Tag: Odia Christian Song Lyrics

  • jishunka naamo koro hai mala

    ଯୀଶୁଙ୍କ ନାମ କର ହେ ମାଳା,
    ଘୁଞ୍ଚିଯିବ ମନୁଁ ପାପ ଜ୍ୱାଳା । ଘୋଷା ।

    ଯୀଶୁ ପ୍ରିୟନାମ କେତେ ମନୋରମ,
    ଉପମାରେ ନାହିଁ ତାର ପରା;
    ମୋ କର୍ଣ୍ଣେ ଅତ୍ୟନ୍ତ ଲାଗଇ ସୁମିଷ୍ଟ
    ତାଙ୍କର ସୁନ୍ଦର ନାମମାଳା । ୧ ।

    ତାଙ୍କ ପ୍ରିୟ ନାମ ତାଙ୍କ ମହାଗୁଣ
    ନ କର ରେ ମନ କେବେ ହେଳା;
    ଘୁଞ୍ଚାଇ ଦୁର୍ଗତି ଦେଇ ମନେ ଶାନ୍ତି
    ବିନାଶନ୍ତି ଘୋର ପାପ-କଳା । ୨ ।

    ଧନ୍ୟ ତାଙ୍କ ପ୍ରେମ, ଦେଲେ ନିଜ ପ୍ରାଣ,
    ତ୍ରିଭୁବନେ ନାହିଁ ତାଙ୍କ ପରା;
    ଯହିଁରେ ଆତ୍ମାର ହୁଏ ପ୍ରତିକାର,
    ଯହିଁ ଉଶ୍ୱାସ ମୋ ପାପଭାରା । ୩ ।

    ସେହି ତୋର ବଳ,
    ସେହି ତୋର ଢାଲ, ତାଙ୍କ ବଳେ ଚାଲ ଦେଇ ଭରା;
    ସେହି ତ୍ରାଣଧନ କର ତୁ ଯତନ,
    ନୋହିଲେ ନରକ ବନ୍ଦିଶାଳା । ୪ ।

  • kede mistha bani sunili ki hrusto heli

    କେଡ଼େ ମିଷ୍ଟବାଣୀ ଶୁଣିଲି ! କି ହୃଷ୍ଟ ହେଲି !

    ଦହନ କାଳରେ ହିମଲେପ ସମ ମଣିଲି । ଘୋଷା ।

    ପୂର୍ଣ୍ଣାନୁଗ୍ରହ ଆମ୍ଭର   ତୁମ୍ଭର ପାଇଁ ପ୍ରଚୁର 

    ମୋ ପ୍ରଭୁଙ୍କ ଏ ବଚନ ମୋ ପାଇଁକି ଜାଣିଲି । ୧ ।

    କେଡ଼େ ସୁମିଷ୍ଟ ବଚନ !          କେବେ ନୋହିଲା ଶ୍ରବଣ,

    ମାନବ ଉକ୍ତି ତା ତୁଲ୍ୟ ନୋହିବ ମୁଁ ବୁଝିଲି । ୨

    ରୌପ୍ୟ ନିର୍ମିତ ପାତ୍ରରେ ସୁବର୍ଣ୍ଣ ଫଳ ପରିରେ,

    ନୟନକୁ ମୋର ଅତି ପ୍ରୀତିକର ମଣିଲି । ୩

    ପ୍ରତି ଶବଦ ଅଟଇ ଯେହ୍ନେ ଅମୃତ ଉନୁଇ,

    ଝରୁଅଛି ଅବିରତ ପିଇ ତୃପ୍ତ ହୋଇଲି । ୪ ।

    ବଢ଼ିଲା କ୍ଳେଶ ଯେସନ, ଅନୁଗ୍ରହ ହିଁ ତେସନ,

    ଅଧିକ ହୋଇଲା, ଏହା ଅନୁଭବ କରିଲି । ୫ ।

    ଦୁଇକି ରଖି ନିକ୍ତିରେ ତଉଲିଲି ମୁଁ ଯତ୍ନରେ;

    ଅନୁଗ୍ରହ ତ ମହୀକି ଚୁମ୍ବିଲା, ମୁଁ ଦେଖିଲି । ୬ ।

    ଏହି ନିଗୂଢ଼ ବ୍ୟାପାର ମନେ କରିଣ ବିଚାର 

    ହେବ ଯେବେ କ୍ଳେଶାଧିକ ହେଉ ବୋଲି ଇଚ୍ଛିଲି । ୭ ।

    ସୂଚୀମାଳାକୁ ଫେରନ୍ତୁ

  • he ishwara tumbho paase kaahaaro hoibo baaso

    ହେ ଈଶ୍ୱର, ତୁମ୍ଭ ପାଶେ କାହାର ହୋଇବ ବାସ ?

    ତୁମ୍ଭ ଅନୁଗ୍ରହ କେହୁ ପାଇବ ସ୍ୱର୍ଗ ନିବାସ ? ଘୋଷା ।

    ଯେ ଜନ ସରଳାଚାରୀ, ସଦା ଧର୍ମକର୍ମକାରୀ,

    ଅନ୍ତରେ ସତ୍ୟବାଦୀ ଯେ ହୁଏ ସିଦ୍ଧ ପୁରୁଷ । ୧ ।

    କାହାର ନ କରେ ଗ୍ଳାନି ମିତ୍ରର ନ କରେ ହାନି,

    ପ୍ରତିବାସୀ ଅପବାଦ ନ କରେ କାହାରି ପାଶ । ୨ ।

    କୁଜନକୁ ଅନାଦର, ସାଧୁଜନେ ସମାଦର,

    ଧ ର୍ମାଧର୍ମ ଭିନ୍ନ ବୋଧ ଯାର ବିଚାରେ ପ୍ରକାଶ । ୩ ।

    ଆପଣା ସ୍ୱୀକୃତ କଥା ନ କରଇ ତଦନ୍ୟଥା,

    ପୂର୍ଣ୍ଣ କରେ ସଦାକାଳ ହାନି ହୋଇଲେ ବିଶେଷ । ୪ ।

    ସୁଧଲୋଭେ କଦାଚନ           କାହାକୁ ନ ଦିଏ ଋଣ 

    ଲାଞ୍ଚ ନେଇ ନିର୍ଦ୍ଦୋଷକୁ ନ ଦିଅଇ କେବେ ଦୋଷ । ୫ ।

    ପାପ ଲାଗି ଯେଉଁ ଜନ ଅତି ଖେଦଯୁକ୍ତ ମନ,

    ଯୀଶୁ ପ୍ରତି ଭକ୍ତି କରି ହୁଏ ସଦା ତାଙ୍କ ଦାସ । ୬ ।

    ଛାଡ଼େ ପାପ ଅଭିଳାଷ କୁସଂସର୍ଗ ପାନ ଦୋଷ,

    ଧର୍ମ ଆତ୍ମା ସୁସ୍ୱଭାବ ଯାର ମନ-ଗୃହେ ବାସ । ୭ ।

    ପ୍ରାର୍ଥନାରେ ଜାଗି ରହି ଭରସାରେ ସ୍ଥିର ହୋଇ

    ଅଗ୍ରସର ବିଶ୍ୱାସରେ, ପ୍ରେମେ ସଦା କରେ ବାସ । ୮ ।

    ଏହି ମତ ଆଚରଣ  ଯେ କରେ ଯାବଜ୍ଜୀବନ,

    ମୁକ୍ତି ପାଇ ଭବାର୍ଣ୍ଣବୁ ତାର ସଦା ସ୍ୱର୍ଗ ବାସ

    ମାଗୁଣି ମୋର ବିଶେଷ ଧର୍ମେ ରଖ ମୋ ମାନସ,

    କୃପା କରି ଜଗଦ୍ଦୀଶ ଶେଷେ ନିଅ ସ୍ୱନିବାସ । ୧୦ ।

  • dhanya ishwaraasrito jono

    ଧନ୍ୟ ଈଶ୍ୱରାଶ୍ରିତ ଜନ,

    ଧ ନ୍ୟ ଧନ୍ୟ ସଦା ଧନ୍ୟ, ଧନ୍ୟ ତାହାର ଜୀବନ । ଘୋଷା । 

     

    କି ସୁଖ ବଚନ, ଅଭିମାନ ଶୂନ୍ୟ ଲୋକେ ଅଟନ୍ତି ଧନ୍ୟ;

    ଅନୁଗ୍ରହର ଭଣ୍ଡାର ସେମାନଙ୍କ ଅଧିକାର,

    ସ୍ୱର୍ଗପୁରରେ ରକ୍ଷିତ ଜୀବନ ମୁକୁଟ ଜାଣ । ୧ ।

    ପୁନର୍ବାର ଶୁଣ, ଭଗ୍ନାନ୍ତଃକରଣ ଲୋକେ ଅଟନ୍ତି ଧନ୍ୟ,

    ପାପ ପାଇଁ ଯେଉଁ ଜନ କରଇ ଖେଦ କ୍ରନ୍ଦନ,

    ହୁଏ ତା ପାପ ମୋଚନ, ପାଏ ପୂର୍ଣ୍ଣ ଶାନ୍ତି ଦାନ । ୨ ।

    ଧନ୍ୟ ନମ୍ରଶୀଳ, ଯେ କରଇ ଈର୍ଷା କ୍ରୋଧ ଗର୍ବାଦି ଦୂର କ୍ଷିତି ତାର ଅଧିକାର,

    ଈଶ୍ୱର ହେବେ ତାହାର,

    କରିବେ ଅଭାବ ଦୂର, ହେବେ ତାର ସୁରକ୍ଷଣ । ୩ ।

    ଧନ୍ୟ ଧର୍ମ ପାଇଁ କ୍ଷୁଧିତ ତୃଷିତ ଯେଉଁ ଜନ ଅଟଇ,

    ହେବ ସଦା ପରିତୃପ୍ତ ହୋଇ ଅତି ହୃଷ୍ଟପୁଷ୍ଟ,

    ଅନନ୍ତ ଜୀବନ ଭକ୍ଷ୍ୟ ଜଳ ହୋଇବ ପ୍ରାପଣ । ୪ ।

    ଧନ୍ୟ ଦୟାଶୀଳ, ଯେ କରେ ଦରିଦ୍ର ଦୁଃଖୀର ଉପକାର,

    ଯାହାର ଅନ୍ତଃକରଣ ପ୍ରେମରେ ତରଳେ ପୁଣ,

    ପ୍ରଭୁଠାରୁ ସେ ପାଇବ ସଦା ଆଶୀର୍ବାଦ ଦାନ । ୫ ।

    କି ମିଷ୍ଟ ବଚନ, ନିର୍ମଳାନ୍ତଃକରଣ ଲୋକେ ସଦା ଧନ୍ୟ,

    ଅନ୍ତଃକରଣ ଯାହାର ଅଟେ ଶୁଚି ପରିଷ୍କାର,

    ହେବ ମହା ସୁଖ ପ୍ରାପ୍ତ କରି ଈଶ୍ୱର ଦର୍ଶନ । ୬ । 

     

    ଯେ ମିଳନକାରୀ ଧନ୍ୟ ସେ ପୁଣି, ଧନ୍ୟ ଜୀବନ ତାହାରି;

    ଦେଖ ତାହାର ସୌଭାଗ୍ୟ, ହେବ ପ୍ରାପ୍ତ ସ୍ୱର୍ଗରାଜ୍ୟ

    ହୋଇବ ବିଖ୍ୟାତ ସେ ସର୍ବ ଶକ୍ତିମାନ-ସନ୍ତାନ । ୭ ।

    ଧ ନ୍ୟ ଯୀଶୁ ଲାଗି ନିନ୍ଦିତ ତାଡ଼ିତ ଦୁଃଖିତ ଲଜ୍ଜାଭୋଗୀ,

    ସଦା ସେମାନଙ୍କ ଚିତ୍ତ ହେବ ଖ୍ରୀଷ୍ଟେ ଆନନ୍ଦିତ,

    ଗୌରବଜନକ ପୁରସ୍କାର ହୋଇବ ପ୍ରାପଣ । ୮ ।

    ସୂଚୀମାଳାକୁ ଫେରନ୍ତୁ

  • dhanya dhanya khristiano kede bhagyo bano hai

    ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ କେଡ଼େ ଭାଗ୍ୟବାନ ହେ । ଘୋଷା ।

    ନାହିଁ ସିନା ତାର ରାଜ୍ୟ ସିଂହାସନ ଜଗତର ସୁଖ୍ୟାତି ସମ୍ଭ୍ରମ ଧନ,

    ତଥାପି ତାହାକୁ ସରି ହୋଇବାକୁ ଅଟଇ କେଉଁ ରାଜନ ହେ      । ୧ । 

     

    ଅଛି ତାର ଯେଉଁ ଉତ୍ତମାଧିକାର ଜଗତ ଜାଣିବେ କାହୁଁ ମୂଲ୍ୟ ତାର,

    ତାଙ୍କ ଇଷ୍ଟ ସିନା ଅଷ୍ଟରତ୍ନ ସୁନା, ଏତ ମୂଲ୍ୟେ ଅତି ହୀନ ହେ । ୨ । 

     

    ଦେଖ ଜଗତର ରାଜାଗଣ ପ୍ରତି, ଅଭାବ ନ ଥାଇ କେହି କି ଅଛନ୍ତି ?

    ମାତ୍ର ଖ୍ରୀଷ୍ଟିୟାନ ନୁହଇ ତେସନ, ସର୍ବ ଅଟେ ତା ଅଧୀନ ହେ    । ୩ । 

     

    ଈଶ୍ୱର ତାହାର ପିତା ଓ ପାଳକ, ଖ୍ରୀଷ୍ଟ ଜ୍ୟେଷ୍ଠ ଭ୍ରାତା ଆଉ ତା ତାରକ,

    ସୁଖ ଶାନ୍ତିଦାତା ଅଟନ୍ତି ଧର୍ମତ୍ମା, ଆଉ ତାର କି ଭାବନା ହେ ? । 

     

    ଜଗତ ନୁହେଁ ତାର ନିତ୍ୟ ବସତି, ଅଟେ ସେ ଅମର ସ୍ୱର୍ଗପୁର ଯାତ୍ରୀ,

    ଆହା ! ତହିଁ ତାର ଯେ ସୁଖ ସମ୍ଭ୍ରମ ବୁଝିବେ କି ଜଗଜ୍ଜନ ହେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • aaha ki subho dino mono pherono boro mu heli prapono

    ଆହା କି ଶୁଭ ଦିନ ! ମନଫେରଣ ବର ମୁଁ ହେଲି ପ୍ରାପଣ । ଘୋଷା । 

     

    କି ଭାଗ୍ୟବାନ ମୁହିଁ ! ହେଲି ଈଶ୍ୱରଙ୍କ ସଙ୍ଗେ ମିଳିତ ଯାଇ;

    ଯୀଶୁରେ ହେଲି ସଂଯୁକ୍ତ ଦ୍ରାକ୍ଷାଲତା ଶାଖାମତ,

    ସ୍ୱର୍ଗ-କପୋତ ମନେ କଲେ ଅଧିଷ୍ଠାନ । ୧ । 

     

    କେଡ଼େ ମିଷ୍ଟସ୍ୱରରେ ଗାୟନ କରନ୍ତି ଦୂତେ ଅମରପୁରେ ! 

    କରି ମୋତେ ଦୃଷ୍ଟିପାତ ହୁଅନ୍ତି କି ଆନନ୍ଦିତ !

    ମର୍ତ୍ତ୍ୟପୁରେ ସାଧୁଗଣ କରନ୍ତି ଗାନ

    ମନୁଷ୍ୟଙ୍କ ଛାମୁରେ ଆଉ ଧର୍ମ ଦୂତଗଣଙ୍କ ସାକ୍ଷାତରେ

    କରିବି ମୁହିଁ ସ୍ୱୀକାର ନାମ ମୋ ପ୍ରିୟ ପ୍ରଭୁର,

    କ୍ରୁଶ ବହି ପଛେ ପଛେ ଯିବି ବହନ । ୩ ।

    ଆହେ ଆନନ୍ଦ ଦିନ, ହେ ଆନନ୍ଦଦାୟୀ ଯୀଶୁ ମୋର ରାଜନ,

    ଆଜିଠାରୁ ମୁଁ ତୁମ୍ଭର ତୁମ୍ଭେ ହିଁ ସର୍ବ ମୋହର,

    ତୁମ୍ଭ ବିନା ନିଷ୍ଫଳ ସର୍ବ ଧନ ମାନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • kimpaa nimagna hebi mu bipodore

    କିପାଁ ନିମଗ୍ନ ହେବି ମୁଁ ବିପଦରେ ?

    କେଡ଼େ ଶାନ୍ତି ମିଳଇ ଧର୍ମ ପଥରେ । ଘୋଷା । 

     

    ଈଶ୍ୱର ଅଟନ୍ତି ମୋର ଦୃଢ଼ ଆଶ୍ରୟ,

    ଦୂର ହୋଇବ ମୋହର ସକଳ ଭୟ; କିପାଁ ଅଭାବ ଆର ?

    ସେ ପାଳକ ମୋହର, ସ୍ଥିର ଜଳ ନିକଟେ   ଚରାଇବେ ସେ ମୋତେ,

    ତାଙ୍କ ବାଡ଼ି ପାଞ୍ଚଣ   କରିବ ଶାନ୍ତି ଦାନ,

    ସଦା ହୋଇବେ ମୋର ସଙ୍ଗରେ । ୧ । 

     

    ଯୀଶୁ ମୋହର ତାରକ, ଭୋଗୀ ମୋ ପାପ 

    ମୋ ବଦଳେ ଭୋଗିଛନ୍ତି ବ୍ୟାବସ୍ଥା ଶାପ;

    ନିଜ ଜୀବନ ଦେଲେ  ରୁଧିର ସେ ଢାଳିଲେ,

    ପୁଣି ମୋହର ଲଜ୍ଜା  ଅପମାନ ଭୋଗିଲେ,

    ଏହି ମିଷ୍ଟ ବଚନ ମନେ କରନ୍ତେ ଧ୍ୟାନ କେଡ଼େ ଶାନ୍ତି ଜନ୍ମଇ ମନରେ । ୨ ।

    ଯେଉଁ ସମୟେ ପରୀକ୍ଷା କରେ ବେଷ୍ଟନ,

    ଅବା ଶୋକ ଭୟେ ମନ ହୁଏ ଆଚ୍ଛନ୍ନ,

    ସେ କାଳେ ବିଶ୍ୱାସରେ କାଲ୍‌ବରୀ ପର୍ବତରେ,

    ଦେଖିବି ମୁଁ ଯୀଶୁଙ୍କ ଯାତନା ଲଜ୍ଜା ଶୋକ,

    ପାଇବି ମହାଶାନ୍ତି, ଘୁଞ୍ôଚବ ଭୟ ଭ୍ରାନ୍ତି, ସ୍ଥିରେ ଚାଲିବି ଯୀଶୁ ପଛରେ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • mono aatma jishunku debi tanku sebibi

    ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବିବି;

    ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । ଘୋଷା ।

    ଯୀଶୁ ମୋର ସୃଷ୍ଟିକର୍ତ୍ତା, ମୋ ଆତ୍ମାର ସେ ବେବର୍ତ୍ତା;

    ତାଙ୍କ ହସ୍ତେ ସବୁ ଭାର ଦେଇ ଶାନ୍ତି ଭୋଗିବି । ୧ ।

    ଯୀଶୁ ମୋ ଜୀବନାକର, ସତ୍ୟ ଜ୍ୟୋତିଃ ସେ ମୋହର;

    ଜୀବନ ଜ୍ୟୋତିଃ ଶକ୍ତିରେ ନିତ୍ୟଜୀବୀ ହୋଇବି । ୨ ।

    ଯୀଶୁ ମୋତେ ପ୍ରେମ କଲେ, ମୋ ପାଇଁ ସେ ପ୍ରାଣ ଦେଲେ;

    ତାଙ୍କୁ ପ୍ରେମ ମୁଁ ନ କଲେ ଆତ୍ମଘାତୀ ହୋଇବି । ୩ ।

    ଯୀଶୁ କେଡ଼େ ମନୋହର,          ସର୍ବାଙ୍ଗରେ ସେ ସୁନ୍ଦର;

    ହୃଦ-ମନ୍ଦିରେ ବସାଇ ତାଙ୍କୁ ପୂଜା କରିବି । ୪ ।

    ଯୀଶୁ ଜିତେନ୍ଦ୍ରିୟ ବର, ପାପହର୍ତ୍ତା ଧର୍ମବୀର;

    ମୃତ୍ୟୁଞ୍ଜୟ ନରେଶ୍ୱର, ମୁଁ କି ବର୍ଣ୍ଣି ପାରିବି । ୫ ।

  • ki sukhodaayoko potho koroyee ki aanondito

    କି ସୁଖଦାୟକ ପଥ, କରଇ କି ଆନନ୍ଦିତ,

    ଅଟଇ କି ଶାନ୍ତିଯୁକ୍ତ ତାହାର ସକଳ ପଥ । ଘୋଷା ।

    ଧ ର୍ମ ପଥେ ଆଶୀର୍ବାଦ ଜନ୍ମାଏ କେଡ଼େ ଆହ୍ଲାଦ,

    ଘୁଞ୍ଚାଏ ସର୍ବ ପ୍ରମାଦ କରଇ କି ହୃଷ୍ଟ ଚିତ୍ତ । ୧ । 

     

    ରକ୍ଷା କରେ ପରୀକ୍ଷାରୁ, ଉଦ୍ଧାରଇ ବିପଦରୁ,

    ଫେରାଏ ପାପ ମନ୍ଦରୁ, ଦାନ କରେ ଶାନ୍ତି ଚତ୍ତ । ୨ । 

     

    ôଲେ ଘୋର ବନ୍ଧନରେ ଅଥବା ସିଂହ ଗହ୍ୱରେ,

    କି ଅବା ମରଣକାଳେ ପୂର୍ଣ୍ଣ କରେ ମନୋରଥ । ୩ ।

    ଇହ ପର ଦୁଇ ଲୋକ ପ୍ରତି ସେ ଫଳଦାୟକ,

    ଜନ୍ମାଏ କି ମହାସୁଖ ହୋଇଣ ପ୍ରତିଜ୍ଞାଯୁକ୍ତ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • jishunka kara mukuto bhushana

    ଯୀଶୁଙ୍କ କର ମୁକୁଟ ଭୂଷଣ । ଘୋଷା ।

    ଜୟ ହେଉ ତାଙ୍କ ନାମର ବଳ,

    ଭୂମିଷ୍ଠ ହେଉନ୍ତୁ ଦୂତ ସକଳ,

    ରାଜମୁକୁଟ କରି ଆନୟନ

    କର ତାହାଙ୍କୁ ମୁକୁଟ ଭୂଷଣ । ୧ ।

    ଧ ର୍ମ ଲାଗି ହତ ଯେତେକ ଭକ୍ତ,

    ବେଦି ତଳୁଁ ଡାକେ ଯାହାଙ୍କ ରକ୍ତ,

    ଯିଶିର ଗଣ୍ଡି ଶାଖା ଯା’ଙ୍କ ନାମ କର ତାହାଙ୍କୁ ମୁକୁଟ ଭୂଷଣ । ୨ ।

     

     ହେ ଇସ୍ରାୟେଲ ମନୋନୀତ ବଂଶ,

    ଯେ ଅବଶିଷ୍ଟ ଦୁର୍ବଳ କ୍ଷୁଦ୍ରାଂଶ,

    କୃପାରେ ଯେ କରନ୍ତି ତୁମ୍ଭ ତ୍ରାଣ,

    କର ତାହାଙ୍କୁ ମୁକୁଟ ଭୂଷଣ । ୩ ।

    ଆବର ଆହେ ସର୍ବ ପାପୀଗଣ,

    ଯାଙ୍କ ପ୍ରେମ ନୁହଇ ବିସ୍ମରଣ,

    ତାଙ୍କ ପାଦେ ଥୋଇ ସର୍ବ ସମ୍ଭ୍ରମ

    କର ତାହାଙ୍କୁ ମୁକୁଟ ଭୂଷଣ । ୪ । 

     

    ହେ ପୃଥ୍ୱୀସ୍ଥ ସକଳ ଭାଷା ଜାତି,

    ଗାଅ ତାଙ୍କ ଜୟ ପ୍ରଶଂସା ସ୍ତୁତି,

    ରାଜ୍ୟ ଗୌରବ କରିଣ ଅର୍ପଣ

    କର ତାହାଙ୍କୁ ମୁକୁଟ ଭୂଷଣ । ୫ ।

    ଆହା ! ସେ ପବିତ୍ର ଜନତା ତୁଲେ

    ଆମ୍ଭେମାନେ ପଡ଼ି ସେ ପାଦ ତଳେ ଅନନ୍ତ ଗୀତ ଗାୟନ କରିଣ

    କରୁଁ ତାହାଙ୍କୁ ମୁକୁଟ ଭୂଷଣ । ୬ ।

    ସୂଚୀମାଳାକୁ ଫେରନ୍ତୁ\