Tag: Odia Christian Song Lyrics

  • taba krushiya jatana hai bhedi jaau

    ତବ କ୍ରୁଶୀୟ ଯାତନା ହେ ଭେଦି ଯାଉ ଆଜି ବିଶ୍ୱ ପ୍ରାଣେ ଅନୁଭବେ ହେ ।

    କ୍ରୁଶରେ ଦେଖି ରକତ ସ୍ରୋତ

    ଫାଟିଯାଉ ବିଶ୍ୱାବାସୀଙ୍କର ବୁକୁ ସବେଗେ ଧାଇଁ ଆସ କ୍ରୁଶ ତଳେ

    ଅନୁତପ୍ତ ପ୍ରାଣେ ହେ । ୧ ।

    ପାତକୀ ଜୀବନ ପାଇଁକି ଦାନ ଦେଲ ତୁମେ

    ଅମର କୁମର ହୋଇ ମୃତ୍ୟୁ ବରିଲ

    ଅଶ୍ରୁ ଢାଳି ପଦ ଦେବି ଗୋ ଧୋଇ

    ପାରଦେଶେ ନାଥ ମୋତେ ଭୁଲିବ ନାହିଁ ଜୀବନେ 

    କ୍ରୁଶ ଛବି ହୃଦେ ଧରି କ୍ରୁଶ ପଛେ ଚାଲେ ହେ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • papi, krusha ma adori ne

    ପାପୀ, କ୍ରୁଶ ମୋ ଆଦରି ନେରେ ପାପୀ

    କ୍ରୁଶ ତଳେ ତୋ ଅମାପ ପାପ ଗଣ୍ଠିରୀ ଥୋଇ ଦେ । ୦ ।

    ପାପ କଳଙ୍କ ଧୋଇବା ପାଇଁରେ କ୍ରୁଶେ ଦେଲି ବୁକୁ ରକତ ନିଗାଡ଼ି 

    ହୃଦ ଭରା ତୋର କଳଙ୍କ କାଳିମା ରକତେ ପଖାଳି ଦେ । ୧ ।

    ଖୋଜି ମୁଁ ତୋତେ ବାହାର ଅନ୍ଧାରେ କେଶ ବେଶ ତିନ୍ତେ ନିଶିର ଶିଶିରେ

    ଡାକି ଫେରେ ନିତି କୁଟୀର ଦୁଆରେ

    ଦୁଆର ଫିଟାଇ ଦେ । ୨ ।

    ପାପୀ ମରଣ ପାରେନା ସହିରେ କୋଟି ନିଧି ପାପୀ ଗୋଟିଏ ପାଇଲେ

    ତିଳେ ତିଳେ ସଢ଼ି ମରୁଛୁ ପାପରେ

    ଅମର ପଦବୀ ନେ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • akase uthi nahi se dina tarati

    ଆକାଶେ ଉଠି ନାହିଁ ସେଦିନ ତାରାଟି

    ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ   । ଘୋଷା ।

     

    ଗାଇନି ସରଗ ବାହିନୀ

    ଜନମି ନାହିଁରେ ବେଥଲିହିମରେ

    ଅମରାବତୀର ଶିଶୁଟି

    ପରାଚୀ ପଣ୍ଡିତ ନରେଶ ହେରୋଦ 

    ନାହାନ୍ତି ଆଜିରେ କେହିଟି କାଳର ଗରଭେ ଲୁଚିଲେ ସରବେ    

    ଯେସନେ ଅତୀତ କାହାଣୀ       । ୧ ।

     

    ଆଜିରେ ଜାଗିଛି ଗ୍ରହ ତାରା କଣ୍ଠେ ସେଦିନ ପୁଲକ ଭାରତୀ

    ଜଳସ୍ଥଳ ନଭ ଜଣାଏ ସ୍ୱାଗତ ଶିଶୁର ଜନମ ଜୟନ୍ତୀ

    ସଂସାର ପ୍ରବାସେ ମାତିଲୁ ଉଲ୍ଲାସେ

    ସାର ହେଲା ଏଥି କାହାଣୀ   । ୨ ।

     

    ସେଦିନର ଶିଶୁ ତେଜି ସୁରପୁର ଖୋଜୁଛି ଆଳୟେ ଆଳୟେ

    ନେବାକୁ ଜନମ ଏହି ଶୁଭ ଦିନେ ସବୁରି ଆବିଳ ହୃଦୟେ

    ସାର୍ଥକ କର ଆଜି ବଡ଼ଦିନେ     

    ଯୀଶୁ ହେ ଅନ୍ତରେ ଜନମି       । ୩ ।

    ସୂଚୀମାଳାକୁ ଫେରନ୍ତୁ

  • he raja rajana janamicha

    ହେ ରାଜ, ରାଜନ, ଜନମିଛ କେଉଁଠାରେ । ଘୋଷା ।

    ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ,

    ଗୁହାଳ କୁଣ୍ଡରେ ରହିଅଛ ଶୋଇ,

    ତବ ଆଲୋକ ତାରକା ସମ ମୋତେ

    ଦେଖାଇଛ ପଥ ପାପ-ନିଶିରେ 

     

    ସ୍ୱର୍ଗ ସିଂହାସନ ତିଆଗି ହେ ନାଥ,

    ମାନବ ରୂପ ଧରି ହୋଇଅଛ ଜାତ,

    ପାପୀ ପାପ-ଭାର କରିବାକୁ ଦୂର,

    ଆସିଅଛ ଆଜି ଏ ଦୀନ ବେଶରେ  । ୨ ।

     

    ତବ ଶ୍ରୀ ପୟରେ ଭେଟି ଦେବା ପାଇଁ 

    ସୁବର୍ଣ୍ଣ କୁନ୍ଦରୁ ଗନ୍ଧରସ ନାହିଁ,

    ମମ ପାପ-ତାପ-କଳୁଷ ପରାଣ 

    ଉପହାର ନିଅ ନାଥ ଦୟାରେ   । ୩ ।

    ପାତକୀ ଜୀବନେ ଦେବାକୁ ମୁକତି ଭବେ କେହି ନାହିଁ ହେ ଜୀବନ ଜ୍ୟୋତିଃ

    ପାପ ଅନ୍ଧକାର କର ମୋର ଦୂର, ଶିଶୁ ଯୀଶୁ ଆସି ମୋ’ ହୃଦ-କୁଟୀରେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aji suprabhate asa jiba bhai

    ଆଜି ସୁପ୍ରଭାତେ ଆସ ଯିବା ଭାଇ

    ନବ ପ୍ରେମେ ମିଳି ଯୀଶୁ ନାମ ଗାଇ ଘୋଷା । 

     

    ସ୍ୱଗୁଁ ଅବତରି ସୁର ପ୍ରଭୁ

    ଭବେ ଜନମିଲେ ନର ତ୍ରାଣ ପାଇଁ । ୧ ।

    ଭାଇ ଭଗିନୀ ସର୍ବେ ଜଡ଼ତା ଛାଡ଼ି

    ପାପାତ୍ମାର ସର୍ବ ଶୃଙ୍ଖଳା ବେଡ଼ି ଭଙ୍ଗ କରି ଆସ ମୁକୁଳିବା 

    ପ୍ରେମେ ଏକ ହୋଇ ଯୀଶୁ ନାମ ଗାଇ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • jaago re soiniko aartho janataa daake

    ( ସ୍ୱର : ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନ ମାଳ ) 

     

    ଜାଗରେ ସଇନିକେ ଆର୍ତ୍ତ ଜନତା ଡାକେ ରାତ୍ରିର ଅନ୍ଧକାରେ ପଥ ବାଉଳା,

    ଶତ୍ରୁ ଚଉଦିଗେ ହୁଙ୍କାର ଶବଦେ

    କରି ଦିଏ କ୍ଷଣେ କ୍ଷଣେ ଛାତି ପତଳା । ଘୋଷା । 

     

    ତେଜି ଉଠ ତରୁଣ ସୈନିକ ଦଳ

    ଯାଚି ଘେନ ସେନାପତି ବାକ୍ୟ ବଳ

    ଆଲୋକର ଶିଖା ଜାଳି, ଅନ୍ଧକାର ଦିଅ ଦଳି

    ଯାଉ ଜଳି ଅଶରୀର ବାରୁଦ ଗୋଳା      

    କେହି ଯେବେ ଏ ଅବଧି ରଣ ସଜ୍ଜା

    ପିନ୍ଧି ନାହିଁ – ଏବେ ପିନ୍ଧି ଫିଙ୍ଗି ଲଜ୍ଜା

    ନୁହେଁ ଖାଲି ସେ ଭୂଷଣ, ରକ୍ଷା କବଚ ପୁଣ

    ଉତ୍ତାଳ ଦରିଆରେ ଅଟଳ ଭେଳା           । ୨ ।

    ଶୁଣୁ ତୁମ ଦୁର୍ଯ୍ୟଧ୍ୱନି ତୃପ୍ତ ଜନତା

    ତୁଟିଯାଉ ମୃତ୍ୟୁଭୟ ଅଈରୀ ଚିନ୍ତା ମୃତ୍ୟୁଞ୍ଜୟୀ ସେନାପତି ସଦା ଆଗେ ଚାଲିଛନ୍ତି

    ଅନୁସରି ଆଗ ବଢ଼ ନ କରି ହେଳା । ୩ ।

    ସୂଚୀମାଳାକୁ ଫେରନ୍ତୁ

  • doyamaya jishu priya hai moro

    (ସ୍ୱର : ଦୟାମୟ ଯୀଶୁ ଧନ ହେ)

    ଦୟାମୟ ଯୀଶୁ ପ୍ରିୟ ହେ ମୋର ସବୁ କିଛି ତୁମେ ନିଅ । ଘୋଷା ।

    ନିଅ ବୋଲି ପ୍ରଭୁ ଦେଲି ମୁହିଁ ତୋଳି

    ଅତୀତ ଜୀବନ ଶତ ବ୍ୟଥା କାଳି; ଲହୁ ଲୁହେ ଧୋଇ ଦିଅ ପ୍ରେମମୟ

    ତୁମ ଯୋଗ୍ୟ କରି ନିଅ ହେ     । ୧ ।

    କ୍ରୁଶ କୋରଡ଼ାରେ ଦିଅ ଭାଙ୍ଗି ଦିଅ ସଂସାରର ଶତ ବାସନାର ମୋହ,

    ନାହିଁ ମୋର ଶକ୍ତି ଟାଣେ ଜଗତ୍‌ପତି

    ତୁମ ଶକ୍ତି ମୋତେ ଦିଅ ହେ । ୨ । 

     

    ଲାଜ, ଅପମାନ, ଯଶ, ସନମାନ

    ତୁମ ପ୍ରେମେ ଯେହ୍ନେ ହୁଏ ଗୋ ସମାନ

    କାଲବେରୀ ସ୍ରୋତ ପ୍ରେମର ସଙ୍ଗୀତ ବୁକୁ ତଳେ ମୋର ଦିଅ ହେ           । ୩ ।

    ଗର୍ବ ଦମ୍ଭ ମୋର ସବୁ କରି ଚୂର୍ଣ୍ଣ

    ନିଅ ତୁମେ ମୋର ଭଙ୍ଗା ଚୂନା ମନ

    ତୁମରି ବାସନା ପୁରାଇ ଜୀବନେ ସଦା ମୋର ପାଶେ ଥାଅ ହେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • chira bandhubara jishu hai sundara

    ଚିର ବନ୍ଧୁବର ଯୀଶୁ ହେ ସୁନ୍ଦର

    କଳୁଷ ପରାଣେ ରାଜ ଗୋ, ହେ ବିଶ୍ୱ ଗୌରବ 

    ସ୍ୱରଗ ବିଭବ ସମାଜ ପରାଣେ ସାଜ ଗୋ । ଘୋଷା ।

    ପ୍ରଣମି କରୁଗୋ ତୁମଠି ଅଳି,

    ଆହେ ପାପହାରୀ ପ୍ରାଣ ସଙ୍ଖାଳି,

    ଅଜ୍ଞାନ ପରାଣୁ ପାପର କାଳିମା 

    ତୁମରି ଆଲୋକେ ମାଜ ଗୋ      । ୧ ।

     

    ଏ ଭବ ଅସାର ମାୟା ମମତା ହରି ନେଲାଣି ଗୋ ଜୀବନ ସତ୍ତା,

    ଆହେ ଜୀବଧାରି, ଜୀବନ-ମୁରଲୀ    

    ବଜାଅ ମୃତ ପରାଣେ ଗୋ      । ୨ ।

  • sundara madhura naamoti taankara

    ସୁନ୍ଦର ମଧୁର ନାମଟି ତାଙ୍କର

    ନ ପାରେ ମୁରୁଛି କ୍ଷଣେ ମାତର ଯେଣେ ଗଲେ ତେଣେ ନାଚେ ହୃଦ ମୋର

    କି ଜାଣି କାହିଁକି, ନୁହଇ ପାସୋର । ଘୋଷା ।

    ଦୁଇ ଦୁଇ କରି ଚାରୋଟି ଅକ୍ଷର ବାନ୍ଧି ରଖିଅଛି ସରଗ ସମ୍ଭାର

    ଆଡ଼ କାଠେ ଛନ୍ଦା ସେହି ନାମ ଚିର ହେଜୁ ନ ହେଜୁଣୁ ପୁଲକେ ଶରୀର । ୧ ।

    ନୀତି ଚମତ୍କାର ପ୍ରୀତି ରତ୍ନାକର ପାପୁଁ ତରିବାରେ 

    ଅମୋହ ମନ୍ତର ନୋହିଁ ପଦପ୍ରାନ୍ତୁ ନିମିଷେ ଅନ୍ତର

    ନାମ ଭଜନରେ ଯାଉ ଦିନ ମୋର । ୨ ।

  • praate diya darasana jibana dhana

    (ସ୍ୱର : ଆହା କି ମଧୁର ତବ ପ୍ରେମ ପରଶ)

    ପ୍ରାତେ ଦିଅ ଦରଶନ, ଜୀବନ ଧନ

    ତୁମେ ପରା ପାପହରା, ମୁକ୍ତିଦାତା ଜ୍ଞାନାଞ୍ଜନ । ଘୋଷା । 

     

    ହୃଦୟ ଦୁଆର ଦେଇ ମୁଁ ଖୋଲି, ଡାକୁଛି ଆତୁରେ ମୋ ଯୀଶୁ ବୋଲି

    ଆସ ତ୍ୱରା ସହୁ ନାହିଁ ବିଳମ୍ବ ଯେ ମୋର ପ୍ରାଣ । ୧ । 

     

    ରଜନୀ ଅନ୍ଧାର ହେଲାଣି ଦୂର, ପୂରୁବ ନଭେ ଉଦେ ଦିବାକର 

    ହୃଦେ ମୋର ଉଦେ ହୋଇ ନାଶି ଦିଅ ପାପତମ । ୨ ।

    ଶୁଣଇ ମୋ କାନ ଯେତେ ଶବଦ, ନର ପଶୁ ପକ୍ଷୀ ସବୁରି ରବ

    ପୁଲକିତ ହେଉ ହୃଦ ଶୁଣି ନାଥ ତୁମ ସ୍ୱନ

    ପଦେ ଅଳି ନାଥ ଦିଅ ହେ ଶକତି, ଦେଖିବାକୁ ତୁମ ଶ୍ରୀମୁଖ ଜ୍ୟୋତି

    ନ ହୁଡ଼ିବି ପଥ ଯେହ୍ନେ ଧରି ତୁମ ପଦ ଚିହ୍ନ । ୪ ।

    ସୂଚୀମାଳାକୁ ଫେରନ୍ତୁ