Tag: Odia Christian Song Lyrics

  • ଅଟେ କି ବହୁମୂଲ୍ୟ ସାଧୁ ମରଣ ate ki bahumulya saadhu marana

    ଅଟେ କି ବହୁମୂଲ୍ୟ ସାଧୁ ମରଣ !
    ଈଶ୍ୱରଙ୍କ ଦୃଷ୍ଟିରେ ଅତି ମନୋରମ । ଘୋଷା ।

    ପ୍ରଭୁରେ ଥାଇ ଯାହାର ଘଟଇ ହେ ମରଣ,
    ଧନ୍ୟ ସେ ଧାର୍ମିକ, ଧନ୍ୟ ତାର ଜୀବନ । ୧ ।

    ଈଶ୍ୱରଙ୍କ ଦୂତଗଣ ତାର ଆତ୍ମା ଘେନିଣ,
    ସ୍ୱର୍ଗେ ଅବ୍ରାହାମ କୋଳେ ଦିଅନ୍ତି ସ୍ଥାନ । ୨ ।

    ସବୁ ପରିଶ୍ରମରୁ ସେ ପାଏ ଶାନ୍ତି ବିଶ୍ରାମ,
    ତାର ସବୁ କର୍ମ ହୁଏ ପଶ୍ଚାଦଗମନ । ୩ ।

    ସମାଧିରେ କୁଶଳରେ ଦେହ କରେ ଶୟନ,
    ସ୍ୱର୍ଗପୁରେ ଭୋଗଇ ଅନନ୍ତ ଜୀବନ । ୪ ।

    ଶେଷ ଦିନେ ସମାଧିରୁ କରିଣ ସେ ଉତ୍ଥାନ,
    ହେବ ଅତି ତେଜସ୍କର ସୂର୍ଯ୍ୟ ସମାନ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • prabhu tobo su-sombado ko raao darshana hai

    ( ସ୍ୱର : ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ )

    ପ୍ରଭୁ ତବ ସୁସମ୍ବାଦ କରାଅ ଘୋଷଣ ହେ । ଘୋଷା ।

    ପଠାଅ ପ୍ରଭୁ ତାହା ସର୍ବ ଜଗତେ,

    ଚାରିଆଡ଼େ ବ୍ୟାପୁ ଦିବାକର ମତେ;

    ଖ୍ରୀଷ୍ଟ ନାମ ଘେନି କରୁ ଜୟଧ୍ୱନି, ପ୍ରେମେ କରୁ ନିମନ୍ତ୍ରଣ ହେ । ୨ ।

    ମୃତ୍ୟୁଚ୍ଛାୟା ସ୍ଥଳୀରେ ହେଉ ଦର୍ଶନ,

    ମୃତ ଅଚେତନ ପାଉନ୍ତୁ ଜୀବନ;

    ଘୋର ଅନ୍ଧକାରେ ପ୍ରକାଶୁ କିରଣ,

    ପାଉ ଦୀପ୍ତି ସର୍ବଜନ ହେ । ୨ । 

     

    ଶ୍ରାନ୍ତ ଭାରଗ୍ରସ୍ତ ନିକଟରେ ଯାଉ,

    ସର୍ବ ପାପ ବୋଝ ଓହ୍ଲାଇ ପକାଉ;

    ପରିଶ୍ରାନ୍ତ ପାଉନ୍ତୁ ଶାନ୍ତି ବିଶ୍ରାମ,

    ସର୍ବେ କରୁ ଆରାଧନା ହେ । ୩ ।

    ପାପୀ ବନ୍ଦୀଗଣ ନିକଟରେ ଯାଉ,

    ଖ୍ରୀଷ୍ଟ ନାମେ ମହାମୁକ୍ତି ସେ ଶୁଣାଉ;

    କାଟୁ ଶୟତାନ ଅଧର୍ମ ବନ୍ଧନ,

    ହେଉ ଉଚ୍ଚେ ଜୟଗାନ ହେ । ୪ ।

    ପ୍ରତିମା ପୂଜକ ନିକଟରେ ଯାଉ,

    ପ୍ରତିମାପୂଜାରୁ ତା ମନ ଫେରାଉ;

    ଯିହୂଦୀ କି ହିନ୍ଦୁ ମୁସଲମାନ ଆଦି ସର୍ବେ ପାଉ ତ୍ରାଣ ଜ୍ଞାନ ହେ । ୫ ।

  • kara prabhu taba prochaarita baakye kolyaano

    (ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ)

    କର ପ୍ରଭୁ ତବ ପ୍ରଚାରିତ ବାକ୍ୟେ କଲ୍ୟାଣ,

    ପ୍ରଚାରିତ ବାକ୍ୟ ହେଉ ସୁସଫଳ ବହନ । ଘୋଷା । 

     

    ତୁମ୍ଭର ଯେଉଁ ବାକ୍ୟ ଅଟେ ମର୍ମ୍ମ ଭେଦକ,

    ସର୍ବ ପାପୀ ମର୍ମ୍ମେ ଭେଦୁ ପାଇ ତବ କଲ୍ୟାଣ । ୧ । 

     

    ତୁମ୍ଭ ବାକ୍ୟ ପାଷାଣ ଭଗ୍ନ ହାତୁଡ଼ି ସମ,

    ପାଷାଣ ତୁଲ୍ୟ ପାପୀର ମନ ସେ କରୁ ଭଗ୍ନ । ୨ । 

     

    ତୁମ୍ଭର ଯେଉଁ ବାକ୍ୟ ମନ ପରିବର୍ତ୍ତକ

    ପାପୀମନ ଖ୍ରୀଷ୍ଟ ପ୍ରତି କରୁ ପରିବର୍ତ୍ତନ । ୩ । 

     

    ତୁମ୍ଭର ଯେଉଁ ବାକ୍ୟ ଅଟେ ହର୍ଷଜନକ,

    ପାପୀ ଅନ୍ତଃକରଣରେ କରୁ ଆନନ୍ଦ ଦାନ । ୪ । 

     

    ତୁମ୍ଭ ବାକ୍ୟ ଆହୁରି ଚକ୍ଷୁ ପ୍ରସନ୍ନକାରୀ,

    ପାପୀ ଚକ୍ଷୁ ତୁମ୍ଭ କ୍ରୁଶ ପ୍ରତି କରୁ ପ୍ରସନ୍ନ । ୫ । 

     

    ତୁମ୍ଭର ଯେଉଁ ବାକ୍ୟ ମଧୁର ସୁମିଷ୍ଟକ,

    ପାପୀ ବିଶ୍ୱାସେ ସର୍ବଦା କରୁ ଆନନ୍ଦେ ପାନ । ୬ । 

     

    ତୁମ୍ଭ ବାକ୍ୟ ଜୀବନ, ତୁମ୍ଭ ବାକ୍ୟରେ ତ୍ରାଣ,

    ପାପୀର ସର୍ବ ମଙ୍ଗଳ ତହିଁ ଅଟଇ ପୂର୍ଣ୍ଣ । ୭ ।

     

     ତୁମ୍ଭର ଦାସଗଣ ତୁମ୍ଭ ଆଜ୍ଞା ପାଳିଣ,

    ପ୍ରଚାର କରନ୍ତୁ ବାକ୍ୟ ନାନା ସ୍ଥାନେ ଯାଇଣ । ୮ । 

     

    କର ପ୍ରଭୁ କଲ୍ୟାଣ ତବ ଦାସଙ୍କ ଶ୍ରମ,

    ହେଉ ସୁସଫଳ ତୁମ୍ଭ ଦାସ ବୋଲେ ଆମେନ୍ । ୯ ।

    ସୂଚୀମାଳାକୁ ଫେରନ୍ତୁ

  • ki osimo ote prabhu, tobo poraakrama hai

    ( ସ୍ୱର : ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ )

    କି ଅସୀମ ଅଟେ ପ୍ରଭୁ ତବ ପରାକ୍ରମ ହେ ! । ଘୋଷା ।

    ନ ଥିଲା ଏହି ଜଗତ ଯେଉଁ କାଳେ ଆବର କିଛି ହିଁ ଦୃଶ୍ୟ ଯେ ନୋହିଲେ,

    ହେଉ ବୋଲି ସବୁ ବୋଲନ୍ତ ସେକାଳେ ହେଲେ ଆଜ୍ଞାମାତ୍ରେ ଜନ୍ମ ହେ । ୧ ।

    ପକାଇଲେ ଦୃଷ୍ଟି ତବ ସୃଷ୍ଟି ପ୍ରତି ଦିଶନ୍ତି ସକଳ ଆଶ୍ଚର୍ଯ୍ୟ କେମନ୍ତି ! 

    ବୋଲନ୍ତି ସୁସ୍ପଷ୍ଟ ସ୍ୱରରେ ସେ ଅତି,

    ତବ ଶକ୍ତି ବୋଧାଗମ୍ୟ ହେ । ୨ ।

    ଚନ୍ଦ୍ରମା ଆଦିତ୍ୟ ଗ୍ରହାଦି ନକ୍ଷତ୍ର,

    ତବ ନିରୂପଣ ମାନନ୍ତି ସମସ୍ତ,

    ଲଙ୍ଘିବାକୁ ତବ ବାକ୍ୟ ଯେ ଅନନ୍ତ ସର୍ବ ସୃଷ୍ଟି ହିଁ ଅକ୍ଷମ ହେ । ୩ । 

     

    ଦୃଶ୍ୟ କି ଅଦୃଶ୍ୟ ସବୁରି ଶାସନ-

    ଦଣ୍ଡକୁ କରିଛ ଶ୍ରୀକରେ ଧାରଣ,

    ଦୂତ ଶୟତାନ ଆଦମ ସନ୍ତାନ

    ତବ ଆଗେ ଧୂଳିସମ ହେ । ୪ । 

     

    ସର୍ବ ଶକ୍ତିମାନ ତ୍ରିପୁର ରାଜନ, ତବ ପରାକ୍ରମ ଅନନ୍ତ ଅସୀମ,

    ତ୍ରିଭୁବନେ ଯାହା ଅଟେ ଅନୁପମ ବର୍ଣ୍ଣିବି କି ମୁଁ ଅଧମ ହେ । ୫ ।

  • ki monohoro otte dekho mono moro

    ( ସ୍ୱର : ଦୁଃଖ କାଳରେ )

     କି ମନୋହର

    ଅଟେ ଦେଖ ମନ ମୋର ସେ ଅମରପୁର ! । ଘୋଷା ।

    ଅଛି ସେ ଯର୍ଦ୍ଦନ ସେ ପାରିରେ, ନୁହେଁ ଦୃଷ୍ଟ ଏ ଚର୍ମ ଚକ୍ଷୁରେ

    ମାଗି ଧର୍ମାତ୍ମାଙ୍କ କୃପା ବର

    ଚାହଁ ହେ ବିଶ୍ୱାସ-ଦୃଷ୍ଟି ମେଲାଇ ତୋହର । ୧ ।

    ଆହା ସେ କେଡ଼େ ଉତ୍ତମ ଦେଶ ! ବର୍ଣ୍ଣିପାରେ କି ଛାର ମନୁଷ୍ୟ !

    କାହିଁ ଜଗତେ ଉପମା ତାର ?

    କୋଟି ଏଦନ ତା ଆଗେ ଅସାରୁ ଅସାର । ୨ ।

    ସୁଖ ଆନନ୍ଦ ଶାନ୍ତିର ନଦୀ ବହୁଥାଏ ତହିଁ ନିରବଧି,

    କି ସୁନିର୍ମଳ ଅମୃତ ନୀର !

    ନାଶେ ନିଃଶେଷେ ସକଳ ତୃଷାଦି ସତ୍ୱର । ୩ ।

    ଅତି ସୁମିଷ୍ଟ ଅମୃତ ଫଳ ଫଳୁଥାଏ ତହିଁ ସଦାକାଳ,

    ବାରେ କଲେ ଆସ୍ୱାଦନ ତାର

    କ୍ଷୁଧା ନୁହଇ କୌଣସି କାଳେ ହିଁ ଆବର । ୪ ।

    ନାହିଁ ଶୋକ ଦୁଃଖ ମୃତ୍ୟୁ ତହିଁ,

    ସମ୍ପୂର୍ଣ୍ଣ ଆନନ୍ଦ ସ୍ଥାନ ସେହି; କୌଣସି ଅଞ୍ଚଳରେ ହିଁ ତାର

    କେବେ ନୁହେଁ ଶୁଣା ଶୋକ କ୍ରନ୍ଦନର ସ୍ୱର । ୫ ।

    ଧନ୍ୟ ଧନ୍ୟ ସେ ଅତୁଲ୍ୟ ଦେଶ,

    କେବେ ହେବ ତହିଁ ମୋ ନିବାସ ?

    କେବେ ହେବ ଏଡ଼େ ଭାଗ୍ୟ ମୋର ?

    ତହିଁ ଦେଖିବି ମୁଁ ଶ୍ରୀମୁଖ ମୋ ପ୍ରଭୁଙ୍କର । ୬ ।

    ସୂଚୀମାଳାକୁ ଫେରନ୍ତୁ

  • kede monoromo se swara bhubana

    କେଡ଼େ ମନୋରମ ସେ ସ୍ୱର୍ଗଭୁବନ !

    ନାହିଁ ନାହିଁ ତା ସମ ସୁଖଧାମ;

    କେବେ କରିବ ମୋ ନେତ୍ର ଦର୍ଶନ ?

    କେବେ ପଡ଼ିବ ତା ଦ୍ୱାରେ ଚରଣ ? ଘୋଷା ।

    ଯହିଁ ଅଛନ୍ତି ମୋ ତ୍ରାଣରାଜନ, ହେବି ହୃଷ୍ଟ ଦେଖି ତାଙ୍କ ବଦନ   । ୧ ।

    ଯହିଁ ନିବାସ ଅନନ୍ତ ଜୀବନ, ଶୁଣା ନ ଯାଏ ସେ ପୁରେ ମରଣ   । ୨ ।

    ଯହିଁ ନାହିଁ ରାତ୍ରି କି ପରିଶ୍ରମ, ଭୋଗ ହୁଅଇ ସେ ପୁରେ ବିଶ୍ରାମ । ୩ ।

    ହେବ ନିତ୍ୟାନନ୍ଦ ମୁଣ୍ଡ ଭୂଷଣ, ଶୋକ ଦୁଃଖ କରିବ ପଳାୟନ    । ୪ ।

    ଚାଲରେ ମନ ଚାଲରେ ବହନ, ଆସିଅଛି ସେଠାରୁ ନିମନ୍ତ୍ରଣ    । ୫ ।

    ସୂଚୀମାଳାକୁ ଫେରନ୍ତୁ

  • ki monoronjana otte se swargaadyaano

    କି ମନୋରଞ୍ଜନ ଅଟେ ସେ ସ୍ୱର୍ଗୋଦ୍ୟାନ !

    ହେ ମନ, ନାହିଁ ତା ସମାନ ସ୍ଥାନ ମର୍ତ୍ତ୍ୟପୁରେ ଦରଶନ । ଘୋଷା । 

     

    ସେ ଠାବର ରାଜ୍ୟ ଅଟଇ ଅନିର୍ବାଯ୍ୟ,

    ନାହାନ୍ତି ଶତ୍ରୁଗଣ କରିବାକୁ ଆକ୍ରମଣ । ୧ । 

     

    ସେଠାର ମୁକୁଟ ତେଜରେ କି ଶୋଭିତ !

    ସର୍ବଦା ରମଣୀୟ ଗୌରବ ତାର ଅମ୍ଳାନ । ୨ । 

     

    ଅନନ୍ତ ଜୀବନ କରଇ କର୍ତ୍ତାପଣ,

    ତହିଁ ନୁହେଁ ଶ୍ରବଣ ମୃତ୍ୟୁ ଭୟ କଦାଚନ । ୩ । 

     

    ଶୋକ ଭୟ କ୍ଳେଶ ତହିଁ ନ ପାଏ ବାସ,

    ଅନନ୍ତ ସୁଖେ ହୁଏ ତହିଁ କାଳ ସୁକ୍ଷେପଣ । ୪ । 

     

    କ୍ରନ୍ଦନ ସନ୍ତାପ ଯାତନା ପାପ ତାପ କେବେ ନ ଯାଏ ଦେଖା,

    କି ସୁଖମୟ ଭୁବନ ! । ୫ ।

     

     ଶୁକ୍ଳ ବସନରେ ସୁଶୋଭିତ ସକଳେ,

    କେବେ ନ ପ୍ରବେଶଇ କୌଣସି ଅଶୁଚି ଜନ । ୬ ।

     

     କି ଶାନ୍ତି ଭୁବନ ! କି ସୁଖ ଶାନ୍ତି ସ୍ଥାନ !

     ହେବ କି ମୋର ଭାଗ୍ୟ କରିବାକୁ ତା ଦର୍ଶନ ?

    ସୂଚୀମାଳାକୁ ଫେରନ୍ତୁ

  • sworgo ki dibya staano ki monoranjana

    (ସ୍ୱର : ମୋର ଅଟେ ବିହିତ)

    ସ୍ୱର୍ଗ କି ଦିବ୍ୟସ୍ଥାନ ! କି ମନୋରଞ୍ଜନ ସୁଖମୟ ଭୁବନ ! । ଘୋଷା । 

     

    ଯେଉଁଠାରେ ନାହିଁ ଦୁଃଖ ଶୋକ କ୍ରନ୍ଦନ,

    ପୂର୍ଣ୍ଣାନନ୍ଦ ସଦା ଶାନ୍ତି ସୁଖ ବିଶ୍ରାମ । ୧ । 

     

    ଯେଉଁଠାରେ ଆଉ ଶୁଣା ନୁହେଁ ମରଣ,

    ସଦା ଅମର ସେ ପୁର ନିବାସୀଗଣ । ୨ । 

     

    ଯେଉଁଠାରେ ନାହିଁ ପାପ ତାପ ସନ୍ତାପ,

    ହୁଅଇ କି ଜୀବନ-ମୁକୁଟ ପ୍ରାପଣ । ୩ । 

     

    ଯେଉଁଠାରେ ନାହିଁ ରାତ୍ରି, ସଦା ଦିବସ,

    ଈଶ୍ୱରଙ୍କ ମହାତେଜେ ସୁତେଜୋବାନ । ୪ ।

    ଯେଉଁଠାରେ ନାହିଁ ଯୁଦ୍ଧ, ସଦା ବିଶ୍ରାମ,

    ନୁହଇ ନୟନୁ ଆଉ ଅଶ୍ରୁ ପତନ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • aahaa ki aanondore samaya kaatonti saadhugono sworgore

    ( ସ୍ୱର : ମୋର ଅଟେ ବିହିତ )

    ଆହା କି ଆନନ୍ଦରେ ସମୟ କାଟନ୍ତି ସାଧୁଗଣ ସ୍ୱର୍ଗରେ ! । ଘୋଷା । 

     

    ପାପ ସନ୍ତାପରେ ବନ୍ଦୀ ଥିଲେ ଏଠାରେ,

    ସବୁଠାରୁ ମୁକ୍ତ ହୋଇଛନ୍ତି ସେଠାରେ । ୧ । 

     

    ଶୋକ ଚିହ୍ନ ନ ଦିଶଇ ତାଙ୍କ ମୁଖରେ,

    ଚିନ୍ତା ପରୀକ୍ଷା ଆଉ ନ ପଶେ ମନରେ । ୨ ।

    ଝର ଝର ନୀର ନେତ୍ରୁ ଆଉ ନ ଝରେ,

    ପ୍ରଭୁ ଶୁଖାଇଲେ ଅଶ୍ରୁଝର ଶ୍ରୀକରେ । ୩ । 

     

    ବୁଡ଼ି ଖ୍ରୀଷ୍ଟଙ୍କର ମହା ପ୍ରେମ-ସାଗରେ,

    ଗାଆନ୍ତି ଅତି ମଧୁରେ ତାଙ୍କ ଛାମୁରେ । ୪ ।

    ଆଉ ନ ମିଶିବ ଦୁଃଖ ତାଙ୍କ ସୁଖରେ,

    ଅନନ୍ତ ବିଶ୍ରାମ ଭାଗୀ ହେବେ ଶାନ୍ତିରେ । ୫ । 

     

    ଭାବି କହେ ଛାର ଦୀନ ପାପୀ ମନରେ,

    ପ୍ରଭୁ ମୋତେ ନ ଭୁଲିବେ ସେ ସ୍ୱର୍ଗପୁରେ । ୬ ।

  • mone dyaayi kede shanti mote miloyee

    ମନେ ଧ୍ୟାୟୀ କେଡ଼େ ଶାନ୍ତି ମୋତେ ମିଳଇ;

    ମୋ ଦିନ ବହନ ଯାଉଛି ବହି । ଘୋଷା ।

    ପରମ ପିତା ଗୃହରୁ ଅନ୍ତର ମୁଁ ହୋଇ ଶୋକ ପରିପୂର୍ଣ୍ଣ ସଂସାରେ ଅଛି ରହି,

    ସମୟ ତା ଶୀଘ୍ରଗାମୀ ପକ୍ଷେ ମୋର ବହି

    ଦିନୁଁ ଦିନୁଁ ପାଖେ ନିଅଇ । ୧ ।

    କ୍ରମେ ଯାତ୍ରୀ ଯହୁଁ ବାସ ସମୀପ ହୁଅଇ,

    ଦିନୁଁ ଦିନୁଁ ତାହା ଆନନ୍ଦ କି ନ ବଢ଼ଇ ?

    ସେପରି ଆନନ୍ଦ ମୋ ଅନୁଭବ ହୁଅଇ,

    ଦିନକୁ ସ୍ୱପ୍ନ ମୁଁ ମଣଇ । ୨ । 

     

    କି ପରମ ସେହି ସ୍ୱର୍ଗୀୟ ଧାମ ଅଟଇ !

    ତାହାକୁ ଉପମା ଦେବା ପାଇଁ ଆଉ ନାହିଁ,

    ମାନବର ଜନମ ଯେ ସଫଳ ହୁଅଇ ବାରେ ଦୃଷ୍ଟି ପଡ଼ିଲେ ତହିଁ । ୩ ।

    ଯେ ମୋତେ କରିଲେ ପ୍ରେମ ନିଜ ପ୍ରାଣ ଦେଇ,

    ଦେଖିବି ତହିଁ ତାହାଙ୍କୁ ସମୀପରେ ଥାଇ,

    ମଣିବି ସବୁ କାମନା ସିଦ୍ଧ ବୋଲି ମୁହିଁ

    ଦର୍ଶନେ ପରିତୃପ୍ତ ହୋଇ । ୪ ।

    ପାଇବି ଯେଉଁ କାଳରେ ତାଙ୍କ ଭେଟ ମୁହିଁ 

    ଅକଥ୍ୟ ଆନନ୍ଦ ମନେ ଜନ୍ମିବ କି ନାହିଁ ?

    ପଡ଼ିବି ଚରଣେ ପ୍ରେମ ଅଶ୍ରୁ ବରଷାଇ,

    ବଚନ ତ ସ୍ଫୁରିବ ନାହିଁ । ୫ । 

     

    ନିତ୍ୟ ଆନନ୍ଦ ହରଷ ମନ ମଧ୍ୟେ ପାଇ

    ଗତ ଦୁଃଖକୁ ମଣିବି ସ୍ୱପ୍ନ ପରି ମୁହିଁ,

    ପରମାନନ୍ଦେ ପ୍ରଭୁଙ୍କ ସମୀପରେ ରହି କାଟିବି ଚିରକାଳେ ମୁହିଁ । ୬ ।

    ସୂଚୀମାଳାକୁ ଫେରନ୍ତୁ