Tag: Odia Christian Song Lyrics

  • aaha ki aanondo susomaachaaro mortyo pure helaa aaji prochaaro ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର

    ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର !

    ପ୍ରତିଜ୍ଞାନୁସାରେ ହୋଇଅଛି ଜନ୍ମ ପ୍ରତିଜ୍ଞାତ ତ୍ରାଣକର୍ତ୍ତାର । ଘୋଷା ।

    ଦାଉଦ ରାଜାର ନଗର ନିକଟ ଥିଲା କେତେକ ମେଣ୍ଢାଗୋଠ

    ରଖୁଆଳଗଣ ପାଳି ପାଳି କରି ରାତ୍ରେ ଜଗିଥିଲେ ସ୍ୱପଲ । ୧ । 

    ଈଶ୍ୱରଙ୍କ ଦୂତ ହେଲେ ଉପସ୍ଥିତ ସେମାନଙ୍କର ସନ୍ନିକଟ,

    ଦେଖି ଐଶ୍ୱରିକ ତେଜ ଚତୁର୍ଦ୍ଦିଗେ ଭୟ କଲେ ଅତି ମନର । ୨ । 

    କହଇ ସେ ଦୂତ ନ ହୁଅ ଭୟାର୍ତ୍ତ, ଆନନ୍ଦ କର ହେ ଅତ୍ୟନ୍ତ,

    ଦେଖ ସ୍ୱର୍ଗପରୁଁ ଆମ୍ଭେ ଆଣିଅଛୁଁ ଆନନ୍ଦଦାୟକ ଖବର !! । ୩ । 

    ଯେହେତୁ ଆଜି ଦାଉଦ ନଗରରେ ତୁମ୍ଭମାନଙ୍କର କାରଣ

    କର ହେ ଦର୍ଶନ ହୋଇଅଛି ଜନ୍ମ ତ୍ରାଣକର୍ତ୍ତା ଖ୍ରୀଷ୍ଟ ପ୍ରଭୁର । ୪ ।

     ସେହି ବାଳକକୁ ବସ୍ତ୍ରରେ ଜଡ଼ିତ ହେବାର କରିବ ଦର୍ଶନ,

    ଗୁହାଳ କୁଣ୍ଡରେ ଶୋଇଛନ୍ତି ଶିଶୁ, ଏହି ଚିହ୍ନ ହେବ ଅଟଳ । ୫ । 

    ସେକ୍ଷଣି ଦୂତ ସଙ୍ଗେ ସ୍ୱର୍ଗ ବାହିନୀ ଆସି ହୋଇଲେ ଉପସ୍ଥିତ,

    ପିତା ଈଶ୍ୱରଙ୍କ ଧନ୍ୟବାଦ କରି କହିଲେ ବାକ୍ୟ ମନୋହର । ୬ । 

    ସର୍ବ-ଉପରିସ୍ଥ ଈଶ୍ୱରଙ୍କ ପ୍ରତି ହେଉ ହେ ମହିମା ଗୌରବ,

    ପୃଥିବୀରେ ଶାନ୍ତି, ମନୁଷ୍ୟମାନଙ୍କଠାରେ ଶୀଘ୍ର ହେଉ ମଙ୍ଗଳ । ୭ ।

    ସୂଚୀମାଳାକୁ ଫେରନ୍ତୁ

  • uttho huo deeptimaano ondho kaaro baasi gono

    ଉଠ, ହୁଅ ଦୀପ୍ତିମାନ ଅନ୍ଧକାର ବାସୀଗଣ,

    ହେ ମୃତ୍ୟୁଚ୍ଛାୟା ନିବାସୀ, କର ଦୀପ୍ତିରେ ଗମନ । ଘୋଷା ।

    ହୁଅଇ ଉଜ୍ଜ୍ୱଳ ଅତି, ଉଦେ ହେଲେ ମହାଜ୍ୟୋତିଃ,

    ବେଥଲିହିମ ନଗରେ ଖ୍ରୀଷ୍ଟ-ସୂର୍ଯ୍ୟ ପ୍ରକାଶନ । ୧ ।

    ସେ ତପନୋଦୟ ପୂର୍ବେ ଦୀପ୍ତିହୀନ ଥିଲେ ସର୍ବେ

    ଏବେ ସର୍ବ ଦେଶେ ତ୍ରାଣ-ଦିନ ମଧ୍ୟାହ୍ନ ସମାନ । ୨ ।

    ଧର୍ମ-ଭାନୁ ଅଗ୍ରଗାମୀ ପ୍ରଭାତ ତାରା ପ୍ରକାଶ,

    ପୂର୍ବ ଦେଶେ ଜ୍ଞାନୀଗଣ ତାରା ଦେଖି ହୃଷ୍ଟମନ

    ଆସି ଯିହୁଦା ଦେଶେଣ କଲେ ଖ୍ରୀଷ୍ଟ ଅନ୍ୱେଷଣ,

    ପଚାରିଲେ, କେଉଁଠାରେ ପାଇବା ତାଙ୍କ ଦର୍ଶନ । ୪ ।

    ପ୍ରଭୁ ନିଜ ଅଧିକାରେ ଅଇଲେ ନମ୍ର ଭାବରେ,

    ତୁଚ୍ଛ କରି ପ୍ରଜାଗଣ  କଲେ ଅନ୍ଧାର ଗ୍ରହଣ । ୫ ।

    ନ କର ତାହାଙ୍କୁ ତୁଚ୍ଛ ତାଙ୍କ ବିନା ସର୍ବ ମିଛ,

    ଆସ ତାହାଙ୍କ ଦୀପ୍ତିରେ          କରିବା ହୃଷ୍ଟେ ଗମନ । ୬ ।

    ଆସି ତାହାଙ୍କ ନିକଟ କର ସର୍ବେ ଦଣ୍ଡବତ,

    ତାଙ୍କ ମସ୍ତକେ ମୁକୁଟ ଦିଅ ରାଜା ପ୍ରଜାଗଣ । ୭ ।

    ପଣ୍ଡିତଗଣ ଯେସନ  ଦେଲେ ବହୁମୂଲ୍ୟ ଧନ,

    ତେହ୍ନେ ଆହେ ନରଗଣ         ସମର୍ପି ତାହାଙ୍କୁ ମନ । ୮ ।

    ସୂଚୀମାଳାକୁ ଫେରନ୍ତୁ

  • gaao gaao he aanonde jaya gito

    ଗାଅ ଗାଅ ହେ ଆନନ୍ଦେ ଜୟଗୀତ

    ତ୍ରାତା ହୋଇଲେ ବେଥଲିହିମେ ଜାତ । ଘୋଷା ।

    ଯାହାଙ୍କ ବିଷୟେ ଶାସ୍ତ୍ରେ ଥିଲା ଲିଖିତ,

    ସୃଷ୍ଟି କାଳାବଧି ଯେ ଥିଲେ ପ୍ରତିଜ୍ଞାତ,

    ଆସିଛନ୍ତି ସେହି ସୁସମାଚାର ନେଇ,

    ପାପୀଙ୍କି ଈଶ୍ୱରଙ୍କ ସଙ୍ଗେ ଦେବେ ମିଳାଇ,

    ଶୟତାନର ବଳ ଗର୍ବ କରିବେ ଖର୍ବ,

    ଦୂର କରିବେ ପାପ ଉତ୍ପାତ । ୧ ।

    କି ଆନନ୍ଦ ସୁସମ୍ବାଦ ଅଟଇ ଏହି !

    ତ୍ରାଣକର୍ତ୍ତା ଆସିଛନ୍ତି ସ୍ୱର୍ଗୁ ଁ ଓହ୍ଲାଇ,

    ମୃତ୍ୟୁଚ୍ଛାୟା ସ୍ଥଳୀରେ ଅଟନ୍ତି ଯେତେ ନରେ,

    ଅବା ଯେତେକ ବସି- ଛନ୍ତି ଘୋର ଅନ୍ଧାରେ,

    ତାଙ୍କଠାରେ ଆଲୁଅ ହୋଇଅଛି ଉଦୟ;

    ଆସିଅଛନ୍ତି ମୁକ୍ତି ସହିତ । ୨ । 

     

    ଦେଖ, ଜନ୍ମିଅଛନ୍ତି ତ୍ରାଣକର୍ତ୍ତା ଖ୍ରୀଷ୍ଟ,

    ଶ୍ରାନ୍ତ ଭାରଗ୍ରସ୍ତ ହୁଅ ଅତ୍ୟନ୍ତ ହୃଷ୍ଟ,

    ହେଉ ଜୟ ସ୍ୱର୍ଗରେ  ଦୂତଗଣ ମଧ୍ୟରେ,

    ହେଉ ଶାନ୍ତି କ୍ଷିତିରେ    ମଙ୍ଗଳ ନରଠାରେ,

    ଏ ସମାଚାର ଶୁଣି    କର ହେ ଜୟଧ୍ୱନି;

    ପାପ ତାପ ହେବ ପରାଜିତ । ୩ ।

    Click the link below to listen full song and know the tune

  • aaso he bhaayee kori su-gaano

    ( ସ୍ୱର : ଆଃ କି ଆନନ୍ଦ ସୁସମାଚାର )

    ଆସ ଭାଇ ହେ କରି ସୁଗାନ ମହା ପ୍ରଭୁଙ୍କ ଦୟା କୀର୍ତ୍ତନ । ଘୋଷା ।

    ଆମ୍ଭମାନଙ୍କ କ୍ଷେତ୍ରେ ଦୃଷ୍ଟି କର, ଶସ୍ୟ ସବୁ ପାଚିଅଛି ସୁନ୍ଦର;

    କଲେ ଦୟାବାନ ଆଶୀର୍ବାଦ ଦାନ, କ୍ଷେତ୍ର ଶସ୍ୟରେ ସୁପୂର୍ଣ୍ଣ । ୧ ।

    କୃଷକ ଲୋକେ କରି ବହୁଶ୍ରମ କେତେ ଭୋଗିଲେ ଅଙ୍ଗେ ଗ୍ରୀଷ୍ମ ଘର୍ମ

    କରି ଉତ୍ପାଟନ ବନ୍ୟ ତୃଣମାନ ସୁବୀଜ କଲେ ବପନ । ୨ ।

    ତଥାପି କୃଷକ ନିଜ ଶ୍ରମରେ ଶସ୍ୟ ନ କାଟେ କୌଣସି କାଳରେ,

    ପିତା ଭଗବାନ କଲେ ବୃଷ୍ଟିଦାନ, ଉଦୟ କଲେ ତପନ । ୩ । 

     

    ତେଣୁ କରି ଦେଖ ଏହି ମେଦିନୀ ହୁଅଇ ଅତ୍ୟନ୍ତ ଶସ୍ୟଶାଳିନୀ;

    ଝଡ଼ ବତାସରେ ଶିଳା ବର୍ଷଣରେ ନୋହିଲା ଶସ୍ୟ ନାଶନ । ୪ ।

    ଏଣୁ କରି ଆହେ ଭାଇ ସକଳେ, କର ସ୍ତବ ଶସ୍ୟ କାଟିବାବେଳେ;

    ମିଳଇ ପ୍ରମାଣ, କର ସ୍ତବ ଗାନ, ପ୍ରଭୁ କେଡ଼େ ଦୟାବାନ !  । ୫ । 

     

    ତ୍ରାଣକର୍ତ୍ତା ବୋଲନ୍ତି, ଆହେ ଭାଇ, କାଟିବା ଦିନ ଜଗତ ଶେଷଇ;

    ସେ ଦିନ ଯେସନ ଗହମ ପ୍ରମାଣ ସ୍ୱର୍ଗେ ହେବା ସଞ୍ଚୟନ । ୬ । 

     

    ହେ ପ୍ରଭୁ, କରି ଏହି ନିବେଦନ, ସ୍ୱର୍ଗ-ଧନ କରାଅ ସୁଯତନ,

    ଖ୍ରୀଷ୍ଟ ଆସି ମୋତେ କାଟିଣ ଯେମନ୍ତେ ଦେବେ ଅନନ୍ତ ଜୀବନ । ୭ ।

    ସୂଚୀମାଳାକୁ ଫେରନ୍ତୁ

  • probhu mondire muhin probeshile

    ପ୍ରଭୁ ମନ୍ଦିରେ ମୁହିଁ ପ୍ରବେଶିଲେ ବହୁବିଧ ଲାଭ ମିଳଇ । ଘୋଷା । 

     

    ବିବିଧ ଦୁଃଖ ମୋ ପଛେ ଥାଏ ଗୋଡ଼ାଇ,

    ପ୍ରଭୁ ଶ୍ରୀମୁଖ ଦର୍ଶନେ ଯାଏ ପଳାଇ । ୧ ।

    ପ୍ରଭୁଙ୍କ ଶାସ୍ତ୍ରରୁ ସୁପଦେଶ ଶୁଣଇ,

    ସ୍ୱର୍ଗପଥ ପାଇ ସୁଖେ କାଳ କାଟଇ । ୨ ।

    ପ୍ରଭୁଙ୍କ ପ୍ରାର୍ଥନା ଗୃହ ବିଖ୍ୟାତ ଏହି,

    ପ୍ରାର୍ଥନାରୁ କେଡ଼େ ସୁଖ ଶାନ୍ତି ଜନ୍ମଇ । ୩ । 

     

    ଧ ୍ୟାନାଳୟ ଅଟେ ଏହି ମୋହରି ପାଇଁ,

    ପ୍ରଭୁଙ୍କୁ ଧ୍ୟାଇଲେ ସୁଖ ଶାନ୍ତି ଆସଇ । ୪ ।

    ଗାୟନର ଗୃହ ଏ ମୋ ପ୍ରବାସ ପାଇଁ,

    ତହିଁରୁ ସୁଖ ଆହ୍ଲାଦ ମନେ ଜନ୍ମଇ । ୫ ।

    ଏଣୁ ପ୍ରଭୁ ମନ୍ଦିରକୁ ସୁଶ୍ରଦ୍ଧା ବହି,

    ଆସ ସର୍ବେ ଆସ ଅତି ହରଷ ହୋଇ । ୬ ।

     

     ରିକ୍ତ ହସ୍ତେ ନ ଫେରିବ ଗୃହକୁ କେହି,

    ପୂର୍ଣ୍ଣ ହସ୍ତେ ଯିବ ପ୍ରଭୁ କରୁଣା ପାଇ । ୭ ।

     ଆହେ ପ୍ରଭୁ ଯୀଶୁ ତବ ମନ୍ଦିର ପାଇଁ ସତତ ଉଦ୍‌ଯୋଗୀ ଚିତ୍ତ ଦିଅ ବଢ଼ାଇ । ୮ ।

    ସୂଚୀମାଳାକୁ ଫେରନ୍ତୁ

  • jaagorono jaago jaali jaago jaati jubaa baali

    ଜାଗରଣ ଜାଗ ଜାଳି ଜାଗ ଜାତି ଯୁବା ବାଳୀ,

    ଯୀଶୁ ନାମେ ଆଜି ବୋଲ ଜୟ,

    ଅଳସ ବିଳାସ ଛାଡ଼ି  କରମ କଠାଉ ମାଡ଼ି

    ଧରମ ପଥରେ ଚଳି ଗାଅ ଜୟ । ଘୋଷା । 

     

    ଦେଶର ଦଶର ଦୁଃଖେ ଝରୁ ଲୋତକ,

    ମଡ଼ା ଲାଗି ଛିଡ଼ା ହୁଅ କରରେ ଶୋକ,

    ମରଣ ମାଙ୍ଗଳିକ ତିଆଗ ତଟେ

    ମାଗିଣ ବୋଲ ତୁମେ ଜୟ । ୧ । 

     

    ଜଳିତର ଲାଗି ତୁମେ ହୁଅ ଦଳିତ,

    ମଣିଷ ସେବାରେ ହେଉ ଚମ ପଳିତ,

    ସଭିଏଁ ମିଶି ସାଦରେ ସୋଦର-ଭାଷେ ଗାଅ ହେ ଯୀଶୁ ନାମ ଜୟ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • aahe sundoro aaso aaji tume bhasho tumo baani ey milone

    ଆହେ ସୁନ୍ଦର ଆସ ଆଜି ତୁମେ, ଭାଷ ତୁମ ବାଣୀ ଏ ମିଳନରେ,

    ତ୍ୟାଗର ସରସ ପରଶ ଦିଅହେ, ଉଦ୍ଦୀପନା ଆସୁ ଅନନ୍ତରେ    । ଘୋଷା । 

     

    ଜାଗରେ ଉତ୍କଳ ସନ୍ତାନ ଆଜି କହୁଛ ଗୋପନ ମନ୍ତ୍ରରେ,

    ମୋହରି ଉଦାର ବାଣୀର ପ୍ରଚାର-କରମେ ନିୟତେ ଲାଗରେ           । ୧ । 

     

    ମୋହରି ଶରଣ ବରଣ କର, କ୍ରୁଶର ପତାକା ଧରରେ,

    ତ୍ୟାଗର ସରସ ସାଜରେ ସାଜିଲେ ସୁଖର ସନ୍ଧାନ ମିଳେରେ        । ୨ ।

     

     ହିଂସାର କୃପାଣ ଫିଙ୍ଗରେ ଦୂରେ, ପ୍ରେମର ଭୂଷଣେ ସାଜରେ,

    ତେବେ ଯେ ମୋହରି ପ୍ରେମର ମନ୍ତର ବ୍ୟାପିବ ସିନା ଏ ଧରାରେ । ୩ ।

     

     କ୍ଷମାର ମନ୍ତ୍ରରେ ହୁଅ ହେ ପୂତ, ଶାନ୍ତିର ପତାକା ଧରରେ,

    ତେବେ ତ ମୋହରି ସନ୍ତାନସନ୍ତତି ଜାଣିବେ ଜଗତ ଜନରେ  । 

     

    ଜାଗରେ ମୋହର ଉତ୍କଳ ସନ୍ତାନ, ମୋ ପ୍ରେମ ମନ୍ତ୍ରରେ ଜାଗରେ,

    ମୁଁ ଅଛି ସାଥିରେ ନିୟତ ତୁମର, ମୋ ରାଜ୍ୟ ବିସ୍ତାରେ ଲାଗରେ          । ୫

    ସୂଚୀମାଳାକୁ ଫେରନ୍ତୁ

  • khristiyano sobhaa dekhi hue hrusto mono

    ଖ୍ରୀଷ୍ଟିୟାନ ସଭା ଦେଖି ହୃଷ୍ଟ ହୁଏ ମନ, ହୃଷ୍ଟ ହୁଏ ମନ,

    ଏକକୁ ଆରେକ ଭାଇ ଭାଇ ସମ୍ବୋଧନ । ଘୋଷା । 

     

    ମିଶନେରୀଗଣ ଆସି ସୁସମାଚାର ପ୍ରକାଶି,

    ତାଙ୍କ ଶ୍ରମଫଳ ପ୍ରଭୁ କରାନ୍ତି ଦର୍ଶନ । ୧ ।

    ଖ୍ରୀଷ୍ଟାଶ୍ରିତ ସଭା ଦେଖି          ମନ ହୁଏ ଅତି ସୁଖୀ,

    ଏଣୁ ପିତା ପ୍ରଭୁଙ୍କର କର ହେ ଭଜନ । ୨ ।

    ନାନା ଜାତି ନାନା ଭାଷୀ         ମିଳନ୍ତି ଏକତ୍ର ଆସି,

    ଏକାବେଳେ ପାସୋରନ୍ତି         ଜାତିର ବନ୍ଧନ । ୩ ।

    ଶୟତାନର ବନ୍ଧନ    କଲେ ପ୍ରଭୁ ବିମୋଚନ,

    ତାଙ୍କ ସ୍ତୁତି କର ମନ ଯାବତ ଜୀବନ । ୪ ।

    ଯେହ୍ନେ ମେଳ ପୃଥିବୀରେ       ତେହ୍ନେ ହେଉ ସ୍ୱର୍ଗପୁରେ,

    ନ ହଜୁ ଗୋଟିଏ ପ୍ରାଣ           ମାଗି ଏ କଲ୍ୟାଣ । ୫ ।

    ପ୍ରଭୁ ଯୀଶୁ ଖ୍ରୀଷ୍ଟାଶ୍ରିତ            ସର୍ବେ ହୁଅ ଆନନ୍ଦିତ,

    ଓଡ଼ିଶା ଦେଶେ ଉଦିତ            ଧର୍ମର ତପନ । ୬ ।

    ପୃଥିବୀରେ ଆଦ୍ୟ ପ୍ରାନ୍ତ          ସର୍ବେ ହୋନ୍ତୁ ଖ୍ରୀଷ୍ଟ ଭକ୍ତ,

    ଥରହରେ ଶୟତାନ  କରୁ ପଳାୟନ । ୭ ।

    ସୂଚୀମାଳାକୁ ଫେରନ୍ତୁ

  • dekho kemonto jibito ki bohumulya pothoro

    ( ସ୍ୱର : କର ଆହେ ନରଗଣ )

    ଦେଖ କେମନ୍ତ ଜୀବିତ କି ବହୁମୂଲ୍ୟ ପଥର ! 

    ସୁପରୀକ୍ଷିତ କୋଣସ୍ଥ ଅତି ଦୃଢ଼ ମନୋହର । ଘୋଷା ।

    ଗାନ୍ଥକଗଣ ସମସ୍ତ   କଲେ ତାଙ୍କୁ ତୁଚ୍ଛୀକୃତ,

    ଈଶ୍ୱର ଗୁନ୍ଥିଲେ ନିଜ ମଣ୍ଡଳୀ ତହିଁ ଉପର । ୧ ।

    ଫାରୁଶୀ ଓ ଅଧ୍ୟାପକ ଆଉ ପ୍ରଧାନ ଯାଜକ,

    କଲେ ତାଙ୍କୁ ହେୟଜ୍ଞାନ କରି ନିନ୍ଦା ଅନାଦର । ୨ । 

     

    ତଥାପି ଏହି ପଥର ହୋଇବାରୁ ବହୁମୂଲ୍ୟ,

    ଦେଖ ହୋଇଅଛି ଏବେ କୋଣ ପ୍ରଧାନ ପଥର । ୩ । 

     

    ଆହେ ପ୍ରଭୁ, ତବ କାର୍ଯ୍ୟ ଅଟେ କେମନ୍ତ ଆଶ୍ଚର୍ଯ୍ୟ !

    ଅଟେ ଅତି ଚମତ୍କାର ଆମ୍ଭମାନଙ୍କ ଦୃଷ୍ଟିର । ୪ । 

     

    ଏ ଦିନ ଗୌରବଯୁକ୍ତ, ଈଶ୍ୱରଙ୍କ ନିରୂପିତ;

    ଆହେ ଖ୍ରୀଷ୍ଟାଶ୍ରିତଗଣ, ସକଳ ଉଲ୍ଲାସ କର । ୫ । 

     

    ତ୍ରାଣକର୍ତ୍ତାଙ୍କର ଦିନ ପରାଜିତ ବନ୍ଦିଗଣ,

    ଯୀଶୁ ଅନନ୍ତ ରାଜନ, ତାଙ୍କୁ ନିତ୍ୟ ସେବା କର । ୬ ।

    ସୂଚୀମାଳାକୁ ଫେରନ୍ତୁ

  • aaha ki subho probhaato aaha ki mongolo praato

    ଆଃ କି ଶୁଭ ପ୍ରଭାତ ! ଆଃ କି ମଙ୍ଗଳ ପ୍ରାତଃ !

    କେଡ଼େ ଉଲ୍ଲସିତ ହେଲି କରି ମୁଁ ନେତ୍ରପାତ ! । ଘୋଷା । 

     

    ଯେଉଁ ଦିନ ତ୍ରାତା ଖ୍ରୀଷ୍ଟ ହୋଇ ଗୌରବାନ୍ୱିତ

    ସମାଧିକୁ କରି ଜୟ ହୋଇଥିଲେ ଉତ୍ଥିତ । ୧ ।

     

    ପାପାତ୍ମା ଅପଲ୍ୟନ ମହିପତି ଯେଉଁଦିନ 

    ହୋଇ ସମ୍ପୂର୍ଣ୍ଣ ଲଜ୍ଜିତ ହୋଇଲା ପରାଜିତ । ୨ । 

     

    ଭାଙ୍ଗିଲେ ମୃତ୍ୟୁ-ନାହୁଡ଼ ପାପ ନରକ ବଳ,

    ଶତ୍ରୁଙ୍କୁ କରି ପରାସ୍ତ ହେଲେ ନିତ୍ୟ ଜୀବିତ । ୩ ।

    ଆଜି ଦିନ ନିରୂପିତ ମୋ ବିଶ୍ରାମ ନିମିତ୍ତ,

    ବିଶ୍ୱାସେ ଅକଥନୀୟ ଆନନ୍ଦେ ଆନନ୍ଦିତ । ୪ ।

    ଆହା, କି ଶୁଭ ଦିବସ ! କି ମଙ୍ଗଳ ପ୍ରତ୍ୟୁଷ !

    ହେବି ମୁହିଁ ଆହ୍ଲାଦିତ ଗାଇ ପ୍ରଶଂସା ଗୀତ । ୫ ।

     

    ଆରେ ଅନିତ୍ୟ ସଂସାର, ଯାଅ ତୁ ଆଜି ଦୂର,

    ହେଉ ଆଦ୍ୟ ଆକର୍ଷିତ ଖ୍ରୀଷ୍ଟ ପ୍ରେମେ ମୋ ଚିତ୍ତ । ୬ ।