Tag: malayalam christian song lyrics

  • paribartita jibana

    ପରିବର୍ତ୍ତିତ ଜୀବନ ମଧୁର ସୁବାସେ ପୂର୍ଣ୍ଣ
    ଯୀଶୁଙ୍କୁ ପାଇଅଛି ଯିଏ ଧନ୍ୟ ତାର ଜୀବନ(୪ ଥର) (ଘୋଷା)

    ପ୍ରଭୁ ପରେ ବିଶ୍ଵାସ ରକ୍ଷା କରେ ପାପୀଙ୍କୁ
    ପୁରୁଣା ବିଷୟ ଚାଲିଯାଏ
    ହୁଏ ସବୁ ନୂତନ (୪ ଥର)… |୧|

    ଅନୁତାପ ହୃଦୟେ ଲଭେ ସେ ପୁନର୍ଜନ୍ମ
    ସ୍ଵର୍ଗୀୟ ଧନେ ସେ ଧନବାନ
    ଆନନ୍ଦିତ ସେ ମନ … (୪ ଥର)… |୨|

    ମୁକ୍ତିପ୍ରାପ୍ତ ଜୀବନ ପବିତ୍ରତା ପଥରେ
    କରଇ ସର୍ବଦା ଗମନ
    କରେ ଉତ୍ତମ କର୍ମ … (୪ ଥର)… |୩|

    ମନ ପରିବର୍ତ୍ତନ କରିଛି ଯେଉଁ ଜନ
    ସ୍ଵଭାବ ତା ଯୀଶୁ ଅଧୁନ
    କରଇ ସଂଶୋଧନ … (୪ ଥର)… |୪|

    ସୂଚୀମାଳାକୁ ଫେରନ୍ତୁ

  • sadaprabhu mangalamaya

    ସଦାପ୍ରଭୁ ମଙ୍ଗଳମୟ, ଆସ କରି ଦେଖ ଆସ୍ବାଦନ
    କ୍ରୋଧେ ଧୀର, କୃପାମୟ ଅଟନ୍ତି ପ୍ରେମରେ ମହାନ୍… (ଘୋଷା)

    ଅଧର୍ମ ସକଳ ସେ ଯେ କ୍ଷମାକାରୀ
    ଆବର ସମସ୍ତ ରୋଗ ସୁସ୍ଥକାରୀ
    ବିନାଶରୁ ମୁକ୍ତକାରୀ
    ନିଅ ତାଙ୍କ ଶରଣ (୨ ଥର)… |୧|

    କରୁଣା ଦୟାରେ କରନ୍ତି ସେ ଭୂଷିତ
    ଉତ୍ତମ ଦ୍ରବ୍ୟରେ କରନ୍ତି ମୁଖ ତୃପ୍ତ
    ଉକ୍ରୋଶର ସମ ହୁଏ
    ନୂତନ ଯଉବନ ( ୨ ଥର)… |୨|

    ଭଗ୍ନମନାର ସେ ଅତି ନିକଟବର୍ତ୍ତୀ
    ଚୂମନାଙ୍କୁ ସେ ପ୍ରେମରେ ଉଦ୍ଧାରନ୍ତି
    ତାଙ୍କ ପ୍ରତି ଚାହିଁ କେହି
    ନୋହିଛି ବିବର୍ଷ (୨ ଥର)… |୩|

    ପ୍ରଭୁ ଭୟକାରୀ କର ସର୍ବେ ଭଜନା
    ଯୀଶୁ ନାମେ ଗାଇ, ହାଲେଲୁୟା ହୋଶାନ୍ତା
    ତାଙ୍କ ବିନା ନାହିଁ କାହିଁ ଅନନ୍ତ ଜୀବନ ( ୨ ଥର)… |୪|

    ସୂଚୀମାଳାକୁ ଫେରନ୍ତୁ

  • jishunka name gao sarba

    ଯୀଶୁଙ୍କ ନାମେ ଗାଅ ସର୍ବେ ହାଲିଲୁୟା ହୋଶାନ୍ତା
    ହୋଶାନ୍ତା ହାଲିଲୁୟା ( ୨ ଥର)… (ଘୋଷା)

    ତାଙ୍କ ରକ୍ତ କ୍ରିତ ଆହେ ସାଧୁଭକ୍ତ
    ଗାଅ ହେ ନୂତନ ଗୀତ
    ଯୀଶୁଙ୍କ ଜୟ ଗୀତ ଆତ୍ମାରେ ହୋଇ ମତ… |୧|

    ପରିତ୍ରାଣ ପ୍ରାପ୍ତ ଯେତେ ପାପୁ ମୁକ୍ତ
    ଗାଅ ହେ ସ୍ବର୍ଗୀୟ ଗୀତ
    ଯୀଶୁଙ୍କ ପ୍ରେମ ଗୀତ ପ୍ରଭୁଙ୍କ ପ୍ରଭୁ ସେତ… |୨|

    ଚବିଶ ପ୍ରାଚୀନ ଚାରି ପ୍ରାଣୀ ସହ
    ଗାଇବା ପ୍ରଶଂସା ଗୀତ
    ଆମେ ଯେତେ ଆହୁତ ହୋଇଛୁ ମନୋନୀତ… |୩|

    କେଡ଼େ ପ୍ରେମ କଲେ କେଡ଼େ ଦୟା କଲେ
    ଅନନ୍ତ ଜୀବନ ଦେଲେ
    ଆପଣା ପ୍ରାଣ ଦେଲେ କୁଶରେ ବଳି ହେଲେ… |୪|

    ସୂଚୀମାଳାକୁ ଫେରନ୍ତୁ

  • mukati data jishu moro

    ମୁକତି ଦାତା ଯୀଶୁ ମମ
    ତବ ଚରଣେ ମୋ ଶରଣ … (୨ ଥର)
    ଶରଣ ଶ୍ରୀଚରଣ ଶରଣ ଶ୍ରୀଚରଣ … (ଘୋଷା)

    89ପାତକୀ ପାଇଁ ଅପମାନ
    ଦୁଃଖ ନିନ୍ଦା କରିଲ ବରଣ … (୨ ଥର)
    ସହିଲ ହେ କଷଣ
    କୁଶରେ ଦେଲ ଜୀବନ
    ପାପୀ ମୁକ୍ତି କଲ ସାଧନ
    ଧନ୍ୟ ତୁମ ମହା ପ୍ରେମ …. |୧|

    ତୁମ ବିନା ନାହିଁ ମୋ ତ୍ରାଣ
    ତୁମେ ଏକା ପାପୀର ତାରଣା (୨ ଥର)
    ଆକାଶ ମଣ୍ଡଳ ତଳେ
    ମନୁଷ୍ୟମାନଙ୍କ ମଧ୍ୟରେ
    ଯେ ନାମେ ମିଳଇ ପରିତ୍ରାଣ
    ସେ ନାମେ ମୋ ଶରଣ … |୨|

    ସୂଚୀମାଳାକୁ ଫେରନ୍ତୁ

  • moro aji seso sidhanta

    ମୋର ଆଜି ଶେଷ ସିଦ୍ଧାନ୍ତ
    ମୁଁ କରିଛି ମନୋନୀତ
    ଯୀଶୁଙ୍କୁ ମନ ପ୍ରାଣ ଆତ୍ମା ଦେଇ ପୂଜିବାକୁ
    ଜୀବନର ଶେଷଯାଏ ତାଙ୍କ ପଛେ ଚାଲିବାକୁ (ଘୋଷା)

    ତାଙ୍କରି ସ୍ବରମୁଁ ଶୁଣିବି
    ତାଙ୍କୁ ମୁଁ ନିଶ୍ଚୟ ଦେଖିବି
    ବିଜୟ ଜୀବନ କାଟିବି,
    ଜାଗ୍ରତ ହୋଇ ମୁଁ ରହିବି
    ଚାହେଁ ମୁଁ ପଦେ ପଦେ ତାଙ୍କ ପଛେ ଚାଲିବାକୁ… ।୧ |

    ଯୀଶୁଙ୍କର ଗୀତ ଗାଇବି ତାଙ୍କ ଆରାଧନା କରିବି
    ଯୀଶୁଙ୍କର ଶାନ୍ତି ଲଭିବି, ତାଙ୍କରି ସାଥେ ମୁଁ ରହିବି
    ଜୀବନର ପରିତ୍ରାଣର ଆନନ୍ଦ ଲଭିବାକୁ
    ଜୀବନର ଶେଷଯାଏ ତାଙ୍କ ପଛେ ଚାଲିବାକୁ… |୨|

    ସୂଚୀମାଳାକୁ ଫେରନ୍ତୁ

  • aha ki jatana moro

    ଆହା କି ଯାତନା ମୋହର ହେ ପ୍ରଭୁ ନିରାକାର
    ବନ୍ଦୀରୁ ଉଦ୍ଧାର କର, ପାପରୁ ଉଦ୍ଧାର କର (ଘୋଷା)

    ଜଗତେ ଅଛି କଳଙ୍କ, ଜଗତେ ଅଛି ସଙ୍କଟ
    ଏଥିରୁ ଉଦ୍ଧାର କରି ପ୍ରଭୁ କର ଆମ ପାପ ଦୂର… |୧|

    ଜଗତରେ ନାହିଁ ଶାନ୍ତି ଭରିଅଛି ପାପ କ୍ରାନ୍ତି
    କରି ଆମକୁ ଉଦ୍ଧାର ପ୍ରଭୁ କର ଆମ ପାପ ଦୂର… |୨|

    ପାପର ଅଭିଳାଷରେ ବୁଡିଛୁ ଏ ଜଗତରେ
    ଡାକୁଛି ଅତି କାତରେ ପ୍ରଭୁ ରଖିହେ ତୁମ ସାଥିରେ…|୩|

    ସୂଚୀମାଳାକୁ ଫେରନ୍ତୁ

  • jishu moro doya kara

    ଯୀଶୁ ମୋର ଦୟା କର ସାହା ନାହିଁ କେହି ମୋର
    ଏ ଭବ ସାଗର ଅତି ଭୟଙ୍କର
    କେମିତି ମୁଁ ହେବି ପାର… (ଘୋଷା)

    ପରୀକ୍ଷା କେତେ ମୋହର ଆସୁଅଛି ବାରମ୍ବାର (୨ଥର)
    ଖସିବ କି ପାଦ ମୋର, ହେଉଛି ମନ ଅସ୍ଥିର
    ତୁମେ ଏକା ଆଶ୍ରା ମୋର… |୧|

    ଆଶା ରହିଛି ମୋହର, ପ୍ରବେଶିବି ସ୍ୱର୍ଗଦ୍ୱାର (୨ଥର)
    ଲକ୍ଷ୍ୟଭ୍ରଷ୍ଟ ନୋହୁଁ ମୋର ପାଳିବି ବାକ୍ୟ ତୁମର
    ହାତ ଧରି ନିଅ ମୋର… |୨|

    ଛ’ଶ ଛଷଠି ନମ୍ବର, ଆସୁଅଛି ତୁରନ୍ତର (୨ ଥର)
    କପାଳେ ସମସ୍ତଙ୍କର, ଚିହ୍ନ ଦେବେ ବଳତ୍କାର
    ପ୍ରାଣରକ୍ଷା କର ମୋର… |୩|

    ସୂଚୀମାଳାକୁ ଫେରନ୍ତୁ

  • he sakaladesha gana

    ହେ ସକଳ ଦେଶଗଣ ଗାଆ
    ପ୍ରିୟତମ ଯୀଶୁ ନାମ … ଓ … ଓ … ଓ … (ଘୋଷା)

    ଜଗତ ଜୀବନ ପତିତପାବନ
    ହେ ସକଳ ପ୍ରାଣୀ କର ଜୟଗାନ
    ନ ପାସୋର ସେହି କାଲବରୀ ପ୍ରେମ
    ଆଉ ନାହିଁ ଯେ ସମୟ … ଗାଅ ପ୍ରିୟତମ ଯୀଶୁ ନାମ… |୧ |

    ଦିନ ପରେ ମାସ ବର୍ଷ ବିତିଗଲା
    ରାଜା ଯୀଶୁ ଆଗମନ ବେଳ ହେଲା
    ନ ହୋଇ ଲଜିତ ନ ହୋଇ ନିଦ୍ରିତ
    ଜାଗିଉଠି କର ଗାନ … ଗାଅ ପ୍ରିୟତମ ଯୀଶୁ ନାମ…|୨|

    ଧନ୍ୟବାଦ କରି ତାହାଙ୍କ ଦୁଆରେ
    ପ୍ରଶଂସାର ଭେଟି ନେଇ ପ୍ରାଙ୍ଗଣରେ
    କର ହେ ପ୍ରବେଶ ହେ ସକଳ ଦେଶ
    ପାଇବ ସ୍ବର୍ଗଧାମ ଗାଅ ପ୍ରିୟତମ ଯୀଶୁ ନାମ … |୩|

    ସୂଚୀମାଳାକୁ ଫେରନ୍ତୁ

  • bandhana kariba ame

    ବନ୍ଦନା କରିବା ଆମେ ବନ୍ଦନା କରିବା
    ରାଜାରାଜାଙ୍କୁ ଦେବାଦେବଙ୍କୁ ବନ୍ଦନା କରିବା… (ଘୋଷା)

    ଆକାଶ ନିର୍ମାଣକାରୀଙ୍କୁ ଧରଣୀ ନିର୍ମାଣକାରୀଙ୍କୁ
    ସମୁଦ୍ର ବିଭକ୍ତକାରୀଙ୍କୁ ଆମେ ବନ୍ଦନା କରିବା… |୧|

    ସ୍ଵର୍ଗ ଉପବିଷ୍ଟ ପ୍ରଭୁଙ୍କୁ ଧରଣୀ ନିର୍ମାଣକାରୀଙ୍କୁ
    ମୃତ୍ୟୁବଳ ଭଗ୍ଧକାରୀଙ୍କୁ ଆମେ ବନ୍ଦନା କରିବା… |୨|

    ପାପୀଙ୍କ ମୁକତିଦାତାଙ୍କୁ ଈଶ୍ୱରଙ୍କ ସେହି ବାକ୍ୟକୁ
    ଆସୁଛନ୍ତି ସେହି ଯୀଶୁଙ୍କୁ ଆମେ ବନ୍ଦନା କରିବା… |୩|

    ସୂଚୀମାଳାକୁ ଫେରନ୍ତୁ

  • bhabiki dekhicha thare

    ଭାବିକି ଦେଖିଛ ଥରେ, ସେ କୁଶର କଥା
    ଯୀଶୁଙ୍କର ବ୍ୟଥା (ଘୋଷା)

    ତୋର ପରିତ୍ରାଣ ପାଇଁ, କୄଶେ ବଳୀ ହୋଇ
    ଝରାଇଲେ ରକ୍ତଧାର, କେତେ ଦୟା ବହି
    ହସ୍ତ ପାଦେ ହୋଇ ଛନ୍ଦା, ହେଲେ କଣ୍ଟା ବିନ୍ଧା
    ସହି କେତେ ନିନ୍ଦା… |୧|

    ଚାହାଁରେ ଚାହାଁରେ ବନ୍ଧୁ, ଯୀଶୁ କୁଶ ପରେ
    ତୋ ପାପ ପାଇଁ ଆଜି, ଯୀଶୁ କୃଶ ପରେ
    ଦେଖିଲେ ବୁଝିବୁ ଭାଇ, ସେ କୁଶର କଥା
    ଯୀଶୁଙ୍କର ବ୍ୟଥା… |୨|

    ବସାଇଲେ ପୃଷ୍ଠ ପରେ କେତେ ଯେ ଶିଆର
    ଦୟା ନଥିଲା ଜୀବନେ, ଶତୃ ମାନଙ୍କର
    ତୋର ପାଇଁ କରି ଚିନ୍ତା, ପାତିଦେଲେ ମଥା
    ତୋର ମୁକ୍ତିଦାତା… |୩|

    ଫେରିଆ ଫେରିଆ ଆଜି ଆହେ ପାପୀ ଭାଇ
    କାହିଁକି ମରିବୁ ପାପେ, ଚିରଦିନ ପାଇଁ
    ଡାକୁଛନ୍ତି ସୃଷ୍ଟି କର୍ତ୍ତା ସେ ସ୍ବର୍ଗସ୍ଥ ପିତା
    ତୋର ରକ୍ଷାକର୍ତ୍ତା… |୪|

    ସୂଚୀମାଳାକୁ ଫେରନ୍ତୁ