Tag: Odia Christian Song Lyrics

  • aahe premomoyo ishwara tanaya

    ( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ )

    ଆହେ ପ୍ରେମମୟ ଈଶ୍ୱର ତନୟ,

    ଆମ ପରିବାରେ ଆସ ହେ,

    ନୂଆ ଭାବେ ଆଜି ଆମେ ଉଠୁ ସାଜି ତୁମ ପ୍ରେମ ବାଣୀ ଭାଷ ହେ । ଧ୍ରୁବ ।

    ତୁମ ଲାଗି ପ୍ରଭୁ ଆମରି ଏ ଘରେ

    ଧ ର୍ମବତୀ ଉଠୁ ଜ୍ୱଳି ହେ,

    ନିତି ଆରାଧନା ସେବା ଉପାସନା-

    ଧୂପେ ଏହି ଗୃହ ପୁରୁ ହେ       । ୧ ।

    ଏ ଘର ସନ୍ତାନ ସନ୍ତତି ନିକର ତୁମ ନାମ ଲାଗି ପ୍ରଭୁ ହେ,

    କରି ପ୍ରାଣ ପଣ ହୋଇ ଆଗୁଆନ ପ୍ରଚାରନ୍ତୁ ତୁମ ନାମ ହେ      । ୨ ।

    ସୂଚୀମାଳାକୁ ଫେରନ୍ତୁ

  • gaayibaa jaya bharata maya

    ଗାଇବା ଜୟ ଭାରତମୟ ଜୟ ଜୟ ପାପହାରୀ,

    ମାନବ-ହୃଦରଞ୍ଜନ ବିଘ୍ନ-ବିନାଶକାରୀ;

    ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ । 

    ବିମଳ ଶୋଣିତ            କରି ଦାନ ନାଥ ବଞ୍ଚାଇଛ ଏ ମାନବେ,

    ତୁମର ସେ ପ୍ରେମ ଦୟା ଅନୁପମ ଦେଖି ଚମତ୍କୃତ ସର୍ବେ । ଘୋଷା ।

    ସୁଖର ସଦନ ତ୍ୟଜିଲ ହେ ହେଳେ

    ଅର୍ପିବାକୁ ପ୍ରାଣ ଶତ୍ରୁର ବଦଳେ,

    ଆସିଲ ମର୍ତ୍ତ୍ୟେ       ମର୍ତ୍ତ୍ୟ ଦେହ ଧରି

    ଆହେ ଚିତ୍ତହାରୀ

    ନୀରବେ ହେଲ ହେ ବଳି କ୍ରୁଶୋପରେ

    ଆହେ ପାପ-ତାପ-ହାରୀ,

    (ଆଜି) ଆନନ୍ଦେ ପୂରି,               ମନ ପ୍ରାଣ ଭରି,

    ଗାଇବା ଜୟ ତୁମ୍ଭରି

    ଗାଅ ଜୟ, ଦେଶମୟ, ଗାଅ ଜୟ ଭାରତମୟ । ୧ ।

    ଏପରି ତ୍ରାତାଙ୍କୁ       କିପରି ତ୍ୟଜିଛ, ସଂସାରେ କିପରି ଲିପ୍ତ ହୋଇଅଛ,

    ପ୍ରେମ ବୀଣା ତାନେ, ତ୍ରାଣ ଧନ ଦାନେ,

    ଅଛନ୍ତି ହସ୍ତ ପ୍ରସାରି

    ତ୍ରିଭୁବନ ମଧ୍ୟେ       କୁହ ଯୀଶୁ ବିନା

    କିଏ ନିଜ ପ୍ରାଣ ଦେଇ

    ଭବର କଳୁଷ         କରିଛ ବିନାଶ ଶାନ୍ତି-ସୁଧା ଢାଳିଦେଇ ?

    ସେ ପାପ ମୋକ୍ଷଦ କର ଭାଇ ଲୟ । ୨ ।

    ଏସନ ସୁନ୍ଦର ନିଷ୍ପାପ ଜୀବନ

    ତୁମ ସେବା ଲାଗି କଲେ ବଳିଦାନ,

    ନରମେଧ ଯଜ୍ଞ ସାଧିଲେ ହେ ଦେଖ

    ଯୀଶୁ ପାପହାରୀ

    କେହି ତ କୁହେନା,    ମୁଁ ପଥ, ଜୀବନ, ମୋହ ଦେଇ ଯିବ ପିତାଙ୍କ ସଦନ,

    ମୋହର ନିକଟେ     ଆସିଲେ ବିଶ୍ୱାସେ

    ପାପ ତାପ ଯିବ ଅପସରି, ସୁଦିନେ ବହନେ ଦିଅ ହେ ଆଶ୍ରୟ  ।

  • joyo joyo gaane gaao jishu naame

    ଜୟ ଜୟ ଗାନେ     ଗାଅ ଯୀଶୁ ନାମେ ଦେବ ଶିଶୁ ଉଭା ଦେଖରେ ଚାହିଁ

    ପାପୀର ପରମ      ସଖା ଅନୁପମ

    ତ୍ରିଭୁବନ ତଳେ କେହି ତ ନାହିଁ

    (ପ୍ରେମମୟ ଯୀଶୁ ସମ) । ଘୋଷା ।

    ଜନମ ଉତ୍ସବେ ସଗର ବାହିନୀ ଆସିଲେ ଶାନ୍ତିର କାରଣ ନେଇ

    ଈଶ୍ୱର ମହିମା        ମାନବେ ମଙ୍ଗଳ

    ପୃଥିବୀରେ ଶାନ୍ତି ଗାଇଲେ ଭାଇ

    (ଯୀଶୁ ସୁଧାମୟ ନାମେ) । ୧ ।

    ପୂଜାର ଅନ୍ତରେ ପ୍ରେମ ଭକ୍ତିଭରେ ପ୍ରୀତି-ଫୁଲ ଛନ୍ଦି ଚାରୁଚରଣେ

    ଆସ ପରିଶ୍ରାନ୍ତ ପାପଭାରେ କ୍ଳାନ୍ତ ସ୍ନିଗ୍ଧ ଶାନ୍ତି ଲଭ ଯୀଶୁଙ୍କୁ ପାଇ

    (ଯୀଶୁ ନାମ ଗୁଣ ଗାଇ) । ୨ ।

    ସୂଚୀମାଳାକୁ ଫେରନ୍ତୁ

  • aaso he hrudaye jishu dhana

    ଆସ ହେ ହୃଦୟେ ଯୀଶୁ-ଧନ

    ନବପ୍ରୀତି ନବଗୀତି ଭରୁ ନିତି ଶିଶୁ ପ୍ରାଣ ଶିଶୁ କଣ୍ଠୁ ନିତି ଶୁଭୁ ହେ ନାଥ

    ଆକୁଳ ମିଳନ ତାନ । ଘୋଷା ।

    ଏ ପାପ-ମରୁରେ ନିତି ଆକୁଳ ସରସ ଶିଶୁର ଚିତ୍ତ ରୁକ୍ଷ ମରୁ ବାଆ ଲୁଟି ନିଏ 

    ତାର ପ୍ରୀତି କୁସୁମ ବିତ୍ତ ମଧୁ ପ୍ରୀତି ଫୁଲେ ଭରିଦିଅ ସଖା ଶିଶୁର ରିକ୍ତ ମନ । ୧ । 

     

    ଯୌବନ ଝଞ୍ଜାର ପ୍ରଳୟ ଭୀତି ତରୁଣ ହୃଦେ ଯେ ଘାରେ

    ପରାଣ ପ୍ରିୟର ବନ୍ଧନ ଭୀତି ମୁକୁଳାଅ ନାଥ ନିତି

    ତରୁଣ ହୃଦରୁ ଖରେ

    ତୁମ୍ଭରି ଶକତି ଜିଣୁ ଏ ଜଗତ, ଉଠୁ ନିତି ଜୟଗାନ । ୨

    ସୂଚୀମାଳାକୁ ଫେରନ୍ତୁ

  • muktidaataa jishu naamo jaao re bhaayi sehi naamo

    ମୁକ୍ତିଦାତା ଯୀଶୁ ନାମ ଭଜରେ ଭାଇ ସେହି ନାମ,

    ଯୀଶୁ ନାମ            ଯୀଶୁ ନାମ

    ଯୀଶୁ ନାମ ଭାଇ ଯୀଶୁ ନାମ । ଘୋଷା ।

    ଶାନ୍ତିଧାମ ସୁଧା ନାମ

    ଯୀଶୁ ନାମ ଭାଇ ଯୀଶୁ ନାମ । ୧ ।

    ଦିବ୍ୟ ନାମ            ଯୀଶୁ ନାମ

    ଯୀଶୁ ନାମ ଭାଇ ଯୀଶୁ ନାମ । ୨ । 

     

    ଶ୍ରେଷ୍ଠ ନାମ ଯୀଶୁ ନାମ

    ଯୀଶୁ ନାମ ଭାଇ ଯୀଶୁ ନାମ । ୩ । 

     

    ମୋକ୍ଷ ନାମ ଯୀଶୁ ନାମ

    ଯୀଶୁ ନାମେ ପରିତ୍ରାଣ

    ସୂଚୀମାଳାକୁ ଫେରନ୍ତୁ

  • jishu khristo naamo mana gaare sehi

    ଯୀଶୁ ଖ୍ରୀଷ୍ଟ ନାମ ମନ ଗାଆରେ ସେହି ପାଦପଦ୍ମ ନିତି ଧ୍ୟାଆରେ । ଘୋଷା । 

     

    ବିଶ୍ୱ ପ୍ରେମ ଧନ ସତ୍ୟ ଶାନ୍ତି ଧାମ ସେହି ଏକା ଏହି ବସୁଧାରେ,

    ପୂତ ଆତ୍ମାଦାତା      ପାପୀ ପରିତ୍ରାତା,

    ଚରଣକମଳୁ ମଧୁ ଖାଆରେ । ୧ ।

    ସେ ପ୍ରେମ ନିର୍ଝର    ସର୍ବ ମୂଳାଧାର ମୁକତି କରତା ପରପାରେ

    ଧନ ମନ ଜୀବନ     ଆତ୍ମା ସମର୍ପଣ

    କରି ସେ ନାମ ସ୍ମରୁ ଥାଆରେ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • prabhu he tume moro poraano sokhaa

    ପ୍ରଭୁ ହେ ତୁମେ ମୋର ପରାଣ ସଖା, ମନ ମନ୍ଦିରେ ଅଙ୍କା

    ସେହି ପ୍ରେମ ମୂରତି ପ୍ରୀତିରେଖା । ଘୋଷା ।

    ଜନମେ ମରଣେ ମତି ପଙ୍କଜଚରଣେ ରହିଥାଉ,

    ଏହି ମୋ ଭିକ୍ଷା ପ୍ରଭୁ ହେ,

    ଦିବ୍ୟ ନୟନେ ମମ ନିତ୍ୟ ସେ ପ୍ରେମ ଧାମ ହୋଇ ଯାଉଥାଉ ନିତି ଲେଖା,

    ଏହି ମୋର ଅନ୍ତିମ ଭିକ୍ଷା ପ୍ରଭୁ ହେ

    ଜନମେ ମରଣେ ଦିଅ ଦେଖା । ୧ ।

    ଅଘ ତାମସ ମୋର କରି ପ୍ରଭୁ ସଂହାର ଦେଲ ଯେଉଁ ମହତ ଦୀକ୍ଷା – ପ୍ରଭୁ ହେ,

    ସେହି ପୁତଃ ନାମ ଦିବାନିଶି ସୁମରଣ,

    କରାଇ ମେଣ୍ଟାଅ ଦିଦୃକ୍ଷା – ପ୍ରଭୁ ହେ, ପ୍ରେମରେ କର ପରୀକ୍ଷା,

    (ମୋତେ) ପଦେ ପଦେ ଦିଅ ସେହି ଶିକ୍ଷା । ୨ ।

    ସୂଚୀମାଳାକୁ ଫେରନ୍ତୁ

  • biswa taapito poraano taarone traano bhaanu

    ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି,

    ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା ।

    ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ,

    ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ,

    ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ । 

     

    ଉପହାରକର ପଣ୍ଡିତ ନିକର,

    ଶିଶୁ ଯୀଶୁ ପଦେ କରି ନମସ୍କାର,

    ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ

    ମୋକ୍ଷ କରତାକୁ ପାଇଲେଣି । ୨ । 

     

    ଭବଭୟହାରୀ ତେଜି ସ୍ୱର୍ଗପୁରୀ,

    ନର ଦେହେ ଆଜି ବିଜେ ବସୁନ୍ଧରୀ,

    ନାହିଁ ପାପ ଭୟ ଗାଅ ସର୍ବେ ଜୟ

    ପାପ ଅମାନିଶି ପାହିଲାଣି । ୩ ।

    ସୂଚୀମାଳାକୁ ଫେରନ୍ତୁ

  • aaso mo bhaayi bhouni, prachi dishe dekho

    ଆସ ମୋ ଭଉଣୀ ଭାଇ, ପ୍ରାଚୀ ଦିଶେ ଦେଖ  ଚାହିଁ

    ନବ ରବି ଶୁଭେ ସମୁଦିତ,

    ପାପାନ୍ଧକାର ବିନାଶ ପାଇଁ ଭବେ ପରକାଶ

    ଗାଇବା ସେ ଜ୍ୟୋତିର ସ୍ୱାଗତ,

    ଦୁଇ ସହସ୍ର ବର୍ଷର   ସ୍ମୃତି ଜଗାଇ ଅନ୍ତର

    ପ୍ରେମୋଲ୍ଲାସେ ଭସାଏ ସଂସାର,

    ସ୍ୱର୍ଗରାଜ୍ୟ ସଂସ୍ଥାପିତ ହୋଇଥିଲା ଏହି ମର୍ତ୍ତ୍ୟ

    ଆଜି ସେହି ପବିତ୍ର ବାସର ।

    ôଲେ ଯେ ଅଛନ୍ତି ଥିବେ ଏ ଭବେ

    ଆସ ମୋର ଭାଇ ଭଉଣୀ ସର୍ବେ,

    ଭେଟିବା ସେ ପୂତ ପଦାରବିନ୍ଦେ

    ଆସ ଭାଇ  ଭଉଣୀଏ କରିବା ଦର୍ଶନ

    ଗୁହାଳ କୁଣ୍ଡରେ ବିଜେ ପତିତପାବନ । 

     

    ପରମ ସୌଭାଗ୍ୟବତୀ ଗର୍ଭଧାରୀ ମେରୀ,

    ବାତ୍ସଲ୍ୟ ପ୍ରେମେ ବିମୁଗ୍ଧା ଈଶ-ସୂତ-ଧାରୀ,

    ପାପ ନେତ୍ରେ ଦେଖ  ଭାଇ ବଇକୁଣ୍ଠ ଧାମ,

    ଦିବ୍ୟାଲୋକେ ଆଲୋକିତ ଏ ବେଥଲିହିମ ।

    ଅମା ଅନ୍ଧକାର ଦୂରେ ଯାଇଛି ପଳାଇ,

    ନବୀନ ତପନ କରେ ସମୁଜ୍ଜ୍ୱଳ ମହୀ ।

    ଦୂତଗଣେ ଗାଇଲେଣି ସେ ସୁସମାଚାର,

    କେଡ଼େ ଭାଗ୍ୟବାନ ମେଷ ପାଳକ ନିକର ।

    ଧନ୍ୟ ସେହି ପଣ୍ଡିତଙ୍କ ଜୀବନ

    ପୂଜା କରି ଭେଟି କଲେ ପ୍ରଦାନ,

    ଧନ୍ୟ ସେହି ପଣ୍ଡିତଙ୍କ ଜୀବନ,

    ଚର୍ମ ଚକ୍ଷୁରେ କରିଲେ ଦର୍ଶନ,

    ଧନ୍ୟ ସେହି ପଣ୍ଡିତଙ୍କ ଜୀବନ,

    ଧନ୍ୟ ଧନ୍ୟ ବେଥଲିହିମ

    ପୃଥିବୀରେ ଅଟୁ ସର୍ବାଗ୍ରଗଣ୍ୟ,

    ଧନ୍ୟ ଧନ୍ୟ ବେଥଲିହିମ ତୋ କୋଳେ ବିଜୟେ ଆରତତ୍ରାଣ,

    ମର୍ତ୍ତ୍ୟଲୋକେ ତୁହି ସରଗଧାମ । 

     

    ତେଜି ଲାଜ ଭୟ ଗାଅ ଆଜି ଜୟ ନବ ଜନ୍ମ ଦିବସର,

    ଜୟ ଯୀଶୁ ଖ୍ରୀଷ୍ଟ, ସର୍ବଶ୍ରେଷ୍ଠ ଇଷ୍ଟ ନରଦେହୀ ଅବତାର ।

    ନିର୍ମଳ ଅନ୍ତରେ ଆସ ହେ ସୋଦରେ ପୂଜିବା ସେ ପଦ୍ମପାଦ,

    ଭକତି-ସୁମନ କରିବା ଅର୍ପଣ ତେଜି ବାଦ ବିସମ୍ବାଦ ।

    ସୂଚୀମାଳାକୁ ଫେରନ୍ତୁ

  • nishi ghunchi ghunchi jaauchi

    ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି,

    ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନମଣି ଗଉରବେ ଉଇଁ ଆସୁଛିଘୋଷା ।

    ତୁଟି ତୁଟି ଯାଏ ଅନ୍ଧକାର ମୋହ,              ହସି ହସି ଉଠେ ପ୍ରକୃତି ନିବହ

    ନୂଆ ଜନମର ଜୀବନ ପ୍ରବାହ   ପ୍ରାଙ୍ଗଣେ ପ୍ରାଙ୍ଗଣେ ଖେଳୁଛି । ୧ ।

    କ୍ରୁଶ କାଲଭେରୀ ମୁକୁଟ କଣ୍ଟାର,               ପକ୍ଷୀକଳତାନ ଭ୍ରମର ଝଙ୍କାର,

    ପ୍ରେମମୟଙ୍କର ଅନନ୍ତ ପ୍ରେମର ଗଉରବ ଗୀତି ଗାଉଛି । ୨ ।

    କ୍ଷୁଦ୍ର ନାଜରିତ କଣ୍ଟା ମୁକୁଟିଆ   ବିଶ୍ୱର ଦୁଆରେ କ୍ରୁଶ କାନ୍ଧେ ଠିଆ,

    ପରିପୂର୍ଣ୍ଣ ପ୍ରେମ ମୁକତି ତାଟିଆ ଦୁଆରେ ଦୁଆରେ ଯାଚୁଛି । ୩ ।

    ପାପୀ ତାପୀ ଦୀନ ଆତୁର ଅନାଥ          ପୂଣ୍ୟମୟ କର ପରଶେ କୃତାର୍ଥ,

    ଆସ ଯହିଁ ଯେତେ ଅଛ ପରିଶ୍ରାନ୍ତ          ଅନନ୍ତ ବିଶ୍ରାମ ମିଳୁଛି । ୪ ।

    ଆଣିଛି ଆଲୋକ ନୂଆ ଜାଗରଣ,              ଜାଗରେ ନିଦ୍ରିତ ଉତ୍କଳ ସନ୍ତାନ,

    ଥିବ କେତେ ଦିନ ମୋହ ନିଗମନ ! ଶୁଭ ଶଙ୍ଖ ଦେଶେ ବାଜୁଛି । ୫ ।