Tag: malayalam christian song lyrics

  • sagaru gabhira akasha ru ucha

    ସାଗରୁ ଗଭୀର ଆକାଶରୁ ଉଚ୍ଚ (୨ଥର)
    ଯୀଶୁ ତୁମ ପ୍ରେମ ଅସୀମ
    ଗାଇ ଗାଇ ସେହି ନାମ ଭଜି ଭଜି ତୁମ ପ୍ରେମ
    ବିତି ଯାଉ ଏହି ଜୀବନ … |୦|

    ଅପବ୍ୟୟ ପୁତ୍ର ପରି ବୁଲୁଥିଲି
    ହୋଇ ବାଟ ବଣା ଦିନେ ମେଷ ମୁଁ ତୁମରି
    ପାଦରେ ପାଦୁକା ହାତେ ମୁଦି ନେଇଁ
    ନୂଆ ଏକ ଗୀତ ମୋର ଓଠେ ଦେଇ ଭରି
    ଗାଇ ରାତି ଦିନ ତୁମ ସୁତି ଗାନ (୨ଥର)
    ବିତିଯାଉ ଏହି ଜୀବନ
    କରୁଥିବି ଜୟ ଜୟ ମନ ଉପବନେ
    ଢ଼ାଳି ଦେଇ ଆତ୍ପାଙ୍କ ଦାନ …|୧|

    କହିଗଲ ତୁମେ ଆସି ନେଇଯିବ
    ଚିର କାଳ ସାଥେ ତୁମ ସରଗେ ରଖିବା
    ସେ ବାଟକୁ ଚାହିଁ ଜାଗି ଅଛି ମୁଁହିଁ
    ହୃଦ ମନ୍ଦିର ତୁମରି ପ୍ରଦୀପ ସଜାଇ
    ଲୋଡ଼ା ନାହିଁ ମୋର ଧନ ଜନ ମାନ (୨ଥର)
    ବିତି ଯାଉ ଏହି ଜୀବନ
    ପ୍ରଭୁ ତୁମ ପାପୁଲିର କୋମଳ ପରଶେ ମୋର
    ଧନ୍ୟ ହେଉ ଏହି ଜୀବନ … |୨|

    ସୂଚୀମାଳାକୁ ଫେରନ୍ତୁ

  • bitara karuna bari

    (ସ୍ଵର-ବରସ ଆଶିଷ ବାରି)


    ବିତର କରୁଣା ବାରି
    (ନାଥ) ଝରୁ ନିତି ପ୍ରାଣେ ମୋର ମଧୁରେ ସଞ୍ଚାରି (ଘୋଷା)

    ଆସିଛି ଦୁଆରେ କେତେ ଆଶାକରି,
    (ମୁହି) ଶୀର୍ଣ୍ଣହସ୍ତେ ଜୀର୍ଣ୍ଣ ପ୍ରାଣ – କମଣ୍ଡକୁ ଧରି |୧|

    ମାଗେ ନାହିଁ ଧନ ଭିକାରୀର ପରି
    (ଆହା) ବୁଲେ ସିନା ଭବ-ଦାଣ୍ଡେ ପ୍ରେମ ଭିକ୍ଷା କରି |୨|

    ଦଦରା ପରାଣେ ଦୁଖ ଅଛି ପୁରି
    (ତୁହି) ଖୋଜି ଭବେ ନ ପାଇବୁ ଜଣେ ମୋର ସରି |୩|

    ଚିନ୍ତା ନକ ହୃଦେ ଖରତର ଜଳି,
    (ସଦା) ଦେଲାଣିତ ସନ୍ତାପିତ ଜୀବନକୁ ସାରି |୪|

    ଦିୟ ପ୍ରାଣେ ଭରି ତବ କୃପା ବାରି
    (ମୁହିଁ) ତୃଷିତ ଅନ୍ତର ଠାରେ ପିଇ ଯିବି ତରି |୫|

    ସୂଚୀମାଳାକୁ ଫେରନ୍ତୁ

  • papo sabu mara akhira potare

    ପାପ ସବୁ ମୋର ଆଖୀର ପତାରେ ଲୁହହୋଇଯାଏ ବହି
    ଅନୁତାପନଇଁ ଯାଏ ଝରି ଝରି କୃଶିୟ ପ୍ରେମ କୁ ସ୍ମରି
    ଆଶା ଭରସାର ……… ଦୋଛକି ବାଟରେ (୨ଥର)
    ରହିଛି ଯୀଶୁ ହେ ମୁହିଁ….. ପ୍ରତୀକ୍ଷାରେ ଅଛି ଚାହିଁ … |୧|

    ଅବଢ଼ା ବାଟରେ ଚାଲୁଥିଲି ଯେବେ ସତକୁ କବର ଦେଇ
    ଶୁନ୍ୟ ହାତେ ମୋର ପାପର ଅନ୍ଧାରେ ଲୁହ ମରିଚିକା ପିଇ (୨ଥର)
    ଲୁହର ତୋଳିରେ ଅଙ୍କାହୋଇଛି ମୋ ପାପଭରା ଟିକି ନଇଁ
    ସୀମାହିନ ମୋର……….ପାପ ସବୁ ଧୋଇ (୨ଥର)
    ହୃଦ ମୋଦିଅ ସଜାଇ ପ୍ରତିକ୍ଷାରେ ଅଛି ଚାହିଁ … | ୧ |

    ନିସ୍ୱାର୍ଥ ପ୍ରେମର ପ୍ରଥମ ସାରଥ କ୍ଷମାକୁ ନେବି କୋଳେଇ
    ଦରମର ଏହିଅଲଣା ଜୀନେ ଯୀଶୁ ସଦ ମୋହରିପାଇଁ ୨ଥର)
    ଖୁମୁରି କାଣେ ମୁଁ କରୁଣାର ଧାରେ ପାଇବାକୁ ଟିକେ ଛାଇ
    ଯୀଶୁଙ୍କ ଆଶିଷେ…….ଝରିପଡୁ ସେଇ (୨ଥର)
    କୋଟି ବାସ ଫୁଲ ହୋଇ. .ପ୍ରତିକ୍ଷାରେ ଅଛି ଚାହିଁ |୨ |

    ସୂଚୀମାଳାକୁ ଫେରନ୍ତୁ

  • prabhu tume ma sahaya mo prati

    ପ୍ରଭୁ ତୁମେ ମୋ ସହାୟ ମୋ ପ୍ରତିପାଳକ
    ଦିନ ପରେ ଦିନ ରାତି ପରେ ରାତି ବିତି ଯାଉ ମାସ ବରଷ
    ଆରାଧନା କରେ ତୁମରି ଆଶାରେ
    ପାଇବାକୁ ତୁମ ଆଶିଷ …. (ଘୋଷା)

    ପ୍ରତିଦିନ ପ୍ରତି ପ୍ରହରରେ.. ପ୍ରଭୁ ତୁମେ ଅଛ ମୋ ପାଖରେ (୨ଥର)
    ନିଦ୍ରା ଯାଇ ଅତି ସଅଳରେ … ପ୍ରଭୁ ନୀତି ତୁମ ନାମ ଧରେ
    ସନ୍ୟାଧିପତି ସଦାପ୍ରଭୁ ହେ |୧|

    ତୁମ ରଚନାର ଏ ଜୀବନ … ତୁମରି ଦୟାର ମୋ ଏ ପ୍ରାଣ
    ପାପ ଦୋଷ ମୋର କ୍ଷମା କର … ଦିୟ ମୋତେ ତୁମେ ପରିତ୍ରାଣ
    ଅନାଦି ରାଜା ସଦାପ୍ରଭୁ ହେ |୨|

    ସୂଚୀମାଳାକୁ ଫେରନ୍ତୁ

    Click below listen to the tune

    https://www.youtube.com/watch?v=wts97PhLRlg
  • sadaprabhunkara dhanyabada kara

    ସଦାପ୍ରଭୁଙ୍କର ଧନ୍ୟବାଦ କର
    କାରଣ ସେ ମଙ୍ଗଳମୟ (୨ଥର)
    କାରଣ ତାହାଙ୍କର ଦୟ ଅନନ୍ତକାଳ ସ୍ଥାୟୀ (୨ ଥର) … (ଘୋଷା)

    ପ୍ରଭୂମାନଙ୍କର ପ୍ରଭୁଙ୍କର ଧନ୍ୟବାଦ କର
    ରାଜାମାନଙ୍କର ରାଜାଙ୍କର ଧନ୍ୟବାଦ କର (୨ଥର)
    କାରଣ ତାହାଙ୍କର ଦୟା ଅନନ୍ତ କାଳସ୍ଥାୟୀ (୨ଥର) …. |୧|

    ସ୍ଵର୍ଗୀୟ ପିତା ପରମେଶ୍ବରଙ୍କ ଧନ୍ୟବାଦ କର
    ଦେବମାନଙ୍କର ଦେବଙ୍କର ଧନ୍ୟବାଦ କର (୨ଥର)
    କାରଣ ତାହାଙ୍କର ଦୟା ଅନନ୍ତ କାଳସ୍ଥାୟୀ (୨ଥର) …. |୨|

    ଆସୁଛନ୍ତି ଯୀଶୁ ମେଘମାଳେ ଧନ୍ୟବାଦ କର
    ଅୟୁତ ଅୟୁତ ସାଧୁଦଳେ ଧନ୍ୟବାଦ କର (୨ଥର)
    କାରଣ ତାହାଙ୍କର ଦୟା ଅନନ୍ତ କାଳ ସ୍ଥାୟୀ (୨ ଥର) … |୩|

    ସୂଚୀମାଳାକୁ ଫେରନ୍ତୁ

  • tahari mukati lagire manaba

    ତୋହରି ମୁକତି ଲାଗିରେ ମାନବ ତୋହରି ମୁକତି ଲାଗି
    ଅଜର ଅମର କୁମାର ରୂପରେ ହେଲେଣି ମରଣ ଭାଗି … (ଘୋଷା)

    ଜୀବନ ଆକର ଦେବ ପରାତ୍ପର ବ୍ୟତ ବେଦନା ଘେନା
    ତୋ ଉତ୍କଟ କୁଟ ନିପଟ କପଟ ଦାରୁଣ ଲଂଚନା ଭୋଗୀ … |୧|

    ଦେହ ଗୋଟାଯାକ ରକତେ ରଜିତ ହାତ ପାଦେ ଲୁହ ପ୍ରେକ
    ପ୍ରତି ହିଂସା ବିଷେ ବିଷାଇ ବିନ୍ଧିଛି ବଡ଼ଶ ଅମୃତ ବକ୍ଷ …. |୨|

    ସର୍ବ ସଂହାମହୀ ନପାରିଲା ସହି ଆକୁଳ ଶ୍ରୀଅଙ୍ଗ ଲାଗି
    ଜଗତ ଜାକର କୋପ କବଳରେ ଗରଭେ ଗୋପନେ ରଖି … |୩|

    କୋଟି ସୃଷ୍ଟିସ୍ଥିତି ଲୟ ଯା ଇଙ୍ଗିତେ ସେ ପ୍ରଭୁଙ୍କର ଶରୀର
    ପ୍ରାୟଶ୍ଚିତ୍ତ ସାଧୁ ଲଭିଛି ସମାଧ ମନାସୀ ବିଶ୍ଵ ମଙ୍ଗଳ … |୪|

    ସୂଚୀମାଳାକୁ ଫେରନ୍ତୁ

  • he abrahamanka ishwara

    ହେ ଅବ୍ରାହାମଙ୍କ ଇଶ୍ଵର ଇସାକଙ୍କ ଇଶ୍ଵର
    ଯାକୁବଙ୍କ ଇଶ୍ଵର (୨ଥର)
    ଯିହୋବାଯିରି ହେ ମୋର ଯିହୋବା ନିଶୀ ହେ ମୋର
    ଯିହୋବାଶାଲେମ ହେ ମୋର ହେ ମୋର ଦୟା ସାଗର …. |୧|

    ଯିହୋବାରାଫା ହେ ମୋର, ଯିହୋବାରୋହି ହେ ମୋର
    ଇମ୍ମାନୁଏଲ ଇଶ୍ଵର ହେ ମୋର ଦୟା ସାଗରା …. |୨|

    ସାହାଯ୍ୟକାରି ହେ ମୋର, ଉଦ୍ଧାରକାରି ହେ ମୋର
    ସୁରକ୍ଷାକାରି ହେ ମୋର, ହେ ମୋର ଦୟା ସାଗର … |୩|

    ସୂଚୀମାଳାକୁ ଫେରନ୍ତୁ

  • tumbhatharu prabhu jibi kahathaku

    ତୁମ୍ଭ ଠାରୁ ପ୍ରଭୁ ଯିବି କାହାଠାକୁ
    ଶୁଣିବ କିଏ ଦୁଃଖ ମୋର
    ଫେଡ଼ିବ କିଏ ମୋ ଅନ୍ତର ବେଦନା
    କଳଙ୍କିତ ଜୀବନର (ଘୋଷା)

    ମନର ଗତିରେ ବୁଲିଲି ସଂସାରେ
    ନମାନି ବିବେକ ବନ୍ଧନ
    ଯେଣେ ଗଲି ତହିଁ ହୋଇଲି ଲାଞ୍ଚ
    ଦୁଖେ ମୋ ହୃଦୟ ବିଦି
    ଅଶାନ୍ତ ବଳୟ ଘେରିଛି ପ୍ରାଣକୁ (୨ଥର)
    ବାନାଥ ତ୍ରାହିକର …. |୧|

    ତୁମେ ବନ୍ଧୁ ମୋର ଆଶ୍ରୟ ନଗର
    ତୁମ୍ଭ ବିନୁ କି ଗତି ମୋର
    ତୁମ୍ଭ ଛାୟା ତଳେ ବସତି ମୋହର
    କରିବାକୁ ଦିଅହେ ବର
    ଭରଷାରଖି ମୁଁ ଫେରିଛି ଚରଣେ ( ୨ ଥର)
    ସାହା ହୁଅ ପ୍ରଭୁ ମୋର …. |୨|

    ସୂଚୀମାଳାକୁ ଫେରନ୍ତୁ

  • kaha mana eki mahaschajya

    କହ ମନ, ଏକି ମହାଶ୍ଚର୍ଯ୍ୟ ନୁହଇ !
    ମୋତେ ଅନାଇଲେ ଯୀଶୁ ସୁଦୟା ବହି … (ଘୋଷା)

    ପାପ ଅଧର୍ମରେ ମରିଥିଲି ଯେ ମୁହିଁ,
    ଉଠାଇଲେ ମତେ ସେହି ଜୀବନ ଦେଇ … |୧|

    ପାପ କଳଙ୍କରେ ଥିଲି କଳଙ୍କା ହୋଇ,
    ନିଜ ରୁଧୁର ଦେଇ ସେହି ଦେଲେ ଧୋଇ … |୨|

    ଖତରାଶିରେ ମୁଁ ଥୁଲି ହିନସ୍ତା ହୋଇ,
    ରାଜପଦେ ସଂସ୍ଥାପନ କଲେ ଯେ ସେହି … |୩|

    କେମନ୍ତେ ପଡିଲି ତାଙ୍କ ମନରେ ମୁହିଁ,
    ମୋତେ ଅନାଇଲେ ସେହି ସ୍ବର୍ଗରେ ଥାଇ … |୪|

    ପ୍ରେମପାତ୍ର ନଥିଲେ କି ସ୍ବର୍ଗରେ କେହି,
    ଏ ସଂସାରକୁ ମୋ ପାଇଁ ଆସିଲେ ସେହି … |୫|

    କୀଟ ମାତ୍ର ମୁହିଁ, ଲୋକେ ଗଣା ନୁହଇ
    ମୋ ବିନା କି ତାଙ୍କ କ୍ଷତି ପାରନ୍ତା ହୋଇ ? … |୬|

    ଦେଖ ମନ କି ଅଗମ୍ୟ ପ୍ରେମଟି ଏହି !
    ପାଇବାକୁ ନ ପାରନ୍ତି ତା ଅନ୍ତ କେହି … |୭|

    କାଟିବି ଜୀବନ ମୁଁ ତାଙ୍କ ଗୁଣ ଗାଇ,
    ଅନ୍ୟ ପ୍ରତିଦାନ ମୋର ଦେବାକୁ ନାହିଁ … |୮|

    ସୂଚୀମାଳାକୁ ଫେରନ୍ତୁ

  • prabhu mu suni tuma daka

    ପ୍ରଭୁ ମୁଁ ପ୍ରଭୁମୁଁ …. ଶୁଣି ତୁମ ଡ଼ାକ ସ୍ଵର
    ଫେରି ମୁଁ ଆସିଛି ତୁମ ପାଦ ତଳେ
    ବାରେ ପ୍ରଭୁ କ୍ଷମା କର… (ଘୋଷା)

    ବୁଡ଼ିଯାଏ ପ୍ରଭୁ ଏ ଭବ ସାଗରେ
    ଦଦରା ନାବଟି ମୋର
    ଅଶାନ୍ତ ପ୍ରଳୟ ମାଡି ଆସେ ତହିଁ
    ସ୍ଥିରତା ନୁହଁଇ ତାର
    ତୁମେ ଏକା ବନ୍ଧୁ ଏହି ଜଗତର
    ତୁମେ ହିଁ ନାବିକ ମୋର … |୧|

    ପାପର ସାଗରେ ଏହି ପ୍ରାଣ ମୋର
    ଚାଲିଯାଏ ବହୁ ଦୂର
    ପଥହରା ହୋଇ ପଥିକ ସାଜିଲି
    ଛାଡ଼ି ସୁପଥ ତୁମର
    ତୁମେ ଏକା ପଥ ତୁମେ ମୋର ସତ୍ୟ
    ତୁମେ ମୋ ଜୀବନ ଝର …. |୨|

    ସୂଚୀମାଳାକୁ ଫେରନ୍ତୁ