Tag: malayalam christian song lyrics

  • prasansa gouraba kara rajadhi raja

    ପ୍ରିୟତମ …
    ପ୍ରଶଂସା ଗଉରବ କର
    ରାଜାଧି ରାଜ ପ୍ରଭୁଙ୍କର
    ସେ ତ ଜ୍ୟୋତିର୍ମୟ ସେ ତ ସୁଧାମୟ
    ସେ ଯେ, ପରିତ୍ରାଣ ଆକର … (ଘୋଷା)

    ଅନାଦି ଅନନ୍ତ ନିତ୍ୟ ଜୀବିତ
    ସର୍ବଶକ୍ତିମାନ ପ୍ରେମେ ବିଭୂଷଣ
    ଅତୁଳନୀୟ ତା, ଦୟା କ୍ଷମା ଗୁଣ
    ଆମ, ମର ଜୀବନ ପର … |୧|

    ଈଶ୍ବରଙ୍କ ପୁତ୍ର ହୋଇ ଦେହବନ୍ତ
    ପ୍ରକାଶିଲେ ବିଶ୍ୱ ଜୀବନର ପଥ
    ବୁହାଇ ଶୋଣିତ ପାପୀଙ୍କ ନିମିତ୍ତ
    କରି, ଦୟା ପ୍ରେମ ଅପାର .. |୨|

    ଆହେ ନଗଣ କର ଜୟଗାନ
    ସୁମରି ତାହାଙ୍କ ବହୁମୂଲ୍ୟ ଦାନ
    ପ୍ରୟୋଜନ ଯାହା କରନ୍ତି ପ୍ରଦାନ
    ପାଶେ, ଥାଇ ତୋ ପ୍ରତିକ୍ଷଣ … |୩|

    Lyrics: Rev. Sudhangsu Karada

    ସୂଚୀମାଳାକୁ ଫେରନ୍ତୁ

  • prabhu tume ruha sathe sathe

    ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରା
    ମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)
    ଏ ଜୀବନ ସାରା … (ଘୋଷା)

    ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାର
    ତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରା
    ଏ ଜୀବନ ସାରା …. I୧|

    ଦୁଃଖ ଯେବେ ଆସେ ମନେ ଯିବି ତୁମ ସନ୍ନିଧାନେ
    ତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରା
    ଏ ଜୀବନ ସାରା …. |୨|

    ପରୀକ୍ଷା ଓ ପ୍ରଲୋଭନ ଅଛି ଆଗାମୀ ଜୀବନେ
    ତୁମେ ଯଦି ସାଥ ମୋର ହେବି ନାହିଁ ଧୈର୍ଯ୍ୟହରା
    ଏ ଜୀବନ ସାରା … |୩|

    ସୂଚୀମାଳାକୁ ଫେରନ୍ତୁ

  • kari tanka dhanyabada dhanyabada

    କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ
    ହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋର
    କର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନ
    ହେ ମୋହର ମନ, ନ ପାଶୋର ତାଙ୍କ ଦାନ (ଘୋଷା)

    କ୍ଷମା କରନ୍ତି ସେ ତୋ’ର ପାପ ସବୁ ସୁସ୍ଥ କରନ୍ତି ତୋହର
    ରୋଗ ସବୁ ବିନାଶରୁ ତୋତେ କରନ୍ତି ଉଦ୍ଧାର
    ଶିରେ ତୋ ଦିଅନ୍ତି ଦୟାର ମୁକୁଟ … |୧|

    ସଦାପ୍ରଭୁ ସ୍ନେହଶୀଳ କୃପାମୟ କ୍ରୋଧରେ ଧୀର ସେ ରେ ଦୟାମୟ
    କରିଛନ୍ତି ଦୂର ଅଧର୍ମ ଆମର
    ପୂର୍ବରୁ ପଶ୍ଚିମ ଯେତିକି ଦୂର … |୨|

    ଅନିତ୍ୟ ଏହି ଜୀବନ ତୃଣ ପରି ଦେଖୁ ଦେଖୁ ଝଡିପଡେ ଫୁଲପରି
    ତଥାପି ଲଭନ୍ତି ତାଙ୍କ ଭକ୍ତଜନ
    ଅସୀମ କରୁଣା ମଙ୍ଗଳଦାନ … |୩|

    ସୂଚୀମାଳାକୁ ଫେରନ୍ତୁ

  • he akasha mandala suna suna

    ହେ ଆକାଶ ମଣ୍ଡଳ ଶୁଣ ଶୁଣ
    ଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣ
    ହେ ପୃଥିବୀ -.. ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା)

    କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନା
    ଅଗ୍ନି ତେଜରେ ରାଜା ଆସିବେ
    ମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋ
    ହେ ପୃଥିବୀ … ଆସୁଛି ଅତି ଭୟଙ୍କର ଦିନ … |୧|

    ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନା
    ପସନ୍ଦ ସେ ଅଟେ ଶୟତାନର ଫାନ୍ଦ
    ତା’ନୁହେଁ ସେ ଚିର ଆନନ୍ଦ ହୋ … ହୋ
    ହେ ପୃଥିବୀ …ତୁମେ ହୁଅ ଚଞ୍ଚଳ ସାବଧାନ … |୨|

    ଯୀଶୁଙ୍କ ରକତେ କିଣା ଯେତେ ଜନ ରହୁଁଛି ତାଙ୍କ ପାଇଁ ମହା ଗୁପ୍ତ ସ୍ଥାନ
    ସଂଗ୍ରହ କରିବେ ଦୂତ ଗଣ
    କରିବାକୁ ସରଗେ ଗ୍ରହଣ .. ହୋ … ହୋ …
    ହେ ପୃଥିବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ … |୩|

    ସୂଚୀମାଳାକୁ ଫେରନ୍ତୁ

  • ki dukha sahila prabhu mo marana nije bari

    କି ଦୁଃଖ ସହିଲ ପ୍ରଭୁ ମୋ ମରଣ ନିଜେ ବରି
    ଧନ୍ୟ ଯୀଶୁ ତାଣକାରୀ (ଘୋଷା)

    ମସ୍ତକେ କଣ୍ଟା ମୁକୁଟ ପିନ୍ଧିଲେ ମୋ ପାଇଁ ହୋ … ହୋ … ହୋ ..
    ଗାଲେ ଚାପୁଡ଼ା ମାରିଲେ କେତେ ପରିହାସ କରି
    ଏ ଯାତନା ମୋରି ପାଇଁ … |୧|

    ଯାଏ କେତେ ରକ୍ତ ବହି, ମସ୍ତକରୁ ଝରି… ହୋ …ହୋ…ହୋ…
    ବସାଇଲେ ଯେ ଶିଆର, ପୃଷେ କୋରଡ଼ା ପ୍ରହାର
    ଅସହ୍ୟ ଦୁଃଖ ତୁମରି … |୨|

    ଚଢ଼ାଇଲେ କୁଶ କାଣେ ଅଭିଶପ୍ତ ପରି .. ହୋ.. ହୋ.. ହୋ..
    ହାତ ପାଦରେ ନିଷ୍ଣୁର କଣ୍ଟା ବିନ୍ଧିଲେ ଏପରି
    ସତେ ଯେ ଶତ୍ରୁ ତାଙ୍କରି … |୩|

    ବିଦାରେ ହୃଦ ମୋହରି ତୁମ ଦୁଃଖ ସ୍ମରି .. ହୋ..ହୋ.. ହୋ..
    ମୋ ଦଣ୍ଡ ନିଜେ ଭୋଗିଲ ମୋତେ ମୃତ୍ୟୁରୁ ଉଦ୍ଧରି
    ଧନ୍ୟ ଯୀଶୁ ତ୍ରାଣକାରୀ … |୪|

    ସୂଚୀମାଳାକୁ ଫେରନ୍ତୁ

  • priya prabhujishu mo rajana jishu

    ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁ
    ସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେ
    ପରମ ସୁନ୍ଦର ଆହେ ପ୍ରିୟ ମୋର
    ଦଶ ସହସ୍ର ମଧ୍ୟରେ … ଦଶ ସହସ୍ର ମଧ୍ୟରେ (ଘୋଷା)

    ତୁମ ବିନା ପ୍ରଭୁ ନାହିଁ କାହାଠାରେ
    ନାହିଁ କେବେ ପରିତ୍ରାଣ,
    ନରଗଣ ମଧେ ଆକାଶର ତଳେ
    ନାହିଁ କେହି ଧରାଧାମେ
    ପରମ ସୁନ୍ଦର ଆହେ ପ୍ରିୟ ମୋର … |୧|

    ପରମ ଆନନ୍ଦ ଆହେ ପ୍ରିୟତମ
    ବସେ ତୁମ ଛାୟାତଳେ,
    ତୁମରି ଫଳଯେ କି ସ୍ବାଦ ତୁଣ୍ଡକୁ
    ବଣ୍ଡିକି ମୁଁ ତାହା ପାରେ ।
    ପରମ ସୁନ୍ଦର ଆହେ ପ୍ରିୟ ମୋର … |୨|

    ସୂଚୀମାଳାକୁ ଫେରନ୍ତୁ

  • kiye achi kiye achi amopain jiba

    କିଏ ଅଛି, କିଏ ଅଛି ଆମ ପାଇଁ ଯିବା
    ହଜା ମେଷ ଲାଗି ଫାଟକରେ ଠିଆ ହେବ … (ଘୋଷା)

    ହେ ପ୍ରଭୁ ଅଛି ମୁଁ ଦୀନ ଦାସ
    ପଠାଅ ମୋତେ ତୁମ ଆପ୍ ସାଥେ
    ଲଘି ଯିବି ଗିରିବନ ମରୁ ପଥେ (୨ ଥର) … |୧|

    କ୍ଷେତ ଆଜି ପଡ଼ିଅଛି ଶୂନ୍ୟ
    ମୁଲିଆଙ୍କ ଆମ ପ୍ରୟୋଜନ (୨ଥର)
    କ୍ଷେତତ ଅନେକ, ଶ୍ରମିକ ଅଳପ,
    ସେବା କରିବ କାହାର ଆଜି କର ସଂକଳ୍ପ … |୨|

    ଆମ ହାତ ତିଆରି ମଣିଷ
    ହୋଇ ଅଛି ସେ ପଥ ଭ୍ରଷ୍ଟ (୨ ଥର)
    ବିଚାର ଦିନରେ ଜୀବନ ଶେଷରେ
    ସବୁରି ଆତ୍ମା ହେଉ ସୁରକ୍ଷିତ … |୩|

    ସୂଚୀମାଳାକୁ ଫେରନ୍ତୁ

  • jishu tume moro asa

    ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା
    ତୁମେ ମୋ ବିଶ୍ୱାସ ଭୂମି, ମୋର ମୁକତି ଶରଣୀ
    ତୁମଠାରେ ରଖିଛି ମୁଁ ଦୃଢ଼ ଭରସା
    ଯୀଶୁ ତୁମେ ମୋର ଆଶା …(୪ଥର) …(ଘୋଷା)

    ଆସୁ ଦୁଃଖ ନୈରାଶ୍ୟ ଅବା ଘେରୁ ଝଡ କ୍ଳେଶ
    ବିଶ୍ବାସେ ପ୍ରତିଦିନ, କାଟୁଥିବି ଏ ଜୀବନ
    ତୁମେ ମୋ ବିଶ୍ୱାସ ଭୂମି … |୧|

    ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ଶୟତାନ
    ହେବି ନାହିଁ ଭୟଭୀତ ଗାଉଥିବି ଜୟଗୀତ
    ତୁମେ ମୋ ବିଶ୍ୱାସ ଭୂମି … |୨|

    ସୂଚୀମାଳାକୁ ଫେରନ୍ତୁ

  • prati prabhata re srusti kartankara

    ପ୍ରତି ପ୍ରଭାତରେ ସୃଷ୍ଟି କର୍ତ୍ତାଙ୍କର
    କରୁଣା ସ୍ମରଣ କର ।
    ଦିବସ ପ୍ରାରମ୍ଭ ସବୁ କିଛି ତାଙ୍କ (୨ଥର)
    ଚରଣେ ଅର୍ପଣ କର …. (ଘୋଷା)

    ସୂର୍ଯ୍ୟର ତଳେ ସବୁହିଁ ଅସାର ହ୍ରାନ୍ତିରେ ପରିପୂର୍ଣ୍ଣ
    ତୃପ୍ତ ନୁହଁଇ ମଣିଷ କାମନା ଜୀବନ ଅଟଇ ଜୀର୍ଣ୍ଣ ।
    ସାର ଯେ କେବଳ ପ୍ରଭୁରେ ବିଶ୍ବାସ
    ହୃଦୟେ ଧାରଣ କର … |୧|

    ଅନନ୍ତ ଅସୀମ ସେ ପରମେଶ୍ବର ଅନାଦି ଆନନ୍ଦ ସେହି
    ସକଳ ସୃଷ୍ଟି ପ୍ରକାଶେ ମହିମା ବନ୍ଦନା ତାଙ୍କରି ପାଇଁ
    ଅନନ୍ତ ଜ୍ୟୋତି ସେ ତାଙ୍କରି ଆଲୋକ
    ହୃଦୟେ ଧାରଣ କର …. |୨|

    ସୂଚୀମାଳାକୁ ଫେରନ୍ତୁ

  • re mana jishunku tu chadi jagata pache

    ରେ ମନ ଯୀଶୁଙ୍କୁ ତୁ ଛାଡ଼ି ଜଗତ ପଛେ ଯାଅନା
    ଜୀବନେ ସର୍ବ ଅବସ୍ଥାରେ ଯୀଶୁଙ୍କୁ ରଖୁ ହୃଦୟରେ
    କେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା … (ଘୋଷା)

    ଯୀଶୁଙ୍କ ସାଥେ ଚାଲେ ଯିଏ ପବିତ୍ର ଜୀବନ ବିତାଏ
    ଯୀଶୁଙ୍କ ନାମ ଭଜେ ଯିଏ ଶାନ୍ତି ଆନନ୍ଦ ପାଏ ସିଏ
    ରେ ପ୍ରାଣ ବ୍ୟାକୁଳ କାହିଁକି ତାଙ୍କ ପରେ ଭରସା ରଖ୍
    କେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା …. |୧|

    ଦୁଇ ଦିନିଆ ଏ ସଂସାର ଅନେକ ଭାବୁତୁ ମନରେ
    ବୁଲୁତୁ ହୋଇଣ ହତାସ ଶେଷରେ ହେବ ସର୍ବନାସ
    ଏ ଦୁନିଆରୁ ହେବୁ ପାରି ଯିବାକୁ ସେ ସରଗପୁରୀ
    ତାଙ୍କ ଡାକ ମନା କରନା ଜଗତ ପଛେ ଯାଅନା … |୨|

    ସୂଚୀମାଳାକୁ ଫେରନ୍ତୁ