Tag: Odia Christian Song Lyrics

  • he naari kimpaa karucho rodono

    ହେ ନାରୀ, କିପାଁ କରୁଛ ରୋଦନ ହୋଇଣ ଅତ୍ୟନ୍ତ ବିଷର୍ଣ୍ଣମନ ?

    ନାହାନ୍ତି ଯୀଶୁ ନାହାନ୍ତି ଏଠାରେ, ଉଠିଛନ୍ତି ନିଜ ବାକ୍ୟାନୁସାରେ;

    କର ହେ ଦର୍ଶନ, ପ୍ରଭୁଙ୍କ କବର ଶୟନ ସ୍ଥାନ । ୧ । 

     

    ହେ ନାରୀ, କିପାଁ କରୁଛ ରୋଦନ ? ଏଡ଼େ ଶୀଘ୍ର କି ହେଲ ବିସ୍ମରଣ ?

    ଯା’ଙ୍କ ମହା ବଳିଷ୍ଠ ପରାକ୍ରମେ ଲାଜାର ଉଠିଥିଲା ଚାରିଦିନେ

    ଏଡ଼େ ପରାକ୍ରମେ ଉଠି କି ନ ପାରିବେ ସେ ତ୍ରିଦିନେ ?

    ଆଜ୍ଞାରେ ଯେ ଯାଇରସ କନ୍ୟାକୁ ଜ୍ୟାଇଥିଲେ ବିଧବାର ପୁତ୍ରକୁ,

    ଘୋର ତୋଫାନ ସାଗର କଲ୍ଲୋଳ ଆଜ୍ଞାମାତ୍ର ଦେଇ ଯେ କଲେ ସ୍ଥିର,

    ସେ ପ୍ରଭୁ କି ପୁଣି ମୃତ୍ୟୁ ଲହଡ଼ି ନ ପାରିବେ ଜିଣି ?

    ହେ ନାରୀ, କିପାଁ କରୁଛ ରୋଦନ ? ହୁଅ ହେ ହୃଷ୍ଟ ଉଲ୍ଲସିତ ମନ;

    ଦେଖ, ଯୀଶୁ ତୁମ୍ଭ ତ୍ରାଣରାଜନ, ଜୟ କଲେ ମୃତ୍ୟୁ ପାପାତ୍ମାଗଣ;

    ଯାଅ ହେ ବହନେ, ସମ୍ବାଦ ଦିଅ ତାଙ୍କ ଭ୍ରାତୃଗଣେ । ୪ । 

     

    ହେ ନାରୀ; କିପାଁ କରୁଛ ରୋଦନ ? ହୃଷ୍ଟ ଚିତ୍ତେ ବେଗେ କର ଗମନ;

    ତୁମ୍ଭ ତ୍ରାଣକର୍ତ୍ତା ଯୀଶୁ ରାଜନ କରିଅଛନ୍ତି ସେ ପୁନରୁତ୍ଥାନ,

    କର ହେ ଗମନ ଗାଲିଲୀ ଦେଶେ ପାଇବ ଦର୍ଶନ । ୫ ।

    ମାରିଆ ମୁଖ ଫେରାନ୍ତେ ବହନ ଯୀଶୁଙ୍କୁ ତତ୍‌କ୍ଷଣେ କଲେ ଦର୍ଶନ

    ବୋଇଲେ ଯୀଶୁ, ଆଗୋ ମରିୟମ, କିପାଇଁ କରୁଛ ଏତେ ରୋଦନ ?

    ଗାଅ ଜୟଗୀତ, ଆମ୍ଭେ ହୋଇଅଛୁ ପୁନର୍ଜୀବିତ। 

     

    ମାରିଆ ଯୀଶୁଙ୍କ ଦର୍ଶନ ପାଇ ଆନନ୍ଦ ମନେ ବେଗେ ଗଲେ ଧାଇଁ,

    ବୋଇଲେ, ଶୁଣ ଆହେ ଶିଷ୍ୟଗଣ, ପ୍ରଭୁ ଦେଇଛନ୍ତି ମୋତେ ଦର୍ଶନ;

    କର ହେ ପ୍ରସ୍ଥାନ, ଗାଲିଲୀଠାରେ ପାଇବ ଦର୍ଶନ । ୭ ।

  • gao geeto hai bhoyarto hoi aanondito

    ଗାଅ ଗୀତ ହେ ଭୟାର୍ତ୍ତ ହୋଇ ଆନନ୍ଦିତ ହେ । ଘୋଷା !

    ପାପୀଙ୍କ କାରଣ ଭୋଗି ଯେ ମରଣ ତିନିଦିନ ଥିଲେ ମୃତ୍ୟୁର ଅଧୀନ

    ନିଜ ବଳେ ସେହି ମୃତ୍ୟୁଞ୍ଜୟୀ ହୋଇ ହେଲେ କବରୁ ଉତ୍ଥିତ । ୧ । 

     

    ଅଛି କି ଏଥିରୁ ଆନନ୍ଦ ବିଷୟ, ଈଶ୍ୱର ତନୟ ହେଲେ ମୃତ୍ୟୁଞ୍ଜୟ;

    ଗାଅ ସାଧୁଗଣ ହୋଇଣ ମିଳନ ପୋଛି ଲୋତକ ତ୍ୱରିତ ହେ । ୨ । 

     

    ଯେଉଁ ଶେଷ ଶତ୍ରୁ ଭୟାନକ ମୃତ୍ୟୁ ବିଖ୍ୟାତ ଅତ୍ୟନ୍ତ କ୍ରୁରପଣ ହେତୁ,

    ତା’ର ବଳ ଗର୍ବ ହେଲା ସର୍ବ ଖର୍ବ, ଏ କି କର୍ମ ଆଚମ୍ବିତ ହେ । ୩ । 

     

    ଏ ମାଟି ଘରକୁ ସିନା ଭାଙ୍ଗିବାକୁ ଅନୁମତି ଦିଆଯାଇଛି ତାହାକୁ,

    କ୍ଷତି କରିବାକୁ ବିଦେଶୀ ଆତ୍ମାକୁ କାହିଁ ତାହାର ସାମର୍ଥ୍ୟ ହେ । ୪ ।

    ôଲା ତାହାର ଯେତେ ବଳ ସାହସ ଖ୍ରୀଷ୍ଟ କ୍ରୁଶ ସବୁ କଲା ଅବଶେଷ,

    ଏଣୁ ଖ୍ରୀଷ୍ଟେ ମୃତ ହୋଇଣ ଉତ୍ଥିତ ହୋଇବେ ଖ୍ରୀଷ୍ଟଙ୍କ ମତ ହେ

  • aaha se jishunka krusha ascharjya

    ଆହା ସେ ଯୀଶୁଙ୍କ କ୍ରୁଶ ଆଶ୍ଚର୍ଯ୍ୟ କେସନ ହେ । ଘୋଷା ।

    ଯହିଁ ମୋ ଜୀବନପତି ସେ ମହାମହିମ ହେ,

    ହୋଇଣ ବ୍ୟାକୁଳଚିତ୍ତ ତେଜିଥିଲେ ପ୍ରାଣ ହେ । ୧ । 

     

    ଆଶ୍ଚର୍ଯ୍ୟ କଣ୍ଟା ମୁକୁଟ ମୁଣ୍ଡରେ ମଣ୍ଡନ ହେ,

    ପୁଣି ହସ୍ତ ପାଦେ ଦେଖ ପ୍ରେକର ମାରଣ ହେ । ୨ ।

    ହେଉଅଛି ଧାର ଧାର ରୁଧିର ପତନ ହେ,

    ବହୁଅଛି ଦୟାଧାର ଆଶ୍ଚର୍ଯ୍ୟ କ୍ଷରଣ ହେ । ୩ ।

    ଆହେ ସେ ଆଶ୍ଚର୍ଯ୍ୟ କ୍ରୁଶ ଦେଖ କି ଦାରୁଣ ହେ,

    ବନ୍ଧା ହୋଇଛନ୍ତି ଯୀଶୁ ମୋ ତ୍ରାଣ ରାଜନ ହେ । ୪ । 

     

    ସହିଲେ ବର୍ଚ୍ଛାର ବିନ୍ଧା ପାଶ୍ୱର୍ଦେଶେ ପୁଣ ହେ,

    ରୁଧିର ଓ ନୀର ମିଶି ହୋଇଲା ପତନ ହେ । ୫ । 

     

    ଦେଖ ସେ ଆଶ୍ଚର୍ଯ୍ୟ କ୍ରୁଶ ବିଚିତ୍ର ଦର୍ଶନ ହେ,

    ଦୟା, ସତ୍ୟ, ଧର୍ମ, ଶାନ୍ତି ମିଳନ ଚୁମ୍ବନ ହେ । ୬ ।

    ଧନ୍ୟ ସେ ଆଶ୍ଚର୍ଯ୍ୟ କ୍ରୁଶ, ଧନ୍ୟ ମୋ ରାଜନ ହେ,

    ଭୋଗିଲେ କି ଲଜ୍ଜା ଦୁଃଖ ଦାରୁଣ କଷଣ ହେ । ୭ । 

     

    ସବୁ ମୁଁ ମଣିଲି ତୁଚ୍ଛ ଅସାର ସମାନ ହେ,

    ତୁମ୍ଭ କ୍ରୁଶ ହେତୁ ସବୁ କଲି ମୁଁ ବର୍ଜ୍ଜନ ହେ । ୮ ।

     

    ତୁମ୍ଭେ ମୋ ଜୀବନ ପତି ମହା ପରିତ୍ରାଣ ହେ,

    ତୁମ୍ଭ କ୍ରୁଶ ଅଟେ ମୋର ଦର୍ପର କାରଣ ହେ । ୯ ।

    ସୂଚୀମାଳାକୁ ଫେରନ୍ତୁ

  • bichitra ey kemonto kori netro pato

    ବିଚିତ୍ର ଏ କେମନ୍ତ, କରି ନେତ୍ରପାତ ହେଲା କି ଦୂର ଦୂରିତ  । ଘୋଷା । 

     

    କରନ୍ତେ ଦୃଷ୍ଟି ଯୀଶୁଙ୍କ କ୍ରୁଶ ପ୍ରତି ପୃଷ୍ଠରୁ ଗଲା ଖସି କି ତ୍ୱରିତ

    ଧନ୍ୟ ସେ କଶ୍ରୁ କଲା କେଡେ ଼ଉଶ୍ୱାସ, ଦର୍ଶେନ ଦୂରୀକୃତ ମୋ ଦରୂିତ ।୧ । 

     

    କରନ୍ତେ ଦୃଷ୍ଟି ଖ୍ରୀଷ୍ଟ ରୁଧିର ପ୍ରତି ହେଲା ପାପକଳଙ୍କ ପରିଷ୍କୃତ,

    ଧନ୍ୟ କବର, ତବ ଦର୍ଶେନ ମୋର ହେଲା କେଡ଼େ ଅଦ୍ଭତୁ ସୁଖ ଜାତ । ୨ ।

    ଯୀଶୁ ହେ ଧନ୍ୟ, ତବ ପରମ ନାମ, କ୍ରୁଶେ ଶୁଝିଛ ମୋର ଋଣପତ୍ର,

    ଯୀଶୁ ହେ ଧନ୍ୟ, କ୍ରୁଶ କବର ଧନ୍ୟ, ମୁଁ ଶାନ୍ତିପ୍ରାପ୍ତ କରି ନେତ୍ରପାତ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • kara mono nirikhyana kaalobori porboto proti

    କର ମନ ନିରୀକ୍ଷଣ କାଲବରୀ ପର୍ବତ ପ୍ରତି ହେ । ଘୋଷା ।

     

    ତ୍ରାଣକର୍ତ୍ତା ସେହିଠାରେ ବହିଥିଲେ ପୃଷ୍ଠ ପରେ 

    ମୋର ସବୁ ପାପ ବୋଝ ମୋର ଯାତନା ଲଜ୍ଜାମାନ ହେ । ୧ । 

     

    ଦେଖ, କଣ୍ଟାରେ କେମନ୍ତ ହେଲା ହସ୍ତପଦ କ୍ଷତ,

    ଦେଖ, ସେମାନେ ବିନ୍ଧିଲେ ପାଶ୍ୱର୍ଦେଶରେ ବର୍ଚ୍ଛା ପୁଣ ହେ ଦେଖ,

    ସେ ଯାତନାମାନ ଘଟିଲା ମୋର କାରଣ,

    କି କ୍ଳେଶ ଭୋଗିଲେ ଯୀଶୁ, ଧନ୍ୟ ତାଙ୍କ ଆଶ୍ଚର୍ଯ୍ୟ ପ୍ରେମ ହେ ଦେଖ ମନ,

    ସେ ଶୋଇଲେ, ମୃତ୍ୟୁବଳେ କବରରେ,       

    ମୃତ୍ୟୁର ନାହୁଡ଼ ଭାଙ୍ଗି ସେ ଉଠିଲେ ଧରି ଜୀବନ ହେ । ୪ ।

  • aahe bolikruto jubaameso khristo

    ଆହେ ବଳୀକୃତ ଯୁବାମେଷ ଖ୍ରୀଷ୍ଟ, ଦୂର କର ମୋର ପାପଭାର । ଘୋଷା । 

     

    ଭୟାନକ ଅପମାନ କ୍ରୁଶୋପରେ, ବହିଥିଲ ମୋ ପାପଭାର ପୃଷ୍ଠରେ ! 

    ତବ ମୁଣ୍ଡ ହାତ ପାଦରୁ ଅପାର ବହିଲା ରୁଧିର ଧାର ଧାର । ୧ ।

    ନିଷ୍ପାପ ନିର୍ଦାଗ ଆହେ ଯୁବାମେଷ, ଭୋଗିଲ କି ଲଜ୍ଜା, ସହିଲ କି କ୍ଳେଶ !

    ଛିଞ୍ଚ ମୋ’ ପରେ ତୁମ୍ଭ ପାତିତ ରକ୍ତ, କର ଶୁଦ୍ଧରୂପେ ପରିଷ୍କାର । ୨ ।

    ଆହେ ଈଶ୍ୱରଙ୍କ ଯୁବାମେଷ ଖ୍ରୀଷ୍ଟ, ତୁମ୍ଭେ ଅଟ ମୋର ମହା ପ୍ରାୟଶ୍ଚିତ୍ତ;

    ତୁମ୍ଭେ ମୋର ପୁଣ୍ୟ, ତୁମ୍ଭେ ମୋ ମୁକୁଟ, ତୁମ୍ଭ ବିହୁନେ ସବୁ ଅସାର । ୩ ।

    ଯୀଶୁ ତୁମ୍ଭ କ୍ରୁଶ କରନ୍ତେ ଭାବନ ହେଉ ବିଦୀର୍ଣ୍ଣ ମୋର ପାଷାଣ ମନ;

    ମୋତେ ଦିଅ କରିବାକୁ ଆଲିଙ୍ଗନ ତୁମ୍ଭ ମହାପ୍ରେମ ବକ୍ଷସ୍ଥଳ । ୪ ।

  • jishu paapiro logaa hoile

    ଯୀଶୁ ପାପୀର ଲଗା ହୋଇଲେ, କ୍ରୁଶ ଯାତନା କେତେ ସହିଲେ,

    କଣ୍ଟା ମୁକୁଟ ମୁଣ୍ଡେ ପିନ୍ଧିଲେ, ମୁଣ୍ଡ ନୁଆଇଁ ପ୍ରାଣ ତେଜିଲେ । ଘୋଷା ।

    ପ୍ରତ୍ୟକ୍ଷେ ଧଇଲେ ସେ ଦାସ ବେଶ, ନିଜ କାନ୍ଧପରେ ବହିଲେ କ୍ରୁଶ;

    ଦୋଷ ବନିା ଦୋଷୀ ଲୋକେ ହେଲେ ଗଣା, ଦୋଷୀ ପାଇ ଁନେିବଦିଲେ । ୧ । 

     

    ପାପୀଙ୍କର ପାପ ଭାର ବହିଲେ, ନିଜ ବହୁମୂଲ୍ୟ ରକ୍ତ ଢାଳିଲେ;

    ରକ୍ତ ଟୋପା ପରି ତାଙ୍କ ଝାଳବାରି ବହିଲା ମନ ଆକୁଳେ

    ଯେ ଋଣପତ୍ର ବ୍ୟବସ୍ଥା ସମ୍ବନ୍ଧେ ଖଟିଥିଲା ପାପୀଙ୍କର ବିରୁଦ୍ଧେ,

    ପାପୀର ବଦଳେ ତାହାକୁ ଶୁଝିଣ କ୍ରୁଶରେ କଣ୍ଟା ମାଇଲେ         । ୩ । 

     

    ଶୟତାନ ଆଦି ଯେ ଭୂତଗଣ ଏଥିରେ ସେମାନେ ହେଲେ ଦମନ;

    ସେ ଜୟ ଶବ୍ଦରେ ପ୍ରକାଶ ରୂପରେ ଲଜ୍ଜା ଦେଇଣ ବଳିଲେ    । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aahe jishu ishwara hoi mohimo kumoro

    ଆହେ ଯୀଶୁ ଈଶ୍ୱର, ହୋଇ ମହାମହିମ କୁମର

    କେଡ଼େ ଦୁଃଖ କଲ ଅଙ୍ଗୀକାର ! । ଘୋଷା ।

    ଆହା ସେହି ଗେତ୍ସେମନି ବଗିଚାରେ ହୋଇଥିଲ କି ବ୍ୟାକୁଳ !

    ଆଉ ସେହି ଭୟାନକ କ୍ରୁଶୋପରେ ସହିଲ କି ଦୁଃଖ ଘୋର !    । ୧ ।

    ଦୁଃଖରୂପ ଜଳେ ତୁମ୍ଭେ ହେଲ ମଗ୍ନ ରକ୍ତେ ବୁଡ଼ିଲା ଶରୀର,

    ମରଣ କାଳ ସମାନ ତୁମ୍ଭ ପ୍ରାଣ ହୋଇଲା ଅତି ବ୍ୟାକୁଳ

    ଅଧୋମୁଖ ହୋଇ ଭୂମିରେ ପଡ଼ିଲ ହୋଇଣ ଦୁଃଖେ କାତର,    

    ରକ୍ତ ଟୋପା ପରି ତୁମ୍ଭ ଝାଳବାରି ପଡ଼ିଲା ଭୂମି ଉପର 

    ଅପମାନ କ୍ରୁଶ କାନ୍ଧେ ଥିଲ ବହି ଆହୁରି ମୋ ପାପଭାର,        

    ଏଥିପରେ ଦୁଃଖ ତାଡ଼ନା ଭୋଗିଲ ଦାରୁଣ କ୍ଳେଶ ପ୍ରହାର 

    ମସ୍ତକରେ ବ୍ୟଥା ହସ୍ତ ପାଦେ କଣ୍ଟା ପାଶ୍ୱର୍ରେ ବିନ୍ଧା ଆବର,

    ବହେ ଧାର ଧାର ସନ୍ତାପ ରୁଧିର ପୁଣି ବହେ ଦୟା ନୀର ଯୀଶୁ,

    ତୁମ୍ଭ କଣ୍ଟା ମୁକୁଟ ଭୂଷଣ ମୋର ଗୌରବ କାରଣ,   

    ତୁମ୍ଭ ଦୁଃଖ ନିନ୍ଦା ଦାରୁଣ କଷଣ ପ୍ରତିକାର ମୂଳ ମୋର           

    ଆହେ ଗେତ୍ସେମନି, ହେ ଆଶ୍ଚର୍ଯ୍ୟ କ୍ରୁଶ, ହେ ଯୀଶୁ ଦୟାସାଗର,

    ତୁମ୍ଭ ମହା ପ୍ରେମ ଯାତନା କଷଣ ମନୁ ନୋହିବ ପାସୋର        । ୭ । 

     

    ଯହିଁରେ ଶୁଝିବି ତୁମ୍ଭ ମହା ପ୍ରେମ ଏମନ୍ତ କି ଅଛି ମୋର ?

    ଏହି ମାତ୍ର ମୁହିଁ ଦେବାକୁ ପାରଇ ଦେହ ପ୍ରାଣ ବଳ ମୋର        । ୮ ।

    ସୂଚୀମାଳାକୁ ଫେରନ୍ତୁ

  • haayo khristo jantronaa

    ହାୟ ଖ୍ରୀଷ୍ଟ ଯନ୍ତ୍ରଣା !

    ନୁହେଁ କରି ବର୍ଣ୍ଣନା,

    ଅନୁକ୍ଷଣେ ମନ କର ଭାବନା । ଘୋଷା ।

    ତ୍ରିଭୁବନ କର୍ତ୍ତା ହୋଇ            ନର ରୂପ ନେଲେ ସେହି,

    ପାପୀ ଉଦ୍ଧାରିବା ପାଇଁ କରେ କରୁଣା । ୧ ।

    ପ୍ରଭୁ ହୋଇ ଦାସାକାରେ        ଜନ୍ମିଲେ ଦରିଦ୍ର ଘରେ,

    କେତେ କଷଣ ସହିଲେ          ନୁହେଁ କଳନା         । ୨ ।

    ଗେତ୍ସେମନି ବଗିଚାରେ          କି ଦୁଃଖ ପ୍ରଭୁ ସହିଲେ !

    ଜଗତର ପାପଭାରେ ବ୍ୟାକୁଳମନା          । ୩ ।

    ଦୁଃଖ କଣ୍ଠାଗ୍ରତ ପ୍ରାଣ,               ଡାକିଲେ ହେ ପିତା ଶୁଣ,

    ହେଉ ଶ୍ରୀ ଇଚ୍ଛା ପ୍ରମାଣ,           ଏ ମୋ ପ୍ରାର୍ଥନା      । ୪ ।

    ମରଣ କାଳର ପରି  ହୋଇଲା ସେ ଦୁଃଖ ଭାରୀ,

    ସର୍ବାଙ୍ଗୁ ପଡ଼ଇ କ୍ଷରି  ରକ୍ତ ପସିନା          । ୫ ।

    ଖଡ୍ଗ ଯଷ୍ଟି ନେଇ ହସ୍ତେ          ଧଇଲେ ଚୋରର ମତେ,

    କେତେ ସହିଲେ ପ୍ରଭୁ            ଦୁଃଖ ଯାତନା         । ୬ ।

    ମାରନ୍ତି ଜାବୁଡ଼ାମାନ, ପଚାରନ୍ତି ଏହା ପୁଣ,

    କିଏ ମାଇଲା କହ    କରି ଗଣନା          । ୭ ।

    ଏହିରୂପେ ଦୁଷ୍ଟ ଲୋକେ         ଛେପ ପକାଇଲେ ମୁଖେ,

    ମାରନ୍ତି ବେତ ମସ୍ତକେ           ବିଦ୍ରୂପ ନାନା          । ୮ ।

    ଦୁଇ ପାଖେ ଦୁଇ ଚୋର         ମଧ୍ୟରେ ଜଗତ ସାର,

    ଚଢ଼ାଇ କ୍ରୁଶ ଉପର  ପ୍ରେକ ମାରଣା        । ୯ ।

    କହନ୍ତି ପୁଣି ଏମନ୍ତ,   ତୁ ପରା ଈଶ୍ୱର ସୁତ ?

    କ୍ରୁଶରୁ ଓହ୍ଲାଇ ଆସ, ଜାଣିବା ସିନା         । ୧୦ ।

    ପ୍ରଭୁ ଥାଇ କ୍ରୁଶୋପର            ହୋଇ ଦୁଃଖରେ ବ୍ୟାକୁଳ

    ବୋଲନ୍ତି ହେ ପିତା ମୋତେ     ଛାଡ଼ି ଦିଅନା          । ୧୧ ।

    ମୁଁ ଅଧମ ପାପୀ ଜନ            ଭରସା ଖ୍ରୀଷ୍ଟ ଚରଣ,

    ମୋର ପ୍ରତି ସୁନୟନ ନ କର ଊଣା         । ୧୨ ।

    ସୂଚୀମାଳାକୁ ଫେରନ୍ତୁ

  • he mohaa mohimo ananta jibono

    ହେ ମହା ମହିମ ଅନନ୍ତ ଜୀବନ ଯୀଶୁ ଈଶ୍ୱର ନନ୍ଦନ,

    କରିବାକୁ ଦାନ ପରିତ୍ରାଣ ଧନ ହୋଇଲ କେଡ଼େ ନିର୍ଦ୍ଧନ;

    ଜନ୍ମ ଲଭିଲ ମନୁଷ୍ୟମତେ,

    ସ୍ୱର୍ଗସୁଖ ସିଂହାସନ ଯେତେ,

    ତ୍ୟାଗ କଲ ପାପୀଙ୍କର ହିତେ,

    କଲ ମହାଶ୍ଚର୍ଯ୍ୟ କର୍ମ କେତେ । ୧ ।

    ପାପୀଙ୍କ ନିମିତ୍ତ କଲ ପ୍ରାୟଶ୍ଚିତ୍ତ ପାପୀ ପାପଭାର ବହି,

    ଭୋଗିଲ ପାପୀଙ୍କ କ୍ଳେଶ ଲଜ୍ଜା ଦୁଃଖ ନିଜ ପ୍ରାଣ ରକ୍ତ ଦେଇ; ରୁଧିର

    କେତେ ବହିଗଲା ଧାର ଧାର,

    ତହିଁ ସଙ୍ଗେ ବହେ ଦୟା-ଧାର,

    କେତେ ଦୁଃଖ କଲ ଅଙ୍ଗୀକାର,

    ସେହି ରକ୍ତେ ପାପ ପରିଷ୍କାର । ୨ । 

     

    କ୍ରୁଶୀୟ ବେଦନା ଦାରୁଣ ଯାତନା ଭୋଗିଲ ମୋର କାରଣ,

    ପୃଷ୍ଠେ ପାପଭାର ଶରୀରେ ପ୍ରହାର କେଡ଼େ ଦାରୁଣ କଷଣ !

    ଏସନ

    ମହାପ୍ରେମ ନୋହିଲା ଦର୍ଶନ,

    କଣ୍ଟା ମୁକୁଟ ମୁଣ୍ଡେ ଭୂଷଣ, ହସ୍ତ ପାଦେ କଣ୍ଟାର ମାରଣ,

    ଶତ୍ରୁ ପାଇଁ ତେଜିଲ ଜୀବନ । ୩ ।

    ଭୟାନକ କ୍ରୁଶ ତୁମ୍ଭେ ନେଲ ବହି ପୁଣି ହେଲ ତହିଁ ବିନ୍ଧା

    ମୋର ମହାପାପ ଦେଲା କି ସନ୍ତାପ ଲଜ୍ଜା ଅପମାନ ନିନ୍ଦା ! ସେ କ୍ରୁଶ

    ତହିଁ ଭୋଗିଲ ଦୁଃଖ ଅଶେଷ

    ଅତି ଅସହ୍ୟ ତହିଁର କ୍ଳେଶ,

    ପାପ-ଶତ୍ରୁବଳ ଦର୍ପ ନାଶ,

    ତହିଁ ମୋର ଦର୍ପ ପ୍ରତି ଆଶ । ୪ । 

     

    ହୋଇଣ ଧାର୍ମିକ ଭୋଗିଲ କି ଦୁଃଖ ତୁମ୍ଭେ ମୋର ପରିବର୍ତ୍ତେ !

    ତୁମ୍ଭ ଦେହ ପ୍ରାଣ ହୋଇଲା ବିଦୀର୍ଣ୍ଣ, ଦେଖି ଚମତ୍କୃତ କେତେ

    ଧ ରଣୀ ଦେଖଇ କମ୍ପମାନ ସେ ତତ୍‌କ୍ଷଣି,

    ଅନ୍ଧକାର ହେଲା ଦିନମଣି,

    ଗିରିଗଣ ହିଁ ବିଦୀର୍ଣ୍ଣ ପୁଣି,

    ସ୍ୱର୍ଗଦୂତେ ଚମତ୍କାର ମଣି । ୫ ।

    ଧ ନ୍ୟ ଆହେ ଯୀଶୁ ତବ ପ୍ରେମ ନାମ, କଲ ଦେହ ପ୍ରାଣ ଦାନ,

    ମୋର ନାହିଁ ତେଡ଼େ ବହୁମୂଲ୍ୟ ଧନ କରିବାକୁ ପ୍ରତିଦାନ;

    ତୁମ୍ଭର ମରଣରେ ଭରସା ମୋହର,

    ସେହି ପ୍ରହାରରେ ସ୍ୱାସ୍ଥ୍ୟ ମୋର,

    ଆହେ ପ୍ରଭୁ ତବ ଚରଣରେ ସମର୍ପିଲି ଦେହ ଆତ୍ମା ମୋର । ୬ ।

    ସୂଚୀମାଳାକୁ ଫେରନ୍ତୁ