Tag: Number one Christian song lyrics website

  • Jeevitha yathrakaraa /ജീവിതയാത്രക്കാരാ!

    ജീവിതയാത്രക്കാരാ! കാലടികളെങ്ങോട്ട്?
    നാശത്തിൻ പാതയോ ജീവന്റെ മാർഗ്ഗമോ
    ലക്ഷ്യം നിൻ മുമ്പിലെന്ത്?

    അൻപി രൂപി യേശുനാഥൻ നിന്നെ വിളിക്കുന്നില്ലേ
    പോകല്ലേ നീ അന്ധനായി ലോകസൗഭാഗ്യം തേടി
    പൊന്നിൻ ചിറകു നിനക്കു മീതേ
    കർത്തൻ വിരിച്ചതു കാണുന്നില്ലേ?
    സൂര്യനിൻ താപമോ ഘോരമാം മാരിയോ
    നിന്നെ അലട്ടാ എൻ പൊന്മകനേ
    (ജീവിത…)

    വൈഷമ്യമാം മേടുകളെ എങ്ങനെ നീ കടക്കും
    എങ്ങനെ നീ യോർദാന്റെ അക്കരെ ചെന്നു ചേരും
    നിൻ തോണിയിൽ കർത്തനേശുവുണ്ടോ
    നിൻ നാവിൽ പ്രാർത്ഥനാ ഗാനമുണ്ടോ
    പുത്തൻ ഗാനങ്ങളും പാടിസ്തുതിക്കുവാൻ
    ഹൃത്തടേ സ്വർഗ്ഗീയ ശാന്തിയുണ്ടോ?
    (ജീവിത.. )

    സ്വർഗ്ഗപുരേ നീ കേൾക്കുന്നില്ലേ സീയോനിൻ ഗാനശബ്ദം
    വേണ്ടയോ നിൻ സ്വന്തമായി സ്വർഗ്ഗീയ സന്തോഷങ്ങൾ
    വാനത്തേരിൽ മേഘാരൂഢനായി
    വേഗം വരുന്നേശു രാജനവൻ
    ചേർക്കുവാൻ നിന്നെയും ശുദ്ധരിൻ സംഘത്തിൽ
    കണ്ണീരില്ലാ സ്വർഗ്ഗവാസം അതിൽ
    (ജീവിത..)

    Jeevitha yathrakaraa kaladikal engottu?
    Nashathin pathayo jeevante maargamo
    Lakshyam nin munpil enthu ?(2)

    Anpin roopi yeshunadhan ninne vilikkunnille
    Pokalle nee andhanayi lokasoubhagyam thaedi
    Ponnin chiraku ninakku meethe
    Karthan virichathu kanunnille
    Suryanin thapamo ghoramam maariyo
    Ninne alatta en ponmakane
    (jeevitha…)

    Vaishamyamam medukale engane nee kadakkum
    Engane nee yordaninte akkare chennu cherum
    Nin thoniyil karthan Yeshuvundo
    Nin navil prardhana gaanamundo
    Puthen ganalapam padi sthuthikkuvan
    Hrithide swargheya shanthi undo ?
    (jeevitha…)

    Vishwasathin thoniyathil pokunna yathrakkara
    Parakkettil thattathe nee akkare chennidumo
    Oalangal erunna sagarathil
    Jeevithathoni ulanidumpol
    Aarundu kaithangaai aaru sahayikkum
    Kappithaan Yeshuvallathe ninne
    (jeevitha…)

    Swargapure nee kelkkunnille seeyonil gana shabdham
    Vendaayo nin swanthamaye swargheya santhoshangal
    Vanatheril megharudhanaye
    Vegam varunneshu rajanavan
    Cherkkuvan ninneyum shudharin samghathil
    Kanneerilla swargha vasam athil

    go back to index

    lyrics : O.C. Alexander

  • taba prema dekhi he jishu

    ତବ ପ୍ରେମ ଦେଖି ହେ ଯୀଶୁ ହେଲି ମୁଁ ହତ ଜ୍ଞାନ
    ତୁମେ ପ୍ରାଣ ଦେଇ ନାଥ
    ପ୍ରାଣ କିଣିଛ ମୋ ପ୍ରାଣର ପ୍ରାଣ… (ଘୋଷା)

    ଆହା, କି ଯାତନାରେ ପ୍ରେକଶେଳ ବିନ୍ଧାରେ,
    ପ୍ରାଣ କଂପୁଅଛି ଥର ଥର କରିଲେ କୁଶ ଧ୍ୟାନ… |୧|

    କ୍ଷୁଦ୍ରରୁ ମୁଁ ଅତି କ୍ଷୁଦ୍ର ଜ୍ଞାନେ ହୋଇଛି ଆଦ୍ର,
    ମୋର ଯୁଦ୍ର ମନେ ରହେ ଯେହ୍ନେ ସେ ଯୀଶୁଙ୍କ ନାମ… |୨|

    ଏ କି ଶୁଭ ଖବର ପ୍ରିୟ ଯୀଶୁ ମୋହର,
    ସେ ଯୀଶୁଙ୍କ ମତେ ପିତା ହସ୍ତେ ନାମ ଲେଖା ମୋର… |୩|

    ମୁଁ ତ ପାପୀ ନଗଣ୍ୟ ହେଲି ଯୀଶୁରେ ଗଣ୍ୟ
    ତହୁଁ ଯୀଶୁ ଧନ୍ୟ ଯୀଶୁ ଧନ୍ୟ ଗାଏ ମୋ ପ୍ରାଣ… |୪|

    ସୂଚୀମାଳାକୁ ଫେରନ୍ତୁ

  • he prabhu premamaya

    ହେ ପ୍ରଭୁ ପ୍ରେମମୟ
    ତୁମରି କୃପା କରୁ ଆମରି, ଜୀବନ ମଧୁମୟ .. (ଘୋଷା)

    ଦେଇଛୁ ଦିନ ବିତାଇ ଯେତେ ପାପ କାଳିମା ନେଇ,
    ରଖିଲୁ ତୁମ ଶ୍ରୀପାଦ ପଦ୍ମେ, କ୍ଷମା କର ଦୟାମୟ
    ତୁମରି କୃପା କରୁ ଆମରି, ଜୀବନ ମଧୁମୟ… |୧ |

    ମୋ ପାପ ଅଙ୍ଗେ ବହିଲ ପ୍ରଭୁ ନିଜକୁ ବଳି ଦେଇ
    କାଲବରୀର ରକତ ଧାରେ, ସେ ସବୁ ଧୋଇ ଦିଆ
    ତୁମରି କୃପା କରୁ ହେ ପ୍ରଭୁ, ଜୀବନ ମଧୁମୟ …|୨|

    ମରମେ ଉଠେ ଜାଗି ହେ ପ୍ରଭୁ, ତବ ପରଶ ପାଇ
    ତମସା ଘେରା ଆମ ଅନ୍ତର, କର ଆଲୋକମୟ
    ତୁମରି କୃପା କରୁ ହେ ପ୍ରଭୁ, ଜୀବନ ମଧୁମୟ…|୩|

    ସୂଚୀମାଳାକୁ ଫେରନ୍ତୁ

  • jishu toh jibana jhara

    ଯୀଶୁ ତୋ ଜୀବନ ଝର ଦିଅନ୍ତି ଆଶିଷ ବର
    ଜୀବନର ପଥେ ଚାଲ ହେ ପଥିକ,
    ଯୀଶୁ ଚରଣେ ନିଅ ଶରଣ… (ଘୋଷା)

    କୁଶ ତୋ ସାଥ ଆଉ କୁଶ ତୋ ମୁକତି
    ଯୀଶୁ ହାତ ଧରି ନିତି ପାଇବୁ ଶକତି
    କୋମଳ ସୁନ୍ଦର ସେ ଯେ ପ୍ରେମମୟ
    କର ଆଜି ତାଙ୍କୁ ଗ୍ରହଣ … ଯୀଶୁ ତୋ… |୧|

    ଅନ୍ଧାର ପଥେ ସେ ଯେ ଆଲୋକର ଧାରା
    ଜୟ ଯୀଶୁ ଜୟ ଗାଅ ଏ ଜଗତ ସାରା
    ମହିମା ପ୍ରଶଂସା ଗଉରବ ଗୀତି
    ଯୁଗେ ଯୁଗେ ହେଉ ତାଙ୍କର … |୨|

    ଯୀଶୁର ଚରଣେ ତୋର ପାପ ଦିଅ ଥୋଇ
    ଯୀଶୁର ରକତେ ଯିବ ଯେତେ ପାପ ଧୋଇ
    ଭୁଲନା ସେ ପ୍ରେମ ସେ ମଧୁର ନାମ
    ଯୀଶୁ ନାମ ହେଉ ତୋ ସାର… ଯୀଶୁ ତୋ…|୩|

    ସୂଚୀମାଳାକୁ ଫେରନ୍ତୁ

  • gao jishu name halleluyah

    ହୋଶାନ୍ତା ହାଲିଲୁୟା
    ଗାଅ ଯୀଶୁ ନାମେ ହାଲିଲୁୟା ହୋଶାନ୍ତା
    ଆସ ଯିବା ମିଳି ଶତ ସ୍ଵର ତୋଳି
    ଯୀଶୁ ଜ୍ୟୋର୍ତି ଧରାରେ… (ଘୋଷା)

    ଆଜିର ଏ ଶୁଭ ଦିନେ, ସ୍ୱାଗତିକା ଗୀତି ତାନେ
    ପୁରାଇବା ଧରା ଜୟ ଜୟ ଗାନେ, ଅଳସ ବିଳାସ ତେଳି
    କାଟିବା ଜୀବନ ଯୀଶୁର ଧିଆନେ,
    ଯୀଶୁ ପରା ଆମ ସାଥୀ… | ୧ |

    ଶତ ମନ ଦୀପ ଜାଳି, ଭକତିରେ ଦିଅ ସାଜି
    କୋଟିଏ ମନର ଜାଗରଣ ଦୀପ ସରାଗରେ ଉଠୁଭରି
    ଦୂରେ ଯିବ ଶତ ଶୋକ ଅବସାଦ,
    ଆଲୋକିତ ଅମାରାତି … |୨|

    ପ୍ରିୟତମ ଯୀଶୁ ମମ, ଦେବେ ଧୋଇ ପାପ ତମ
    ଜାଗ ଜାଗ ଯୁବ ତରୁଣ ଜାଗରେ,
    ଆଗେଇ ଚାଲରେ ପାପ ତେଜି
    ବରି ନିଅ ତାରେ ଜୀବନ ସୀମାରେ,
    ଦିଅରେ ଆରତି ସାଜି… |୩|

    ସୂଚୀମାଳାକୁ ଫେରନ୍ତୁ

  • ଅନ୍ଧାର ଦିଅ ଦୂର କରି, andhara diya durakari

    ଅନ୍ଧାର ଦିଅ ଦୂର କରି,
    ହେ ମନ ରାଇଜ ଆଲୋକିତ ପଥ ସାଥୀ
    ଚିର ଉତ୍କଳ ହେ ବିଶ୍ବକରତା
    ତୁମଠାରେ ପ୍ରଭୁ କରିଛୁ ଭରସା
    ରଖି ତୁମ ପଦେ ମତି, ଅନ୍ଧାର ଦିଅ ଦୂର କରି … (ଘୋଷା)

    ତୁମେ ଦିଅ ମନେ ନିତି ନବଭାବେ ଚାଳନା
    ଭରି ପ୍ରତି ପ୍ରାଣେ ନୂତନର ଶୁଭ କାମନା
    ଦିଅ ହେ ଆଶିଷ ଏତିକି ଶ୍ରୀପାଦେ ଅଳି,
    ଅନ୍ଧାର ଦିଅ ଦୂର କରି … |୧|

    ନାହିଁ କିଛି ଆମ, ପାପ ମଳିନ ମରମ
    ଅରଚନା ଘେନ, ଦିଅ ଆଜି ଦରଶନ
    ତୁମ ସାଥେ ନିତି ଗାଇବୁ ପରାଣ ଭରି
    ଅନ୍ଧାର ଦିଅ ଦୂର କରି … |୨|

    ସୂଚୀମାଳାକୁ ଫେରନ୍ତୁ

  • ଅନନ୍ତ ଆକାଶ ତଳେ, ଦୂରନ୍ତ ଏ ପୃଥିବୀରେ ananta akasha tole

    ଅନନ୍ତ ଆକାଶ ତଳେ, ଦୂରନ୍ତ ଏ ପୃଥିବୀରେ
    କେବଳ ଯୀଶୁଙ୍କ ନାମ, ସାଧୁପାରେ ପରିତ୍ରାଣ …(ଘୋଷା)

    ରକ୍ତିମ କୁଶ କହେ, ମୁକତି ଶୋଣିତ ବହେ
    ଆସ ଆସ ପାପୀଜନ, ଲଭିବ ନବଜୀବନ… |୧|

    ଅନ୍ତର ଖୋଲି କୁହ, ଢ଼ାଳି ଅନୁତାପ ଲୁହ
    କରେ ପ୍ରଭୁ ସମର୍ପଣ, ପ୍ରଭୁ ପରିତ୍ରାଣ ଧନ… |୨|

    ସୂଚୀମାଳାକୁ ଫେରନ୍ତୁ

  • pruthibi chahin dekha

    ପୃଥବୀ ଚାହିଁ ଦେଖି ଅଶାନ୍ତ ଘୃଣ୍ଡ ଝଞ୍ଜା ଆସେ ମାଡି
    ବଂନ୍ଦୁର ପଥେ ପାପ ଅନ୍ଧାର ଯାଏ ଘେରି… (ଘୋଷା)

    ଏହି ତ ନୁହେଁ କି ସଙ୍କଟ ଦିନର ଚିହ୍ନ?
    ଏ ମଣିଷ ବୁକେ ଜାଗେ ନାହିଁ କି କମ୍ପନ?
    ଜାଗି ରୁହ ସଦା ଆଉ ନାହିଁ ବେଳ
    ନିଦ୍ରା ସପନ ତେଜି (୭ ଥର) … |୧|

    ଧରା ଇତିହାସ ହସିବ ସେ ଶୁଭ ଦିନ
    ବିଜୟ ଉଲ୍ଲାସେ ହେବ ମହା ଆଗମନ
    କାଲବରୀ ଡାକେ କୁଶୀୟ ସେନାନୀ
    ପ୍ରସ୍ତୁତ ହୁଅ ଆଜି (୨ ଥର)… |୨|

    ସୂଚୀମାଳାକୁ ଫେରନ୍ତୁ

  • manisha jibana khela ta nuhayi

    ମଣିଷ ଜୀବନ ଖେଳ ତ ନୁହଁଇ ବଂଧୁରେ
    ମାୟାଜାଲ ଏ ତ ନୁହେଁରେ… (ଘୋଷା)

    ଏ ମାଟି ଧୂଳିରୁ ନିରିମିତ ହୋଇ
    ଦିନେ ସେ ଧୂଳିରେ ଯିବୁ ତ ମିଳାଇ
    ମରଣେ ତୋହର ଆୟାର ବିଚାର
    କରିବେ ଈଶ୍ବର ନ୍ୟାୟରେ
    ହେବୁ ତୁ ଦଣ୍ଡିତ ପାପରେ… |୧|

    ନିତି ନାନା ମନ୍ଦ କର୍ମ କି ନକରୁ
    ତାକୁ ପାପ ବୋଲି ତିଳେ ନ ବିଚାରୁ
    ଦେଖ କି ଭୀଷଣ ପ୍ରଖର ଅନଳ
    ତୋ ଲାଗି ଜଳୁଛି ନରକରେ
    ଚିରକାଳ ତହିଁ ଜଳିବୁରେ … |୨|

    ଆରେ ଦୁଃଖିଧନ, ଶୁଣ ସମାଚାର
    ତୋ’ ଲାଗି ଆସିଛି ସରଗୁ ଅପାର
    ପାପ କ୍ଷମା ଆଉ ଅନୁଗ୍ରହ ଦାନ
    ଖ୍ରୀଷ୍ଟଙ୍କ ପବିତ୍ର ରକତରେ
    ବିଶ୍ୱସେ ଯିବୁ ତୁ ତରିରେ… |୩|

    ଶୁଣ ତୁ କହଇ, ଈଶ୍ବର ବଚନ
    ଖ୍ରୀଷ୍ଟ ନାହିଁ ନରକ-ଦଣ୍ଡ ବିଧାନ
    ବେଗେ ଆସ ଧାଇଁ ଖ୍ରୀଷ୍ଟଙ୍କର ପାଶେ
    ପ୍ରେମେ ସେ କରିବେ ତ୍ରାଣରେ
    ନାହିଁ ନାହିଁ ଅନୋପାୟରେ… I୪I

    ସୂଚୀମାଳାକୁ ଫେରନ୍ତୁ

  • jibanara ehi belabhumi

    ଜୀବନର ଏହି ବେଳାଭୂମି ପରେ
    ସତେ କି, ଆସିବ ନେବା ପାଇଁ ମୋତେ
    ପ୍ରଭୁ ତୁମେ ଗଉରବେ… (ଘୋଷା)

    ଛଳନା କେବେଳ ଅଳିକ ସପନ
    ଘେନି ଆସେ ଶତ ଦୁଃଖ ଅପମାନ
    ଚାଲିଛି ପଥିକ ବନ୍ଧୁର ପଥେ
    ନିଶି ଦିନ ପରାଭବେ… |୧|

    ଜୀବନ ଶେଷରେ ମଉଳା ଲଗନେ

    ଲଭିବି ତୁମରି ପରଶ ଗୋପନେ

    ଭୁଲିବି ଦୁଃଖ ଭରିବ ପରାଣ

    ଜୀବନର ସଉରଭେ… |୨|

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune