Tag: Number one Christian song lyrics website

  • jishu uttama, jishu uttama

    ଯୀଶୁ ଉତ୍ତମ, ଯୀଶୁ ଉତ୍ତମ, ଯୀଶୁ ଉତ୍ତମ,ମୋ ପାଇଁ (ଘୋଷା)
    ଯୀଶୁ ଆସିଲେ ( ୩ ଥର) ସ୍ଵର୍ଗରୁ ମୋ ପାଇଁ … |୧|
    ଯୀଶୁ ମରିଲେ ( ୩ ଥର) କୃଶରେ ମୋ ପାଇଁ .. |୨|
    ଯୀଶୁ ଉଠିଲେ (୩ ଥର) କବରୁ ମୋ ପାଇଁ । I୩I
    ଯୀଶୁ ଜୀବିତ (୩ ଥର) ସର୍ବଦା ମୋ ପାଇଁ |୪|
    ଯୀଶୁ ଆସିବେ ( ୩ ଥର) ଆକାଶେ ମୋ ପାଇଁ |୫|

    ସୂଚୀମାଳାକୁ ଫେରନ୍ତୁ

  • jeu dina dekhili se chabi

    ଯେଉଁ ଦିନ ଦେଖିଲି ସେ ଛବି
    କାଲବରୀ ତୀରେ ବହିଲା ପ୍ରେମରେ ରକ୍ତର ନଦୀ (ଘୋଷା)

    କହିଲି ଯୀଶୁ ହେ ତୁମ ଦେହେ କିମ୍ପା ବେଦନାର କଷାଘାତ ।
    କହିଲେ ସେ ମୋତେ ପାପ ପାଇଁ ତୋର କରୁଛି ପ୍ରାୟଶ୍ଚିର
    ପଚାରିଲେ, ପ୍ରେମରେ ସେ ମୋତେ ତୋର ମୁକ୍ତି ପାଇଁ
    ସହୁଛି ଏ ଦୁଃଖ ପାରୁକି ଅନୁଭବି…ପାରୁକି…ଅନୁଭବି |୧|

    ଢାଳି ମୁଁ ଲୋତକ କହିଲି ଅଧୀରେ ଅଟେ ମୁଁ ଯେ ପ୍ରତାରକ
    କ୍ଷମା କର ପ୍ରଭୁ ପାପ ଯେତେ ମୋର କରୁଛି ଅନୁତାପ
    ପ୍ରେମ ବହି କହିଲେ ସେ ମୋତେ, ଆଜିଠାରୁ ମୁହଁ .
    ସାରା ଜୀବନ ତୋ’ ପାଶେ ପାଶେ ଥିବିକେବେ ନ ଛାଡ଼ିବି |୨|

    ସୂଚୀମାଳାକୁ ଫେରନ୍ତୁ

  • jishu tuma premo smari

    ଯୀଶୁ ତୁମ ପ୍ରେମ ସ୍ମରି ବନ୍ଦନା
    କରୁଛୁ ପୁଣ୍ୟ ଚରଣେ (ଘୋଷା)

    ଉଚ୍ଚାରିଲେ ସେହି ପ୍ରିୟ ମଧୁ ନାମ
    ଯାଏ ଦୂରେ ଦୁଃଖ ଯାତନା
    ଦେଖୁଲେ ତୁମ ସୁଖ ଅନୁପମ,
    କେବେ ତାହା ଭୁଲି ହୁଏନା
    ସଙ୍ଗୀତେ ତୋଳୁ ମୂଚ୍ଛନା ଆମେ,
    ଅମର ଦିବ୍ୟ ଚରଣେ |୧|

    ଆମ ଜୀବନର ଗଳାହାର ପ୍ରଭୁ …
    ତୁମେ ହୁଅ ନିତ୍ୟ ଭାବନା
    ମନ ମରୁତୀରେ ହୋଇ ଜଳଧାର,
    କର ନାହିଁ ଉଣା କରୁଣା
    ଅର୍ଜନା ଘେନ ମଙ୍ଗଳମୟ,
    ମିନତି ତୁମ ଚରଣେ |୨|

    ସୂଚୀମାଳାକୁ ଫେରନ୍ତୁ

  • kalaborira krusha upore jhuluchi

    କାଲବରୀର କୁଶ ଉପରେ ଝୁଲୁଛି ତାଙ୍କ ଶରୀର
    ଆମରି ପାଇଁ ଯାଉଛି ଝରି ତାଙ୍କ ରୁଧୁର … (ଘୋଷା)

    ଆସରେ ଆସ ପାପୀ ମାନବେ ଯୀଶୁଙ୍କ ଚରଣେ
    ଘୁଚିବ ତୁମ ପାପର ବୋଝ ତାଙ୍କରି ଆଶିଷେ … |୧|

    ସମୟ ଏହି ନକରି ଡେରି ଆସରେ ସରବେ
    ଯୀଶୁଙ୍କ ପ୍ରେମ ଭରିବ ତୁମ ଶାନ୍ତି ସେ ଅନ୍ତରେ |୨|

    ବିନା ମୂଲ୍ୟରେ ନେବରେ ଆସ ଅନନ୍ତ ଜୀବନ
    ହେବାରେ ନୂଆ ହୋଇଣ ଧୂଆ ଅମୂଲ୍ୟ ରକ୍ତରେ, |୩|

    ସୂଚୀମାଳାକୁ ଫେରନ୍ତୁ

  • he prabhu jishu karunamaya

    ହେ ପ୍ରଭୁ (ଯୀଶୁ) କରୁଣାମୟ ସତ୍ୟ ପଥେ ନିଅ ହେ
    ଯେ? କେହି ଯାଏ ଅସତ୍ୟ ପଥେ
    ଭବସାଗରେ ମରେ ହେ (ଘୋଷା)

    ତୁମେ କରିଛି ନର ସୃଜନ,
    କରିବାକୁ ତୁମ ସ୍ତୁତି ଭଜନ
    ଭୁଲିଯାଏ କେହି ଅନ୍ତର କରୁ ତୁମେ
    ଭୁଲି ଯାଅନ ହେ… |୧|

    ନର ଜୀବନେ କେତେ ଯେ ବାଧା,
    ଲହରୀ ପରି ଆସଇ ସଦା
    କାତର ନ ହୋଇ ଡାକେ ତୁମକୁ
    ହରଷେ ଡାକ ଶୁଣ ହେ |୨|

    ତୁମରି ରଚିତ ଏହି ସଂସାର,
    ଜଗତର କିଛି ନୁହେଁ ଆମର
    ଯାହା, ଦେଖୁଅଛୁ ସବୁ ତୁମର,
    କେ କଳନା କରିପାରେ ହେ । |୩|

    ତୁମେ ହିଁ ଅଟ ଜ୍ୟୋତି ଆମର,
    ପାପ ଜଗତରୁ ଉଦ୍ଧାର କରି
    ତେଜି ପାପ ସବୁ ଆଜି ସତ୍ୱର,
    ଚାଲୁଥୁବୁ ତୁମ ସାଥେ ହେ I୪I

    ଆମେ ଅଧମ ଆମେ ଅକ୍ଷମ,
    ସାହସ ଶକତି କର ପ୍ରଦାନ
    ଗାଉଥୁବ ତୁମ ପବିତ୍ର ନାମ,
    ସଦାନନ୍ଦ ଏହି ପ୍ରାଣେ ହେ I୫I

    ସୂଚୀମାଳାକୁ ଫେରନ୍ତୁ

  • bedona grastha prabhu tume

    ବେଦନା ଗ୍ରସ୍ତ ପ୍ରଭୁ ତୁମେ
    ପ୍ରଣତି ଅଞ୍ଜଳି ଢ଼ାଳୁଛି ତୁମ ଚରଣେ (ଘୋଷା)
    ସ୍ନେହଶୀଳ ଦୟାମୟ, କ୍ରୋଧରେ ଧୀର ମଙ୍ଗଳମୟ [୧ ||
    ପ୍ରେମମୟ ସତ୍ୟ ଜୀବିତ,
    ସେହି ବାକ୍ୟ ହେଲା ଦେହବନ୍ତ |9|
    ସ୍ଵର୍ଗ ସୁଖ ଛାଡ଼ି, ମୃତ୍ୟୁ ଦୁଃଖ ଆବୋରି
    କୁଶେ ଦେଲ ଜୀବନ ଛକି କାଠ ଧରି … I୩I
    ନିଜ ବଳେ ଜୟ କଲ ମୃତ୍ୟୁ ନାହୁଡ ଭାଗି ଉଠିଲା … |୪|

    ସୂଚୀମାଳାକୁ ଫେରନ୍ତୁ

  • suna re suna moha premo

    ଶୁଣ ରେ ଶୁଣ ମହା ପ୍ରେମ କାହାଣୀ
    ମନରୁ ତାହା କେବେ ଭୁଲି ହୁଏନି
    ଶିଶୁ ସେ ସୁକୋମଳ, ଶାନ୍ତି ଅବତାର
    ସରଗୁ ଆସିଥିଲେ ଆମ ଲାଗି ଜୀବନ ଦେଲେ… (ଘୋଷା)

    ତାଙ୍କ ହାତର ପରଶ ପାଇ, ଦୁଃଖୀର ଦୁଃଖ ଗଲା ଉଭେଇ
    କରୁଣାଭରା ତାଙ୍କରି ଆଖି, ଢ଼ାଳିଲା ଲୁହ ପାପୀଙ୍କୁ ଦେଖି
    ଚିହ୍ନିଥିଲେ ସେ ଯେ ମଣିଷର ମନ
    ଏଡ଼େ ପ୍ରେମ ଆଉ କେହି କରିନି |୧||

    ନଥିଲା ତାଙ୍କ ସୁଖ ଆବାସ, ସେବାକୁ ସିଏ ମଣିଲେ ସୁଖ
    ମଣିଷ ପାଇଁ ସହି ଆଘାତ, ପିନ୍ଧିଲେ ଶେଷେ କଣ୍ଟା ମୁକୁଟ
    ଜଗତର ପାଇଁ ସ୍ନେହ ଉପହାର
    ଦୟା ବହି ଆଉ କେହି ଦେଇନି |9|

    ସୂଚୀମାଳାକୁ ଫେରନ୍ତୁ

  • prabhunku dekhile thare

    ପ୍ରଭୁଙ୍କୁ ଦେଖିଲେ ଥରେ ଆଉତ ନ ଛାଡ଼ିବିରେ (ଘୋଷା)
    ପ୍ରେମ ବିମୋହିତ ଡାଳେ, ଅନାଇ ରହିବି ଭୋଳେ
    ଭାଷି ଭକ୍ତି ଅଶ୍ରୁ ଜଳେ, ପଦ ତଳେ ପଡିବିରେ ।… |୧|
    କହିବି କ୍ଷମା ସାଗର, ପାପୀ ପ୍ରତି କ୍ଷମା କର
    ନୋହିଲେ ସବୁ ଅସାର ବୋଲି କର ଯୋଡ଼ିବିରେ … |୨|
    ଫିଙ୍ଗି ଦୂରେ ଅହଙ୍କାର, ପାଦଧୂଳି କରି ସାର
    ତ୍ରାହି ତ୍ରାହି ଚିତିକାର, କରି ତାପେ ବୁଡ଼ିବିରେ .. |୩|

    ସୂଚୀମାଳାକୁ ଫେରନ୍ତୁ

  • kete thara prabhu deba khyamaa

    କେତେ ଥର ପ୍ରଭୁ ଦେବି କ୍ଷମା
    ବାର ବାର ତୁମେ କ୍ଷମା ତ ଦେଇଛି
    ତଥାପି କରୁଛି ପାପ ଜମା … (ଘୋଷା)

    ଆଉ ମୁଁ ଚାହେଁନା କ୍ଷମା ପାଇବାକୁ
    କ୍ଷମା ଲାଗି ଯୋଗ୍ୟ ଭାବୁନି ନିଜକୁ
    ଆ…. ଆ…
    ନିଜ ଶୋଣିତରେ ଧୋଇଥିଲା ଯାହା
    ଦେଖି ସେ ହୃଦୟେ ଭରିଛି କାଳିମା |୧|

    ଥରଟିଏ ମୋତେ କ୍ଷମା କରିବାକୁ
    ତୁମେ ଚଢିଥାଅ କୁଶେ ମରିବାକୁ ଆ… ଆ ..ଆ..
    ଏପରି ପ୍ରେମକୁ ପାଦେ ଠେଲି ଦେଇ
    କରିଛି ମୁଁ ଯାହା, ନାହିଁ ତାର ସୀମା |୨|

    କ୍ଷମା କର ନାହିଁ କର ହେ ଶାସନ
    ଦିଅ ଦଣ୍ଡ ମୋତେ ହେବ ଯା’ ବିଧାନ ଆ… ଆ ଆ
    ନ ହେଲେ ଦିଅ ହେ ନୂତନ ହୃଦୟ
    ପ୍ରକାଶିବି ତୁମ ଅନୁଗ୍ରହ କ୍ଷମା |୩|

    ସୂଚୀମାଳାକୁ ଫେରନ୍ତୁ

  • Enthullu njan daivame /എന്തുള്ളു ഞാൻ ദൈവമേ

    എന്തുള്ളു ഞാൻ ദൈവമേ
    എന്തുള്ളു ഞാൻ കർത്തനെ
    നീ ചെയ്ത നന്മകൾ ഓർക്കുമ്പോൾ
    നാന്ദിയാൽ എൻ മനം പാടുമീ

    യേശുവേ നിൻറ്റെ ത്യാഗമേ
    ക്രൂശിലെ നിൻറ്റെ സ്നേഹം
    പാപിയാം എന്നെ തേടി നീ
    ചേർത്തണച്ച നിൻ സ്നേഹം

    ഏകനായ് ഞാൻ തീരുമ്പോൾ
    നിന്റെ മാർവെന്റെ ആശ്രയം
    നിന്നിൽ ഞാൻ മറഞ്ഞീടുമേ
    യേശുവേ നല്ല നാഥനെ

    നിന്റെ സ്നേഹത്തിൻ ആഴമോ
    വർണിക്കാൻ എനിക്കാവില്ല
    ഇത്ര മാത്രമാം എന്നെ സ്നേഹിപ്പാൻ
    എന്തുള്ളു ഞാൻ യേശുവേ

    Enthullu njan Daivame
    Enthullu njan Karthane
    Nee cheytha nanmakal orkkumbol
    Nanniyal en manam paadume

    Yeshuve ninte thyagame
    Krushile ninte sneham
    Paapiyam enne thedi nee
    Cherthanacha nin sneham

    Eakanay njan theerumbol
    Ninte maarvente aashrayam
    Ninnil njan maranjeedume
    Yeshuve nalla nadhane

    Ninte snehathin aazhamo
    Varnippan enikkavilla
    Ithra maathramam enne snehippan
    Enthullu njan Yeshuve

    go back to index

    lyrics : Jomon Philip