦୁଃଖ 

    କେବଳ ନାମ ଯୀଶୁଙ୍କ ହରେ ସର୍ବ ଦୁଃଖ । ୧ ।

    ତାଙ୍କ ନାମ ମନେ ଗାଇ ଆବରି ମୁଁ ନିତି ଧ୍ୟାୟି 

    ହରଷ ହୋଇ ଉଠଇ ଭରସା ମୁଁ ପାଇ । ୨ ।

    ସେ ମୋ ନିତ୍ୟସ୍ଥାୟୀ ତ୍ରାତା,      ମୋର ପାପ ଶାପ-ହର୍ତ୍ତା

    ନାହିଁ ତାଙ୍କ ବିନା ନାହିଁ ପାପ କ୍ଷମା କାହିଁ । ୩ ।

    ଆକାଶମଣ୍ଡଳ ତଳେ ମନୁଷ୍ୟଗଣ ମଧ୍ୟରେ

    ତ୍ରାଣକର୍ତ୍ତା ଯୀଶୁ ନାମ ଅନ୍ୟେ ଦାନ ନାହିଁ । ୪ ।

    ସେ ନାମର ମିଷ୍ଟ ଗୁଣ ପୁଣି ତା’ର ଶ୍ରେଷ୍ଠପଣ 

    ବର୍ଣ୍ଣନେ ମୁଁ ଅଭାଜନ, ଜ୍ଞାନ ନାହିଁ ମୋର । ୫ ।

    କୃପା କରି କ୍ଷମା କଲେ,             ମୋଠାରେ ପ୍ରସନ୍ନ ହେଲେ,

    ପ୍ରାଣ ଦେଇ ବଞ୍ଚାଇଲେ, କି ପ୍ରେମ ସେ କଲେ । ୬ ।

     

    ନ ଭୁଲ ଭୁଲଣ ମନ, ସତତ ଗୁଣ ସେ ନାମ,

    ଦେବେ ଅକ୍ଷୟ ଜୀବନ, ହେବ ମନ ପୂର୍ଣ୍ଣ । ୭ ।

  • jishu jeun sabdho kemonto aamodo

    ଯୀଶୁ ଯେଉଁ ଶବ୍ଦ କେମନ୍ତ ଆମୋଦ ! 

    ଶ୍ରବଣେ ଲାଗେ କି ମନୋହର ! 

    କରେ ଚିତ୍ତାହ୍ଲଦ, ଖଣ୍ଡାଏ ପ୍ରମାଦ, ମନକୁ ଲାଗଇ କି ମଧୁର !

    ଯୀଶୁ ନାମ ପରି, ତ୍ରିଭୁବନେ ନାହିଁ ମନୋହାରୀ,

    ଯୀଶୁ ନାମ ଚିତ୍ତେ ଗୁଣ ଅବିରତେ, ନେବେ ସର୍ବ ପାପ ତାପ ହରି । ୧ ।

    ଯୀଶୁ ଶବ୍ଦ ଭାବ ମୁକ୍ତିଦାତା ସିଦ୍ଧ, ପାପୀଙ୍କି କରନ୍ତି ସେ ଉଦ୍ଧାର,

    ଜନ୍ମ ପୂର୍ବେ ଏହି ନାମ ପ୍ରକାଶନ ଦୂତ ଦ୍ୱାରା ଯୁଷଫ ଛାମୁର;

    ଖ୍ରୀଷ୍ଟ ଶବ୍ଦ ଅର୍ଥ, ମୁକ୍ତି ପଦରେ ସେ ଅଭିଷିକ୍ତ,

    ଯୀଶୁଖ୍ରୀଷ୍ଟ ନାମ କର ହେ ଭଜନ, ସର୍ବ ପାପୀ ହେବ ପାପୁଁ ମୁକ୍ତ । ୨ । 

     

    ସ୍ୱର୍ଗତଳେ ମନୁଷ୍ୟଗଣ ମଧ୍ୟରେ ଅନ୍ୟେ ଦିଆ ନାହିଁ ଏହି ନାମ

    ଯୀଶୁ ବିନା ଆଉ ପରିତ୍ରାଣ ନାହିଁ, ଯୀଶୁ ନାମ ମୁକ୍ତିଦାତା ଜାଣ;

    ଯୀଶୁଖ୍ରୀଷ୍ଟ ବିନା, ଆଉ ନାହିଁ ପାପର ମାର୍ଜ୍ଜନା,

    ଯୀଶୁଖ୍ରୀଷ୍ଟ ନାମ କର ହେ ଭଜନ, ଯତ୍ନେ କର ତ୍ରାଣର ସାଧନ । ୩ ।

  • biswaasiro proti kede priyotome se jishu naamo

    ବିଶ୍ୱାସୀର ପ୍ରତି କେଡ଼େ ପ୍ରିୟତମ ସେ ଯୀଶୁ ନାମ । ଘୋଷା ।

    ତାର ସର୍ବରୋଗ କରେ ଶାନ୍ତ, ମହା ପାପ-ରୋଗ କରେ ସୁସ୍ଥ;

    ଦୂର କରେ ଭୟ ଆପଦ ସନ୍ଦେହ, କରେ ମହାସୁଖ ଶାନ୍ତି ଦାନ । ୧ । 

     

    ସେ ନାମ ତାର ଦୃଢ଼ ପାଷାଣ, ତହିଁ କରଇ ଗୃହ ନିର୍ମାଣ;

    ଆଉ ତାର ଢାଲ ଆଶ୍ରୟ ନଗର ଅଟଇ ଅସୀମ ତ୍ରାଣଧନ । ୨ । 

     

    ସେ ତାହାର ପଥ ପ୍ରଦର୍ଶକ, ଅଟନ୍ତି ବନ୍ଧୁ ରାଜା ଯାଜକ;

    ଅଟନ୍ତି ସେ ଅନୁଗ୍ରହର ଭଣ୍ଡାର, ତାର ପକ୍ଷବାଦୀ ଓ ଜୀବନ । ୩ ।

    ଆହେ ସମସ୍ତ ଧାର୍ମିକଗଣ, କର ତାଙ୍କ ନାମେ ଜୟଗାନ;

    କରି ତାଙ୍କୁ ସେବା ଆରାଧନା ପ୍ରେମ ଚରଣେ ସମର୍ପି ଦେହ ପ୍ରାଣ । ୪ ।

  • dhanya jishu dhanya jishu

    ଧନ୍ୟ ଯୀଶୁ, ଧନ୍ୟ ଯୀଶୁ,

    ଧନ୍ୟ ଯୀଶୁ ପ୍ରିୟ ନାମ । ଘୋଷା ।

    ଯୀଶୁ ସର୍ବ ଗୁଣଧାମ, କେ କରିପାରେ ବର୍ଣ୍ଣନ;

    ତ୍ରିଭୁବନେ ତାଙ୍କ ସମ କିସ ଅଛି ତୁଳନା । ୧ । 

     

    ଯୀଶୁ ସତ୍ୟ ପ୍ରେମ ରତ୍ନ, ସେହି ଦେଲେ ତନୁ ପ୍ରାଣ;

    ମନ, ଧର କରି ଯତ୍ନ, ତାଙ୍କ ପଦେ ଶରଣ । ୨ ।

    ଯୀଶୁ’ଛନ୍ତି ସ୍ୱର୍ଗସେତୁ, କୋଣ ପଥର ପ୍ରମାଣ;

    ଦୀନହୀନ ପାପୀ ହେତୁ ପିତ୍ରୁଦତ୍ତ ପରିତ୍ରାଣ । ୩ ।

    ଯୀଶୁ ପ୍ରାଣଦାୟୀ ବୃକ୍ଷ, ତହୁଁ ନିତ୍ୟ ତୋଳ ଫଳ;

    ତାଙ୍କ ଛାୟା ତଳେ ବସ, ସେ ତ ଅତି ରମ୍ୟ ସ୍ଥଳ । ୪

     

    ଯୀଶୁ ଅମୃତ ଅର୍ଣ୍ଣବ, ଅନୁକ୍ଷଣ କର ପାନ;

    ସର୍ବ ପୁଷ୍ପର ସୌରଭ, ତହୁଁ ସଦା କର ଘ୍ରାଣ । ୫ । 

     

    ଯୀଶୁ ସର୍ବ ଗୁଣମଣି, ତାଙ୍କ ମହିମା ଅପାର;

    ମୁଁ ପାପୀ କି ପାରେ ଭଣି ଯୀଶୁ ନାମ ଗୁଣାକାର । ୬ ।

  • ki madhuro monoromo mo srabane jishu naamo

    କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମ !

    ନାହିଁ ତା ସମାନ ନାମ ତ୍ରିଭୁବନେ ଅନୁପମ । ଘୋଷା ।

    ବିଶ୍ୱାସୀ ପ୍ରତି ସେ ନାମ          ଅଟେ କି ମନୋରଞ୍ଜନ

    କରେ ତା ଦୁଃଖ ନାଶନ, କରେ ତା ଶୋକ ଖଣ୍ଡନ । ୧ ।

    ଭଗ୍ନାନ୍ତଃକରଣ ପ୍ରତି  ଅଟେ ତାହା ସ୍ୱାସ୍ଥ୍ୟ ଶାନ୍ତି,

    କ୍ଷୁଧିତକୁ କରେ ତୃପ୍ତି, ଶ୍ରାନ୍ତ ପ୍ରତି ସେ ବିଶ୍ରାମ । ୨ ।

    ଯୀଶୁ ତ୍ରାଣ ନାମଧେୟ           ଅଟେ ମୋ ପ୍ରତି କି ପ୍ରିୟ ! 

    ଘୁଞ୍ଚାଏ ମୋ ସର୍ବ ଭୟ, ମୋହର ଦୃଢ଼ ପାଷାଣ । ୩ ।

    ଯୀଶୁ ମୋହର ରାଜନ,             ଯୀଶୁ ମୋହର ଜୀବନ,

    ଆଉ ମୋର ତ୍ରାଣଧନ, ମୋହର ପୂଣ୍ୟ ବସନ । ୪ ।

    ଯୀଶୁ ନାମ କେତେ ମିଷ୍ଟ, କରେ ମୋତେ ନିତ୍ୟ ହୃଷ୍ଟ,

    ଅଟନ୍ତି ସେ ମୋର ଇଷ୍ଟ, ମୋର ନିତ୍ୟ ଗାନ ଧ୍ୟାନ । ୫ ।

  • jishu tobo priyo naamo mo srobone ki modhura

    ଯୀଶୁ, ତବ ପ୍ରିୟ ନାମ ମୋ ଶ୍ରବଣେ କି ମଧୁର !

    ନ ଦିଏ ତେଡ଼େ ଆମୋଦ ସୁନ୍ଦର ସୁବାସ ଫୁଲ । ଘୋଷା । 

     

    ମୋଶା ଆଦି ପିତୃଗଣେ ଭବିଷ୍ୟଦବକ୍ତାମାନେ,

    ଦୂରେ ଦେଖି ଆଲିଙ୍ଗନ କଲେ ହରଷ ମନର । ୧ । 

     

    ତବ ଯୁଗ୍ମ ଶ୍ରୀଚରଣ ପାପିନୀ କଲା ଚୁମ୍ବନ,

    ପାଇଣ ପାପ ମୋଚନ ଆନନ୍ଦେ ଗଲା ସତ୍ୱର । ୨ ।

    ଯୀଶୁ ଅମୃତ-ନିର୍ଝର ଅଟନ୍ତି ପ୍ରେମ ସାଗର,

    ବିନାମୂଲ୍ୟେ ଶମିରୋଣୀ ପାଇଲା ଅମୃତ ନୀର । ୩ ।

    ପାଉଲ ନାମେ ପ୍ରେରିତ ଜ୍ଞାନ ଲାଭାଦି ସମସ୍ତ,

    ଖ୍ରୀଷ୍ଟ ନାମ ସାର ଜାଣି ମଣିଲେ ସବୁ ଅସାର । ୪ । 

     

    ସେ ନାମେ ମନ ଫେରଣ ଆବର ପାପମୋଚନ,

    ଜଗତେ ହୁଏ ପ୍ରଚାର, ଶୁଭଇ ତ୍ରାଣ ଚହଳ । ୫ ।

    ଖ୍ରୀଷ୍ଟ ପ୍ରେମ ଖ୍ରୀଷ୍ଟ ନାମ ସବୁଠୁ ମନୋରଞ୍ଜନ,

    ଏଣୁ ବିଶ୍ୱାସୀଙ୍କଠାରେ ଅଟନ୍ତି ସେ ବହୁମୂଲ୍ୟ । ୬ । 

     

    କହଇ ମୁଁ ପାପୀ ଛାର, କି ଦେବି ଉପମା ତା’ର 

    ଯେ ତାହା ଚାଖେ ଅନ୍ତରେ ସେ ଜାଣେ ମଧୁର ତାର । ୭ ।