Tag: malayalam christian song lyrics

  • sanjibita prabhu kariba nahi ki

    ସଂଜୀବିତ ପ୍ରଭୁ କରିବ ନାହିଁ କି ଆନନ୍ଦ କରିବୁ ତୁମଠାରେ
    ଆତ୍ମାଙ୍କ ତଇଳ ଢ଼ାଳିବ ନାହିଁ କି,
    ଜଳିବ ଆଲୋକ ସମାଜରେ… (ଘୋଷା)

    ପ୍ରତି ଶୁଷ୍କ ଅସ୍ଥି ସଜୀବ ହେବାକୁ,
    ବହୁ ପ୍ରାଣବାୟୁ ବହ ଚଉଦିଗୁ
    ଜୀବିତ ହୋଇବା ପାଦେ ଠିଆ ହେବା
    ପ୍ରଶଂସିବା ଯଶ ଉଚ୍ଚରେ … | ୧ |

    କର ଗୋ ଆଶିଷ ଆତ୍ମାଙ୍କ ପରଶେ,
    ଫଳିବୁ ଅକ ତୁମର ଉଦେଶେ
    ହୋଇ ପରିହିତ ପରିତ୍ରାଣ ବସ୍
    ପ୍ରଶଂସା କରିବା ଉଚ୍ଚରେ ….|9|

    ସୂଚୀମାଳାକୁ ଫେରନ୍ତୁ

  • anando ananda kipari kahibi

    ଆନନ୍ଦ, ଆନନ୍ଦ କିପରି କହିବି କେତେ ଆନନ୍ଦ ।
    ଯୀଶୁଖ୍ରୀଷ୍ଟ ପାପ କ୍ଷମା ଦେଲେ ପରମ ଆନନ୍ଦ … (ଘୋଷା)

    ଏକତ୍ର ହୋଇ ନାଚ କରିବା ଗୀତ ଗାନ କରିବା
    ଏକମାତ୍ର ଯୀଶୁ ନାମରେ ଆମେ ସ୍ତୁତି ଗାନ କରିବା … |୧ |

    ପାପ, କ୍ଳେଶ, ରୋଗ ସବୁ କୁଶରେ ବହି ନେଲେ
    ପ୍ରଭୁ ଯୀଶୁ ମୋର ହୃଦୟରେ ଆସି ଦେଲେ ଆନନ୍ଦ … |9|

    ପ୍ରେମ କଲେ ସେ ପରିତ୍ରାଣ ଦେଲେ ଉଛୁଳି ଉଠୁଛି ମୁଁ
    ପ୍ରତିଦିନ ମୁଁ ତାଙ୍କରି ନାମରେ ସାକ୍ଷୀ ସ୍ଵରୁପ ହେବି … । ୩ ।

    ସୂଚୀମାଳାକୁ ଫେରନ୍ତୁ

  • ଅନ୍ଧକାର ଘେରା ଧରାରେ andhakaro ghera dhorare

    ଅନ୍ଧକାର ଘେରା ଧରାରେ, ମୁକତି ଦୀପ ଜ୍ଵଳାଇବା
    ଗ୍ରାମରେ ନଗରେ ଗିରି କନ୍ଦରରେ
    ଜାଳିବା ଲଜିତ ନୋହିବା … (ଘୋଷା)

    ମରୁ ମରୀଚିକା ଜଗତେ, ତୃଷିତ ପରାଣର ହିତେ
    ଜୀବନର ଝର ବହୁଛି କୁଶରେ
    କ୍ଲାନ୍ତ ଜନତା ଆସରେ….|୧|

    ଶୁଣି ନାହିଁ କି ସେ ଆଦେଶ, ଯାଅ ସମସ୍ତ ଜାତି ପାଶ,
    କୁହ ମୁକ୍ତି ଅଛି ଯୀଶୁଙ୍କ ପାଶରେ,
    ନ ରଖି ଲଜା ମନରେ….|୨|

    ସୂଚୀମାଳାକୁ ଫେରନ୍ତୁ

  • e nutana jugare asara sangsara

    ଏ ନୂତନ ଯୁଗରେ ଆଶାର ସଂଚାର
    ଗଲଗଥା କୁଶଗାଥା ଅମର ସେ
    ଜୟ ଜୟ ଯୁବାମେଷ…. ହୋ…. ହୋ….(ଘୋଷା)

    ହିମାଚଳ ଗାଏ ଯାର ଜୟଗୀତି, ଆମେ ତାଙ୍କ ଅନୁଗାମୀ
    ଶୁଣାଇବା ବିଶ୍ୱ ତାଙ୍କ ମହାପ୍ରେମ,
    ହେଲେ ସେ ମାନବ ପ୍ରେମୀ
    ଜାଗରେ ଭାରତ ଉଦ୍ଯୋଗୀ ଦଳ,
    ଛୁଟାଅ ସଂଗୀତ ଧ୍ବନି…. |୧|

    ସେହି ପ୍ରଭୁରାଜ ଅଧୁରାଜ, ସକଳ ଜୀବନ ସ୍ୱାମୀ
    ଆକାଶର ତଳେ ଏକା ସେହି, ପାତକୀ ମୁକତି ଖଣି
    ବିଚାରକ ହୋଇ ଆସୁଛନ୍ତି ଦିନେ, ମେଘରେ କିରୁବେ ଘେନି…. |୨|

    ତେଜମୟ ସେହି ପ୍ରଭୁ ପୂତ ପଦ ବନ୍ଦି ଯାଅ ଭେଟି ନେଇ
    ଦେଇ ତୋଷ ତାଙ୍କୁ ଭଙ୍ଗାଚୂନା ମନ, ଆମ ବଳ ଗାନ ସେହି
    ‘ଶାଲେ ମର ରାଜା’ ଜୀବନର ପଥ, ମାନବ ମଙ୍ଗଳକାମୀ…. |୩|

    ସୂଚୀମାଳାକୁ ଫେରନ୍ତୁ

  • mu to jishunku manare mani

    ମୁଁ ତ ଯୀଶୁଙ୍କୁ ମନରେ ମାନି ରଖିଛି… (ଘୋଷା)

    ଯୀଶୁଖ୍ରୀଷ୍ଟ ପ୍ରଭୁ ତୁମରି ଦରଶନ
    କେହି ମାନୁ ବା ନମାନୁ ମୁଁ ମାନି ରଖିଛି.. |୧|

    ଯୀଶୁଖ୍ରୀଷ୍ଟ ପ୍ରଭୁ ସବୁରି ପରିତ୍ରାଣ
    କେହି ଜାଣୁ ବା ନ ଜାଣୁ ମୁଁ ଜାଣି ରଖିଛି… |୨|

    ବନ୍ଦନା ସଙ୍ଗୀତ ଗାଅ ପ୍ରିୟ ଭଉଣୀ
    ତୁମେ ଗାଅ ବା ନ ଗାଅ ମୁଁ ଗାଇ ରହୁଛି… |୩|

    ମୃଦଙ୍ଗ ବଜାଇ ନାଚ ପ୍ରିୟ ଭାଇ
    ତୁମେ ନାଚ ବା ନ ନାଚ ମୁଁ ନାଚି ରହୁଛି … |୪|

    ଆଶିଷ ବିନତି କର ପ୍ରିୟ ବଂଧୁ
    ଯୀଶୁ ଆଶିଷ ଦେବାକୁ ରାଜି ଅଛନ୍ତି ।… |୫|

    ସୂଚୀମାଳାକୁ ଫେରନ୍ତୁ

  • he santi adhara

    ହେ ଶାନ୍ତି ଆଧାର ତବ ଛନ୍ଦା ଚରଣେ ନମୁଁଛୁ ପ୍ରଭୁ ହେ
    ଉଭା ହୋଇ ତବ ଦୁଆର (ଘୋଷା)

    ହେ ପ୍ରଭୁ ତୁମେ କେଡେ ମହାନ୍
    ସରାଗିବାହିନୀ ଯା’ଙ୍କ ଅଧୀନ
    ଗଗନ ପବନ ସାଗର ତରଙ୍ଗ,
    ଆଦେଶ ମାନେ ଯାହାର… |୧|

    ଯୁଗ ଯୁଗ ଧରି ତୁମେ ସମାନ
    ମିଳେ ସବୁଠାରେ ତୁମରି ସନ୍ଧାନ
    ତୁମରି ଅନାଦି ଅନନ୍ତ ନାମରେ,
    ପ୍ରକୃତି ତୋଳେ ଝଙ୍କାର… |୨|

    ଧରମ ମିହିର ତୁମେ ଜଗଜ୍ୟୋତି
    ବିନାଶିଛି ଯୀଶୁ ତୁମେ ଅମାରାତି
    ତୁମରି ଆଲୋକେ ଆଲୋକିତ କର,
    ଆମେ ତବ ପରିଚାର … |୩|

    ସୂଚୀମାଳାକୁ ଫେରନ୍ତୁ

  • aji pranami tumaku chalibi

    ଆଜି ପ୍ରଣମି ତୁମକୁ ଚାଲିବି ପ୍ରଭୁ ସାରାଟି ଦିନ
    ତୁମେ ମୋ ଗମନ ପଥେ ଦୃଷ୍ଟି ରଖ ହେ ଦୟାବାନ (ଘୋଷା)

    ସାରା ଦିନ ଆଜି ଯାହା ମୁଁ ଚିନ୍ତିବି
    ତବ ବାକ୍ୟ ଆଗ ସ୍ମରଣ ରଖିବି
    ସେ ବାକ୍ୟ ଖଡଗରେ ପରାଭୂତ ହୁଏ, କୁ-ଚିନ୍ତାମାନ |୧|

    ଛୋଟ ମୁଖେ ଆଜି ଯାହା ମୁଁ କହିବି
    କାହାରି ମନରେ ଆଘାତ ନ ଦେବି
    ପୁଣି ନ କହିବି ବହୁ ବାକ୍ୟ ଆଉ, କୁ-କଥାମାନ |୨|

    ବଂଚିଥିବା ଯାଏ ଯାହା ମୁଁ କରିବି
    ମୋ ଆତ୍ମାକୁ ଅପବିତ୍ର ନ କରିବି।
    ସର୍ବ କାର୍ଯ୍ୟ ଯେହ୍ନ ପରିଚୟ ଦେବି ।
    ଆତ୍ମାଙ୍କୁ ଦାନା….. |୩|

    ସୂଚୀମାଳାକୁ ଫେରନ୍ତୁ

  • jibana data jishu aji antara

    ଜୀବନଦାତା ଯୀଶୁ ଆଜି ଅନ୍ତର ଖୋଲିଦିଏ
    ଆସ ଆଜି ମୋର ଏ ହୃଦୟେ, ଅନ୍ତର ଖୋଲି ଦିଏ (ଘୋଷା)

    ଯଦି ଥାଏ କିଛି ତୁମ ଅପ୍ରୀତି କାଢ଼ି ନିଅ ଯୀଶୁ ମୋର
    ତୁମ ରକ୍ରେ ଆଜି ଧୋଇ ମୋତେ ପ୍ରଭୁ
    ତୁମେ ପବିତ୍ର କର, ପବିତ୍ର କର ଏଥର…. |୧|

    ଆସିଅଛି ଆଜି ମୁଁ ଦୀନହୀନ କରୁଅଛି ନିବେଦନ
    ଦୟାକରି ଆଜି ଢ଼ାଳିଦିଅ ପ୍ରଭୁ ତୁମ କରୁଣା ଦାନ
    କରୁଣା ଦାନ ଏଥର…. |୨|

    ସୂଚୀମାଳାକୁ ଫେରନ୍ତୁ

  • jishu mo pain jhulila

    ଯୀଶୁ ମୋ’ ପାଇଁ ଝୁଲିଲ
    ଅତୁଳନୀୟ ଅଟେ ସେ ପ୍ରେମ
    ସେ ଦୟା ଅଟେ ସୀମାହୀନ (ଘୋଷା)

    ନମ୍ର ଚିତ୍ତେ ସବୁ ସହିଲ କଣ୍ଟା ମୁକୁଟ ଶିରେ ବୋହିଲ
    ପାପୀ ପାଇଁ ଦୟା ବହିଲ କୁଶେ ରକ୍ତ ଝରାଇଲ I୧I

    ଶାନ୍ତି ବାଣୀ ଶୁଣାଇଲ ନିନ୍ଦା ଅପବାଦ ଶୁଣିଲ
    ତୁମ ଧୈର୍ଯ୍ୟ କି ଚମତ୍କାର
    ସେ ଶୌର୍ଯ୍ୟ ହେଉ ସଦା ଧନ୍ୟ |୨|

    ପାଷାଣ ହୃଦୟ ମୋର ସବୁ ଜାଣି ଶୁଣି ନିସ୍ତୁର
    ମୋର ହୃଦୟ କରି ବିଦୀର୍ଣ୍ଣ ତୁମ ଲାଗି ମୋତେ ବଞ୍ଚାଅ ।୩।

    ମୃତ୍ୟୁ ପରେ ଉତ୍ଥାପିତ ହୋଇ ଏହି କଥା ଦେଲ
    ସ୍ଵର୍ଗରେ ମୋ ପାଇଁ ସ୍ଥାନ ସଜାଡ଼ିବା ପାଇଁ ଗଲ … I୪I

    ସ୍ଵର୍ଗ ଆନନ୍ଦ ସାଗର ଏହି କଥା ନାହିଁ ଭୁଲ
    ଆନନ୍ଦ ସାଗରେ ଭାସି ପାପୀ ଯୀଶୁଙ୍କ ପଛେ ଚାଲ … |୫|

    ସୂଚୀମାଳାକୁ ଫେରନ୍ତୁ

  • aso prabhu tume aso

    ଆସ ପ୍ରଭୁ ତୁମେ ଆସ, ଆମରି ଜୀବନେ ଆସ
    ଆସି ପ୍ରଭୁ ତୁମେ ଆସ, ଏ ମନ ମନ୍ଦିରେ ଆସ
    ରୁହ ତୁମେ ସାଥେ ସାଥେ ନ ଯାଅ ଛାଡି ଦୂରେ
    ନ ଯାଅ ତୁମେ ଦୂରେ (ଘୋଷା)

    ଏ ଦୁନିଆ ପଥ ବଡ ଅନ୍ଧାରୁଆ
    ନାହିଁ ଶାନ୍ତି ନାହିଁ ମୁକ୍ତି ତୁମ ଛଡା
    ଆସ ହେ ତୁମେ ଜ୍ୟୋତି ନେଇ
    ନ ଯାଅ ଛାଡି ଦୂରେ … ନ ଯାଅ ତୁମେ ଦୂରେ |୧|

    ଏ ଜୀବନ କକିତ ପାପ ଭରା
    ବରଷାଅ ଆଶିଷର ବାରିଧାରା
    ଲିଭାଇ ଦେବ ଦାଗ ସବୁ,
    ତୁମରି ରକତ, ତୁମରି ରକତ |୨|

    ଏ ଜଗତେ ଆମେ ସବୁ ସାଥୀ ହରା
    ନାହିଁ ମୁଭି, ନାହିଁ ଶାନ୍ତି ତୁମ ଛଡା
    ହୁଅ ହେ ତୁମେ ସାଥୀ ଆମ,
    ଶୁଣ ହେ ଆରତ … ଦେଖାଇ ଦିଅ ପଥ …
    ରୁହ ତୁମେ ସାଥେ ସାଥେ … |୩|

    ସୂଚୀମାଳାକୁ ଫେରନ୍ତୁ