Tag: Odia Christian Song Lyrics

  • ahe priya bandhu parikara mote

    ଆହେ ପ୍ରିୟବନ୍ଧୁ
    ପାରିକର ମୋତେ ଭବସିନ୍ଧୁ (ଘୋଷା)

    ମୋର ପାଇଁ ସ୍ଵର୍ଗ ତିଆଗିଲ ନରଦେହେ ମର୍ଭେ ଜନମିଲ
    ମୋର ପାପେ ବଳି କୁଶେ ହେଲ ଝୁଲି
    ତାରିବାକୁ ମୋତେ ପାପ ଫାନ୍ଦୁ .. |୧|

    ତବ ବିନା ତରୀ ନାହି ମୋର ତରିବାକୁ ପାପ ପାରାବାର
    ତମେ ତ ସରେ ଏକମାତ୍ର ତରୀ ପତିତପାବନ ପାପୀ ବନ୍ଧୁ … |୨|

    ଖାଅ ନାହିଁ କେହି ଗତିପଥେ ବସିଛି ମୁଁ ଚାହିଁ ଭିକ୍ଷା ଘାଟେ
    ଆହେ ତ୍ରାଣତରୀ ଶୀଘ୍ର କର ପାରି
    ଶୁଭେ କ୍ଷରଇ ମୋ ନେତ୍ର ବିନ୍ଦୁ …. |୩|

    ସୂଚୀମାଳାକୁ ଫେରନ୍ତୁ

  • aha ki sundara mukha nitya nutana

    ଆହା କି ସୁନ୍ଦର ମୁଖ ନିତ୍ୟ ନୂତନ
    ଯୀଶୁ ମୋର ଗଳାହାର ପ୍ରାଣରମୋ ଶାନ୍ତିଧାମ … (ଘୋଷା)

    ନୟନ ଅଞ୍ଜନ ହୃଦୟ ଚନ୍ଦନ
    ତାଙ୍କ ଲାଗି ଦିନା ରହିଛି ଜୀବନ
    ଯୀଶୁ ମୋର ପ୍ରାଣଧାର ପ୍ରାଣରମୋ ଶାରିଧାମ … |୧|

    ଦେଲେ ସେହି ପୁଣ ଲୁଚାଇ ଆନନ
    ଦିଶଇ ଚୌଦିଗ ଅନ୍ଧାର ସମାନ
    ଯୀଶୁ ମୋର ଚିତ୍ତସାର ପ୍ରାଣରମୋ ଶାନ୍ତିଧାମ … |୨|

    ସେହି ମୂଖ ସୋମରୂପେ ଅନୁପମ
    ଚାହିଁଲେ ହରଇ କୋଟି ପାପତମ
    ଯୀଶୁ ମୋର ପାପହର ପ୍ରାଣରମୋ ଶାନ୍ତିଧାମ … |୩|

    ନିରେଖୁ ତରୁଣ ବଦନ କିରଣ
    ଜଗତେ ମୋହର ବିତିଯାଉ ଦିନ
    ଯୀଶୁ ମୋର ସୁଖସାର ପ୍ରାଣରମୋ ଶାନ୍ତିଧାମ … |୪|

    ସୂଚୀମାଳାକୁ ଫେରନ୍ତୁ

  • pathara upare mo ghara

    ପଥର ଉପରେ ମୋ ଘର
    ନଇବଢ଼ି ଓ ବତାସ କରିବ ବା କିସ ମୋର … (ଘୋଷା)

    ପଥରକୁ ଖୁଣ୍ଟିନେଇ ମୂଳଦୁଆ ମୁଁ ବନାଇ ।
    କୁଶ ସାହାଯ୍ୟରେ ତହିଁ ତୋଳିଲି ମୁଁ ପକ୍କା ଘର … |୧|

    ବୁନିଆହୁଁ ଛାତି ଯାଏ କୁଶର ଝରଣା ପ୍ରାୟ
    ଲେପିଲି ଲୋହିତ ରଙ୍ଗ ଦିଶଇ କେଡ଼େ ସୁନ୍ଦର … |୨|

    ସୂଚୀମାଳାକୁ ଫେରନ୍ତୁ

  • moro jibana sankhali jishu

    (ସ୍ଵର-ତୁମେ ଅଧମ ପତିତ ନରେ)
    ମୋର ଜୀବନ ସଙ୍ଖାଳି ଯୀଶୁ ନିତି ଜାଗି ପ୍ରାଣ ପଥେ
    ତୁମେ ବାରେ ବାରେ ମନାକର ଗମିବାକୁ ଅଣ ପଥେ … (ଘୋଷା)

    ଏ ସଂସାର ଜାଲେ ଗଲେ ପଡ଼ି
    ତୋଳି ନିଅ ହାତେ କ୍ଷଣେ ଜାଲ ଯାଏ ଛିଡ଼ି ।
    (ସେହି) ମହାନନ୍ଦେ ଭକ୍ତିଭରେ କରେ ସ୍ତୁତି ଅବିରତେ … |୧|

    ଯେବେ ସେ ଅକୂଳନ କାଳେ
    ପଡ଼ି ପେଷି ହୋଇ ଡ଼ାକେ ଜୀବନ ବିକଳେ
    (ନାଥ) ଫେଡ଼ିଥାଅ ଦୁଃଖ ତାର ।
    ଦେଇ ଶାନ୍ତି କେତେ କେତେ … |୨|

    ପାପେ ପ୍ରାଣ ହେଲେ ଜରଜର
    ପ୍ରେମେ ବାଡ଼ିଦେଇ ତାରେ ନାଶ ଖରତର
    (ତାର) ପବିତ୍ର ହିଲ୍ଲୋଳେ ନାଚେ ତନୁ ପ୍ରାଣ ହରଷିତେ … |୩|

    ବିଳାସରେ କେହି ଗଲେ ଭୂଲି
    ତା ଅନ୍ତରେ ଅନୁଯୋଗ କରି କେତେ ଭଳି
    (ସେହି) ଅନୁତାପେ ଅନୁରାଗେ ଅନୁସରେ ପୁଣ୍ୟ ପଥେ … |୪|

    ସୂଚୀମାଳାକୁ ଫେରନ୍ତୁ

  • ki madhura manarama mo srabanre

    କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମ
    ନାହିଁ ତା ସମାନ ନାମ ତ୍ରିଭୂବନେ ଅନୁପମ (ଘୋଷା)

    ବିଶ୍ବାସୀ ପ୍ରତି ସେ ନାମ ଅଟେ କି ମନୋରଞ୍ଜନ
    କରେ ତା ଦୁଃଖ ନାଶନ କରେ ତା ଶୋକ ଖଣ୍ଡନ … |୧|

    ଭଗ୍ନାନ୍ତକରଣ ପ୍ରତି ଅଟେ ତାହା ସ୍ଵାସ୍ଥ୍ୟ ଶାନ୍ତି
    କ୍ଷୁଧୂତକୁ କରେ ତୃପ୍ତି ଶାନ୍ତ ପ୍ରତି ସେ ବିଶ୍ରାମ … |୨|

    ଯୀଶୁ ତ୍ରାଣ ନାମଧେୟ ଅଟେ ମୋ ପ୍ରତି କି ପ୍ରିୟ
    ଘୁଞ୍ଚାଏ ମୋ ସର୍ବ ଭୟ ମୋହର ଦୃଢ଼ ପାଷାଣ .. |୩|

    ଯୀଶୁ ମୋହର ରାଜନ ଯୀଶୁ ମୋହର ଜୀବନ
    ଆଉ ମୋର ତ୍ରାଣଧନ ମୋହର ପୁନ୍ୟ ବସନ .. |୪|

    ଯୀଶୁ ନାମ କେଡ଼େ ମିଷ୍ଟ କରେ ମୋତେ ନିତ୍ୟ ଦୃଷ୍ଟ
    ଅଟନ୍ତି ସେ ମୋର ଇଷ୍ଟ ମୋର ନିତ୍ୟ ଗାନ ଧାନ .. |୫|

    ସୂଚୀମାଳାକୁ ଫେରନ୍ତୁ

  • mote khoji khoji jishu ayile

    ମୋତେ ଖୋଜି ଖୋଜି ଯୀଶୁ ଅଇଲେ
    ମୋ ଛାର ପାଇଁକି ସରଗ ତିଆଗି
    ଅଶେଷ ଯାତନା ସହିଲେ (ଘୋଷା)

    ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚ
    ଖୋଜି ଖୋଜି ଶେଷେ ପାଇଲେ
    ଆହାକି ଆଦିରେ ପରମାନନ୍ଦରେ
    ଧୂଳି ଝାଡ଼ି କୋଳେ ଧଇଲେ … |୧|

    ଜୀବନ ଦେବତା ଅତି ମଳିନତା
    ଦେଖୁ ମନେ ବ୍ୟଥା ପାଇଲେ
    ନିଗାଡ଼ି ନିଜର ହୃଦୟ ରୁର
    ନିଜ ଅନୁରୂପେ ଧୋଇଲେ … |୨|

    ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତା
    ଆପଣେ ଶ୍ରୀଅଙ୍ଗେ ବହିଲେ
    ମରଣ ଦାରୁଣ ପଣରେ ନବୀନ
    ଜୀବନର ମାର୍ଗ ନିହିଲେ … |୩|

    ମରଣର ଭୀତି କୁଶ ଯନ୍ତେ ଇତି
    କରି ମହାମୁକ୍ତି ବିହିଲେ
    ସରଗ କାହାଣୀ ମୋ ପାଖେ ବଖାଣି
    ପ୍ରେମରେ ପରାଣ ମୋହିଲେ … |୪|

    ସଫଳ ଜୀବନ ଯୀଶୁ ଶ୍ରୀଚରଣ
    ପରିଚାରପଣ ପାଇଲେ
    ବୃଥା ଏ ଜନମ ପୂଜା ଅନୁଷ୍ଠାନ
    ମହାପ୍ରଭୁ କୃପା ନୋହିଲେ … |୫|

    ସୂଚୀମାଳାକୁ ଫେରନ୍ତୁ

  • prabhu jishu daya sagara

    ପ୍ରଭୁ ଯୀଶୁ ଦୟା ସାଗର ତାଙ୍କ ମହାଦୟା କି ଚମତ୍କାର
    ଦୟା ଡ଼େଣା ମେଲି ଅଇଲେ ସେ ଉଡ଼ି
    ତ୍ୟାଗ କରି ନିଜ ଅମର ପୁର … (ଘୋଷା)

    ଦୟା ଦଣ୍ଡ ହସ୍ତେ ଧରିଣ
    ବୁଲିଲେ ସେ ନଗର ଗ୍ରାମ
    ଦୁର୍ବଳ ପତିତ ରୋଗ୍ରସ୍ତ ପ୍ରତି
    ନ କଲେ ନିରୁଦ୍ଧ ଦୟା ନିଝର … |୧ |

    ବାଟେ ଘାଟେ ଯେତେ ମିଳିଲେ
    ତାଙ୍କୁ ଚତୁର୍ଦ୍ଦିଗେ ଘେରିଲେ
    ଅନ୍ଧ, ଛୋଟା, ଘୁଙ୍ଗା, ପକ୍ଷାଘାତି, କୁଷ୍ଠୀ,
    ଭୁତଗ୍ରସ୍ତ ନାନା ରୋଗୀ ବଧୂର … |୨|

    ଯେତେ ଅଇଲେ ତାଙ୍କ ପାଶେ
    ସୁସ୍ଥ ହୋଇଲେ ଅନାୟାସେ
    କୌଣସି ପୀଡ଼ିତ ହୋଇ ତୁଚ୍ଛାକୃତ
    ନଗଲା ପୀଡ଼ାରେ ହୋଇ କାତର … |୩|

    ଛୋଟା ନା, ବଧୂର ଶୁଣେ,
    ଅନ୍ଧ ତାଙ୍କୁ ଦେଖେ ନୟନେ
    ଘୁଙ୍ଗା ବୋଲେ ବାଣୀ କରି ଜୟଧ୍ବନି
    କୁଷ୍ଠି ହୋଇଲେ ନିର୍ମଳ ଶରୀର … |୪|
    |
    ପରିତୃପ୍ତ ହେଲେ ଯୁଦିତ
    ମୃତ ହେଲେ ପୁନରଜୀବିତ
    ପ୍ରଚଣ୍ଡ ତରଙ୍ଗ ଗଭୀର ସାଗର
    ତାଙ୍କ ଆଜ୍ଞାମାତ୍ରେ ହୋଇଲା ସ୍ଥିର .. |୫|

    ଆହେ ଯୀଶୁ ଦୟାସାଗର,
    ରୋଗେ ପୂର୍ଣ୍ଣ ସର୍ବାଙ୍ଗ ମୋର
    ସ୍ପର୍ଶ କର ମୋତେ ଦେଇନିଜ ହସ୍ତ
    ମୋର ସର୍ବ ରୋଗ ହୋଇବ ଦୂର … |୬|

    ସୂଚୀମାଳାକୁ ଫେରନ୍ତୁ

  • dakanti ke madhura sware

    ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)
    (ଆହା) ମୋର ହୃଦ ଦୁଆରେ (ଘୋଷା)

    ଚିନ୍ତା ପଥେ ବାଧା ଦେଇ ଗତି ରୋଧ ଧମକାଇ
    କେତେ ହିତ କଥାକହି ଦୟା ଚିତ୍ତରେ … |୧|

    ସେ ଯେ ଶାନ୍ତି ଦେବା ପାଇଁ ଡାକୁଛନ୍ତି ରହି ରହି
    ପାପ ତାପ ନେବେ ବୋଲି ନିଜ ହାତରେ … |୨|

    ଦେଖୁ ମୋତେ ଭାରାକ୍ରାନ୍ତ କରନ୍ତି ପ୍ରେମ ସଂକେତ
    କଢ଼ାଇ ନେବାକୁ ପଥ ମୃଦୁଭାବରେ … |୩|

    ସେ କରୁଣ ସ୍ବର ଶୁଣି କିପରି ମାତିବି ପୁଣି
    ଛଳ ମରୀଚିକାମୟ ମରୁ ସଂସାରେ … |୪|

    ପ୍ରାଣ ମନ ଦେଇ ଆଜି ମୋ ଯୀଶୁଙ୍କ ପଦେ ମଜି
    ଭାସି ଯିବି ସମତାନେ ସ୍ବର ଲହରେ … |୫|

    ସୂଚୀମାଳାକୁ ଫେରନ୍ତୁ

  • jagore jagatabasi asuchanti megharathe

    ଜାଗରେ ଜଗତବାସି ଆସୁଛନ୍ତି ମେଘରଥେ,
    ତୁରୀ ବାଦ୍ୟ ଧ୍ବନୀ ଉଠୁଛି ସରଗର ଦୂତମୁଖେ … (ଘୋଷା)

    ସେତ ଆମର ପ୍ରଭୂ ସରଗର
    ସରଗ ସମ୍ପଦ ପ୍ରେମ ପାରିବାର,
    ଦୂତଗଣ ସାଥିରେ ସାଧୁମାନଙ୍କ ସଙ୍ଗରେ
    ତୁରୀବାଦ୍ୟ ଧ୍ୱନୀ ଶୁଭୁଛି – ସରଗର ଦୂତମୁଖେ … |୧|

    ଜୀବନ ପୁସ୍ତକ ଧରି ଅବତରି
    ଫିଟାଇ ଦେଖୁବେ ପାପ କେତେ ଆମରି
    ସେ ସାୟା ଯେ ପାଇବେ
    ସେ ଶାନ୍ତି ସେ ଭୋଗିବେ,
    ତୁରୀବଦ୍ୟ ଧ୍ୱନୀ ଶୁଭୁଛି ସରଗର ଦୂତ ମୁଖେ … |୨|

    ଶୁଣରେ ଶୁଣରେ ବନ୍ଧୁ ସେହି ସ୍ବର
    ହେ ପରିଶ୍ରାନ୍ତ ଭାରଗ୍ରସ୍ତ ମୋହର
    ଆସ ମୋ ନିକଟକୁ ଡାକୁଛନ୍ତି ଯୀଶୁ ଆମକୁ
    ତୁରୀବାଦ୍ୟ ଧ୍ୱନୀ ଶୁଭୁଛି ସରଗର ଦୂତ ମୁଖେ … |୩|

    ସୂଚୀମାଳାକୁ ଫେରନ୍ତୁ

  • ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାର antara ma kandhuchi pape padi

    ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାର
    ଅପରାଧ ମୁଁ ଅବିବେକି (୨ ଥର)
    ଫେରି ମୁଁ ଆସିଛି ଅନୁତାପ କରି (୨ଥର)
    କରିଛି ସତ ଅନେକ ଦୋଷ କ୍ଷମାକର ଜଗଦୀଶ …|୦|

    ମନଆତ୍ମା ଭାବନା ମୋ ପାପରେ ହଜିଛି।
    ଅନ୍ଧକାରେ ଏ ଜଗତେ ପାପରେ ଲୁଚୁଛି
    ସାହା ହୁଅ ଏ ସହାୟ ଦୟାରେ କ୍ଷମାକର … |୧|

    ଭ୍ରାତା ଭଗ୍ନି ଓ ତୋ ବିରୁଦ୍ଧ କରିଛି ପାପ ମୁଁ
    ସାଧୁ ସ୍ଵାଧୀ ଓ ଯୀଶୁ ପାଶେ
    ମିନତି କରେମୁଁ, କ୍ଷମାକର ପାପ ମୋର
    କ୍ଷମା ର ତୁମେ ମହା ସାଗର … |୨|

    ସୂଚୀମାଳାକୁ ଫେରନ୍ତୁ