Tag: Odia Christian Song Lyrics

  • jishu prati kara drusti mono hruste

    ଯୀଶୁ ପ୍ରତି କର ଦୃଷ୍ଟି ମନ ହୃଷ୍ଟେ ଅତି ହେ । ଘୋଷା । 

     

    ଦେଖ ହେ ମନ କି ଆଶ୍ଚର୍ଯ୍ୟ ଦର୍ଶନ ! କରୁଛନ୍ତି ଯୀଶୁ ପୁନରାଗମନ;

    ଦିଶୁ ସେ ଅଛନ୍ତି ସୁନ୍ଦର କେମନ୍ତି ଜଗତରେ ଥିବା ପ୍ରତି ହେ । ୧ । 

     

    ଯେଉଁ ଯୀଶୁ ଥରେ ଗୋରୁ ଗୁହାଳରେ ଶୋଇଥିଲେ ହୋଇ ଜଡ଼ିତ ବସ୍ତ୍ରରେ 

    ଏବେ ସେ କେମନ୍ତ ଗୌରବରେ ଅତି ମର୍ତ୍ତ୍ୟ ପୁରେ ଆସୁଛନ୍ତି ହେ । ୨ ।

    ଜଗତ-ପ୍ରବାସ କାଳେ ଯାହାଙ୍କର ଥିଲେ ସଙ୍ଗରେ ଇତର ମତ୍ସ୍ୟଧାରୀ

    ଅୟୁତ ଅୟୁତ ପରାକ୍ରାନ୍ତ ଦୂତ ଏବେ ତାଙ୍କୁ ଘେରିଛନ୍ତି ହେ । ୩ । 

     

    ପନ୍ତିୟ ପିଲାତ ହୋଇ ଜ୍ଞାନ ହତ କରିଥିଲା ଯା’ଙ୍କୁ ଦଣ୍ଡ ଆଜ୍ଞା ବ୍ୟକ୍ତ,

    ଛାମୁରେ ତାଙ୍କର ବିଚାର ନିମିତ୍ତ ଉଭା ସର୍ବଦେଶୀ ଜାତି ହେ । ୪ । 

     

    ହୋଇ ଦୀନହୀନ ଦାସର ସମାନ ଭୋଗିଥିଲେ ଯେ ଅପମାନ ମରଣ,

    ସର୍ବଦେଶୀଙ୍କର କର୍ମ-ପୁରସ୍କାର ହସ୍ତେ ସେ ଧରିଅଛନ୍ତି ହେ । ୫ ।

     

    ଦେଖ ହେ ମନ, ସେ ତୋ ତ୍ରାଣରାଜନ ଦେବେ ଯେ ତୋତେ ଅନନ୍ତ ପରିତ୍ରାଣ 

    କରି ନିତ୍ୟ ଧ୍ୟାନ ତାଙ୍କ ଆଗମନ ରଖ ତାଙ୍କ ପ୍ରତି ଭକ୍ତି ହେ । ୬ ।

  • ki karma kalu re paamoro

    କି କର୍ମ କଲୁ ରେ ପାମର !

    ଯଗୁ ଶେଷେଦିନେ ପ୍ରଭୁ ସନଧ୍ନି ।ନେକ ିବୋଲି ଦେବ ୁତୁ ଉତ୍ତର? ଘୋଷା ।

    ଯୀଶୁ ସେହି ଦିନେ ରାଜ ସିଂହାସନେ ବସିଣ କରିବେ ବିଚାର;

    ଅବିଶ୍ୱାସୀ ପାପୀ ଭୟେ କମ୍ପି କମ୍ପି ମୁଖ କି ଟେକିବେ ଉପର ? । 

     

    ଡାହାଣେ ଧାର୍ମିକ ବାମେ ପାପୀ ଲୋକ ଉଭା ହେବେ ବେନି ପାଶ୍ୱର୍ର;

    ଧାର୍ମିକଙ୍କ ପ୍ରତି ହୋଇ ତୁଷ୍ଟ ଅତି ଅଧିକାର ଦେବେ ସ୍ୱର୍ଗର । ୨ ।

    ଅଧାର୍ମିକ ପ୍ରତି ହୋଇ କ୍ରୁଦ୍ଧ ଅତି ନିଶ୍ଚୟେ ହୋଇବେ ନିଷ୍ଠୁର;

    ଯାଅ ଶାପଗ୍ରସ୍ତ ନରକେ ସମସ୍ତ ମୁଖ ନ ଚାହିଁବା ତୁମ୍ଭର । ୩ ।

    ଆହେ ମନ ଶୁଣ ନରକର ଗୁଣ,

    କଦାପି ନୋହିବ ଶୀତଳ ସଦା ସର୍ବକ୍ଷଣ ଦହିବ ଏ ପ୍ରାଣ,

    ସାମାନ୍ୟ ନୁହେଁ ସେ ଅନଳ । ୪ । 

     

    ସ୍ୱର୍ଗ-ସୁଖ ପାଇଁ ଉପମା ବା କାହିଁ, ଆହା ସେ କେଡ଼େ ମନୋହର

    ଧାର୍ମିକ ସ୍ୱର୍ଗରେ ପାପୀ ନରକରେ ଭୋଗାଭୋଗ ଅନନ୍ତକାଳ । ୫ । 

     

    ଆରେ ମୋର ମନ, ହୋଇ ସାବଧାନ, ଧର ଖ୍ରୀଷ୍ଟଙ୍କର ପୟର;

    ବିଚାର ଦିନରେ ମହା ଉଲ୍ଲାସରେ ସଙ୍ଗେ ଘେନିଯିବେ ସ୍ୱର୍ଗର । ୬ ।

    ସୂଚୀମାଳାକୁ ଫେରନ୍ତୁ

  • bada sankata dino aasu achi ghorotore kori gorjana

    ବଡ଼ ସଙ୍କଟ ଦିନ,

    ଆସୁଅଛି ଖରତରେ କରି ଗର୍ଜ୍ଜନ । ଘୋଷା । 

     

    ଦେଖ ଆକାଶେ, ପ୍ରଭୁ ଯୀଶୁ ଆସୁଛନ୍ତି ଏହି ଭୁବନେ;

    ଚନ୍ଦ୍ର ସୂର୍ଯ୍ୟ କଳା ହେବ, ନକ୍ଷତ୍ର ସବୁ ଝଡ଼ିବ,

    ସକଳ ମୃତ ଦେହର ହେବ ଉତ୍ଥାନ । ୧ ।

    ଏହି ପୃଥିବୀ ତରଳି ମିଳାଇଯିବ ଦେଖି ତତ୍‌କ୍ଷଣ;

    ପ୍ରଭୁ ଯୀଶୁ ମେଘାରୁଢ଼, ତୂରୀ ଶବ୍ଦ କି ପ୍ରଚଣ୍ଡ,

    ଆକାଶ ଭାଙ୍ଗିବ ମହା ଶବ୍ଦ କରିଣ । ୨ ।

    ଏକ ନିମିଷେ ଖ୍ରୀଷ୍ଟଙ୍କ ଛାମୁରେ ଉଭା ସକଳ ଜନ;

    ଆହା ସେ କି ଭୟ-ଦିନ, ଡାକିବେ ଦୁର୍ଜ୍ଜନଗଣ,

    ଲୁଚାଇ ରଖ ଆମକୁ ଗୁହା କାନନ । ୩ ।

    କେତେ କହିବେ, କଲୁଁ ତୁମ୍ଭ ନାମେ ନାନା ଆଶ୍ଚର୍ଯ୍ୟ କର୍ମ;

    କ୍ରୋଧେ କହିବେ ଈଶ୍ୱର, ଶାପଗ୍ରସ୍ତେ ହୁଅ ଦୂର,

    ଅନନ୍ତ ନରକ-ହ୍ରଦେ ଯାଅ ଏକ୍ଷଣ । ୪ ।

    ଥିବେ ସଙ୍ଗତେ ଖର୍ବ ଖର୍ବ ଧର୍ମ ଦୂତ ଜାଜ୍ଜ୍ୱଲ୍ୟମାନ;

    କହେ ଦୀନ ଅକିଞ୍ଚନ,

    ହୁଅ ମୋଠାରେ ପ୍ରସନ୍ନ,

    ଯେମନ୍ତେ ମୁଁ ଠିଆ ହେବି ତବ ଡାହାଣ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • kara drusti sarba srusti jishu moha rajanku

    କର ଦୃଷ୍ଟି ସର୍ବ ସୃଷ୍ଟି ଯୀଶୁ ମହାରାଜାଙ୍କୁ,

    ମେଘ ରଥେ ଆସୁଛନ୍ତି ବିଚାର କରିବାକୁ । ଘୋଷା ।

    ପ୍ରତ୍ୟେକର ନୟନ    କରିବ ହେ ଦର୍ଶନ

    ଆହୁରି ଦେଖିବେ ଯେତେ ବିନ୍ଧିଥିଲେ ତାହାଙ୍କୁ । ୧ ।

    ପିତାଙ୍କ ଐଶ୍ୱର୍ଯ୍ୟରେ  ଆସିବେ ସେ ତେଜରେ 

    ସଙ୍ଗେ ଘେନି କୋଟି କୋଟି ପରାକ୍ରାନ୍ତ ଦୂତଙ୍କୁ । ୨ ।

    ହେବ ତୂରୀ ବାଦନ   ଯେହ୍ନେ ଘୋର ଗର୍ଜ୍ଜନ,

    କୋଟିଏ ମେଘ ଗର୍ଜ୍ଜନ ସରି ନୋହିବ ତାକୁ । ୩ ।

    ଶୁଣି ତାହାଙ୍କ ରବ ମତ ହେବେ ସଜୀବ,

    ପୃଥିବୀ ସମୁଦ୍ର ସମର୍ପିବେ ସର୍ବ ମୃତଙ୍କୁ । ୪ ।

    ଗୌରବ ସିଂହାସନେ ବସିବେ ସେ ସେଦିନେ,

    ସକଳ ହୋଇବେ ରୁଣ୍ଡ ଆସି ତାଙ୍କ ଛାମୁକୁ । ୫ ।

    ଧନ୍ୟ ଧାର୍ମିକ ଜନ, କି ଉଲ୍ଲାସ ସେ ଦିନ !

    ଯିବେ ତାଙ୍କ ସଙ୍ଗେ ସ୍ୱର୍ଗେ ଜୀବନ ଭୋଗିବାକୁ । ୬ ।

    ଶୁଣିଣ ପାପୀଗଣ    ସେହି ଘୋର ଗର୍ଜ୍ଜନ,

    ଘୋଡ଼ାଅ ଘୋଡ଼ାଅ ବୋଲି ଡାକିବେ ପର୍ବତଙ୍କୁ । ୭

    ପାପୀଗଣ ବାମରେ କମ୍ପିବେ କି ଭୟରେ !

    ଅନନ୍ତ ଦଣ୍ଡାଜ୍ଞା ଶୁଣି ଯିବେ ଅଗ୍ନିହ୍ରଦକୁ । ୮

     

    ଆସ ଯୀଶୁ ବହନ,    ବୋଲି ହୃଷ୍ଟେ ଆମେନ୍‌,

    ସେ ମହାଦିନେ କରୁଣା କର ତୁମ୍ଭ ଦାସକୁ । ୯ ।

  • kebe sehi subho dino netre karibi mu darshana

    କେବେ ସେହି ଶୁଭ ଦିନ ନେତ୍ରେ କରିବି ମୁଁ ଦର୍ଶନ ହେ,

    ଯେ ଦିନେ ମୋ ଯୀଶୁ ସ୍ୱଗୁଁ ତେଜେ କରିବେ ଆଗମନ ହେ ? ଘୋଷା ।

    ତୂରୀ ନେଇ ଦିବ୍ୟ ଦୂତ ବଜାଇବେ କି ଅଦ୍ଭୁତ,

    ତା ଶୁଣି ମୋ ମୃତ ଦେହ ହେବ କବରୁ ଉତ୍ଥାପିତ ହେ । ୧ ।

    କରିବି ମୁହିଁ ଦର୍ଶନ ମୋ ପ୍ରଭୁଙ୍କ ଶ୍ରୀ ବଦନ,

    ବହୁଦିନ ଅଭିଳାଷ ହେବ ମୋହର ସୁସମ୍ପୂର୍ଣ୍ଣ ହେ । ୨ । 

     

    ଏହି ମୋ ଛାର ଶରୀର କରିବେ ସେ ରୂପାନ୍ତର,

    ସୂର୍ଯ୍ୟ ତାରାର ସମାନ ମୁହିଁ ହୋଇବି ତେଜୋବାନ ହେ । ୩ ।

    ପିନ୍ଧି ଅକ୍ଷୟ ମୁକୁଟ ଗୌରବେ ହେବି ଗୃହୀତ,

    ତାଳ ବାହୁଙ୍ଗା ଧରିଣ ସଦା କରିବି ଜୟଗାନ ହେ । ୪ । 

     

    ବୋଲିବି, ମୃତ୍ୟୁ ତୋହର ନାହୁଡ଼ କି ହେଲା ବୋଲ,

    ହେ ପରଲୋକ, ତୋହର ଜୟ ହୋଇଲା ଅକାରଣ ହେ

    ଅସଂଖ୍ୟ ସାଧୁ ସହିତ କାଢ଼ି ମୁଣ୍ଡରୁ ମୁକୁଟ

    କରିବି ଅନନ୍ତ ଦିନ ମୁଁ ପରିତ୍ରାଣର ଗାୟନ ହେ । ୬ ।

  • kara jodi kohe monimaa kara hai khyamaa

    କର ଯୋଡ଼ି କହେ ମଣିମା, କର ହେ କ୍ଷମା,

    ଶୁଣ ବାରେ ନିବେଦନ, ବରଷେ ସିନା  । ଘୋଷା । 

     

    ନିଜ ଦ୍ରାକ୍ଷାକ୍ଷେତ୍ରେ ଜଣେ କଲେ ରୋପଣ ଗୋଟିଏ ବୃକ୍ଷ ଡିମ୍ବୁରି,

    କେତେ ବର୍ଷ ଅନ୍ତେ ଫେରି

    ଗଲେ ଫଳ ଆଶା କରି, ହେଲେ ବିମନା । ୧ । 

     

    ମାଳୀକି କହିଲେ ଯାଇ, ବ୍ୟର୍ଥରେ ସିନା

    ସ୍ଥାନ ଘେରିଅଛି ବୃକ୍ଷ, ଫଳ ନ ଫଳଇ ଏକ

    ହେଲାଣି ତିନି ବରଷ ହୋଇବ ହଣା । ୨ ।

    ଅନେକ ଥର ଫେରିଲୁ ଫଳର ବିନା

    କରେ ନିବେଦନ ମାଳୀ, ଖତ ଦେବି ମୂଳ ଖୋଳି

    ତଥାପି ଯେବେ ନ ଫଳେ ହେବ ସେ ହଣା । ୩ । 

     

    ମଣ୍ଡଳୀରୂପ ବଗିଚା କରି ସ୍ଥାପନ 

    ତହିଁ ମାଳୀରୂପେ ଖ୍ରୀଷ୍ଟ ଅଟନ୍ତି ଜଳ ସେଚକ 

    ବଞ୍ଚାନ୍ତି ଆମକୁ ଖ୍ରୀଷ୍ଟ କରି ପ୍ରାର୍ଥନା । ୪ । 

     

    ଖତ ଯେ ଚେତନା ବାକ୍ୟ ଶୁଣାନ୍ତି ନାନା,

    ଶୁଣୁ ଶୁଣୁ ଯେଉଁ ଜନ ପାପୁଁ ନ ଫେରାଏ ମନ 

    ନରକେ ତା’ର ପତନ ହୋଇବ ହଣା । ୫ ।

  • mono tuhi jaanu naahun ki

    ମନ ତୁହି ଜାଣୁ ନାହିଁ କି

    କରୁଛନ୍ତି ନିବେଦନ ଯୀଶୁ ତୋ ତ୍ରାଣ ପାଇଁକି ? ଘୋଷା । 

     

    ଯେଉଁ ଯୀଶୁ ଥରେ, ବହିଥିଲେ ତୋର ପାପ ନିଜ ପୃଷ୍ଠରେ

    ସେହି ଯୀଶୁ ଏହିକ୍ଷଣେ          ବସି ପିତାଙ୍କ ଦକ୍ଷିଣେ 

    ହୋଇଛନ୍ତି ତୋ ମଧ୍ୟସ୍ଥ ତ୍ରାଣ ସାଧିବା ପାଇଁକି । ୧ ।

    ସେହି ଯୀଶୁ ଥରେ, ବହିଥିଲେ କ୍ରୁଶକାଠ ଅତି କଷ୍ଟରେ

    ତହିଁ ହୋଇ କ୍ଷତଯୁକ୍ତ ହେଲେ ତୋର ପାଇଁ ହତ

    ଏବେ ଦେଖାନ୍ତି ସେ କ୍ଷତ ତୋହର ରକ୍ଷା ପାଇଁକି

     

    ଦେଖ ଆରେ ମନ, ପ୍ରକାଶିଲେ ଯୀଶୁ ତୋହ ପ୍ରତି କି ପ୍ରେମ

    କରନ୍ତି ସେ ନିବେଦନ ଦିବାରାତ୍ର ଅନୁକ୍ଷଣ

    ଏହି ହେତୁ ତୋ ସୁରକ୍ଷା, ଏହା ଜଣା ନୁହଁଇ କି ?

    କହୁଛି ବୁଝାଇ, ଘେନ ତୁ ମୋର ବଚନ ସୁସ୍ଥିର ହୋଇ,

    ଯୀଶୁ ତୋର ମହା ପୁଣ୍ୟ ପୁଣି ଅନନ୍ତ ଜୀବନ,

    ଏଣୁ ଧର ତାଙ୍କ ପାଦ ଏବେ ତୋ ମୁକ୍ତି ପାଇଁକି । ୪ ।

    ଆରେ ମଢ଼ ମନ, ହେଳା କରି ନ ଧରୁ ତୁ ଯୀଶୁ ଚରଣ,

    ଶୁଭକାଳ ଏଡ଼ି ଦେଉ,                ମୁକ୍ତି ମାର୍ଗ ଛାଡ଼ି ଦେଉ,

    ତେବେ ତାଙ୍କ ବିନୁ ରକ୍ଷା ଆଉ ପାଇ ପାରିବୁ କି ?

  • nische mu jaanoyee ey bakyo sidhaanto

    ନିଶ୍ଚେ ମୁଁ ଜାଣଇ, ଏ ବାକ୍ୟ ସିଦ୍ଧାନ୍ତ ମୋ ତ୍ରାଣକର୍ତ୍ତା ଯେ ଜୀବିତ । ଘୋଷା ।

    ଏ ଅଟେ ନିଶ୍ଚିତ ଅଟନ୍ତି ଜୀବିତ ଥରେ ଯେ ହୋଇଥିଲେ ହତ    । ୧ ।

    ଅନନ୍ତ କାଳରେ ତ୍ରାଣ କରିବାରେ ଏଣୁ ସେହି ନିତ୍ୟ ଜୀବିତ      । ୨ ।

    କରିବାକୁ ନିବେଦନ ମୋ କାରଣ ପିତା ଦକ୍ଷିଣେ ଉପବିଷ୍ଟ        । ୩ ।

    ସେ ଯୁଗ ଶେଷରେ ଏହି ପୃଥିବୀରେ ଗୌରବେ ହେବେ ପ୍ରକାଶିତ           । ୪ ।

    ମୋ ନିଜ ନୟନ କରିବ ଦର୍ଶନ ମୋ ଦେହ ହେଲେ କ୍ଷୟ ମୃତ    । ୫ ।

     କାଲି ଆଉ ଆଜି ସଦା ଏହିପରି ସେ ସମଭାବରେ ଜୀବିତ       । ୬ ।

  • jishu nityo jibito mano hue ki hrusto chito

    ଯୀଶୁ ନିତ୍ୟ ଜୀବିତମାନ ହୁଏ କି ହୃଷ୍ଟ ଚିତ୍ତ !

    ଯୀଶୁ ସମଭାବେ’ଛନ୍ତି ନିତ୍ୟ ଜୀବିତ । ଘୋଷା ।

    ପାପ ଅପାର ମୋର ପାରିବ କି କରି ଭୟ ଜନ୍ମାଇ ଘୋର ?

    ଖ୍ରୀଷ୍ଟ ବହୁମୂଲ୍ୟ ରକ୍ତ ସଦା ଅଟେ ଶକ୍ତିମନ୍ତ,

    ତହିଁ ହେବ ମୋର ସର୍ବ ପାପ ମାର୍ଜିତ । ୧ ।

    ଦୁଃଖ ପରୀକ୍ଷା କ୍ଳେଶ ପାରିବେ କି କରି ମିଶି କ୍ଷତି ମୋ ଲେଶ ?

    ନାହିଁ, ଏ ତ ଅସମ୍ଭବ, ଖ୍ରୀଷ୍ଟ ସଦା ମୋ ଆଲମ୍ବ,

    ତାଙ୍କ ବଳ ନୁହେଁ କେବେ ଊଣା କିଞ୍ôଚତ । ୨ । 

     

    ବନ୍ଧୁ ବାନ୍ଧବ ମିତ୍ର ଅଟନ୍ତି ସେହି ସମସ୍ତେ ସିନା ଅନିତ୍ୟ,

    ଖ୍ରୀଷ୍ଟ ମୋ ପରମ ମିତ୍ର, ତ୍ରିକାଳେ ସମାନ ମତ 

    ବିକୃତ ନୁହନ୍ତି ହେଲେ ପୃଥିବୀ ଲୁପ୍ତ । ୩ ।

    ତେବେ ଡରିବି ମୁହିଁ ଜୀବନ ଅଥବା ମରଣକୁ କିପାଇଁ ?

    ସକଳ ବିଷୟ ମୋର ସମର୍ପି ହସ୍ତେ ତାଙ୍କର,

    ରଖିଥିବି ନିତ୍ୟ ଭକ୍ତି ବିଶ୍ୱାସ ଚିତ୍ତ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • probhu hoi punoruthito

    ପ୍ରଭୁ ହୋଇ ପୁନରୁତ୍ଥିତ, ଶିଷ୍ୟଙ୍କୁ ଫେଡ଼ିଲେ ଶାସ୍ତ୍ରର ଅର୍ଥ,

    ଘେନିଣ ସହିତ ବେଥନି ପର୍ଯ୍ୟନ୍ତ ଆଶୀର୍ବାଦ କଲେ ତୋଳିଣ ହସ୍ତ । ଘୋଷା । 

     

    କରୁ କରୁ ସେ ଆଶୀର୍ବାଦ ଅଦୃଶ୍ୟରେ ହେଲେ ବିଭେଦ,

    ଗୌରବ ସହିତ ଈଶ୍ୱରଙ୍କ ସୁତ ଯାଇ ସ୍ୱର୍ଗପୁରେ ହେଲେ ଗୃହୀତ । ୧ ।

    ଆସି ଦୁଇ ଦୂତ ସେକ୍ଷଣି ଉଚ୍ଚେ ପ୍ରକାଶିଲେ ଏ ବାଣୀ,

    ଆହେ ଗାଲିଲୀୟ ନିବାସୀ ସମସ୍ତେ, କିମର୍ଥେ ଅନାଇ ହୁଅ ଚକିତ । ୨ । 

     

    ଏହି ପ୍ରଭୁ ଯୀଶୁ ଏପରି ଆଉ ଥରେ ଆସିବେ ଫେରି,

    ହୋଇ ମେଘାରୂଢ଼ ଐଶ୍ୱର୍ଯ୍ୟ ସହିତ ସଙ୍ଗେ ଘେନିଣ କୋଟି କୋଟି ଦୂତ । ୩ । 

     

    ଫେରିଗଲେ ଶିଷ୍ୟସମୂହ, ପ୍ରଭୁ ହେଲେ ତାଙ୍କ ସହାୟ,

    ହୋଇ ଆହ୍ଲାଦିତ ପ୍ରେମେ ପୁଲକିତ ଧନ୍ୟବାଦ କଲେ ମିଶି ଏକତ୍ର । ୪ । 

     

    ସବୁ ଯୁଗେ ପ୍ରଭୁ ଏପରି ଆଶିଷ କଲେ ଶିଷ୍ୟୋପରି,

    କହେଦୀନ ଦାସ, ତବ ପାଦେ ଆଶ, ଦାନ କର ମୋତେ ଅକ୍ଷୟ ବିତ୍ତ । ୫ ।