Tag: malayalam christian song lyrics

  • Ella naavum paadi vazhthum /എല്ലാ നാവും പാടി വാഴ്ത്തും

    എല്ലാ നാവും പാടി വാഴ്ത്തും
    ആരാദ്യനാം യേശുവേ
    സ്തോത്രയാഗം അർപ്പിച്ചെന്നും
    അങ്ങേ വാഴ്ത്തി സ്തുതിച്ചീടുന്നു (2)

    യോഗ്യൻ നീ യേശുവേ
    സ്തുതികൾക്കു യോഗ്യൻ നീ
    യോഗ്യൻ നീ യോഗ്യൻ നീ
    ദൈവ കുഞ്ഞാടെ നീ യോഗ്യൻ

    നിത്യമായി സ്നേഹിച്ചെന്നെ
    തിരുനിണത്താൽ വീണ്ടെടുത്ത്
    ഉയിർത്തെന്നും ജീവിക്കുന്നു
    മരണത്തെ ജയിച്ചവനെ (2)

    സൗഖ്യ ദയാകാൻ എൻ യേശു
    അടിപ്പിണരാൽ സൗക്യം നൽകി
    ആശ്രയം നീ എൻ്റെ നാഥാ
    എത്ര മാധുര്യം ജീവിതത്തിൽ (2)

    Ella naavum padi vazhthum
    Aaradyanaam yeshuve
    Sthothrayagam arpichennum
    Ange vazthi sthuthichidunnu (2)

    Yogyan nee yeshuve
    Sthuthikalku yogyan nee
    Yogyan nee yogyan nee
    Daiva kunjade nee yogyan

    Nithyamayi snehichenne
    Thiruninathal veendeduthu
    Uyirthennum jeevikunnu
    Maranathe jayichavane  (2)

    Soukya dayakan en yeshu
    Adipinaral soukyam nalki
    Aasrayam nee ente nadha
    Ethra madhuryam jeevithathil  (2)

    go back to index

  • hayo ! moro papo pain re

    ହାୟ ! ମୋର ପାପ ପାଇଁରେ ପ୍ରଭୁ ଯୀଶୁ ମଲେ କୃଶରେ
    ମୋ ପାପର ଦଣ୍ଡ ସହି କ୍ଷତ ବିକ୍ଷତ ସେ ହୋଇ
    ହୋଇଲେ ଚୂର୍ଣ ଶରୀରେ
    ତାହାଙ୍କ ଶାସ୍ତି ଭୋଗରେ ପାଇଲି ଶାନ୍ତି ଆମାରେ … (ଘୋଷା)

    ମୁଣ୍ଡରେ କଣ୍ଟା ମୁକୁଟ ଲହୁରେ ଭରା ଲଲାଟ
    କାଣେ ଭାରି କୁଶ କାଠ ପିଠିରେ କୋରଡ଼ା ଛୋଟ
    ଛେପ ପକାଉଛି କେହିବା ମୁଖରେ
    ଚାପୁଡ଼ାକେ ମାରେ ଥଟ୍ଟାରେ
    ତଥାପି ସେ ନିରବରେ ସହିଲେ ସବୁ ପ୍ରେମରେ … |୧|

    ନିର୍ଭେଷ ନିଷ୍ପାପ ହୋଇ ଦୋଷୀ ପ୍ରାୟ ଦଣ୍ଡ ସହି
    ମୋତେ କ୍ଷମା ଦେବା ପାଇଁ କୁଶବିଦ୍ଧ ହେଲେ ସେହି
    ମୋ ପାଇଁ ରକତ ବୁହାଇ କହିଲେ,
    ପିତଃ କ୍ଷମ ପାପ ଏହାର
    ଭୁଲିବିନି ଜୀବନରେ ଅବା, ମରଣ କାଳରେ |୨|

    ସୂଚୀମାଳାକୁ ଫେରନ୍ତୁ

  • ahe amoro pita swargara

    ଆହେ ଆମର ପିତା ସ୍ଵର୍ଗର, କରୁ ତୁମରି ନାମେ ପ୍ରଶଂସା
    ତୁମେ ପବିତ୍ର କେଡ଼େ ମହାନ୍
    କରୁ ତୁମରିଠାରେ ଭରସା (ଘୋଷା)

    ହେଉ ସାତ ଇଚ୍ଛା ତୁମର, ଆମରି ଧରା ପରେ
    ଯେପରି ସରଗ ପୁରେ |୧|

    ଆଜି ଏ ଦିନେ କରୁ ବିନତି, ଦିଅ ଆମ ଆହାର
    ଲୋଡ଼ା ଯାହା ଆମର . [୨]

    ଯେପରି ଆମେ କରିଛୁ କ୍ଷମା, ଦୋଷ ସବୁ ପରର
    କ୍ଷମ ଦୋଷ ଆମର … I୩I

    ତୁମରି ପଦେ କରୁ ମିନତି, ମନ୍ଦରୁ ଉଦ୍ଧାର କର
    କର ପରୀକ୍ଷା ଦୂର … I୪I

    ସୂଚୀମାଳାକୁ ଫେରନ୍ତୁ

  • gao sarbe sadhugana ucha

    ହାଲେଲୁୟା … ହାଲେଲୁୟା
    ହାଲେଲୁୟା … ହାଲେଲୁୟା .. (ଘୋଷା)

    ଗାଅ ସର୍ବେ ସାଧୁଗଣ ଉଚ୍ଚ ସ୍ବରରେ
    ଆସୁଛନ୍ତି ଯୀଶୁରାଜା ମଧ୍ୟାକାଶରେ
    ତୁରୀ ବାଦ୍ୟ ହେବ ବର ଖୋଲିବା
    ଖ୍ରୀଷ୍ଟାବ୍ରିତେ ଉଠିବେ , [୧]

    ବଂଚିଥିବା ଯେତେ ଆମେ ଏହି ଶରୀରେ
    ଅନ୍ୟ ରୂପ ହୋଇଯିବା ଏକ ଲିତାରେ
    ଆମେ ଉର୍କକୁ ଉଠିବା ଯୀଶୁଙ୍କୁ ଭେଟିବା,
    ସାଧୁଗଣ ସଙ୍ଗରେ … |୨|

    ଭୟ ନାହିଁ ଭୟ ନାହିଁ ଆଉ ମୃତ୍ୟୁରେ
    ମୃତ୍ୟୁ ଶକ୍ତି ପରାଜିତ ଯୀଶୁ ବଳରେ
    (ସଦା) ଜୀବନ ଲଭିବା ଅମର ହୋଇବା
    ଯୀଶୁ ସାଥେ ରହିବା |୩|

    ଫେର ଭାଇ ପାପ ପଥୁ ଏହି କ୍ଷଣରେ
    ପାପ ଦାଗ ଧୋଇ ଦିଅ ଯୀଶୁ ରକ୍ତରେ
    (ଆମେ) ନିରାଶ ନୋହିବା ନରକୁ ବଂଚିବା
    ସ୍ଵର୍ଗ ସୁଖ ପାଇବା I୪I

    ସୂଚୀମାଳାକୁ ଫେରନ୍ତୁ

  • procharibu tuma premo

    ପ୍ରଚାରିବୁ ତୁମ ପ୍ରେମ ପଥେ ପଥେ ଯାଇ
    ବିତାଇବୁ ଏ ଜୀବନ ତୁମ ଗୀତି ଗାଇ ଗାଇ
    ତୁମ ଗୀତି ଗାଇ ଗାଇ (ଘୋଷା)

    ସାଧୁବାକୁ ପରିତ୍ରାଣ ସ୍ଵର୍ଗପୁର ତେଜିଲ
    ପାପ ନେଇ ପ୍ରେମ ଦେଇ ପ୍ରତି ମନ କିଣିଲ
    ଆମ ହୃଦେ ଦିଅ ପ୍ରଭୁ ସେ ପ୍ରେମ ଝରାଇ I୧I

    କୁଶ ଦିଏ ପରିଚୟ ତୁମ କରୁଣାର
    ଝରିଯାଏ ତା’ ବୁକୁରେ କ୍ଷମାର ନିଝିର
    ଘୋଷିବୁ ସେ ପ୍ରେମ କଥା ଗଗନ ଭରାଇ [୨]

    ସୂଚୀମାଳାକୁ ଫେରନ୍ତୁ

  • he jish tuma premo mu

    ହେ ଯୀଶୁ ତୁମ ପ୍ରେମ ମୁଁ ପାଶୋରିବି କି ? (ଘୋଷା)
    ପ୍ରକାଶି ଅସୀମ ପ୍ରେମ ତେଜିଲ ସ୍ଵର୍ଗ ଭୂବନ
    ସେ ପ୍ରେମ ଉପମା କାହୁଁ ମୁଁ ପାଇବି କି ? I୧|

    ଅଶେଷ ଦୁଃଖ ସହିଣ ବିସର୍ଜଲ ନିଜ ପ୍ରାଣ,
    ଛାର ମୁଖେ ତାହା ବଣ୍ଡି ମୁଁ ପାରିବି କି ? |୨ |

    ଧୋଇଲେ ସେ ମହାପ୍ରେମ, ହୃଦୟ ହୁଏ ବିଦୀର୍ଣ୍ଣ
    କିବା ପ୍ରତିଦାନେ ତାହା ଶୁଝିବି କି ? |୩|

    ହେ ଯୀଶୁ ତ୍ରାତା ପରମ, ଗଲେ ଯିବ ଏ ଜୀବନ,
    ସେ ଅନନ୍ତ ପ୍ରେମ ସତେ ମୁଁ ମୂଚ୍ଛିବି କି ? |୪|

    ସୂଚୀମାଳାକୁ ଫେରନ୍ତୁ

  • pabitra moha prabhu hai

    ପବିତ୍ର ମହାପ୍ରଭୁ ହେ ଶ୍ରୀଚରଣେ ଆସିଅଛି ମୁଁ
    ହୃଦୟକୁ ଶୂନ୍ୟ କରୁଛି ଆଶିଷରେ ଭରିଦେବ କି ? (ଘୋଷା)

    ପାପ ପକେ ପଡ଼ିଥିଲି ମୁଁ ଦିନେ,
    ପ୍ରେମେ ଅବତରିଲଯୀଶୁ ରାଜନ
    କୁଶେ ଦେଲ ଆପଣା ପ୍ରାଣ, ତହିଁ ପାଇଲି ମୁଁ ପରିତ୍ରାଣ |୧|

    ସେହି ମହାପ୍ରେମକୁ ଏବେ ଭୁଲିଯାଇ
    ଆଧୁନିକ ଦୁନିଆରେ ଚାଲେ ମୁହିଁ
    ଫେରାଅ ଏ ନେତ୍ର ଯୁଗଳ
    ତୁମ ବିନା ମୁଁ ଅଟେ ଦୁର୍ବଳ |୨|

    ପବିତ୍ର ଆମ୍ରାରେ କର ଉବ୍ଦୀପିତ
    ମୁହିଁ ମୃତ ମାତ୍ର ତୁମେ ଜୀବିତ
    ଯେହ୍ନେ ଫଳିବି ଫଳ ବହୁତ
    ପିତା ମୋ ହେବେ ମହିମାନିତ ।୩|

    ସୂଚୀମାଳାକୁ ଫେରନ୍ତୁ

  • eto tumo premo prabhu

    ଏତ ତୁମ ପ୍ରେମ ପ୍ରଭୁ ଏତ ତୁମ ପ୍ରେମ
    ଜାଣିଛି ବୁଝିଛି ମୁଁ ତ, ତୁମେ ଦୟାମୟ (ଘୋଷା)

    ନାମ ବହିଅଛି ତୁମେ ଦୁଃଖହରା ବୋଲି
    ମୋ ଦୁଃଖ ହରି ନେଇଛି ଦୟାମୟ ବୋଲି
    ତୁମ ନାମ ଜାଣେ ପ୍ରଭୁ ପତିତପାବନ [୧]

    ଉଦ୍ଧାରିଲ ମୋତେ ତୁମେ ପାପର ସାଗରୁ
    ଧରିଣ ଗୋ ନିଜ ହାତେ ଶାନ୍ତିମୟ ପ୍ରଭୁ
    ସେହି ଦିନୁ ଜାଣିଛି ମୁଁ ତୁମେ ଯେ ମହାନ୍ .. |୨|

    ଶେଷେ ରଖ ମୋ ମିନତି ମୋ ପାଶେ ରୁହ ଗୋ ନିତି
    ଚାଲିବି ମୁଁ ସଦା ତବ ପଦ ଚିହ୍ନ ଦେଖି ଦେଖି |୩|

    ସମପିଲି ଦେହ ପ୍ରାଣ ମୋ ଆତ୍ମା ଜୀବନ ..
    ବିଶ୍ଵାସୀର ସତ୍ୟ ତୁମେ, ଦେଖାଅ ସତ୍ୟଲୋକ
    ସତ୍ୟ କହି ଲଭିବୁ ଆମେ ଚିରନ୍ତନ ଜୀବନ |୪|

    ସୂଚୀମାଳାକୁ ଫେରନ୍ତୁ

  • bhuja tole mote rakha

    ଭୁଜ ତଳେ ମୋତେ ରଖ ମହାପ୍ରଭୁ,
    ବାହୁ ତଳେ ମୋତେ ରଖା
    ତବ ପବିତ୍ର ଭୁଜ ବିସ୍ତାରି ଦେଲେ,
    ଛାର କି କରିବ ସେ ଦୁଃଖ (ଘୋଷା)

    ଦୁଃଖିନୀର ସାଥୀ ଅଧମର ଗତି,
    ଅନାଥର ତୁମେ ନାଥ
    ସଜ ହୋଇଥିବ ଏ ଅଧମ ତବ,
    ନିରତ ସେବାରେ ରତ ..
    ତୁମେ ଦୀନବଂଧୁ ନିର୍ଦ୍ଦୟ ହୋଇଲେ,
    ହେବ କି ଅନ୍ତରେ ସୁଖ |୧|

    ଭୁବନ ମୋହନ ମୋ ତ୍ରାଣ କରତା,
    ରଖେ ତବ ପାଦେ ମୋ ଚିତ୍ତ
    ଦିନକୁ ଦିନ ତ ଦୁଃଖ ଅବିରତ, ମିଳଇ ନାହିଁ ତ ସୁଖ .
    ଭାସିଯିବି ନାଥ ଏ ଭବ ସାଗରେ ରଖ ତ୍ରାଣ ଧନ ରଖା |୨|

    ମୁଁ ଅତି ପତିତ ଭରସା ରଖିଛି ଶ୍ରୀଚରଣ ତଳେ ତବ
    ଏ ଅଭଗା ମୂଢ଼ମତି ଯୋଡ଼ି କର, କହେ ମୋତେ ଦୟା କର
    କେହି ନାହିଁ ମୋର ତୁମେ ଏକା ସାର,
    ମିନତି ମୋ ବାରେ ଘେନ |୩|

    ସୂଚୀମାଳାକୁ ଫେରନ୍ତୁ

  • jaya halleluyah jaya jaya

    ଜୟ ହାଲିଲୁୟା ଜୟ ଜୟ ବୋଲ ହେ
    ଯୀଶୁ ନାମ ଗାଇ ଚାଲ ଧରି ମୁକ୍ତିର ମଶାଲ (ଆଜି) (ଘୋଷା)

    ସର୍ବ ଶକ୍ତିମାନ ମହା ବିକ୍ରମୀ ରାଜା
    ଗୌରବ ପ୍ରତାପେ ହେଉ ଅଛନ୍ତି ସଜା ।
    ମହିମା ପ୍ରକାଶ ହେବ କିଛି ସମୟ
    ଦୟା ସହିଷ୍ଣୁ ନଥିବ ତାଙ୍କ ବଦନେ |୧|

    ସୂର୍ଗୀୟ ତେଜେ କରିବେ ସେ ଆଗମନ
    ସଙ୍ଗେ ଦିବ୍ୟ ଦୃତ ଆଉ କିରୁବଗଣ
    ତୁରୀ ନାଦେ କମ୍ପାଇବେ ଏହି ମେଦିନୀ
    ସାକ୍ଷାତ କରିବେ ମନୋନୀତ ସେ କ୍ଷଣି |୨|

    ଯଦି ମଳିନ ହୋଇଛି ବସ୍ତ୍ର ତୁମର
    ଯୁବା ମେଷ ରକ୍ତେ ଧୋଇ ହୁଅ ସତ୍ଵର
    ପ୍ରସ୍ତୁତ ହେବା ସୁଯୋଗ ନଥିବ ତେବେ
    ଆସ ଆଜି କୁଶୀୟ ଝରଣା ନିକଟେ |୩|

    ସ୍ଵର୍ଗୀୟ ତେଜ ହୋଇବ ଦେହ ଆମର
    ଧନ୍ୟବାଦ ସ୍ତୁତି ଗାଇବା ନିରନ୍ତର
    ମର ଶରୀରରଲୀନ ହେବ ସେ ଦିନ
    ଆତ୍ମିକ ଶରୀରେ ପ୍ରବେଶିବା ସିୟୋନ I୪I

    ସୂଚୀମାଳାକୁ ଫେରନ୍ତୁ