Tag: Odia Christian Song Lyrics

  • moro dukhi dhana jubaameso

    ମୋର ଦୁଃଖୀଧନ ଯୁବାମେଷ

    କ୍ରୁଶେ ହୋଇ ହତ କରି ପ୍ରାୟଶ୍ଚିତ୍ତ

    କଲେ ମୋ ଦୂରିତ ମାର୍ଜ୍ଜନା ନିଃଶେଷ । ଘୋଷା ।

    ସେ ରଙ୍ଗ ବସନ କଲେ ପରିଧାନ,

    କଣ୍ଟା ମୁକୁଟେ ପାଇଲେ ଅପମାନ;

    ଯେସନେ ମୁଁ ତ୍ରାଣ-ବସନ ପିନ୍ଧିଣ 

    ଗୌରବ ମୁକୁଟେ ହୋଇ ବିଭୂଷଣ । ୧ । 

     

    ସହିଲେ କଷଣ କ୍ରୁଶୀୟ ଯାତନ,

    ଆବର ପିତାଙ୍କ କ୍ରୋଧରୂପ ବାଣ;

    ମୁଁ ଛାର ଯେସନ ପାଇ ସମ୍ମିଳନ ହେବି 

    ପିତାଙ୍କର ସ୍ନେହପାତ୍ର ଜାଣ । ୨ । 

     

    ସେ ବର୍ଚ୍ଛା ଆଘାତ କୋରଡ଼ାର କ୍ଷତ ଆବର 

    ରୁଧିର ଜଳମିଶା ସ୍ରୋତ ହୋଇଲା କ୍ଷରିତ ମୋହ ମଙ୍ଗଳାର୍ଥ,

    ହୁଏ ତହିଁ ସୁସ୍ଥ ମୋ ପୀଡ଼ା ସମସ୍ତ । ୩ ।

     

     ହେଲେ ସେ ଗଣିତ ଦୋଷୀଙ୍କ ସହିତ 

    ଅବଶେଷେ ପୁଣି ହୋଇଲେ ସେ ମୃତ,

    ହୋଇ ମୁଁ ଯେମନ୍ତ ସ୍ୱର୍ଗଦୂତ ମତ,

    ବଞ୍ôଚବି ଅନନ୍ତ କାଳ ପରର୍ଯ୍ୟନ୍ତ      । ୪ ।

  • probhu jishu ki dukho sahilo he doshi nohi

    ପ୍ରଭୁ ଯୀଶୁ, କି ଦୁଃଖ ସହିଲ ହେ ଦୋଷୀ ନୋହି ଦୋଷୀ ପକ୍ଷେ ! 

    ସାହା ହୋଇ ଆହା କେହି ନ ବୋଇଲେ,

    ଏଡ଼ିକି ଦାରୁଣ ଲୋକେ । ଘୋଷା ।

    ଏ ମହୀ ଉପରେ’ଛନ୍ତି ଯେତେ ନରେ ତୁମ୍ଭ ପରି ନାହିଁ ଦୁଃଖୀ ହେ,

    ରାଜପୁତ୍ର ହୋଇ ଦାସରୂପୀ ହେଲ ଆଦର ମାନ ଉପେକ୍ଷୀ     । ୧ ।

    ମାରିୟା ଜନନୀ ଥିଲା ପୂର୍ବେ ଜାଣି ଶୂଳେ ବିନ୍ଧାଯିବ ପ୍ରାଣ ମୋ,

    ତାଙ୍କୁ ଏହି ବାଣୀ ଫଳିଲା ତତ୍‌କ୍ଷଣି ଦେଖି ପୁତ୍ରର କଷଣ         । ୨ । 

     

    କ୍ରୁଶର ବେଦନା କି ଦେବି ଉପମା, ନୟନେ ନ ରହେ ବାରି ହେ;

    ସେ ଯେଉଁ ଶୋଣିତ ବର୍ଚ୍ଛାର ଆଘାତ ଧୈର୍ଯ୍ୟ କେ ପାରଇ ଧରି । ୩ । 

     

    ନିର୍ଦ୍ଦୋଷ-ମରଣ ଦେଖି ଗିରିଗଣ ବିଦୀର୍ଣ୍ଣ ହେଲେ ସତ୍ୱରେ ହେ,

    ଏ ମହା ମେଦିନୀ କମ୍ପେ ଭୟେ ପୁଣି, କି ଘଟିଲା ଏତେ କାଳେ । ୪ । 

     

    ସେ ଯେଉଁ ଆନନ ନାହିଁ କାହିଁ ଆନ, ଗଗନେ ଯେସନେ ଭାନୁ ହେ,

    ସେ ପୁଣି ଏମନ୍ତ ହେଲା ବିପରୀତ, ଛାଡ଼ି କି ତା ଯିବ ମନୁଁ        । ୫ ।

    ସୂଚୀମାଳାକୁ ଫେରନ୍ତୁ

  • jishunka swobhaabo dhoribi poche chaalibi

    ଯୀଶୁଙ୍କ ସ୍ୱଭାବ ଧରିବି – ପଛେ ଚାଲିବି,

    ତାଙ୍କ ପରି ଜଗତେ ଜୀବନ ମୁଁ କାଟିବି । ଘୋଷା ।

    ସ୍ୱର୍ଗ ସୁଖ ତ୍ୟାଗ କରି            ଆସିଲେ ଦରିଦ୍ର ପରି,

    ମୁହିଁ ସୁଖ ତୁଚ୍ଛ କରି କିପାଇଁ ନ ପାରିବି ?

    ପରର ମଙ୍ଗଳ ପାଇଁ ଛାଡ଼ି ମାତା ବନ୍ଧୁ ଭାଇ 

    ବୁଲିଲେ ବିଦେଶେ ଯାଇ, ମୁଁ କିପାଁ ନ କରିବି ?

    ଦୁଃଖୀ ଦୁଃଖେ ଦୁଃଖୀ ହେଲେ ଦୟା କରି ଦୁଃଖ ନେଲେ

    କଥା କହି ଶାନ୍ତି ଦେଲେ, ମୁଁ କିପାଁ ନ କରିବି ?

    ଦୁଃଖ ନିନ୍ଦା ସେ ସହିଲେ,          ଫେରି ପଦେ ନ କହିଲେ,

    ଶତ୍ରୁକୁ କ୍ଷମା କରିଲେ, ମୁଁ କିପାଁ ନ କରିବି ?

    ଶାସ୍ତ୍ରପାଠେ ପ୍ରାର୍ଥନାରେ ଉପଦେଶ ଭାବନାରେ 

    କାଟିଲେ କାଳ ସଂସାରେ, ମୁଁ କିପାଁ ନ କରିବି ?

    ପାପକୁ ସେ ଜୟ କଲେ ଆପଣାର ଆତ୍ମା ବଳେ;

    ତାଙ୍କ ଉପକାର ବଳେ, ମୁହିଁ କରି ପାରିବି । ୬ ।

  • paapinko nimonte probhu swargo tejino

    ପାପୀଙ୍କ ନିମନ୍ତେ ପ୍ରଭୁ ସ୍ୱର୍ଗ ତେଜିଣ 

    ମହୀମଣ୍ଡଳେ ଲଭିଲେ ଦୁଃଖ କଷଣ । ଘୋଷା । 

     

    ସ୍ୱର୍ଗ ସୁଖ ତ୍ୟାଗ କରି ନର ରୂପ ଦେହ ଧରି 

    ପ୍ରଭୁ ରାଜନ ଜଗଜ୍ଜନ ପାଇଁ ଆସି ମର୍ତ୍ତ୍ୟ ଭୁବନ । ୧ ।

    ଅବନୀରେ ହୋଇ ଜନ୍ମ ପ୍ରକାଶିଲେ ନିଜ ଧର୍ମ ଦୟା କରିଣ

    ଅନ୍ଧକୁ ନୟନ ଦାନ, ମୃତକୁ ପ୍ରାଣ          

    ଅବଶେଷେ କ୍ରୁଶୋପରେ ଦୁଇ ଚୋରଙ୍କ ସଙ୍ଗରେ ଖ୍ରୀଷ୍ଟ ରତନ

    ଯିହୁଦୀ ଲୋକଙ୍କ ହସ୍ତେ ତେଜି ଜୀବନ      । ୩ ।

    ଆହା କି ଆଶ୍ଚର୍ଯ୍ୟ ପ୍ରେମ ! ଶତ୍ରୁ ଲାଗି ଦେଲେ ପ୍ରାଣ ସେ ଦୟାବାନ

    କି କହିବି ତାଙ୍କ ଦୁଃଖ ଅତି ଦାରୁଣ ତାଙ୍କର 

    ମରଣ କାଳେ ଚନ୍ଦ୍ର ସୂର୍ଯ୍ୟ ସାକ୍ଷ୍ୟ ଦେଲେ ଭୂକମ୍ପମାନ । ୪ ।

    ମନ୍ଦିର ବିଚ୍ଛେଦ ବସ୍ତ୍ର ଚିରେ ବହନ ପାପୀ ପ୍ରତି ଦୟା ବହି 

    ନାନାମତ ଦୁଃଖ ସହି ଭୋଗି ମରଣ    । ୫ ।

    ତିନିଦିନେ କବରରୁ ଉଠିଲେ ପୁଣ ଉତ୍ଥିତ ହୋଇ

     ଗଗନେ ଦେଖାଦେଇ ଶିଷ୍ୟଗଣେ ସେ କୃପାବାନ           । ୬ ।

    ମେଘାରୂଢ଼େ ସ୍ୱର୍ଗପୁରେ କଲେ ଗମନ      । ୭ ।

    ସୂଚୀମାଳାକୁ ଫେରନ୍ତୁ

  • muhi nuhoyee lozitto

    ମୁହିଁ ନୁହଇ ଲଜ୍ଜିତ

    ହୋଇଲେ ଖ୍ରୀଷ୍ଟଙ୍କ ଲାଗି ଜଗତେ ନିନ୍ଦିତ । ଘୋଷା ।

    କରିବାକୁ ଅଙ୍ଗୀକାର ସୁନ୍ଦର ନାମ ତାଙ୍କର 

    ହୋଇବାକୁ ତାଙ୍କ କ୍ରୁଶ କାଷ୍ଠେ ଦର୍ପଚିତ୍ତ । ୧ ।

    ଯୀଶୁ ମୋହର ତାରକ, କି କରିବ ନିନ୍ଦା ଦୁଃଖ ?

    ତାଙ୍କ ନାମ ଅଟେ ମୋର ବହୁମୂଲ୍ୟ ବିତ୍ତ । ୨ ।

    ଜଗତ ନିବାସୀଗଣ କଲେ ମୋତେ ଅପମାନ

    ତଥାପି ମୁଁ ଯୀଶୁ ନାମେ ହେବି ହୃଷ୍ଟଚିତ୍ତ । ୩ ।

    ଜଗନ୍ନିବାସୀ ସମସ୍ତ କଲେ ମୋତେ ଲଜ୍ଜାନ୍ୱିତ

    ତଥାପି ଏଥିରେ ମୋର ସୁପ୍ରତ୍ୟୟ ଚିତ୍ତ । ୪ । 

     

    ମୋତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନ କରିବେ ଲଜ୍ଜାନ୍ୱିତ 

    ନୋହିବ ମୋର ଭରସା କେବେ ଦୂରୀକୃତ । ୫ ।

    ମୁଁ ଜାଣେ ନାମ ତାଙ୍କର, ତାଙ୍କରେ ବିଶ୍ୱାସ ମୋର

    ନ କରିବେ ମୋତେ ଦୂର, ମୁଁ ତାହାଙ୍କ କ୍ରୀତ । ୬ । 

     

    ମହା ବିଚାର ପର୍ଯ୍ୟନ୍ତ   କରିବେ ରକ୍ଷା ନିତାନ୍ତ

    ତାଙ୍କ ହସ୍ତେ ଯାହା ମୋର ଅଛି ସମର୍ପିତ । ୭ ।

    ଶେଷେ ପ୍ରଭୁ ଯୀଶୁ ଖ୍ରୀଷ୍ଟ        ନିଜ ପିତାଙ୍କ ସାକ୍ଷାତ

    କରିବେ ସ୍ୱୀକାର ମୋର ନାମ ଯେ ନିତାନ୍ତ

    ସୂଚୀମାଳାକୁ ଫେରନ୍ତୁ

  • sobu sukho bhoraa sontaapo paasora

    ସବୁ ସୁଖ ଭରା       ସନ୍ତାପ ପାସୋରା ସୁଧାମୟ ଯୀଶୁ ନାମ

    ଡାକ ଡାକ ଥରେ     ଆକୁଳ ଅନ୍ତରେ

    ପୂରିଯିବ ମନସ୍କାମ   । ଘୋଷା ।

    ଚିତ୍ତ-ବିନୋଦନ       ଭକତ ରଞ୍ଜନ

    ପାପୀ ହୃଦୟର       ତାପ ନିବାରଣ

    ଡାକ ଡାକ ସେହି     ଜଗତ ଜୀବନ

    ପତିତ ପାବନ ନାମ  । ୧ ।

    ସନ୍ଧ୍ୟା ପ୍ରାତେ ଯେବେ            ବିହଙ୍ଗ କାକଳି 

    ବିଶ୍ୱ ଜଡ଼ତାରୁ    ଉଠେରେ ଆକୁଳି,

    ସେ ମୂର୍ଚ୍ଛନା ସିନା       ସେ ନାମ ଅର୍ଚ୍ଚନା

    ଯା ସ୍ୱରଗ ସୁଖ ଧାମ । ୨ ।

    ତିକ୍ତ ପ୍ରାଣେ ଯେବେ  ପାତକ ଶୟନେ

    ଚାହିଁ ଚାରିଦିଗେ      ନୀରବ ନୟନେ,

    ଡାକ ରୋଗ ଘୋରେ            ସେହି ନାମ ବାରେ

    ପାଇବୁ ପ୍ରାଣେ ଆରାମ । ୩ ।

    ଚିନ୍ତା ଘେରେ ଯଦି ସଂସାର ବନ୍ଧନେ କ୍ଳାନ୍ତ ଯଦି ହୁଅ କରମ ସାଧନେ,

    ଅବସାଦ ହର        ସେହି ନାମ ସ୍ମର

    ପୂରିଯିବ ମନସ୍କାମ । ୪ ।

    ରୁଦ୍ଧ କରି ତବ ହୃଦୟ ଦୁଆର ସ୍ଥିର ଚିତ୍ତେ ଶୁଣ ସେ ନାମ ଝଙ୍କାର,

    ଅଶବ୍ଦ ଶବଦ         ବାଣୀ କରି ଭେଦ

    ଉଠିବରେ ଅବିରାମ । ୫ ।

  • hebo ki mo traata namo mo monoru

    ହେବ କି ମୋ ତ୍ରାତା ନାମ ମୋ ମନରୁ ବିସ୍ମରଣ ?

    ନାହିଁ ନାହିଁ, ନ ପାରଇ ପାସୋରି ଯାବଜ୍ଜୀବନ । ଘୋଷା । 

     

    ଦେଖି ମୋତେ ପାପ-କୂପେ ଅଇଲେ ମାନବ ରୂପେ,

    ଅଛି କି ପ୍ରେମ ଏ ରୂପ ତ୍ରିଭୁବନରେ ଦର୍ଶନ ?

    ହୋଇ କେଡ଼େ ଧନବାନ         ମୋ ପାଇଁ ହେଲେ ନିର୍ଦ୍ଧନ

    ନ ଥିଲା ତାଙ୍କ କାରଣ ମୁଣ୍ଡ ପାତିବାର ସ୍ଥାନ । ୨ ।

    ବାସ କଲେ କେଡ଼େ କଷ୍ଟେ,       ବହିଲେ ମୋ ପାପ ପୃଷ୍ଠେ,

    ଗାଇବି ମୁଁ ନିତ୍ୟ ହୃଷ୍ଟେ ତାହାଙ୍କ ପ୍ରଶଂସା ଗାନ । ୩ । 

     

    ଭୋଗିଲେ କେତେ ଯାତନା     ମୋହର ପାପ ବେଦନା 

    ସେ ପ୍ରେମକୁ କି ଉପମା, ଭାବି ତାହା ଅନୁକ୍ଷଣ । ୪ ।

    ତେଜିଣ ମହିମା ଦୂରେ           ଶୋଇଲେ ସେ କବରରେ

    ଦୀନହୀନ ସଦୃଶରେ, ମୋ ପ୍ରତି ଏସନ ପ୍ରେମ । ୫ ।

    ଯାଉ ସବୁ ଦୂରେ ଯାଉ, ସେ ନାମ ମୋ ମନେ ଥାଉ;

    ତାଙ୍କୁ କି ପାସୋରେ ଆଉ ! ସେହି ପ୍ରଶଂସା ଭାଜନ । ୬ ।

  • aahe bhojomono khristo naamore hoibo poritraano

    ଆହେ ଭଜମନ

    ଖ୍ରୀଷ୍ଟ ନାମରେ ହୋଇବ ପରିତ୍ରାଣ

    ଚିତ୍ତେ ଭାବିଲେ ପାଇବ ଦରଶନ । ଘୋଷା । 

     

    ଶୂନ୍ୟର ଉପରେ ମହାଶୂନ୍ୟ

    ସେ ସର୍ବ ଉପରେ ତାଙ୍କ ସ୍ଥାନ,

    ଜ୍ୟୋତିର୍ମୟ ସିଂହାସନର ଉପରେ ବିଜୟେ ବିରାଜ ଭଗବାନ । ୧ । 

     

    ସିଂହାସନ ଆଗେ ବିଦ୍ୟମାନ ଖର୍ବ ଖର୍ବ ଧର୍ମ ଦୂତଗଣ,

    ଚବିଶ ପ୍ରାଚୀନ ମୁକୁଟ କାଢ଼ିଣ ବୋଲୁଥାନ୍ତି ଧର୍ମ ଧର୍ମ ଧର୍ମ । ୨ ।

    ଅଗଣ୍ୟ ଜନତା ସାଧୁମାନ ସେବା ଭଜନାରେ କରି ଧ୍ୟାନ,

    ପ୍ରେମେ ପରିପୂର୍ଣ୍ଣ ଆନନ୍ଦ କରନ୍ତି

    ବିଜୁଳିର ପରି ତେଜୋବାନ । ୩ ।

    ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ବ୍ରହ୍ମ

    ଈଶ୍ୱର ଦକ୍ଷିଣେ ବିଦ୍ୟମାନ, ବିଶ୍ୱାସୀଙ୍କ ପାଇଁ କରନ୍ତି ପ୍ରାର୍ଥନା

    ଦିଅ ଧର୍ମ ଆତ୍ମା ଶାନ୍ତି ଦାନ । ୪ ।

    ଆହେ ସର୍ବ ଭକ୍ତଜନ ଶୁଣ

    ଈଶ୍ୱର ଦକ୍ଷିଣେ କର ଧ୍ୟାନ,

    ମରଣ ପର୍ଯ୍ୟନ୍ତ ବିଶ୍ୱାସୀ ହୋଇଣ

    ଅନ୍ତେ ଭୋଗ ସ୍ୱର୍ଗ ସୁଖମାନ । ୫ ।

  • gao sorbe atti modhure traatanka namo suswore

    ଗାଅ ସର୍ବେ ଅତି ମଧୁରେତ୍ରାତାଙ୍କ ନାମ ସୁସ୍ୱରେ,

    ପରିତ୍ରାଣ ନେଇ ଆସିଛନ୍ତି ସେହି, ଯାଚୁଛନ୍ତି ନିଅ ସତ୍ୱରେ । ଘୋଷା ।

    ପାପଭାରରେ ଯଦି ଭାରାକ୍ରାନ୍ତ, ଯୀଶୁ ଡାକୁଛନ୍ତି, ଆସ ସମସ୍ତ,

    ଭାର କାଢ଼ିନେବା, ଶାନ୍ତି-ଚିତ୍ତ ଦେବା, ସୁଖୀ ହେବ ତୁମ୍ଭେ ଅନ୍ତରେ । ୧ । 

     

    କ୍ଷୁଧିତ ତୃଷିତ କି ପରିଶ୍ରାନ୍ତ, ଅବା ନାନା ଦୁଃଖେ ଯଦ୍ୟପି କ୍ଳାନ୍ତ,

    ନୋହିଣ ନିରାଶ ଆସ ଯୀଶୁ ପାଶ, ଡାକୁଛନ୍ତି ସେହି ପ୍ରେମରେ । ୨ । 

     

    ଦେବା ପାଇଁ ସେହି ସୁସ୍ଥିର ଚିତ୍ତ ସ୍ୱର୍ଗପୁରୁଁ ହୋଇଛନ୍ତି ଆଗତ,

    ପାପୀ ପ୍ରାୟଶ୍ଚିତ୍ତ ତାଙ୍କରେ ସାଧିତ, ଆଉ କିପାଁ ଡର ମନରେ । ୩ । 

     

    ଆସ ଶୀଘ୍ର ଯିବା ଯୀଶୁଙ୍କ ପାଶ, ବେଗେ ହେବା ତାଙ୍କ ସଙ୍ଗେ ମିଳିତ,

    ହେବା ଆନନ୍ଦିତ, ଚିତ୍ତ ହେବ ତୃପ୍ତ, ଗାଇବା ନାମ ପ୍ରଶଂସାରେ

  • aaso jishu khristo naamo bhojibaa

    ଆସ ଯୀଶୁଖ୍ରୀଷ୍ଟ ନାମ ଭଜିବା,

    ଅନନ୍ତ ଜୀବନ ବହୁମୂଲ୍ୟ ଧନ ପରିତ୍ରାଣ ଜ୍ଞାନ ଲଭିବା । ଘୋଷା । 

     

    ସ୍ୱଦେଶୀ ବିଦେଶୀ ଭାଇ ବନ୍ଧୁ ଜ୍ଞାତି, ଆସ ରୁଣ୍ଡ ହୋଇ ଭଜିବା,

    ଶୁଭ ସମାଚାରେ ଯାହା ଲେଖାଅଛି ପଢ଼ି ମୁକ୍ତିମାର୍ଗ ପାଇବା         ା ୧ ।

    ଧର୍ମ ଆତ୍ମା ମାଗି ମନ ମଧ୍ୟେ ରଖି ପାପ-ତିମିରକୁ ନାଶିବା,

    ମୃତ୍ୟୁ ଆଦି ଭୟ ସବୁ କରି ଜୟ ମୃତ୍ୟୁଞ୍ଜୟ ହୋଇ ଉଠିବା 

    ନାନା ଯନ୍ତ୍ର ତନ୍ତ୍ର ବୀଣା ବଜାଇଣ ଗାନ କରି ହୃଷ୍ଟେ ନାଚିବା,               ା ୨ ।

    ଦେହ ଆତ୍ମା ଦେଇ ସତ୍ୟେ ଭଜୁଥାଇ ତାଙ୍କ ପ୍ରିୟପାତ୍ର ହୋଇବା 

    ନାନା ରୋଗବ୍ୟାଧି ଦୁଃଖ ଚିନ୍ତା ଆଦି ଯୀଶୁ ପାଦପଦ୍ମେ ଅର୍ପିବା,   ା ୩ ।

    ଯୀଶୁ ଖ୍ରୀଷ୍ଟ ନାମେ ସୁଧାରସ ଅଛି ପାନ କରି ସୁଖେ ଭାସିବା ଭଣେ ମୂଢ଼ମତି,

    ମୋର ଏ ମିନତି, ଆସ, ଯୀଶୁ ସେବା କରିବା,     ା ୪ ।

    ଦିନୁଁ ଦିନୁଁ ତାଙ୍କ ପ୍ରେମ ଜ୍ଞାନେ ବଢ଼ି ତାଙ୍କ ସଙ୍ଗେ ବାସ କରିବା    ା ୫ ।