Tag: malayalam christian song lyrics

  • prabhu he ki dei pujibi

    ପ୍ରଭୁ ହେ କି ଦେଇ ପୂଜିବି ତୁମ ଚରଣ
    ତୁମେ ତ୍ରାଣକାରୀ ତୁମେ ମୁକତି ରାଜନ
    କି ଦେଇ ପୂଜିବି ତୁମ ଚରଣ… (ଘୋଷା)

    ନାହିଁ ମୋର ଧନ ଅଟେ ମୁହଁ ଦୀନ ହୀନ
    ତୁମ ପ୍ରେମ ଲାଗି ସଦା ଝରେ ମୋ ପରାଣ
    ଭକତିର ଅର୍ଘ୍ୟ ଦେଇ ମୁଁ ପୂଜୁଛି ତୁମ ଚରଣ… |୧|

    ହେ ବିଶ୍ୱ ମୋହନ ଧନ ଜଗତ ଜୀବନ
    ତୁମେ ଈଶ ପ୍ରଭୁ ଅଟ ମୋ ହୃଦ ଚନ୍ଦନ
    ତୁମରି ପ୍ରେମ-ରସରେ ମୁଁ ଗାଏ ତୁମ ଭଜନ… |୨|

    ସୂଚୀମାଳାକୁ ଫେରନ୍ତୁ

  • tuma byabasthare amodo jahara ତୁମ ବ୍ୟବସ୍ଥାରେ ଆମୋଦ ଯାହାର

    ତୁମ ବ୍ୟବସ୍ଥାରେ ଆମୋଦ ଯାହାର
    ସେ ଅତି ପ୍ରିୟ ତୁମରି … (ହେ ପ୍ରଭୁ)
    ଦିବା ରଜନୀରେ ଧ୍ୟାନ କରେ ଯିଏ
    ତୁମ ବାକ୍ୟ ହାତେ ଧରି (ହେ ପ୍ରଭୁ)… (ଘୋଷା)

    ଜଳସ୍ରୋତ ପାଖେ ରୋପିତ ଯେ ବୃକ୍ଷ
    ପତ୍ର ହୁଏ ନାହିଁ ଶୁଷ୍କ
    ନିରୂପିତ କାଳେ ଫଳର ଧାରଣ
    କର ମୋତେ ସେ ବୃକ୍ଷ ପରି… |୧|

    ଦୁର୍ଜନ ନୁହଁନ୍ତି କେବେ ଚିରସ୍ଥାୟୀ
    ତୁଷ ତୁଲ୍ୟ ସେ ଜୀବନ
    ସାଧୁ ମଣ୍ଡଳୀରେ ସ୍ଥାନ ନାହିଁ ଯା’ର
    ପଥଭ୍ରଷ୍ଟ ହେବ ତାହାରି… |୨|

    ସୂଚୀମାଳାକୁ ଫେରନ୍ତୁ

  • asiba jibane jhada aneka

    ଆସିବ ଜୀବନେ ଝଡ ଅନେକ
    ଥୁବାଯାଏ ଶେଷ ନିଃଶ୍ବାସ
    ଲାଗି ରୁହ ସଦା ଯୀଶୁ ଚରଣେ
    ଥାଅ ରଖି ଅଟଳ ବିଶ୍ବାସ… (ଘୋଷା)

    ସହି ଦୁଃଖ ଯାତନା ଯୀଶୁ ଲାଗି
    ଯେବେ ଝରେ ଆଖିରୁ ଲୁହ… ହୋ… ହୋ..
    ରଖିଥାନ୍ତି ପ୍ରଭୁ ସେ ନେତ୍ର ଜଳ
    ଦେବେ ସାନ୍ବନା ଆଶିଷ… |୧|

    ଭୁଲନ୍ତିନି ସେ ଆପଣା ଦାସକୁ
    ରଖିଥାନ୍ତି ମନେ ସର୍ବଦା… ହୋ… ହୋ..
    ଦିଅନ୍ତି ଉତ୍ତର ପକାଇଲେ ଡାକ
    କରନ୍ତି ନାହିଁ ନିରାଶ… |୨|

    ସୂଚୀମାଳାକୁ ଫେରନ୍ତୁ

  • parbata sikhare jebe urdha drusti

    ପର୍ବତ ଶିଖରେ ଯେବେ ଊଦ୍ଧି ଦୃଷ୍ଟି ମୋର
    ନିରାଶ ଓ ଦୁଃଖ କାଳରେ
    ଆକାଶ ପୃଥିବୀର ସୃଷ୍ଟି କର୍ତ୍ତା ଯିଏ
    କରନ୍ତି ମୋ ସାହାଯ୍ୟ ଦୁଃଖରେ (ଘୋଷା)

    ଇସ୍ରାଏଲ ରକ୍ଷକ ନ ହୁଅନ୍ତି ନିଦ୍ରିତ
    ଦିଅନ୍ତି ସାନ୍ତନା ମୋତେ ମୁଁ ଯେବେ ଚିନ୍ତିତ
    ଛାୟାପରି ଥାନ୍ତି ମୋର ଦକ୍ଷିଣ ପାର୍ଶ୍ବରେ… |୧|

    ଦିବସରେ ସୂର୍ଯ୍ୟ କି ବା ରାତ୍ରିରେ ଚନ୍ଦ୍ରମା
    ସବୁ ତ ଅଟଇ ପ୍ରଭୁ ତୁମ ସରଜନା
    କରି କି ପାରିବ କେହି ଆଘାତ ମୋ ପରେ… |୨|

    ରକ୍ଷା କରିବେ ସେ ମୋତେ ସବୁ ବିପଦରୁ
    କେବେ ବି କରିବେ ନାହିଁ ଦୂର ତାଙ୍କଠାରୁ
    କାରଣ ସେ ମୋ ରକ୍ଷକ ଭିତରେ ବାହାରେ… |୩|

    ସୂଚୀମାଳାକୁ ଫେରନ୍ତୁ

  • ahe moro jishu sundara

    ଆହେ ମୋର ଯୀଶୁ ସୁନ୍ଦର
    ମୋ ପାଇଁ କି ଦୁଃଖ ସହିଲ
    ହୋଇ ଈଶସୁତ ମାନବର ପାଇ
    ନିଜ ଜୀବନ ବଳି ଦେଲ… (ଘୋଷା)

    ଦୋଷୀ ନୋହିଁ ମହା ଦୋଷୀ ଭାବରେ
    ବନ୍ଧା ହେଲ ଯାଇ କୃଶ ଉପରେ
    କଣ୍ଟା ବିଦ୍ଧ ହୋଇ କଣ୍ଟାର ମୁକୁଟ
    ନିଜ ଶିରେ ଧାରଣ କଲ… |୧|

    ମୁହିଁ ମହାପାପୀ ଅଯୋଗ୍ୟ ତୁମର
    ଭୋଗିଛି ଜୀବନେ ସୁଖ ଅପାର
    ଧୋଇଦିଅ ପ୍ରଭୁ ମୋତେ ସେ ରକତେ
    କର ମୋତେ ପାପୁ ଉଦ୍ଧାର… |୨|

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune

  • kalabori dake bare tu କାଲବରୀ ଡାକେ ବାରେ ତୁ

    କାଲବରୀ ଡାକେ ବାରେ ତୁ ଫେରିଆ ଫେରିଆ
    ଛକି କାଠକୁ ପାପୀ ମନ ଚାହିଁ ଯା (ଦେଖି ଯା)
    ତୋର୍ ପାପ ପାଇଁ କୁଶରେ ଝୁଲୁଛି ତ୍ରାଣକର୍ତ୍ତା… (ଘୋଷା)

    ରାଜାମାନଙ୍କ ରାଜା ଶିରେ କଣ୍ଟା ମୁକୁଟ ବାନ୍ଧି ଦେଇ
    ବଳି ଦେଇ ତୁ ତାଙ୍କୁ କୁଶେ କେଉଁ ସୁଖ ପାଇଲୁ ତୁହି
    ଲୁହଧାର ବହିଯାଏରେ ଚାହିଁଯା ଚାହିଁଯା… |୧|

    ଝୁଲୁଛନ୍ତି ଯେ କୃଶ ପରେ ତ୍ରାଣକର୍ତ୍ତା ସେ ତୋ ଅଜଣା
    ଏବେ ବି ସମୟ ଅଛି ତୁ ଫେରିଆ… ଫେରିଆ… |୨|

    ଦୟାବାନ ସେ କ୍ଷମାମୟ ପ୍ରେମ ବହେ ହୋଇ ରୁଧିର
    ସେହି ରୁଧିର ପାନ କଲେ ଦୂର ହେବ ପାପ ଅନ୍ଧାର
    ହାତ ମେଲି ସେ ଡାକୁଛନ୍ତି ଫେରିଆ… ଫେରିଆ…|୩|

    ସୂଚୀମାଳାକୁ ଫେରନ୍ତୁ

  • jishu tuma pase amo

    ଯୀଶୁ ତୁମ ପାଶେ ଆମ ଆଜି ଏହି ନିବେଦନ
    ଚାହୁଁନା, ଯା’ ତୁମେ ଚାହିବୁନି ଆମେ
    ଚାହିଁବୁନି କଦାଚନ… (ଘୋଷା)

    ଅଟଳ ବିଶ୍ବାସ ପ୍ରଭୁ ଥାଉ ତୁମ ଠାରେ
    ଧାର୍ମିକତା ଈଶ୍ବର ପରାୟଣତା ଭରି ଉଠୁ ହୃଦୟରେ
    ଉତ୍ତମ ଯୁଦ୍ଧରେ ଯେହ୍ନେ କରିବୁ ପ୍ରାଣପଣ
    ଦିଅ ଆଶିଷ ଶେଷେ ପାଇବୁ ଅନନ୍ତ ଜୀବନ… |୧|

    ପଥଭ୍ରଷ୍ଟ ହେବାକୁ ଆମେ ଚାହୁଁ ନାହୁଁ
    ଦୁଃଖରେ ହୃଦୟ ଆମ ବିଦୀର୍ଣ୍ଣ କେବେ ନ ହେଉ
    ଦିଅ ସହିବାକୁ ଧୈର୍ଯ୍ୟ ତୁମ ପବିତ୍ର ସେ ପ୍ରେମ
    ସାକ୍ଷୀ ହୋଇ ଧର୍ମବି କରିବୁ ପାଳନ… |୨|

    ସୂଚୀମାଳାକୁ ଫେରନ୍ତୁ

  • mu tumari choto mesha

    ମୁଁ ତୁମରି ଛୋଟ ମେଷ ତୁମେ ମୋ ପାଳକ ( ୨ ଥର)
    କଢ଼ାଅ ହେ ସତ୍ୟ ପଥେ
    ହୋଇ ମୋ ଚାଳକ… ଲା… ଲା… (ଘୋଷା)

    ଜାଣ ତୁମେ ପ୍ରଭୁ ପ୍ରୟୋଜନ ଯାହା ମୋର ଭଲ ପାଇଁ
    ଚାହଁ ଖାଲି ତୁମେ ରହିବାକୁ ମୋତେ ତୁମରି ପିଲାଟି ହୋଇ
    ନ ହଜିବି ମୁଁ ନିଜକୁ ପ୍ରତିଟି ପଲକ… ଲା … ଲା … |୧|

    ଅଛି ଧରା ପରେ କେତେ ଦୁଃଖ ସୁଖ, ପରୀକ୍ଷା ଯେତକ
    ସବୁ ପାଇଁ ରୁହ ସାଥେ ମୋର ଦେଇ ତୁମରି ଆଲୋକ ଟିକ
    ପାରିବନି କେବେ ଜିତି ଜଗତ ଅଳିକ… ଲା … ଲା … |୨|

    ପ୍ରେମ ବହି ତୁମେ ଯେଉଁ କ୍ଷମା କଲ ଦେଇ ସେ ଝଲକ
    କ୍ଷମିବାକୁ ମୋର ଶତ୍ରା ପାଇଁ ମନେ ପ୍ରେମର ମହକ ରଖ
    ମୋ ଜୀବନ ହେଉ ତୁମ ବାରତା ବାହକ.. ଲା…ଲା… |୩|

    ସୂଚୀମାଳାକୁ ଫେରନ୍ତୁ

  • chalapatha dhare prabhu

    ଚଲାପଥ ଧାରେ ପ୍ରଭୁ ତୁମେ ସାଥୀ ହେବ
    ତୁମେ ମୋତେ ଜୀବନର ପଥ ଦେଖାଇବ (ଘୋଷା)

    ପାପ ଅନ୍ଧକାରେ ଭରିଛି ଦୁନିଆ, ସବୁରେ ବିପଦ ଭୟ
    ଡରିବିନି ପ୍ରଭୁ ଚାଲୁଛି ସାହସେ, ତୁମଠି ରଖି ମୋ ଲୟ
    ଝୁଣ୍ଟିବା ଆଗରୁ ଜାଣେ ମୁଁ ତୁମେ ତ,
    ହାତ ମୋର ଧରି ନେବା… |୧|

    ଛୋଟ ହୃଦୟଟି ତୁମ ଲାଗି ପ୍ରଭୁ, ରଖିବି ସଦା ମୁଁ ଖୋଲି
    ଆହେ ମହାଜ୍ୟୋତି ମୋ ହୃଦ ବେଦୀରେ,
    ପ୍ରେମ ଦୀପ ଦିଅ ଢ଼ାଳି
    ସେ ଆଲୋକ ଶିଖା ନିତି ଜଳି ଜଳି,
    ତୁମ ସ୍ତୁତି ଗାଉଥିବା… |୨|

    ସୂଚୀମାଳାକୁ ଫେରନ୍ତୁ

  • mo papara khyama pain

    ମୋ ପାପର କ୍ଷମା ପାଇଁ ଯୀଶୁଙ୍କୁ ମୁଁ ପାଇଛି।
    ଯେତେ ମୋର ପାପ ଦାଗ ତାଙ୍କ ରକ୍ତ ଧୋଇଛି… (ଘୋଷା)

    ଗୋଟି ଗୋଟି ପାପ ମୋର ହେଲା ପରବତ ସମ
    ଚାପିଗଲି ଯେବେ ମୁହିଁ ପାପେ ପରାଜିତ ହୋଇ
    ଉଦ୍ଧାରିଲେ ଯୀଶୁ ମୋତେ ନିଜର ଶୋଣିତ ଦେଇ… |୧|

    ମୃତ୍ୟୁଛାୟା ପାରିନି ମୋତେ ବାନ୍ଧିବାକୁ ତାର ସୁତେ
    ବନ୍ଧା ଯାଇଅଛି ମୁହଁ ଯୀଶୁଙ୍କ ରକତ ଦେଇ
    ବସିଅଛି ତାଙ୍କ ପାଦେ ନୂତନ ଜୀବନ ପାଇ… |୨|

    ସୂଚୀମାଳାକୁ ଫେରନ୍ତୁ