Tag: Odia Christian Song Lyrics

  • samaya atyalpa bujha he bhai

    ସମୟ ଅତ୍ୟଜ ବୁଝ ହେ ଭାଇ
    କେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ (ଘୋଷା)

    ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀ ଗଣ
    ବୃଥାରେ ନ କାଟି ଦିନ ଶୁଭ କାଳ ହରାଇ …|୧|

    ସମୟଟି ଅତି ଅଳ୍ପ ବୁଝ କଠିନମନା,
    ତ୍ରାଣ ଦିନ ବହି ମୃତ୍ୟୁ ଆସୁଅଛି ଘନାଇ …|୨|

    ସମୟଟି ଅତି ଅଳ୍ପ ଦେଖ ଧାମିକଗଣ
    ଅବିଳମ୍ବେ ଯୀଶୁ ସ୍ଵଗୁଁ ଆସିବେ ହେ ଓହ୍ଲାଇ…|୩|

    ସମୟଟି ଅତି ଅଳ୍ପ ଦୁଃଖ ଯିବ ପଳାଇ,
    ଅବିଳମ୍ବେ ସ୍ଵର୍ଗପୁରେ ପ୍ରବେଶିବା ହେ ଯାଇ … |୪|

    ସୂଚୀମାଳାକୁ ଫେରନ୍ତୁ

  • madhura jishu priya jishu

    ମଧୁର ଯୀଶୁ ପ୍ରିୟ ଯୀଶୁ
    ବିରାଜ ମୋ ଅନ୍ତରେ … (ଘୋଷା)

    ଚିର ଜୀବି ରୋଟି ତୁମେ
    ଭୋଜନ ହୁଅ ଆମ
    ଇଂଜି ତାହା ଲଭିବୁ ଆମେ
    ଚିରନ୍ତନ ଜୀବନ … |୧|

    ଚିର ଜୀବି ନୀର ତୁମେ
    ପାନୀୟ ହୁଅ ଆମ
    ପାନ କରି ଲଭିବୁ ଆମେ
    ଚିରନ୍ତନ ଜୀବନ … |୨|

    ପଥିକର ପଥ ତୁମେ
    ଦେଖାଅ ମୁକ୍ତି ପଥ
    ଯାତ୍ରୀ ହୋଇ ଲଭିବୁ
    ଚିରନ୍ତନ ଜୀବନ … |୩|

    ବିଶ୍ବାସୀର ସତ୍ୟ ତୁମେ
    ଦେଖାଅ ସତ୍ୟାଲୋକ
    ସତ୍ୟ କହି ଲଭିବୁ ଆମେ
    ଚିରନ୍ତନ ଜୀବନ … |୪|

    ସୂଚୀମାଳାକୁ ଫେରନ୍ତୁ

  • tume dayamaya tume khyamamaya

    ତୁମେ ଦୟାମୟ ତୁମେ କ୍ଷମାମୟ
    ହେ ଯୀଶୁ ଚିର ସୁନ୍ଦର
    ଦେଇ ଦେହି ପ୍ରାଣଆମ୍ବା ମନ ମୋର
    ସଦା ଗାଉଥବି ଗୁଣ ତୁମର
    ପ୍ରଭୁ ହେ ମୋର ସଦା ଗାଉଥବି ଗୁଣ ତୁମର (ଘୋଷା)

    ହଜିଥିଲି ଯେବେ ଖୋଜି ଆସିଲ
    ଭୁଲିଥିଲି ମୁଁ ଯେ ତୁମେ ନ ଭୁଲିଲ
    ପଡ଼ିଥିଲି ପାପେ ତୁମେ ଉଦ୍ଧାରିଲ
    କୃଶେ ପ୍ରାଣ ଦେଇ ମୋତେ ବଞ୍ଚାଇଲ
    ନିଜ ପ୍ରାଣ ଦେଇ କଲ ଆପଣାର … |୧|

    ମଜିଥିଲି ଯେବେ ଯୀଶୁ ତୁମ ପ୍ରେମେ
    ଆଶିଷ ତ ତୁମରି ସ୍ମରୁଥିବି ମନେ
    ରହିଥିବି ମୁଁ ଯେ ସଦା ତୁମଠାରେ
    ଆବୋରି ରଖହେ ପ୍ରଭୁ ତୁମେ ମୋତେ
    ତୁମରି ସେବାରେ ଯାଉ ଦିନ ମୋର … |୨|

    ସୂଚୀମାଳାକୁ ଫେରନ୍ତୁ

  • asichi mu dhai tuma darashana pain

    ଆସିଛି ମୁଁ ଧାଇଁ ତୁମ ଦରଶନ ପାଇଁ
    ଭଙ୍ଗା ହୃଦୟରେ ମୋ ଲୋତକ ଦେଇ
    ଆକୁଳେ ଡାକଇ ମୋ ମୁକତି ପାଇଁ
    ପାପ ବୋଝ ବୋହି ପାରୁନାହିଁ (ଘୋଷା)

    ପାପର କାଳି ଦିଏ ଲିଭାଇ ହୃଦୟେ ମୋର ନାମ ତୁମରି
    ପାରୁନି ଦେଖି ଅନ୍ତର ମୁହ ଦୟାକର ହେ ଦୟା ସାଇଁ
    ଶକତି ମୋ ନାହିଁ ସାହା ଆଉ କେହି
    ମୋହମାୟା ପାଇଁ ପାଗଳ ମୁଁ ହୋଇ
    ଭାସିଗଲି ପାପ କାଲେ କାହି … |୧|

    ପ୍ରତିଜ୍ଞା ନେଇ ଆସିଛି ମୁଁହି ପାଳିବାକୁ ଯେ ଆଜ୍ଞା ତୁମରି
    ସଂସାର ପାଇଁ ଆଉ ମୁଁ ନାହିଁ ବଞ୍ଚିବି ମୁଁ ତୁମରି ପାଇଁ
    ମନଆମ୍ବା ହୃଦୟ ସଜାଇ
    ଡାକୁଥିବି ସଦା ଅନୁତାପେ ମୁହଁ
    ଶୁଣପ୍ରଭୁ ଏତିକି ଗୁହାରି …. | ୨ |

    ସୂଚୀମାଳାକୁ ଫେରନ୍ତୁ

  • aha kede bhagyabano prabhu

    ଆହା କେଡ଼େ ଭାଗ୍ୟବାନ ପ୍ରଭୁ ଭକ୍ତଗଣ
    କେଡ଼େ ନିଶ୍ଚିତ ଅଟଇ ତାଙ୍କର ରକ୍ଷଣ (ଘୋଷା)

    ସର୍ବଶକ୍ତିମାନ ସଙ୍ଗେ ଅନୁକ୍ଷଣ
    ଦୁର୍ଦ୍ଦଶାରେ ଭୟ ମନେ ନୁହଇ ଉତ୍ପନ୍ନ … |୧|

    ତାଙ୍କର ଅସୀମ ଭ୍ରାନ୍ତି ଶୂନ୍ୟ ଜ୍ଞାନ
    କରୁଥାଏ ସଦା ତାଙ୍କୁ ପଥ ପ୍ରଦର୍ଶନ … |୨|

    ବିଦେଶରେ ଗତି କଲେ ନାହିଁ ଭୀତି
    ସର୍ବତ୍ର ନିବିଘ୍ନ ତାଙ୍କୁ କରାନ୍ତି ଗମନ … |୩|

    ସମୁଦ୍ର ଗମନେ ଭୟନୁହେଁ ମନ
    ଯେଣୁ ସେ ସମୁଦ୍ର ଢ଼େଉ ତାଙ୍କ ଆଜ୍ଞାନ … |୪|

    ଦୁର୍ଦ୍ଦଶା, ଦୁର୍ଗତି, ମରଣ ଓ ଭୀତି
    ଏ ସର୍ବରେ ତାଙ୍କ ପ୍ରତି ନିତ୍ୟ ଆବରଣ …. |୫|

    ଘଟିଲେ ମରଣ ଭୟ କି କାରଣ
    ରହିଲେ ପ୍ରଭୁଙ୍କ ସଙ୍ଗେ ସଙ୍ଗେ ଅନୁକ୍ଷଣ … |୬|

    ସୂଚୀମାଳାକୁ ଫେରନ୍ତୁ

  • kara dhanya bada dhanyabada kara

    କରଧନ୍ୟବାଦ ଧନ୍ୟବାଦକର
    ତାଙ୍କ ଦୟା ଚୀରକାଳ ସ୍ଥାୟୀ (୨ଥର)
    ଦେବମାନଙ୍କର ଦେବଙ୍କର ଧନ୍ୟବାଦ କର
    ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର
    ଯେଣୁ ତାଙ୍କ ଦୟା ଚିର କାଳ ସ୍ଥାୟୀ … (ଘୋଷା)

    ଆକାଶ ମଣ୍ଡଳ କଲେ ସେ ନିର୍ମାଣ
    ତାଙ୍କ ମହା ଜ୍ଞାନ ବଳେ
    ଭୂମଣ୍ଡଳକୁ ସେ କରିଲେ ବିସ୍ତି
    ମହାଜଳରାଶି ପରେ
    ଦିବସ ଉପରେ କର୍ତ୍ତୁତ୍ବ ଦେବାକୁ
    କରିଲେ ସୂର୍ଯ୍ୟ ନିର୍ମାଣ
    ରାତ୍ରିରେ କର୍ତ୍ତୃତ୍ୱ ପାଇଁ ଖଞ୍ଜି ଦେଲେ
    ଚନ୍ଦ୍ର ଓ ତାରାଗଣ
    ଯେଣୁ ତାଙ୍କ ଦୟା ଚୀରକାଳ ସ୍ଥାୟୀ … |୧|

    ଦୁଇଭାଗ କଲେ ସୁଫ ସାଗରକୁ
    ପାରି କରାଥବା ପାଇଁ
    ବିପକ୍ଷ ଗଣରୁ ପାଇଲେ ଉଦ୍ଧାର
    ଯେତେ ମନୋନୀତ ସେହି
    ସ୍ମରଣ କଲେ ସେ ଆମ ଦୁର୍ଦ୍ଦିନରେ
    ସେହିତ ପ୍ରଭୂ ମହାନ
    ସମସ୍ତ ପ୍ରାଣୀଙ୍କ ଆହାର ଦିଅନ୍ତି
    ସେତ ଅତି ଦୟାବାନ
    ଯେଣୁ ତାଙ୍କ ଦୟା ଚୀରିକାଳ, ସ୍ଥାୟୀ … |୨|

    ସୂଚୀମାଳାକୁ ଫେରନ୍ତୁ

  • bandhu re bandhu chahinja tu

    ବନ୍ଧୁରେ ବନ୍ଧୁ ଚାହିଁଯା ତୁ ଚାହିଁଯା
    ଗଲଗଥା ଶିଖକୁ ତୁ ଚାହିଁ ଯା ଥରେ ଚାହିଯା
    ତୋର ଦୁଃଖ ନେଇ ସୁଖ ଦେବା ପାଇଁ
    ଝୁଲୁଛନ୍ତି କୁଶେ ତୋ ପାଇଁ…..ଚାହିଁଯା..(ଘୋଷା)

    ଥିଲୁ ଯେବେ ତୁହି ପାପେ ଦାସହୋଇ
    ନ ଥିଲା କେହି ତୋ ମୁକତି ପାଇଁ
    ମୁକତିର ପଥ ଦେଖାଇବେ ବୋଲି
    ଆସିଥିଲେ ସେ ଜୁଗତ ସାଇଁ

    ବନ୍ଧୁ ଶୁଣି କେତେ….. ଏ … ଏ … ଏ… (୨ଥର)
    ବନ୍ଧୁ ଶୁଣୀ କେତେ…ନିନ୍ଦା ଅପମାନ ବନ୍ଧୁରେ
    ନୂଆଁଇଲେ ମଥା ତୋ ପାଇଁ ରେ…..
    ଥରେ ଚାହିଯା ଗଲଗଥା ଶିଖକୁ ତୁ ଚାହିଯା … |୧|

    ତୋ ପାପ ବେତନ ଥୁଲା ଯେ ମରଣ,
    ଆସିଥୁଲେ ତୋ ଜୀବନ ସାଜି
    ତୋର ଦୁଃଖେ ଦୁଃଖି ହୋଇ ସୁଖେ ସୁଖି
    ହୋଇଲେ ସେ ପାପୀର ସମାନ
    ବନ୍ଧୁ ସହି କେତେ…….ଏ…..ଏ……ଏ (୨ ଥର)
    ବନ୍ଧୁ ସହି କେତେ ଦାରୁଣ କଷଣ
    ବନ୍ଧୁରେ କୁଶେ ଦେଲେ ପ୍ରାଣବାୟୁ ଛାଡ଼ିରେ
    ଥରେ ଚାହିଯା ଗଲଗଥା ଶିଖକୁ ତୁ ଚାହିଯା … |୨|

    ସୂଚୀମାଳାକୁ ଫେରନ୍ତୁ

  • jishur pache chaluthiba jaya git

    ଯୀଶୁର୍ ପଛେ ଚାଲୁଥିବା ଜୟଗୀତ ଗାଉଥୁବା
    ଫର୍ ଫର୍ ଉଡ଼ାଇ ବିଜୟ ବାନା
    ହୋଶାନ୍ନା…..ହୋଶାନ୍ନା…ହାଲେଲୁୟା ହୋଶାନ୍ନା… |୦|

    ବାଟେ ଘାଟେ ଯାହାକୁ ବି ଦେଖୁଥିବା
    ତ୍ରାଣକର୍ତ୍ତା ଯୀଶୁ ବୋଲି କହୁଥିବା
    ଦେଖୁବାକୁ ମନେ ବୋଲି ଯୀଶୁ ଦେବେ
    ଆମର ଆଗେ ହାତ ଧରି ଚାଲୁଥିବେ
    ପାପଯିବ ଅପସରି ଶୟତାନ ଯିବହାରି
    ନାହିଁ କାହିଁ ଗତିମୁକ୍ତି ଯୀଶୁ ବିନା
    ହୋଶାନ୍ନା…..ହୋଶାନ୍ନା…ହାଲେଲୁୟା ହୋଶାନ୍ନା …|୧|

    ଆମେ ପାପୀ ହେଲେ ବି ସେ ଶକ୍ତି ଜନେ
    ମୁନୁଷ ରୂପେ ଏ ଜଗତେ ଜନମ୍ ନେଲେ
    କୁଶ କା ଚଢ଼ି ରକତ ଢ଼ାଳି ଦେଲେ
    ସେ ରକତେ ଆମର୍ ପାପ ଧୋଇ ଦେଲେ
    ପାପ ଯିବ ଅପସରି ଶୟତାନ ଯିବହାରୀ
    ନାହିଁ କାହିଁ ଗତି ମୁକ୍ତି ଯୀଶୁର ବିନା
    ହୋଶାନ୍ନା…..ହୋଶାନ୍ନା…ହାଲେଲୁୟା ହୋଶାନ୍ନା …|୨|

    ସୂଚୀମାଳାକୁ ଫେରନ୍ତୁ

  • stuti gita mu gaibi

    ସ୍ତୁତି ଗୀତ ମୁଁ ଗାଇବି ପ୍ରଶଂସା ଗୀତ
    ଭଜି ତୁମ ଗୁଣ ଗାଇବି ପ୍ରଭୁ
    ହାଲେଲୁୟା……..ହାଲେଲୁୟା
    ହାଲେଲୁୟା……ହାଲେଲୁୟା……..ହାଲେଲୁୟା( ୨ ଥର)

    ଦାନିଏଲଙ୍କୁ ସିଂହ ଗର୍ଭରୁ
    ଉଦ୍ଧାରି ଥୁଲ ତୁମେ ପ୍ରଭୁ
    ଜଳ ପ୍ରଳୟରୁ ନୋହଙ୍କୁ ତାରିଲ,
    ସର୍ବଶକ୍ତିମାନ ତୁମେ ପ୍ରଭୁ (୪ଥର)

    ଶମିରୋଣ ସ୍ତ୍ରୀଙ୍କୁ କରୁଣା ଦେଖାଇ,
    ସତ୍ୟମାର୍ଗ କଢ଼ାଇଲ ତୁମେ ପ୍ରଭୁ
    ପାପୀଙ୍କ ପାଇଁ ପ୍ରାଣଦାନ କଲ
    କରୁଣାମୟ ତୁମେ ପ୍ରଭୁ (୪ଥର)

    ସୂଚୀମାଳାକୁ ଫେରନ୍ତୁ

  • durgama patha ra jatri

    ଦୁର୍ଗମ ପଥର ଯାତ୍ରୀ ଚାଲିରେ ଆଗେଇ ଚାଲରେ
    ଯୀଶୁଙ୍କୁ ଲକ୍ଷ ରଖି ଚାଲରେ ଆଗେଇ ଚାଲରେ (ଘୋଷା)

    ଆସିବ ଦୁଃଖ ନିନ୍ଦା ତାଡ଼ନା କେତେ ଏହି ଜୀବନରେ
    ଧରି ଧୌର୍ଯ୍ୟ ସାହାସ ବିଶ୍ବାସ ଚାଲରେ ଆଗେଇ ଚାଲରୋ ୧|

    ଜୀବନର ଏହି ଦୁର୍ଗମ ପଥେ ଯୀଶୁ ଏକା ଚିର ସାଥ
    ନିଜ କୁଶବହି ଯୀଶୁ ନାମ ଗାଇ ଗଲରେ ଆଗେଇ ଚାଲିରେ … |୨|

    ଚରଣ ପ୍ରଦୀପ ବାକ୍ୟ ଘେନରେ, ଏହି ଘନ ଅନ୍ଧକାରେ,
    ଜାଗ୍ରତ ରହି ସଦା ପ୍ରାର୍ଥନାରେ ଚାଲରେ ଆଗେଇ ଚାଲରେ … |୩|

    ଶାନ୍ତି ଦାୟକ ପବିତ୍ର ଆମ୍ବା ଚିର ପଥ ପ୍ରଦର୍ଶକ
    କଢ଼ାଇ ନେବେ ସେ ସିୟୋନର ପଥେ
    ତାଙ୍କରି ଇଙ୍ଗିତେ ଚାଲରେ … |୪|

    ବିଶ୍ବାସର ଯୁଦ୍ଧ କରି ପ୍ରାଣପଣ ଧର ଅନନ୍ତ ଜୀବନ
    ତହିଁ ପାଇଁ ପରା ହୋଇଛୁ ଆହୁତ ସୁମରି ସେ କଥା ଚାଲରେ …|୫|

    ସୂଚୀମାଳାକୁ ଫେରନ୍ତୁ