Tag: malayalam christian song lyrics

  • ଅନ୍ଧ ମୁଁ ଯେ ପଥ ଯାଏ ଭୁଲି andha mu je patha jae bhuli

    ଅନ୍ଧ ମୁଁ ଯେ ପଥ ଯାଏ ଭୁଲି
    ଭ୍ରାନ୍ତି ସ୍ରୋତେ ଭାସିଯାଏ ଚାଲି
    ହୁଅ ପ୍ରଭୁ ସାଥ୍ ମୋର
    ଆଜି ଆଉ କାଲି…. (ଘୋଷା)

    ସାଥିହରା ହୋଇ ଏ ସଂସାରେ
    ଜ୍ୟୋତି ହରା ଏଇ ଜୀବନରେ
    ହୁଅ ପ୍ରଭୁ ସାଥି ମୋର
    ଆଜି ଆଉ କାଲି… |୧|

    ଦୃଶ୍ୟଭରା ଏହି ଜଗତରେ,
    ଅସୀମ ତା’ ରୂପ ସୁଷମାରେ,
    (ଯେବେ) ଜ୍ଞାନ ହରା ହୋଇ ସେ ସୁରାରେ
    ଡୁବିଯାଏ ଚିତ୍ତ ସେ ମାୟାରେ
    ହୁଅ ପ୍ରଭୁ ସାଥ୍ ମୋର
    ଆଜି ଆଉ କାଲି…. |୨|

    ଅଶ୍ରୁ ଯେବେ ଝରେ ନୟନରେ
    ପୋଛି ତବ ଦିବ୍ୟ ବସନରେ
    ଶେଷେ ନିଅ ପାର ଦୀଶେ
    ନ ଯାଅ ଗୋ ଭୁଲି…. |୩|

    ସୂଚୀମାଳାକୁ ଫେରନ୍ତୁ

  • prathana amo pode tumo

    ପ୍ରାର୍ଥନା ଆମ ପଦେ ତୁମ
    ଏହି ଜଗତରେ, ତୁମରି ରାଜ୍ୟ ଆସୁ (୨ ଥର)
    ହା….ଲେ…..ଲୁ….ୟା … (ଘୋଷା)

    କହିଗଲ ତୁମେ ସାକ୍ଷୀ ହେବା
    ଘେନି ମୋର ନାମ
    ଦେଖ ଏ ଯୁଗର ଶେଷ ଯାଏ
    ମୁଁ ଅଛି ସାଥେ ତୁମ
    ସ୍ମରଣ କରି ସେ ଶପଥ (୨ ଥର)
    କରୁ ନିବେଦନ
    ତୁମରି ରାଜ୍ୟ ଆସୁ (୨ ଥର)…. |୧|

    ତୁମ ରାଜ୍ୟ ଆଉ ଧାର୍ମିକତା
    କରିବୁ ଅକ୍ଳେଷଣ ଅନ୍ବେଷନ
    ତୁମରି ସେବାରେ ଏ ଜୀବନ
    କରିବୁ ସମର୍ପଣ
    ଶିଖାଇଲ ଯେଉଁ ପ୍ରାର୍ଥନା ( ୨ ଥର)
    କରୁ ନିବେଦନ
    ତୁମରି ରାଜ୍ୟ ଆସୁ (୨ ଥର)…. |୨|

    ସୂଚୀମାଳାକୁ ଫେରନ୍ତୁ

  • subhe aji subha barota

    ଶୁଭେ ଆଜି ଶୁଭ ବାରତା ପ୍ରତି କର୍ଣ କୁହରରେ
    କିଏ ଯିବ ନେଇ ସମ୍ବାଦ ଗ୍ରାମେ, ନଗରେ, ସହରେ
    ଯା’ ସୁସମାଚାର ଅଟେ ଅଗୋଚର ନିବିଡ଼ ଅନ୍ଧକାରେ
    ଯାଅରେ ବିତରି କୁଶର କାହାଣୀ ଅର୍ଶୀଳ ଜଗତରେ (ଘୋଷା)

    ଶତ ପ୍ରାଣର ଆକୁଳ କ୍ରନ୍ଦନ, ପ୍ରତିନି ତୋଳି କରଇ ଚିତ୍କାର
    ଜଗତେ ନାହିଁ ଶାନ୍ତି, ଭରିଛି ପାପ କ୍ରାନ୍ତି, କାହିଁରେ ଅଛି ମୁକ୍ତି
    ଯାଅରେ ବିତରି କୁଶର କାହାଣୀ
    ଯୀଶୁର ସତ୍ୟ ଶାନ୍ତି (୨ ଥର)
    ଯୀଶୁ ନାମେ ଅଛି ପାପ କ୍ଷମା ଭାଇ,
    ଯୀଶୁ ହିଁ ଆନନ୍ଦ ମୁକ୍ତି (୨ ଥର)… ।୧।

    ତାଙ୍କରି ଆହ୍ବାନ ଆଜି ଯଦି ଶୁଣ,
    ହୃଦୟ ତୁମର ନ କର କଠିନ
    ନାହଁରେ ଆଉ ବେଳ, ହେଲାଣି ଶେଷ କାଳ,
    ନାହିଁ କି ମନେ ଡର
    ଅଛନ୍ତି ତୋ ସାଥେ ଯୁଗ ଶେଷ ଯାଏ ଅକ୍ଷୟ,
    ଅମର କୁମର (୨ ଥର)
    କହନ୍ତି ସରାଗେ ରହିଛି ତୋ ପାଇଁ,
    ଅକ୍ଷୟ, ଅମର, ଅଜର (୨ ଥର)… ।୨।

    ସୂଚୀମାଳାକୁ ଫେରନ୍ତୁ

  • diya dekha bare prabhu

    ଦିଅ ଦେଖା ବାରେ ପ୍ରଭୁ
    ଲୋତକ ଧାର ପୋଛି ଦିଅ ହେ
    ଲହୁ ଫିଟା ପାପୁଲିରେ …(ଘୋଷା)

    ରୋଗର କଷଟି ପରାଣ ପରଖେ
    ଆତୁର ନୟନ ଛନ୍ଦା ବିଲୋକେ
    କିଏ ନାହିଁ ଓଠୋ ଆଙ୍କି ଦେବ ହସ
    ସ୍ୱନ୍ତନାର ତୁଳିକାରେ … |୧|

    ନିରାଶ ଅବନି ବୟସର ଗର୍ଭ
    ନରକ ଡ଼ାକରା ହସଇ ପ୍ରଳାପେ
    କିଏ ପାରେ ନେଇ ହାତ ଧରି ମୋର
    ପରିଶେଷ ରଜନୀରେ… |୨|

    ସୂଚୀମାଳାକୁ ଫେରନ୍ତୁ

  • jishunka poche chalibu

    ଯୀଶୁଙ୍କ ପଛେ ଚାଲିବୁ
    ନବ ଜୀବନ ଲଭିବୁ… (ଘୋଷା)

    ସେ ଯେ ସତ୍ୟ ସୁନ୍ଦର ସେ ଯେ ସତ୍ୟ ଈଶ୍ବର
    ମିଳି ତାଙ୍କ ସାଥେ ଚାଲିବୁ ସତ୍ୟ ପଥେ
    ସଜାଡ଼ି ତାଙ୍କ ଚରଣେ ପାପ ଭାର ରଖିବୁ… |୧|

    ସେ ଯେ ସତ୍ୟ ଜୀବନ ସତ୍ୟ ମୁକ୍ତି ନନ୍ଦନ
    ତ୍ରାତାଙ୍କ ମିଳନ ଯିଏ ମୋ ପ୍ରାଣଧନ
    ଜୀବନେ ଏ ମିଳନେ ପ୍ରାଣ ଭରି ଗାଇବୁ… |୨|

    ସୂଚୀମାଳାକୁ ଫେରନ୍ତୁ

  • dekha dekha asuchanti gourabare

    ଦେଖ ଦେଖି ଆସୁଅଛନ୍ତି ଗୌରବେ ଯୀଶୁରାଜା,
    ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୂ ପ୍ରଜା,
    ଏ ମର ଶରୀର ହେବ ରୂପାନ୍ତର
    ଅକ୍ଷୟ ଅମର ହୋଇବା (ଘୋଷା)

    ଗାଇଯିବା ତାଙ୍କ ପ୍ରଶଂସା ଗୀତ
    ନୂତଗଣ ସାଥେ ହୋଇ ମିଳିତ
    ହୋଶାନ୍ନା .., ହୋଶାନ୍ନା
    ଆସ ଯିବା ସେ ମହା ଭୋଜେ
    ହୋଇ ନିମନ୍ତ୍ରିତ ଆସିଛୁ ଯେତେ
    ଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେ
    ସ୍ଵର୍ଗୀୟ ସଂଗୀତ ଗାଇବା … |୧|

    ଏହି ଦେଖ ଦିଶେ ସ୍ଵର୍ଗଦ୍ଵାର
    ଆଉ ନାହିଁ ଭୟ ମାରନା ଡର… ହୋଶାନ୍ନା… ହୋଶାନ୍ନା
    ସ୍ଵର୍ଗଦୂତ ହସ୍ତପ୍ରସାରି
    ନେଇଯିବେ ରାଜା ସ୍ବାଗତ କରି
    କହିବେ ସେ ତୋତେ ରହିବ ନିରତେ
    ସଦା ମୋର ସାଥେ ସ୍ଵଗିଧାମେ.. |୩|

    ସୂଚୀମାଳାକୁ ଫେରନ୍ତୁ

  • swantana gheno

    ସାନ୍ବନା ଘେନ ସାଳ୍ପନା (୨ ଥର)
    ପ୍ରେମରେ ଭୁଲାଇ ମାଆ ପରି ସେ ଯେ
    ଭରିଦେବେ ମନେ ସାନ୍ବନା (ଘୋଷା)

    କହିଛନ୍ତି ପରା ନହୋଇ ବିମୁଖ
    ରହିଥିବେ ପାଶେ ପାଶେ
    ସାହସ ଜଗାଇ ତୋଳି ନେବେ ତୋତେ
    ଦୁଖ ରଜନୀ ଶେଷେ
    ନହୁଅ ଅଧୀର ବ୍ୟସ୍ତ ପରାଣ
    ନିର୍ଭର କର ସାନ୍ତନା …|୧|

    ଏପରି ବଂଧୁ, ସଖା, ପ୍ରିୟତମ,
    କେହି ନାହିଁ ଜଗତରେ
    ଏତେ ଉତ୍ସାହ ଆନନ୍ଦ ଆଉ
    କେଉଁ ନାମ ଦେଇପାରେ
    ଯୀଶୁ ନାମେ ମିଳେ ମଧୁ ଆଶ୍ବାସ
    ଅଶେଷ ଶାନ୍ତି ସାନ୍ତ୍ରନା… |୨|

    ସୂଚୀମାଳାକୁ ଫେରନ୍ତୁ

  • mo priya jishu raja

    ମୋ ପ୍ରିୟ ଯୀଶୁ ରାଜା ସର୍ବେ କରନ୍ତୁ ପୂଜା
    ଆସୁ ସୁଖ, ଆସୁ ଦୁଃଖ, ହେବି ନାହିଁ ଦିଗହରା … (ଘୋଷା)

    ହଜିଥିଲି ଦିନେ ମୁଁ ପାପରେ
    ଭାବି ତ ନଥୁଲି ସପନେ ହୋ..ହୋ…
    କି ହେବ ମୋ ଦଶା ପରପାରେ
    ପ୍ରେମେ ମୋତେ ତୋଳି ନେଲ
    କାଲବରୀ ତୁ ମୋର ଧ୍ବଜା… |୧|

    କଳୁଷିତ ଭରା ଏ ଧରାରେ
    ପାଏନା ମୁଁ ଯାହା ଖୋଜିରେ ହୋ…ହୋ…
    ଏ ମର ଶରୀର ମୋ ଝୁରେ
    ତୁମ ପାଇଁ ହିଁ ତୁମ ପ୍ରେମ
    କାଲବରୀ ତୁ ମୋର ଧୂଜା… |୨|

    ମୋ ପାଥେୟ ତୁମେ ନିଶିଥରେ
    ଧରିଛି ମୋ ହାତ ସତରେ ହୋ… ହୋ…
    ଭରସା ଦେଇଛି ନିଶ୍ଚିତରେ
    ଛାଡ଼ିବନି ମୋତେ କେବେ
    କାଲବରୀ ତୁ ମୋର ଧୂଜା… |୩|

    ସୂଚୀମାଳାକୁ ଫେରନ୍ତୁ

  • manisha jibana atayee kebala

    ମଣିଷ ଜୀବନ ଅଟଇ କେବଳ
    ପାଣି ଫୋଟକାର ସାଥି
    ଉଡ଼ିଯାଏ ପ୍ରାଣ ଭାସିଯାଏ ସ୍ରୋତ
    ଲିଭାଇ ସଂସାର ମୁକ୍ତି… (ଘୋଷା)

    ତୁମେ ତ ଗଢିଛ ଦୁନିଆର ପ୍ରଭୁ
    ନ ଦେଖି ଦୁଃଖୀର ଦୁଃଖ
    ଦେଖି ଦୁଃଖ ଦେଇ ମଉଳି ଯାଉଛି
    ନ ବୁଝୁ ଆମ ବିବେକ… |୧|

    କେତେ ଯେ ଡ଼ାକଇ ଶୁଣିବନି ପ୍ରଭୁ
    କର ମୋତେ ଘାସ ଫୁଲ
    ନିର୍ଜନ ବନସ୍ତେ ଫୁଟି ଝଡ଼ିପଡ଼େ
    କେହି ନ ବୁଝେ ମୋ ମୂଲ … |୨|

    ମନରେ ଦେଉଛି ଶତ ଆଶା ମୋର
    ତୋଳିଛି ଆଶା ସଉଧ
    ତବ କୃପାବଳେ ଆଗେଇ ଚାଲିବି
    ନ ଆସୁ ସର୍ବ ବିଷାଦ… |୩|

    ଦୁନିଆଟି, ମୋତେ ଲାଗେ କ୍ଷୁଦ୍ର ପରି
    ସୁଖକୁ ଦେଇଛି ଠେଲି
    ଶରଣ ନଦେଲେ ମରଣ ଦିଅ ହେ
    ଏହା ମୋର ସଦା ଅଳି….I୪|

    ସୂଚୀମାଳାକୁ ଫେରନ୍ତୁ

  • tumari prema anupama

    ତୁମରି ପ୍ରେମ ଅନୁପମ, ତୁମେ ଧନ୍ୟ ଧନ୍ୟ ହେ
    କେ ଅଛି ମୋହରି ତୁମରି ସମ |ଘୋଷା|

    ତୁମେ ଗୋ ମୋହରି ପ୍ରିୟତମ, ପରମ ସୁହୃଦ ପ୍ରାଣ ସମ
    ତୁମରି ପ୍ରଣୟ ରମଣୀୟ… |୧|

    ଯେଣେ ଫେରାଇଲେ ଆଖି ମୋହର
    ଦେଖଇ ତୁମରି ପ୍ରେମ ଅପାର
    ତୁମରି ସଲିଳ ତୁମ ଅନିଳ… |୨|

    ଜନକ ଜନନୀ ତୁମରି ଦାନ
    ପ୍ରାଣ ପ୍ରିୟତମ ବନ୍ଧୁ ପରିଜନ
    ତୁମରି ପ୍ରସାଦେ ପାଇଛି ସବୁ… |୩ଇ

    ତୁମରି ଅପାର ସେନେହ ଡୋରେ
    ଚିର ସ୍ଥିରେ ନାଥ ବାନ୍ଧିଛି ମୋରେ
    ଜୀବନେ ମରଣେ ମୁହଁ ତୁମରି… I୪I

    ସୂଚୀମାଳାକୁ ଫେରନ୍ତୁ