Tag: Odia Christian Song Lyrics

  • jisu asile swargaru

    ଯୀଶୁ ଆସିଲେ ସ୍ଵର୍ଗରୁ,
    ଦୟାରେ ମୁକ୍ତ କରିଲେ ସେ ମୋତେ ପାପରୁ (ଘୋଷା)
    ସେ ସ୍ବର୍ଗ-ସୁଖ ଛାଡ଼ିଲେ, ସତ୍ୟ ମନୁଷ୍ୟ ହୋଇଲେ,
    ସେ ମନୁଷ୍ୟ ଓ ଈଶ୍ଵର ସତ୍ୟ ଅବତାର |୧|


    ଈଶ୍ଵରଙ୍କ ବିଷୟରେ ସେ ସତ୍ୟତା ଶିଖାଇଲେ,
    ଯେ ତାଙ୍କୁ ଏବେ ମାନଇ ସେ ଜ୍ଞାନୀ ହୁଅଇ |୨|


    ମୁଁ ଥିଲି ପାପିଷ୍ଠ ଲୋକ, ସେ କଲେ ମୋତେ ଧାର୍ମିକ,
    ସେ ବଡ଼ ଦୁଃଖ ସହିଲେ, ମୋ ଦଣ୍ଡ ପାଇଲେ (ଯୀଶୁ) |୩ ।


    ସେ ମୋର ପାଇଁ ମରିଲେ, ମୋ ବଦଳି ସେ ହୋଇଲେ,
    ଯେବେ ସେ ମରି ନଥାନ୍ତେ, ଲୋକ ନାଶ ଯାନ୍ତେ (ଯୀଶୁ) ।୪|


    ଯେବେ ସେ ଆସି ନଥାନ୍ତେ ଲୋକେ ସ୍ବର୍ଗକୁ ନ ଯାନ୍ତେ,
    ଏବେ ମୁଁ ସ୍ଵର୍ଗକୁ ଯିବି, ପ୍ରଭୁଙ୍କୁ ଦେଖୁବି |୫|

    ସୂଚୀମାଳାକୁ ଫେରନ୍ତୁ

  • Jisu mu tumaku hrude rakhibi

    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି
    ସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)
    ତୁମ ନାମ ଭଜୁଥିବି…..
    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି…=୦=

    ତୁମ ପ୍ରେମ ମୁଁ ସ୍ମରିବି
    ତୁମ ଗୁଣ ମୁଁ ଗାଇବି
    ତୁମ ସେବା ମୁଁ କରିବି
    ତୁମ ଆଜ୍ଞା ମୁଁ ମାନିବି
    ପ୍ରାତଃ କାଳରେ ଦିବା ରଜନୀରେ (୨ଥର)
    ପ୍ରାର୍ଥନାରେ ଜାଗି ରହିବି…..
    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି…=1=

    ତୁମ ରବ ମୁଁ ଶୁଣିବି
    ତୁମ ବାକ୍ୟ ମୁଁ ପଢିବି
    ତୁମ ପଛେ ମୁଁ ଚାଲିବି
    ତୁମ ବିଧି ମୁଁ ଶିଖିବି
    ସ୍ଥିର ଚିତ୍ତରେ ଭୟ ଭକତିରେ
    ତୁମ ସ୍ତୁତି କରୁଥିବି …..
    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି…=2=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ (ଶିକ୍ଷକ)
    କଣ୍ଠଶିଳ୍ପୀ – ଅନ୍ତରା ଚକ୍ରବର୍ତ୍ତୀ

    ସୂଚୀମାଳାକୁ ଫେରନ୍ତୁ

    click the link below to know the tune

  • ketebele chalijiba jibana

    କେତେବେଳେ ଚାଲିଯିବ ଜୀବନ
    କେତେବେଳେ ଉଡ଼ିଯିବ ପରାଣ
    ଜୀବନ ଚାଲି ଯିବା ଆଗରୁ
    ପରାଣ ଉଡ଼ି ଯିବା ଆଗରୁ
    ଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନ
    କେତେବେଳେ ଚାଲିଯିବ ଜୀବନ ….=୦=

    ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବ
    ଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବ
    ଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବ
    ଏ ଜୀବନ ବାଟ ଦିନେ ଠିକଣା ହରାଇବ
    ଆଜି ଅଛି କାଲି ନାହିଁ ମଣିଷ ଜୀବନ
    ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
    ଏହି ହେତୁ କ୍ରୁଶ ପାଶେ ନେବା ଶରଣ
    କେତେବେଳେ ଚାଲିଯିବ ଜୀବନ ….=୦=

    ଏ ଜୀବନ ଗୀତ ଦିନେ ବେସୁରା ହୋଇବ
    ଏ ଜୀବନ ଫୁଲ ଦିନେ ବାସନା ହରାଇବ
    ଏ ଜୀବନ ଗୃହ ଦିନେ ଭୁଶୁଡ଼ି ପଡ଼ିବ
    ଏ ଜୀବନ ନାଟ ଦିନେ ସମାପ୍ତ ହୋଇଯିବ
    ଆଜି ଅଛି କାଲି ନାହିଁ ମଣିଷ ଜୀବନ
    ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
    ଏହି ହେତୁ ଫେରିଯିବା ଯୀଶୁ ଚରଣ
    କେତେବେଳେ ଚାଲିଯିବ ଜୀବନ ….=୨=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ (ଶିକ୍ଷକ)
    (8895583382)
    କଣ୍ଠଦାନ – ହ୍ୟୁମାନ ସାଗର

    ସୂଚୀମାଳାକୁ ଫେରନ୍ତୁ

    click the link below to know the tune

  • Kampi uthe e dhara dhama

    କମ୍ପି ଉଠେ ଏ ଧରାଧାମ
    ନେଲେ ବୋଲି ଯୀଶୁ ଜନମ
    ଝୁମି ଉଠେ ଏ ତନୁ ପ୍ରାଣ
    ନେଲେ ବୋଲି ଯୀଶୁ ଜନମ
    ହସୁଛି ନୀଳ ଗଗନ
    ନାଚୁଛି ଗିରି କାନନ
    ଆନନ୍ଦିତ ଲାଗେ ଏ ମନ
    ଉଲ୍ଲସିତ ହୁଏ ଏ ପ୍ରାଣ….=୦=

    ସୃଷ୍ଟି କାଳାବଧି ଯାହାଙ୍କ ବିଷୟ
    ଧର୍ମ ଶାସ୍ତ୍ରେ ଥିଲା ଲିଖିତ
    ପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତ
    କଲେ ତାହା ସଫଳିକୃତ
    ପିତାଙ୍କ ଆଦେଶମାନ
    ମାନିଲେ ଯୀଶୁ ରାଜନ
    ଆନନ୍ଦିତ ଲାଗେ ଏ ମନ
    ଉଲ୍ଲସିତ ହୁଏ ଏ ପ୍ରାଣ….=୦

    ସରଗର ଦୂତ ହୋଇ ଉପସ୍ଥିତ
    କହିଲେ ନ ହୁଅ ଭୟାର୍ତ୍ତ
    ଅଦ୍ୱିତୀୟ ପୁତ୍ର ହୋଇଛନ୍ତି ଜାତ
    ପାପ ତାପ କରିବେ ଧୌତ
    ମାନବ ରୂପ ଧରିଣ
    ଆସିଲେ ମର୍ତ୍ତ୍ୟ ଭୂବନ
    ଆନନ୍ଦିତ ଲାଗେ ଏ ମନ
    ଉଲ୍ଲସିତ ହୁଏ ଏ ପ୍ରାଣ….=୦

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ (ଶିକ୍ଷକ)
    କଣ୍ଠଦାନ – ଅମିତ୍ ପାଣି (ସୁସମାଚାର ଗାୟକ)

    ସୂଚୀମାଳାକୁ ଫେରନ୍ତୁ

    click the link below to know the tune

  • emiti pape budi thibu kete dino

    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ
    କେବେ ଛାଡ଼ିବୁ ମନ୍ଦ ଗୁଣ
    କେବେ ହେବୁ ପରିବର୍ତ୍ତନ
    କେବେ ଭଜିବୁ ଯୀଶୁ ନାମ
    କେବେ କରିବୁ ତାଙ୍କ ଧ୍ୟାନ
    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦=

    ଆଉ କେତେ କାଳ ବନ୍ଧୁ କରୁଥିବୁ ହେଳା
    ଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳା
    ବଦଳାଇ ଦେ ନିଜକୁ ଥାଉ ଥାଉ ବେଳା
    ନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳା
    ଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ ମଥା (୨ଥର)
    କେବେ ସଜାଡିବୁ ମନ
    କେବେ ହେବୁ ସଂଶୋଧନ
    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୧=

    ମାୟା ମରିଚିକା ପଛେ କେତେ ଧାଉଁଥିବୁ
    ରଙ୍ଗ ରସ ମତ୍ତତାରେ କେତେ ମାତିଥିବୁ
    ଛଳ କୂଟ କପଟରେ କେତେ ବୁଡିଥିବୁ
    ଅସାର ପଥରେ କେତେ ବାଟ ଚାଲୁଥିବୁ
    ଛାଡ଼ି ଏ ମିଛ ଦୁନିଆ ଯୀଶୁ ପାଶେ ତୁ ଫେରିଆ (୨ଥର)
    ଦେବେ ତୋତେ ପରିତ୍ରାଣ
    ଧନ୍ୟ ହେବ ତୋ ଜୀବନ
    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୨=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ (ଶିକ୍ଷକ)
    କଣ୍ଠଦାନ – ବାବୁନ୍ ପାଣି

    ସୂଚୀମାଳାକୁ ଫେରନ୍ତୁ

    click on this link below to know the tune

  • Pilaankara bondhu jone

    ପିଲାଙ୍କର ବନ୍ଧୁ ଜଣେ

    ଅଛନ୍ତି ସ୍ୱର୍ଗରେ, ବନ୍ଧୁ ତାଙ୍କ ସମାନ

    ନାହିଁ ସଂସାରରେ; ପ୍ରେମ ଥାଏ ତାଙ୍କର ସମାନ ରୂପରେ,

    ନୁହଇ ତା ବିକାର

    କୌଣସି କାଳରେ    । ୧ ।

    ପିଲାଙ୍କ ପାଇଁ ବିଶ୍ରାମ

    ଅଛି ସ୍ୱର୍ଗପୁରେ,

    ଅତୁଲ୍ୟ ସେ ବିଶ୍ରାମ

    ନାହିଁ ତା ପରିରେ;

    ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ

    ଏ ଯା ମନରେ, ସେ ପିଲା ସେ ବିଶ୍ରାମ

    ଭୋଗିବ ସ୍ୱର୍ଗରେ    । ୨ ।

    ପିଲାଙ୍କର ପାଇଁ ଗୃହ

    ଅଛି ସ୍ୱର୍ଗପୁରେ, କି ସୁରମ୍ୟ ସେ ଗୃହ !

    କାହିଁ ତା ପରିରେ ?

    ପିଲାମାନେ ସେଠାରେ

    ଖ୍ରୀଷ୍ଟଙ୍କ ସଙ୍ଗରେ, ରହିବେ ଏକତ୍ରରେ

    ଅନନ୍ତ ସୁଖରେ       । ୩ ।

    ସୂଚୀମାଳାକୁ ଫେରନ୍ତୁ

  • sano sano pilanku jishu-premo karanti

    ସାନ ସାନ ପିଲାଙ୍କୁ   ଯୀଶୁ ପ୍ରେମ କରନ୍ତି;

    ଡାକି ନେଇ ତାହାଙ୍କୁ  ଆପେ କୋଳେ ଧରନ୍ତି 

    ଏବେ ମୋ ପାଇଁ     ପ୍ରେମ ଦେଖାଇ

    ମୋ ପାଶେ ଥାଇ    ସେ କୃପା କରନ୍ତି । । ୧ ।

     

    ଯୀଶୁ ପାଶେ ଏଠାରେ           ଯେତେ ପିଲା ଯାଆନ୍ତି;

    ଦେହ ପୁଣି ଆତ୍ମାରେ ଆଶୀର୍ବାଦ ପାଆନ୍ତି । ୨ ।

    ପାପୀ ପାଇଁ କ୍ରୁଶରେ ଯୀଶୁ ଦୁଃଖ ସହିଲେ,

    ଆପଣାର ଦେହରେ ପାପ ଭାର ବହିଲେ

    ଯୀଶୁ ପ୍ରାଣ ଦେବାରେ           ପାପୀଙ୍କି ନିସ୍ତାରିଲେ,

    ପୁଣି ତାହା ନେବାରେ            ମୃତ୍ୟୁରୁ ଉଦ୍ଧାରିଲେ  । ୪ ।

    ତେବେ ଯାଇ ସ୍ୱର୍ଗକୁ ନିଜେ ସେ ନିବାସରେ

    ସାନ ପିଲାମାନଙ୍କୁ    ଜାଗା ଦେଲେ ପାଶରେ । ୫ ।

    ତାଙ୍କୁ ମାନି ଏଠାରେ ମୁଁ ଉଦ୍ଧାର ପାଇବି,

    ପୁଣି ଯାଇ ସେଠାରେ            ଏହି ଗୀତ ଗାଇବି    । ୬ ।

  • dipti prakasha ehi sangsare

    ଦୀପ୍ତି ପ୍ରକାଶ          ଏହି ସଂସାରେ

    ତାରାଗଣ ଯେହ୍ନେ    ଅନ୍ଧକାରରେ;

    ମାନିବା ଏ ଆଜ୍ଞା     ପ୍ରଭୁ ବଳରେ

    ମୁହିଁ ଏହିଠାରେ      ତୁ ସେଠାରେ । ୧ ।

    ଦୀପ୍ତି ପ୍ରକାଶ          ଯୀଶୁ କହନ୍ତି,

    ନିସ୍ତେଜ ପ୍ରଦୀପ      ଦୁଃଖେ ଦେଖନ୍ତି;

    ହୋଇବା ଉଜ୍ଜ୍ୱଳ      ସବୁ କାଳରେ

    ମୁହିଁ ଏହିଠାରେ      ତୁ ସେଠାରେ । ୨ ।

    ଦୀପ୍ତି ପ୍ରକାଶ          ଯେହ୍ନେ ଦର୍ପଣ

    ଦୀପ୍ତିମାନ ହୁଏ       ପାଇ କିରଣ;

    ହେଉଁ ତେଜୋବାନ   ପ୍ରଭୁ ତେଜରେ

    ମୁହିଁ ଏହିଠାରେ      ତୁ ସେଠାରେ         । ୩ ।

    ଦୀପ୍ତି ପ୍ରକାଶ          ସୁଆଚାରରେ,

    ପାପ-ଅନ୍ଧକାର       ନିଜ ପରରେ

    କରୁଁ ତା ବିନାଶ       ଏ ଉପାୟରେ,

    ମୁହିଁ ଏହିଠାରେ      ତୁ ସେଠାରେ         । ୪ ।

    ଦୀପ୍ତି ପ୍ରକାଶ          କରିବ ଯେବେ

    ପ୍ରଭୁଙ୍କ ପ୍ରଶଂସା      ଲୋକେ ଗାଇବେ;

    ଦେଖିବା ଏ ଫଳ     ମହାନନ୍ଦରେ

    ମୁହିଁ ଏହିଠାରେ      ତୁ ସେଠାରେ         । ୫ ।

  • he pilagana karucha ki jishunku prema

    ପ୍ରଶ୍ନ :      ହେ ପିଲାଗଣ !

    କରୁଛ ଯୀଶୁଙ୍କୁ କି ପ୍ରେମ ? ଘୋଷା ।

    ଉତ୍ତର : ହଁ, ଯୀଶୁ ବିନା କେହି ସୁନ୍ଦର ନ ଦିଶଇ,

    ଶାରୋଣ ଗୋଲାପରୁ ସେ ଅତି ମନୋରମ । ୧ ।

     

     ହଁ, ସେହି ଯୀଶୁ ନାମ କର୍ଣ୍ଣକୁ ମନୋରମ,

    ନାହିଁ ନାହିଁ ସେପରି ଅନ୍ୟ ସୁମିଷ୍ଟ ନାମ    । ୨ ।

     

     ହଁ, ସେ ପିଲାମାନଙ୍କୁ ନରକୁ ତାରିବାକୁ,

    ନିଜ ଜୀବନ ଦେଲେ, ନ କରିବୁଁ କି ପ୍ରେମ ? । 

     

    ସେ ଅନନ୍ତ ଜୀବନ, ପାପୀ ପୁଣ୍ୟ ବସନ,

    ତାଙ୍କ ବିନା କାଠାକୁ କରିବା ହେ ଗମନ ?     

    ଆସ ହେ ପିଲାପିଲି, ହୋଇ ସକଳ ମେଳି,

    କରିବା ତାଙ୍କୁ ପ୍ରେମ, ସେହି ପ୍ରେମ ଭାଜନ

  • aso aso pila mane

    ଆସ, ଆସ ପିଲାମାନେ

    ଗାଇବା ଆନନ୍ଦରେ;

    ପ୍ରଭୁ ଏବେ ଏହି ସ୍ଥାନେ ଶୁଣନ୍ତି ସନ୍ତୋଷରେ । ୧ । 

     

    ସଦାବେଳେ ସମାନ

    ଥ ।ନ୍ତି ସେ ଦୟାବାନ । ଜୀବନର ଶେଷ ଯାଏ ଦେହ ପୁଣି ଆତ୍ମାରେ;

    ଆଶୀର୍ବାଦ ଯେତେ ଥାଏ

    ଦିଅନ୍ତି ବାହୁଲ୍ୟରେ । ୨ ।

    ପାପୀମାନଙ୍କୁ ଅନାଇ

    ଦୟାପୂର୍ଣ୍ଣ ଚିତ୍ତରେ;

    ପାପଠାରୁ ମୁକୁଳାଇ ନେଲେ ମୁକ୍ତି ମାର୍ଗରେ । ୩ ।

    ଯୀଶୁ ପାପ ଭାର ନେଲେ

    ଆପଣାର ଦେହରେ;

    ଏଣୁ ତାଙ୍କ ପ୍ରାଣ ଦେଲେ ମହା ପ୍ରାୟଶ୍ଚିତ୍ତରେ । ୪ ।

     

     ସେ ପବିତ୍ର ଆତ୍ମା ଦେଇ ଶିଷ୍ୟଙ୍କୁ ସଂସାରରେ;

    ସ୍ୱର୍ଗପୁର ବାଟେ ନେଇ

    ଆପେ ଥାନ୍ତି ପାଶରେ । ୫ ।

    ଯୀଶୁ ଏବେ ସଙ୍ଗୀ ହେବେ

    ପୁଣି ଯାତ୍ରା ଶେଷରେ;

    ସ୍ୱର୍ଗରେ ବିଶ୍ରାମ ଦେବେ ଆପଣାର ପାଶରେ । ୬ ।

    ସୂଚୀମାଳାକୁ ଫେରନ୍ତୁ